ଖାଲି ପଡ଼ିଛି ଲକ୍ଷେ ମୂଳ ସରକାରୀ ପଦବୀ: ସ୍ୱାସ୍ଥ୍ୟ ଓ ଶିକ୍ଷାରେ ସର୍ବାଧିକ ୪୯ହଜାର ପଦବୀ

ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ପ୍ରାୟ ଏକ ଲକ୍ଷ ମୂଳ ପଦବୀ ଖାଲି ପଡ଼ିଛି

school

Representational Image

Ordigital Desk
  • Published: Tuesday, 06 February 2024
  • Updated: 06 February 2024, 10:15 PM IST

Sports

Latest News

ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ପ୍ରାୟ ଏକ ଲକ୍ଷ ମୂଳ ପଦବୀ ଖାଲି ପଡ଼ିଛି। ସେଥିରୁ ସର୍ବାଧିକ ସ୍ୱାସ୍ଥ୍ୟ ଓ ଶିକ୍ଷା ବିଭାଗରେ ଖାଲି ରହିଛି। ରାଜ୍ୟରେ ଏତେ ସଂଖ୍ୟକ କର୍ମଚାରୀ ପଦବୀ ଖାଲି ପଡ଼ିଥିଲେ ମଧ୍ୟ ସରକାରୀ ଚାକିରିର ମୂଳ ପଦବୀକୁ ପୂରଣ କରିବା ଦିଗରେ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ। ଯେଉଁଥିପାଇଁ ବିଗତ ୫ବର୍ଷ ମଧ୍ୟରେ ମାତ୍ର ୫୩୩୮୯ଜଣଙ୍କୁ ସରକାରୀ ଚାକିରିରେ ନିଯୁକ୍ତି ଦେଇଥିବା ଜଣାପଡ଼ିଛି।

ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ଆଜି ବିଧାନସଭାରେ ବିଧାୟକ ମୁକେଶ ମହାଲିଙ୍ଗଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ କହିଛନ୍ତି ଯେ, ୨୦୨୪ ଜାନୁୟାରୀ ୩୧ତାରିଖ ସୁଦ୍ଧା ରାଜ୍ୟରେ ମୋଟ୍ ୯୮୩୪୮ଟି ମୂଳ ପଦବୀ ଖାଲି ପଡ଼ିଛି । ଏଥିରେ ସର୍ବାଧିକ ସ୍ୱାସ୍ଥ୍ୟ ବିଭାଗରେ ୨୬୮୧୫ଟି, ଗଣଶିକ୍ଷା ବିଭାଗରେ ୨୧୮୧୧ଟି ପଦବୀ, ରାଜସ୍ୱ ବିଭାଗରେ ୫୮୯୨ଟି, ପଂଚାୟତିରାଜ ବିଭାଗରେ ୩୫୫୨ଟି, ଶିକ୍ଷା ବିଭାଗରେ ୩୭୭୭ଟି, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗରେ ୪୬୭୪ଟି, ଗୃହ ବିଭାଗରେ ୭୩୧୫ଟି, କୃଷି ବିଭାଗରେ ୨୮୨୧ଟି, ଜଳସମ୍ପଦ ବିଭାଗରେ ୨୭୩୨ଟି ପଦବୀ ଖାଲି ପଡ଼ିଛି । ମୋଟ ୪୧ଟି ବିଭାଗରେ ଏହି ୯୮୩୪୮ଟି ମୂଳ ପଦବୀ ଖାଲି ପଡ଼ିଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି ।

ମନ୍ତ୍ରୀ ଶ୍ରୀ ଘଡ଼ାଇ କହିଛନ୍ତି ଯେ, ସରକାରୀ ଚାକିରିରେ ଆବେଦନ ପାଇଁ ସର୍ବୋଚ୍ଚ ବୟସସୀମାକୁ ୪୨ବର୍ଷକୁ ବୃଦ୍ଧି କରାଯିବା ପାଇଁ ସରକାରଙ୍କ ନିକଟରେ ଏବେ କୌଣସି ପ୍ରସ୍ତାବ ନାହିଁ । ମାତ୍ର ରାଜ୍ୟ ସରକାର ୨୦୨୪ ମୂଳ ପଦବୀ ଓ ସେବାରେ ପ୍ରବେଶ ପାଇଁ ଜାରି ହେବାକୁ ଥିବା ବିଜ୍ଞାପନ ନିମନ୍ତେ ସର୍ବୋଚ୍ଚ ବୟସସୀମାକୁ ୩୨ରୁ ୩୮ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।

Also Read

ଉଲ୍ଲେଖଯୋଗ୍ୟ, ଗତକାଲି ରାଜ୍ୟପାଳ ରଘୁବର ଦାସ ବିଧାନସଭାରେ ଦେଇଥିବା ଅଭିଭାଷଣରେ ବିଗତ ୫ବର୍ଷ ମଧ୍ୟରେ ରାଜ୍ୟ ସରକାରଙ୍କ ୩ଟି ପ୍ରମୁଖ ନିଯୁକ୍ତି ଏଜେନ୍ସୀ ଓଡ଼ିଶା ଲୋକସେବା ଆୟୋଗ, ଓଡ଼ିଶା ଷ୍ଟାଫ ସିଲେକ୍ସନ ଆୟୋଗ, ଓଡ଼ିଶା ସବଅର୍ଡିନେଟ୍ ଷ୍ଟାଫ ସିଲେକ୍ଟନ ଆୟୋଗ ସମେତ ପୁଲିସ ବୋର୍ଡ ମାଧ୍ୟମରେ ମୋଟ ୫୩୩୮୯ଜଣଙ୍କୁ ନିଯୁକ୍ତି ଦେଇଥିବା କହିଛନ୍ତି ।

ଏତେ ସଂଖ୍ୟକ ମୂଳ ପଦବୀ ଖାଲି ପଡ଼ିଥିବାବେଳେ ସରକାର କାହିଁକି ନିଯୁକ୍ତି ପ୍ରକ୍ରିୟାକୁ ନେଇ ଏତେ ଶୀଥଳତା ଅବଲମ୍ବନ କରୁଛନ୍ତି ତାହା ବୁଝାପଡ଼ୁନି । ରାଜ୍ୟରେ ବେକାର ସମସ୍ୟା ଦିନକୁ ଦିନ ଅଧିକ ହେଉଥିଲେ ମଧ୍ୟ ସେହୌି ଅନୁପାତରେ ନିଯୁକ୍ତି ପ୍ରକ୍ରିୟା କରିବାରେ ସରକାର ଏପର୍ଯ୍ୟନ୍ତ ସକ୍ଷମ ହୋଇପାରିନାହାନ୍ତି । ରାଜ୍ୟ ସରକାର ସ୍ୱାସ୍ଥ୍ୟ ଓ ପ୍ରାଥମିକ ଶିକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଉଥିଲେ ମଧ୍ୟ ଏହି ଦୁଇ ବିଭାଗରେ ପ୍ରାୟ ୪୯ହଜାର ମୂଳ ପଦବୀ ଖାଲି ପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story