ମମତା ବାନାର୍ଜୀଙ୍କୁ ବାଲି କଥା କାହିଁକି ପଚାରିଲାନି ଓଡ଼ିଶା ପ୍ରେସ୍‌?

ରାଜଧାନୀ ଭୁବନେଶରର ସାମ୍ବାଦିକଙ୍କ ଲାଗି ଏକ ସୁଯୋଗ ଥିଲା ଯେ ସେମାନେ ଅତି ପାଖରେ ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପାଇଥିଲେ। କିନ୍ତୁ ଏଭଳି ସୁଯୋଗକୁ ସେମାନେ ସେହି ଏକ ମାତ୍ର ପ୍ରଶ୍ନ ମଧ୍ୟରେ ସୀମିତ କରିଦେଲେ, ‘ତୃତୀୟ ସାମ୍ମୁଖ୍ୟ ଲାଗି ଉଦ୍ୟମ ଥିଲା କି’? ଏହି ପ୍ରଶ୍ନ ରାଜ୍ୟବାସୀଙ୍କର ନୁହେଁ। ଏହି ପ୍ରଶ୍ନ ରାଜନୈତିକ ଦଳମାନଙ୍କର।

Sand Mining

Sand Mining

Debendra Prusty
  • Published: Tuesday, 28 March 2023
  • Updated: 28 March 2023, 03:45 PM IST

News Highlights

  • ସୁବର୍ଣ୍ଣରେଖାର ଅବବାବାହିକାରେ ଅନେକ ବାଲି ମାଫିଆ ପଶ୍ଚିମ ବଙ୍ଗ ଓ ଓଡ଼ିଶାର ସୀମାରୁ ବାଲି ଉଠାଇବା କାରଣରୁ ବାଲେଶ୍ଵର ଜିଲ୍ଲାର ତଳ ପାଖରେ ନଦୀ କେବେ ବି ନିଜର ଗତିପଥ ବଦଳାଇପାରେ।
  • ତେଲେଙ୍ଗାନା ଆଦିବାସୀ ମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ସମୟରେ ହେଉ ଏହି ପ୍ରସଙ୍ଗ ନିଶ୍ଚିତ ରୂପେ ସାମ୍ବାଦିକଙ୍କର ପଚାରିବା ଆବଶ୍ୟକ ଯେ କାହିଁକି ସେମାନେ ଶ୍ରମିକଙ୍କ ସୁରକ୍ଷା ଦିଗରେ କିଛି ପଦକ୍ଷେପ ନେଉନାହାନ୍ତି?
  • ମହାନଦୀର ଓଡ଼ିଶା ପଟରେ ଥିବା ହୀରାକୁଦ ଜଳଭଣ୍ଡାରର ସମାନ ଅବସ୍ଥା। ଏଥିରୁ ମଧ୍ୟ ବହତୁ ବଡ଼ ବଡ଼ ଶିଳ୍ପ ସଂସ୍ଥାଙ୍କୁ ପାଣି ଦେବା ଆରମ୍ଭ ହୋଇଛି।

Sports

Latest News

ପାୱାର (କ୍ଷମତା) ଓ ପ୍ରେସ (ଗଣମାଧ୍ୟମ) ଉଭୟ ପବ୍ଲିକଙ୍କ (ସାଧାରଣ ନାଗରିକ) ସାମ୍ନାରେ ଦୁଇଟି ଭିନ୍ନ ବିନ୍ଦୁ। ସେଥିଲାଗି ପବ୍ଲିକ ସରକାରଙ୍କ କାର୍ଯ୍ୟକଳାପ ଜାଣିବା ଲାଗି ସକାଳର ଖବରକାଗଜ ପଢ଼େ, ସନ୍ଧ୍ୟାର ଟିଭି ସଂବାଦ ଦେଖେ। ଏହି ପଢୁଥିବା ଓ ଦେଖୁଥିବା କାରଣରୁ ସେ ନିଜକୁ ଶିକ୍ଷିତ ଓ ସଚେତନ ବୋଲି ମନେକରେ। ଯାହା ସେ ପଢ଼େ ବା ଦେଖେ ସେଥିରୁ ମନ ପସନ୍ଦର ଖବରକୁ ନେଇ ସେ ଚା ଦୋକାନଠାରୁ ଅଫିସ କରିଡର ପର୍ଯ୍ୟନ୍ତ ସବୁଠି ଆଲୋଚନା ମଧ୍ୟ କରିଥାଏ।

କିନ୍ତୁ ଆଜି ପବ୍ଲିକ ଆଲୋଚନା କରୁଛି କ’ଣ? ଆଜି ପବ୍ଲିକ ଏକ କଳ୍ପନା ଜଗତରେ ବୁଲୁଛି। ଆଈ ମା’ର ରାଜା ରାଣୀ ଓ ଅନେକ ଦାସଦାସୀ ଥିବା ରାଇଜକୁ ପ୍ରେସ ସେମାନଙ୍କୁ ନେଇଯାଉଛି।

ଆଜି ସୁବର୍ଣ୍ଣରେଖାର ଅବବାବାହିକାରେ ଅନେକ ବାଲି ମାଫିଆ ପଶ୍ଚିମ ବଙ୍ଗ ଓ ଓଡ଼ିଶାର ସୀମାରୁ ବାଲି ଉଠାଇବା କାରଣରୁ ବାଲେଶ୍ଵର ଜିଲ୍ଲାର ତଳ ପାଖରେ ନଦୀ କେବେ ବି ନିଜର ଗତିପଥ ବଦଳାଇପାରେ। ବାରମ୍ବାର ଚଢ଼ାଉ ସତ୍ତ୍ୱେ ନଦୀରୁ ବାଲି ଚୋରୀ ବନ୍ଦ ହେଉନାହିଁ। ଏଭଳି ଏକ ବିପଦ ଭିତର ଦେଇ ଯାଉଥିବା ଉତ୍ତର ଓଡ଼ିଶାବାସୀ ନିଶ୍ଚୟ ଆଶା କରିବେ ଯେ ରାଜଧାନୀର ସାମ୍ବାଦିକମାନେ ସେମାନଙ୍କ ସମସ୍ୟାକୁ ନେଇ ଅତି ପାଖରେ ପାଇଥିବା ମୁଖ୍ୟମନ୍ତ୍ରୀଙ୍କୁ ପଚାରିବେ।

ଆଳୁ ଓଡ଼ିଶାର ଜାତୀୟ ପରିବା କହିଲେ ଅତ୍ୟୁକ୍ତି ନୁହେଁ। ଯେଉଁ ସମୟରେ ଓଡ଼ିଶାରେ ଆଳୁ କିଲୋ ପ୍ରତି ୨୦ ଟଙ୍କା ଥିଲା ସେତିକି ବେଳେ ପଡ଼ୋଶୀ ପଶ୍ଚିମ ବଙ୍ଗରେ କିଲୋ ପ୍ରତି ୨ ଟଙ୍କା ଥିଲା। ପଶ୍ଚିମ ବଙ୍ଗର ଆଳୁର କମ ମୂଲ୍ୟ ହେତୁ ଚାଷୀ ଆତ୍ମହତ୍ୟା ମଧ୍ୟ କଲେ। ଅନେକ ବେପାରୀ ବାଲେଶ୍ଵର ଓ ମୟୂରଭଞ୍ଜର ଗ୍ରାମମାନଙ୍କରେ ଟ୍ରକରେ ଆଣି ଆଳୁ ବସ୍ତା ପିଛା ଏକ ଶହ ଟଙ୍କାରେ ବିକ୍ରି କଲେ। ଦୁଇ ମୁଖ୍ୟମନ୍ତ୍ରୀ ଦୁଇ ରାଜ୍ୟ ମଧ୍ୟରେ ରହିଥିବା କିଛି ଯୋଗାଣ ଜନିତ ସମସ୍ୟା ଦୂର କରିପାରିଥିଲେ ଏହି ଅସୁବିଧା ହୋଇନଥାନ୍ତା।

ଲୋକଙ୍କ ଏହି ଅସୁବିଧାକୁ ପାୱାର ବା ସରକାରଙ୍କ ସାମ୍ନାରେ ଆଣିବା ଲାଗି ପ୍ରେସ ବା ଗଣମାଧ୍ୟମରେ ବଡ଼ ଭୂମିକା ରହିଛି। ମୁଁ ଜଣେ ଓଡ଼ିଆଭାଷୀ ପବ୍ଲିକ। ମୁଁ ଉତ୍ତର ଓଡ଼ିଶାରେ ବି ଅଛି ଓ ଦକ୍ଷିଣରେ ବି ଅଛି। ଆମ ଭଳି ପବ୍ଲିକ ସର୍ବଦା ଚାହୁଁ ଯେ ପ୍ରେସ ନିଶ୍ଚିତ ରୂପେ ଆମର ସମସ୍ୟାକୁ ସରକାରଙ୍କ ସାମ୍ନାରେ ଉପସ୍ଥାପନ କରିବ।

ଗଣମାଧ୍ୟମରୁ ଲୋକଙ୍କ ପଭର୍ଟି ବା ଦାରିଦ୍ର୍ୟ ଓ ଅଧିକାର ସମ୍ପର୍କିତ ଆଲୋଚନା ଦୂରେଇଯାଉଛି।

ଆଜି ଆମେ ଦେଖୁଛୁ ଯେ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରୁ ଲୋକେ ବାହାର ରାଜ୍ୟକୁ ଦାଦନ ଶ୍ରମିକ ଭାବରେ ଯାଉଛନ୍ତି। ବିଶେଷକରି, ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ଆଦିବାସୀ ଓ ଦଳିତ ବର୍ଗର ଅନେକ ଲୋକ ଆଜି ତେଲେଙ୍ଗାନାର ବିଭିନ୍ନ ଇଟାଭାଟିକୁ ହଜାର ହଜାର ସଂଖ୍ୟାରେ ଯାଉଛନ୍ତି। ଏବେ ସଂପୂର୍ଣ୍ଣ ପରିବାର ଚାଲିଯିବା ମଧ୍ୟ ଦେଖାଯାଉଛି। କେଉଁଠି ସେମାନଙ୍କୁ ଅବହେଳାରେ ମାରିଦିଆଯାଉଛି ତ କେଉଁଠି ଯୌନ ନିର୍ଯାତନା ଦିଆଯାଉଛି।

ବେଶ କିଛି ସାମାଜିକ ଓ ମାନବିକ ଅଧିକାର କର୍ମୀଙ୍କ ଦ୍ଵାରା ପୁଣି ସେମାନଙ୍କୁ ସେଠାରୁ ଉଦ୍ଧାର କରାଯାଉଛି ଯେଉଁ ପ୍ରକ୍ରିୟାରେ ଏହି ଲେଖକ ଓ ଅନେକ ସାଥୀ ଆଜି ସାମିଲ ଅଛନ୍ତି। ଶ୍ରମ ମନ୍ତ୍ରଣାଳୟ ନିକଟରୁ ଆବଶ୍ୟକୀୟ ସହଯୋଗ ଆମକୁ ମିଳୁନାହିଁ।

ତେଲେଙ୍ଗାନା ଆଦିବାସୀ ମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ସମୟରେ ହେଉ ଅଥବା ଦଳ ବଦଳ ଲାଗି ଓଡ଼ିଶାର ପୂର୍ବ ମୁଖ୍ୟମନ୍ତ୍ରୀ ତେଲେଙ୍ଗାନା ଯାଇ ପୁଣି ଫେରିବା ସମୟର କଥା ହେଉ, ଏହି ପ୍ରସଙ୍ଗ ନିଶ୍ଚିତ ରୂପେ ସାମ୍ବାଦିକଙ୍କର ପଚାରିବା ଆବଶ୍ୟକ ଯେ କାହିଁକି ସେମାନେ ଶ୍ରମିକଙ୍କ ସୁରକ୍ଷା ଦିଗରେ କିଛି ପଦକ୍ଷେପ ନେଉନାହାନ୍ତି?

ଓଡ଼ିଶାରେ ସର୍ବନିମ୍ନ ମଜୁରୀରେ ବୃଦ୍ଧି ନଘଟିବା, ସରକାରୀ କାମରେ ଅତ୍ୟଧିକ ମେସିନର ବ୍ୟବହାର ଓ ସରକାରୀ କାମରେ ଲୋକଙ୍କୁ ମଜୁରୀ ପେମେଣ୍ଟରେ ଅତ୍ୟଧିକ ବିଳମ୍ବ କାରଣରୁ ଲୋକେ ଦାଦନ ଯାଉଛନ୍ତି।

ଆମର ମଧ୍ୟବିତ୍ତଙ୍କ ପ୍ରଶ୍ନ ଯେ ଲୋକେ କାହିଁକି ଦାଦନ ଯାଉଛନ୍ତି ଯେତେବେଳେ ସେମାନଙ୍କୁ ଏତେ ସରକାରୀ ସହଯୋଗ ମିଳୁଛି?

ଏହାର ଉତ୍ତର ହେଉଛି ଯଦି ମାସିକ ପାଞ୍ଚ କିଲୋ ଚାଉଳରେ ପରିବାରର ସମସ୍ତ ଆବଶ୍ୟକତା ପୂରଣ ହୋଇଯାଉଥାନ୍ତା ତେବେ ଏକ ପ୍ରତିଶତ ଭାରତୀୟଙ୍କ ହାତରେ ତିରିଶ ପ୍ରତିଶତ ସମ୍ପତ୍ତି ଠୁଳ ହୋଇନଥାନ୍ତା। ହିତାଧିକାରୀମାନେ ବିଲିୟୋନେୟାର ହେବା ଉଦ୍ଦେଶ୍ୟରେ ଦାଦନ ଯାଇନଥା’ନ୍ତି ବରଂ ବିଲିୟୋନେୟାରଙ୍କ ସମ୍ପତ୍ତି ଠୁଳ କରିବା ମନୋବୃତ୍ତି କାରଣରୁ ସେମାନେ ଶୋଷଣର ଶିକାର ହୋଇଥା’ନ୍ତି।

ଗ୍ରାମ ପାଖରେ ଥିବା ସମସ୍ତ ଜୀବିକା ଧ୍ଵଂସ ହୋଇଯିବା, ମନରେଗା କାମ ପ୍ରାୟ ବନ୍ଦ ହୋଇଯିବା, ସ୍ୱାସ୍ଥ୍ୟ ଓ ଶିକ୍ଷା ଭଳି ଜରୁରୀ ଆବଶ୍ୟକତା ଗୁଡ଼ିକ ସରକାରଙ୍କ ହାତରୁ ବିଲିୟୋନେୟାରଙ୍କ ହାତକୁ ଚାଲିଯିବା କାରଣରୁ ସାଧାରଣ ଲୋକଙ୍କ ଲାଗି ଅନ୍ୟ ରାଜ୍ୟକୁ ଯିବା ଓ ମଜୁରୀ ଖଟିବା ଜରୁରୀ ହୋଇପଡ଼ିଛି। ଆଜି ଗ୍ରାମାଞ୍ଚଳରେ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ବ୍ୟତୀତ ଅନ୍ୟ କୌଣସି ଯୋଜନା ନିୟମିତ ନୁହେଁ ଓ କୌଣସିଥିରେ ସ୍ୱଚ୍ଛତା ମଧ୍ୟ ନାହିଁ।

ଆଜି ମହାନଦୀ ପ୍ରାୟତଃ ଶୁଖିବା ଉପରେ। ଏହାର ଛତିଶଗଡ଼ ପାର୍ଶ୍ଵର ରବି ଶଙ୍କର ଡ୍ୟାମ, ହାସଦେଓ ଡ୍ୟାମ, ମୁରୁର୍ମ ସିଲ୍ଲୀ ଡ୍ୟାମ, ତଣ୍ଡଲା ଡ୍ୟାମ, ସୋନ୍ଦୁର ଡ୍ୟାମ, ଦୁଧୱା ଜଳଭଣ୍ଡାର, ଖରାଙ୍ଗ ଜଳଭଣ୍ଡାର, ମୋଙ୍ଗରା ବ୍ୟାରେଜ ଓ କୋଡର ଜଳଭଣ୍ଡାର ମହାନଦୀର ଛତିଶଗଡ଼ ପଟେ ପୂର୍ବରୁ ତିଆରି ସରିଛି। ଗଲା କିଛି ବର୍ଷ ହେଲା ଏହି ଡ୍ୟାମ/ଜଳଭଣ୍ଡାରରୁ ବିଭିନ୍ନ ଶିଳ୍ପ ସଂସ୍ଥାକୁ ପାଣି ଦେବା ଆରମ୍ଭ ହୋଇଛି।

ଏଭଳି ସଂବେଦନଶୀଳ ପ୍ରସଙ୍ଗରେ ପ୍ରେସ ନିଜର ଭୂମିକା ଦେଖୁନାହିଁ। ଛତିଶଗଡ଼ର କଂଗ୍ରେସ ମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ସମୟରେ ହେଉ ଅଥବା ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତିଙ୍କ ସାମ୍ବାଦିକ ସମ୍ମିଳନୀ ହେଉ, ଏ ସମ୍ପର୍କରେ ସାମ୍ବାଦିକମାନେ ପଚାରିବା ଛାଡ଼ିଦେଉଛନ୍ତି। ମହାନଦୀ ବିବାଦର ସମାଧାନର ରାସ୍ତା ସମ୍ପର୍କରେ ପ୍ରଶ୍ନ କରିବା ରାଜ୍ୟର ହିତ ଲାଗି ଜରୁରୀ। କିନ୍ତୁ ତାହା ହେଉନାହିଁ।

ମହାନଦୀର ଓଡ଼ିଶା ପଟରେ ଥିବା ହୀରାକୁଦ ଜଳଭଣ୍ଡାରର ସମାନ ଅବସ୍ଥା। ଏଥିରୁ ମଧ୍ୟ ବହତୁ ବଡ଼ ବଡ଼ ଶିଳ୍ପ ସଂସ୍ଥାଙ୍କୁ ପାଣି ଦେବା ଆରମ୍ଭ ହୋଇଛି। କେତେକ କମ୍ପାନୀ ତ ଉଭୟ ପାର୍ଶ୍ଵରେ ରହିଛନ୍ତି ଓ ଉଭୟ ସରକାରଙ୍କୁ ପ୍ରଭାବିତ କରି ଜଳସେଚନ ଲାଗି ଉଦ୍ଦିଷ୍ଟ ପାଣିକୁ ନିଜ ପ୍ଳାଣ୍ଟ ମଧ୍ୟକୁ ନେଇଯାଉଛନ୍ତି। ଏଥିଲାଗି ପ୍ରାୟ ୧୩୦ଟି ଚୁକ୍ତି ହୋଇଛି। ଏହା ଆଗାମୀ ଦିନରେ ପଶ୍ଚିମ ଓଡ଼ିଶା ଓ ଉପକୂଳ ଓଡ଼ିଶା ଲାଗି ବିରାଟ ସମସ୍ୟା ସୃଷ୍ଟି କରିବ। ଏ ସଂପର୍କରେ ମଧ୍ୟ ଓଡ଼ିଆ ଗଣମାଧ୍ୟମ ଓଡ଼ିଶା ସରକାରଙ୍କୁ ପଚାରୁନାହିଁ।

ନଦୀ ବିବାଦ ହେଉ କିମ୍ବା ଚାଷୀଙ୍କ ସମସ୍ୟା ହେଉ କି ଶ୍ରମିକର ସମସ୍ୟା କଥା ହେଉ, ବିବାଦର କାରଣକୁ ଯଦି ଆମେ ନିର୍ଦ୍ଦିଷ୍ଟ କରିଦେବା ତେବେ ସମାଧାନ ଆପେ ଆପେ ହୋଇଯିବ। ପାୱାରରେ ଥିବା ଶକ୍ତି ଆଜି ଅନେକ ସମସ୍ୟା ତିଆରି କରୁଛନ୍ତି। ତାଙ୍କୁ ସେଥିରୁ ନିବୃତ୍ତ କରିବାର ରାସ୍ତା ପ୍ରେସ ବାହାର କରିବା ଆବଶ୍ୟକ।

ପାୱାର କହିଲେ କେବଳ ସରକାରୀ ଦଳ ନୁହନ୍ତି। ପାୱାର କହିଲେ ସରକାରୀ ଓ ବିରୋଧୀ ଉଭୟଙ୍କୁ ବୁଝାଏ। କାରଣ ଏଠାରେ ଯିଏ ବିରୋଧୀ ଦଳ ସେ ଅନ୍ୟ ରାଜ୍ୟରେ ସରକାରୀ ଦଳ।

ଆଜି କିନ୍ତୁ ପ୍ରେସ ନିଜର ସ୍ଵତନ୍ତ୍ର ସ୍ଥିତିକୁ ଭୁଲିଯିବାକୁ ବସୁଛି ଓ ପାୱାର ସହିତ ନିଶ୍ଚିହ୍ନ ହୋଇଯାଉଛି। ପାୱାର ଓ ପ୍ରେସ ଗୋଟିଏ ବିନ୍ଦୁ ହୋଇଯାଉଛନ୍ତି। ତେଣୁ କ୍ଷମତାଶାଳୀଙ୍କୁ ପ୍ରଶ୍ନ କରିବା ମିଡିଆ କେବେଠାରୁ ଛାଡ଼ିଦେଲାଣି। ଜାତୀୟ ମିଡିଆ ମଧ୍ୟ ଦ୍ଵାରା ଅନୁସନ୍ଧାନ କରି କିଛି ନୂଆ ତଥ୍ୟ ସାମ୍ନାକୁ ଆଣିବାର ଉଦାହରଣ (‘ଦି ୱେୟାର’ ଦ୍ଵାରା ‘ପେଗାସସ’ କୁ ବାଦ ଦେଲେ) ଆଜି ପ୍ରାୟତଃ ନାହିଁ।

ଆଜି ଆମେରିକୀୟ ସଂସ୍ଥା ହିଣ୍ଡେନବର୍ଗ ଯାହା କରିଛି ତାହା ଭାରତୀୟ ମିଡିଆ କାହିଁକି କରିପାରିଲେ ନାହିଁ ନିଜକୁ କାହିଁକି ପଚାରୁ ନାହିଁ? କାରଣ ଏହିମାନେ ଦିନେ ବଫର୍ସ ଘୋଟାଲାକୁ ସାମ୍ନାକୁ (ସାମ୍ବାଦିକ ଚିତ୍ରା ସୁବ୍ରମନ୍ୟମ) ଆଣିଥିଲେ।

ଭାରତ ଭଳି ଏକ ଗଣତାନ୍ତ୍ରିକ ଦେଶରେ କୌଣସି ଭାରତୀୟ ବିଶ୍ଵର ସର୍ବଶ୍ରେଷ୍ଠ ଧନୀ ବ୍ୟକ୍ତି ହେବା କିମ୍ବା ଦେଶର ଅତି ଧନୀ ବ୍ୟକ୍ତି ହେବା କଦାପି ପ୍ରମୁଖ ଖବର ହୋଇନପାରେ। ବରଂ ଗଣତନ୍ତ୍ର ଠିକରେ ପରିଚାଳିତ ହେଉନଥିବା ଏହା ଦର୍ଶାଉଛି। କିନ୍ତୁ ଗଣମାଧ୍ୟମ ଏହାକୁ ପ୍ରମୁଖ ଖବର କରୁଛି।

ପ୍ରେସ, ପାୱାର ଓ ପ୍ରପର୍ଟି ଏକ ହୋଇଯାଇଛନ୍ତି। ଭାରତର ଧନୀ ବ୍ୟକ୍ତି କେବେ ଦେଶର ତ ପୁଣି ଏସିଆର ଓ ପରେ ବିଶ୍ଵର ଦ୍ଵିତୀୟ ସର୍ବଶ୍ରେଠ ଧନୀବ୍ୟକ୍ତିର ଖବର ପ୍ରଥମ ପୃଷ୍ଠାରେ ଦେଉଛନ୍ତି। ସବୁ ଯେମିତି ଦେଶରେ ଠିକ ଚାଲିଛି, ଏକ ‘ଡିଜିନୀ ଲ୍ୟାଣ୍ଡ’ରେ ସେମାନେ ଆମକୁ ଛାଡ଼ିଦେଉଛନ୍ତି।

ଆଜି ଗୌତମ ଅଦାନୀଙ୍କୁ ନେଇ ଅନେକ ଚର୍ଚ୍ଚା। ବିଶ୍ଵର ଦ୍ଵିତୀୟ ଧନୀବ୍ୟକ୍ତି ଓଡ଼ିଶାର କୌଣସି ବି ବିଭାଗୀୟ ମନ୍ତ୍ରୀ, ସଚିବ, ମିଡିଆ ଓ ସରକାରୀ ଦଳକୁ ପ୍ରଭାବିତ କରିବା ସ୍ଵାଭାବିକ ଓ ତାହା ହୋଇଛି। ଏଥିରେ ସଫଳ ହେଲେ ବିଶ୍ଵ ତାଲିକାରେ ପ୍ରଥମ ହୋଇଥାନ୍ତେ। ଦେଶ ପାଇଁ ହୁଏତ ଗର୍ବ ଆଣିଥା’ନ୍ତେ। ଦେଶରେ ଦାରିଦ୍ର୍ୟ ଅଛି ବୋଲି କହୁଥିବା ଲୋକେ ଏହାପରେ ‘ଦେଶଦ୍ରୋହୀ’ ହୋଇଥା’ନ୍ତେ।

ରାଜ୍ୟ ସରକାରଙ୍କ ଶିଳ୍ପ ନୀତିରେ ରହିଛି ଯେ କୌଣସି କମ୍ପାନୀ ନିଜର ପ୍ଳାଣ୍ଟ ନଥିଲେ ତାହାକୁ ଖଣି ଲିଜ ମିଳିବ ନାହିଁ। କିନ୍ତୁ ଏକ ବିଶେଷ ସ୍ଥିତିରେ ତାହାକୁ ପରିବର୍ତ୍ତନ କରିଦିଆଗଲା।

ଓଡ଼ିଶାରେ କୌଣସି ଆଲୁମିନା ପ୍ଳାଣ୍ଟ ନଥାଇ ବି ରାୟଗଡ଼ା ଜିଲ୍ଲାରେ ବକ୍ସାଇଟ ଖଣି ଅଦାନୀକୁ ମିଳିବା, ଓଡ଼ିଶା ଲାଗି ନିର୍ଦ୍ଦିଷ୍ଟ ଯୋଜନା ନଥାଇ ଦୁଇଟି କୋଇଲା ବ୍ଲକ ମିଳିବା, ଧାମରା ସମେତ କିଛି ବନ୍ଦର ତାଙ୍କୁ ମିଳିବା, ଗମନାଗମନ କ୍ଷେତ୍ରରେ କୌଣସି ଅନୁଭୂତି ନଥାଇ ବି ଓଡ଼ିଶାରେ ଶିଳ୍ପ କରିଡର ତିଆରି କରିବା ଲାଗି ଆଦାନୀଙ୍କୁ ଅନୁମତି ମିଳିବା ଇତ୍ୟାଦି ଶୁଣିଲେ ସନ୍ଦେହ ଆସେ।

ଦୀର୍ଘ ବର୍ଷ ତଳେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଜନ ଶୁଣାଣୀକୁ ଲୋକେ ବିରୋଧ କରି ଆଦାନୀର କୋଇଲା ଖଣି ପ୍ରସ୍ତାବକୁ ବନ୍ଦ କରିଦେଇଥିଲେ। ଏବେ ପୁଣି ସେହି ଛୋଟ ବ୍ଲକର ୧୪ କୋଇଲା ଖଣିକୁ କମ୍ପାନୀଙ୍କୁ ଦେବା ଲାଗି ନିଲାମ ହେଉଛି।

ହିଣ୍ଡେନବର୍ଗ ରିପୋର୍ଟ ଆସିବା ପରେ ରାଜ୍ୟ ସରକାର କ’ଣ ଏହି ସମସ୍ତ ପ୍ରକଳ୍ପକୁ ସମୀକ୍ଷା କରିବାକୁ ଆଗ୍ରହୀ ନା ଭାବୁଛନ୍ତି ଯେ ଆଦାନୀ କମ୍ପାନୀ, ଯାହାର ଶେଲ କମ୍ପାନୀ ରହିଛି ତାହା ଦ୍ଵାରା ରାଜ୍ୟର ବିକାଶ ହୋଇପାରିବ? ସାମ୍ବାଦିକମାନେ ଗଲା ମାସେ ମଧ୍ୟରେ କେବେ ରାଜ୍ୟର ଶିଳ୍ପ ଓ ଖଣି ମନ୍ତ୍ରୀଙ୍କୁ ଏ ପ୍ରସଙ୍ଗରେ ପଚାରିଲେ ନାହିଁ।

ବୃହତ କମ୍ପାନୀମାନେ ବିଦେଶରେ ‘ଶେଲ କମ୍ପାନୀ’ (ଏଭଳି କମ୍ପାନୀ କେବଳ କାଗଜପତ୍ରରେ ରହିଥାଏ) ଗଠନ କରି ଏହା ଦ୍ଵାରା ଆମଦାନୀ, ରପ୍ତାନୀ ଇତ୍ୟାଦି ଦେଖାଇ ଅନେକ ଟିକସ ଫାଙ୍କିଥା’ନ୍ତି। ଗୌତମ ଆଦାନୀଙ୍କ ବଡ଼ ଭାଇଙ୍କ ନାମରେ ୩୮ ଟି ଏହିପରି ‘ଶେଲ କମ୍ପାନୀ’ ରହିଥିବା କଥା ହିଣ୍ଡେନବର୍ଗ ରିପୋର୍ଟ ପ୍ରକାଶ କରେ।

ପାୱାର ଓ ପ୍ରପର୍ଟି ପୂର୍ବରୁ ଗୋଟିଏ ବିନ୍ଦୁ ହୋଇଯାଇଥିଲେ। ତାହାର ଉଦାହରଣ ହେଲା, ନିର୍ବାଚିତ ସଦସ୍ୟଙ୍କ ମଧ୍ୟରୁ ଅଶି ପ୍ରତିଶତ କୋଟିପତି। ଆଜି କିନ୍ତୁ ପାୱାର, ପ୍ରେସ ଓ ପ୍ରପର୍ଟି ଗୋଟିଏ ବିନ୍ଦୁରେ ଆସିଯାଉଛନ୍ତି। ଏହା ଆମ ଭଳି ପବ୍ଲିକଙ୍କୁ ସ୍ପଷ୍ଟ ଦେଖାଯାଉଛି।

ଏଭଳି ସ୍ଥିତିରେ ପ୍ରେସ ନିଜର ସ୍ଵତନ୍ତ୍ର ପରିଚୟ ରଖିବା ଜରୁରୀ ହେଉଛି।

ଦେବ ରଞ୍ଜନ

ଫୋ- ୮୪୫୬୯୩୧୪୨୩

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story