'ଅରିନ୍ଦମ ଦୟାକରି ମୋ ସହ ରାଜନୀତି କର ନାହିଁ'

ବୈଠକରେ ଅରିନ୍ଦମ ରାୟ, ପ୍ରଯୋଜକ ଟୁଟୁ ନାୟକଙ୍କ ସମେତ ଆଉ କିଛି ପ୍ରଯୋଜକ ଓ ଫିଲ୍ମ ଜଗତ ସହ ସଂପୃକ୍ତ ବ୍ୟକ୍ତିମାନେ ଉପସ୍ଥିତ ଥିଲେ। କିନ୍ତୁ ବୈଠକକୁ ଆସିନଥିଲେ ମନୋଜ ମିଶ୍ର ।

Manoj Swain
  • Published: Friday, 03 November 2023
  • Updated: 03 November 2023, 04:41 PM IST

Sports

Latest News

ଥମିବାର ନାଁ ନେଉନି ଓଲିଉଡ କଳି । ପୁଣି ମୁହଁ ଖୋଲିଲେ ମନୋଜ ମିଶ୍ର । ପୁଣି ଏକ ଭିଡିଓ ପୋଷ୍ଟ କରି ଅରିନ୍ଦମ ରାୟଙ୍କୁ ଟାର୍ଗେଟ କରିଛନ୍ତି । କହିଲେ, 'ଅରିନ୍ଦମ ଦୟାକରି ମୋ ସହ ରାଜନୀତି କର ନାହିଁ । ରାଜନୀତି କରିବ ବୋଲି କଣ ଓଡ଼ିଆ ସ୍ୱାଭିମାନକୁ ମାରିଦେବ।' କିଛି ଏଭଳି କହି ଭିଡିଓ ପୋଷ୍ଟ କରିଛନ୍ତି ମନୋଜ ମିଶ୍ର । ତେବେ ଗୁରବାର ଦିନ କଳିର ସମାଧାନ ପାଇଁ ଓଏଫ୍‌ଡିସିର ଅଧ୍ୟକ୍ଷ କୁନା ତ୍ରିପାଠୀଙ୍କ ଉପସ୍ଥିତିରେ କଟକରେ ବୈଠକ ହୋଇଥିଲା । ସେହି ବୈଠକରେ ଅରିନ୍ଦମ ରାୟ, ପ୍ରଯୋଜକ ଟୁଟୁ ନାୟକଙ୍କ ସମେତ ଆଉ କିଛି ପ୍ରଯୋଜକ ଓ ଫିଲ୍ମ ଜଗତ ସହ ସଂପୃକ୍ତ ବ୍ୟକ୍ତିମାନେ ଉପସ୍ଥିତ ଥିଲେ। କିନ୍ତୁ ବୈଠକକୁ ଆସିନଥିଲେ ମନୋଜ ମିଶ୍ର ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos