ଆବଶ୍ୟକ ସାମଗ୍ରୀ: ମୁଢ଼ି, ଗାଜର, କ୍ୟାପିସମ,ପିଆଜ,ଲୁଣ, ହଳଦୀ , ବେସନ, ଧଳା ରାଶି, କଟା କଞ୍ଚା ଲଙ୍କା, ଧନିଆ ପତ୍ର, ତେଲ,
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମୁଢ଼ିକୁ ଏକ ପାତ୍ରରେ ନେଇ ତାକୁ କିଛି ସମୟ ପାଇଁ ଭିଜାଇ ରଖନ୍ତୁ। ଏହା ଭିଜିଗଲା ପରେ ତାକୁ ଭଲ ଭାବରେ ଗ୍ରାଇଣ୍ଡିଂ କରି ଦିଅନ୍ତୁ। ପରେ ସେଥିରେ କଟା ଗାଜର, କ୍ୟାପିସମ ଓ ପିଆଜ ମିଶାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ। ପରେ ସେଥିରେ ଆବଶ୍ୟକ ଅନୁସାରେ ଲୁଣ, ହଳଦୀ , ବେସନ, ଧଳା ରାଶି, କଟା କଞ୍ଚା ଲଙ୍କା ଓ ଧନିଆ ପତ୍ର ପକାଇ ଗୋଳାଇ ଦିଅନ୍ତୁ।
ପରେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବାପରେ ଗୋଳାଇ ରଖିଥିବା ମିଶ୍ରଣ ପକୁଡି ଆକାରରେ ଛାଣନ୍ତୁ। ପକୁଡିର ଦୁଇ ପାର୍ଶ୍ୱ ହୋଇଗଲା ପରେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ମୁଢ଼ି ପକୁଡି। ଏହାକୁ ଟମାଟୋ ଚଟଣି ଓପୁଦିନା ଚଟଣି ସହ ଖାଇପାରିବେ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Food
ବଡ଼ ଦିନରେ ଘରେ ପ୍ରସ୍ତୁତ କରନ୍ତୁ ଚିକେନର ଏହି ସୁନ୍ଦର ରେସିପି
ଏହାକୁ ଗରମାଗରମ ରୁଟି, ନାନ କିମ୍ବା ଭାତ ସହ ଖାଇପାରିବେ।
Food
ବିପଦପୂର୍ଣ୍ଣ ଖାଦ୍ୟ ତାଲିକାରେ ପ୍ୟାକେଜ ପାଣି, ମାନକ ମାପିବ FSSAI
ପ୍ୟାକେଜ୍ ପାଣି ସ୍ୱାସ୍ଥ୍ୟ ପାଇଁ ହାନିକାରକ କି, ନୁହେଁ, ଜାଣନ୍ତୁ...