ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ପ୍ରଶଂସା କଲେ ରାଜ୍ୟପାଳ

'୮ ଶହ କୋଟିରେ ପରିକ୍ରମା ପ୍ରକଳ୍ପ ହୋଇଛି, ଏହା ଶ୍ରଦ୍ଧାଳୁଙ୍କୁ ସୁବିଧା ଦେବ'

Manoj Swain
  • Published: Monday, 05 February 2024
  • Updated: 05 February 2024, 01:30 PM IST

Sports

Latest News

ଆରମ୍ଭ ହୋଇଛି ବିଧାନସଭାର ବଜେଟ୍ ଅଧିବେଶନ। ଏହି ଅଧିବେଶନ ଆରମ୍ଭ ହେବା ପୂର୍ବରୁ ରାଜ୍ୟପାଳ ରଘୁବର ଦାସଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ଏହାସହ ବିଧାନସଭାର ଦିବଙ୍ଗତ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ସହିଦ ଯବାନଙ୍କ ଉଦ୍ଦେଶ୍ୟରେ ଶୋକବ୍ୟକ୍ତ କରିଥିଲେ ରାଜ୍ୟପାଳ ରଘୁବର ଦାସ। ଏହାପରେ ଗୃହରେ ନିଜର ଅଭିଭାଷଣ ରଖିଥିଲେ ରାଜ୍ୟପାଳ। ଏଥିସହ ପୁରୀ ପରିକ୍ରମା ପ୍ରକଳ୍ପର ପ୍ରଶଂସା କରି ରାଜ୍ୟପାଳ କହିଛନ୍ତି, ୮ ଶହ କୋଟିରେ ପରିକ୍ରମା ପ୍ରକଳ୍ପ ହୋଇଛି, ଏହା ଶ୍ରଦ୍ଧାଳୁଙ୍କୁ ସୁବିଧା ଦେବ । ଶ୍ରୀମନ୍ଦିର ସୁରକ୍ଷାରେ ଏହି ପ୍ରକଳ୍ପ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ । 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos