ନିର୍ବାଚନକୁ ଦେଖି ମନେପଡ଼ିଲା ସ୍ୱତନ୍ତ୍ର ବିକାଶ ପରିଷଦ: ୧୮ ଦଳୀୟ କର୍ମୀଙ୍କୁ ଥଇଥାନ କଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ପ୍ରାୟ ଦୁଇବର୍ଷ ପରେ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ବିକାଶ ପରିଷଦ(ଏସଡିସି) କଥା ମନେପଡ଼ିଛି । ଦଳର ୧୮ଜଣ ଆଦିବାସୀ ନେତା ବା କର୍ମୀଙ୍କୁ ୯ଟି ଜିଲ୍ଲାର ସ୍ୱତନ୍ତ୍ର ବିକାଶ ପରିଷଦର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ପଦରେ ଥଇଥାନ କରିଛନ୍ତି । ଏହି ନେତାମାନେ ୨ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବେ । ଆଜି ଏନେଇ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି […]

sdc

sdc

Ordigital Desk
  • Published: Tuesday, 27 September 2022
  • Updated: 27 September 2022, 08:03 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ପ୍ରାୟ ଦୁଇବର୍ଷ ପରେ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ବିକାଶ ପରିଷଦ(ଏସଡିସି) କଥା ମନେପଡ଼ିଛି । ଦଳର ୧୮ଜଣ ଆଦିବାସୀ ନେତା ବା କର୍ମୀଙ୍କୁ ୯ଟି ଜିଲ୍ଲାର ସ୍ୱତନ୍ତ୍ର ବିକାଶ ପରିଷଦର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ପଦରେ ଥଇଥାନ କରିଛନ୍ତି । ଏହି ନେତାମାନେ ୨ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବେ । ଆଜି ଏନେଇ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଦିବାସୀବହୁଳ ୯ଟି ଜିଲ୍ଲା ପାଇଁ ଏସଡିସି ଗଠନ ହୋଇଥିଲା ଓ ଏବେ କେବଳ ସୁନ୍ଦରଗଡ଼ରେ ଏସଡିସି ଅଧ୍ୟକ୍ଷ ଭାବେ ବିଜେଡି ନେତା ବିନୟ ଟପ୍ପୋ କାର୍ଯ୍ୟ କରୁଛନ୍ତି ।

୨୦୧୯ ନିର୍ବାଚନ ପୂର୍ବରୁ ଆଦିବାସୀ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ କ୍ଷମତାସୀନ ବିଜେଡି ସରକାର ୯ଟି ଆଦିବାସୀବହୁଳ ଜିଲ୍ଲା ଯଥା- ମୟୂରଭଞ୍ଜ, କେନ୍ଦୁଝର, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, କନ୍ଧମାଳ ଓ ସୁନ୍ଦରଗଡ଼ରେ ସ୍ୱତନ୍ତ୍ର ବିକାଶ ପରିଷଦ(ଏସଡିସି) ଗଠନ କରିଥିଲେ । ଏହି ଏସଡିସି ଜିଲ୍ଲାଗୁଡ଼ିକରେ ପୂର୍ବରୁ ନିଜର କର୍ମୀ ଓ ନେତାଙ୍କୁ ଥଇଥାନ କରିଥିଲେ । ମାତ୍ର ସେମାନଙ୍କର ଅବଧି ଶେଷ ହୋଇଥିଲେ ମଧ୍ୟ ଆଉ କାହାରିକୁ ପୁନଃ ନିଯୁକ୍ତି ଦେଇନଥିଲେ । ତେବେ ଆଗକୁ ସାଧାରଣ ନିର୍ବାଚନ ଥିବାରୁ ସରକାର ଆଦିବାସୀ ଭୋଟରଙ୍କୁ ଆକୃଷ୍ଟ ନିମନ୍ତେ ଏହି ଏସଡିସି ଗଠନ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଆଜି ସମସ୍ତ ୯ଟି ଜିଲ୍ଲାର ଏସଡିସି ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ନିଯୁକ୍ତି ଦେଇଛନ୍ତି ।

ମୟୂରଭଞ୍ଜ ଜିଲ୍ଲାରେ ଡଃ ଦେବାଶୀଷ ମାରାଣ୍ଡି ଏସଡିସି ଅଧ୍ୟକ୍ଷ ଓ କମଳା ତିରିଆଙ୍କୁ ଉପାଧ୍ୟକ୍ଷ ଭାବେ ଥଇଥାନ କରାଯାଇଥିବାବେଳେ କେନ୍ଦୁଝର ଜିଲ୍ଲା ଏସଡିସିର ଅଧ୍ୟକ୍ଷ ଭାବେ ଲକ୍ଷ୍ମୀ ନାୟକ, ଉପାଧ୍ୟକ୍ଷ- ନାରାୟଣ ପୂର୍ତ୍ତି, ମାଲକାନଗିରି ଏସଡିସି ଅଧ୍ୟକ୍ଷ- ଆଦମା ରବା ଓ ଉପାଧ୍ୟକ୍ଷ-ରାଇଲା ନାଏକ, କୋରାପୁଟ ଏସଡିସି ଅଧ୍ୟକ୍ଷ-ଚନ୍ଦ୍ରଶେଖର ମାଝୀ ଓ ଉପାଧ୍ୟକ୍ଷ- ଲକ୍ଷ୍ମୀ ହନ୍ତାଳ, ନବରଙ୍ଗପୁର ଏସଡିସି ଅଧ୍ୟକ୍ଷ- ଉପେନ୍ଦ୍ର ଗଣ୍ଡ ଓ ଉପାଧ୍ୟକ୍ଷ-ଭାନୁମତୀ ପୂଜାରୀ, ରାୟଗଡ଼ା ଏସଡିସି ଅଧ୍ୟକ୍ଷ- ଅନୂସୟା ମାଝୀ ଓ ଉପାଧ୍ୟକ୍ଷ-ବନମାଳୀ କଡ୍ରାକା, ଗଜପତି ଜିଲ୍ଲା ଏସଡିସି ଅଧ୍ୟକ୍ଷ- ମାରିୟମ ରାଇତୋ ଓ ଉପାଧ୍ୟକ୍ଷ- ଧନେଶ୍ୱର ଭୂୟାଁ, କନ୍ଧମାଳ ଜିଲ୍ଲା ଏସଡିସି ଅଧ୍ୟକ୍ଷ- ରୋଦାନ ମଲ୍ଲିକ ଓ ଉପାଧ୍ୟକ୍ଷ-ନଳିନୀ କହଁର ଏବଂ ସୁନ୍ଦରଗଡ଼ ଜିଲ୍ଲାର ଏସଡିସି ଉପାଧ୍ୟକ୍ଷ ଭାବେ ସୁଶୀଳା ଟପ୍ନୋଙ୍କୁ ନିଯୁକ୍ତି ମିଳିଛି । ସୁନ୍ଦରଗଡ଼ ଜିଲ୍ଲା ଏସଡିସି ଅଧ୍ୟକ୍ଷ ଭାବେ ବିନୟ ଟପ୍ପୋ ୨୦୨୧ ନଭେମ୍ବର ୬ରୁ କାର୍ଯ୍ୟ କରୁଛନ୍ତି ।

ସୂଚନାଯୋଗ୍ୟ, ରାଜ୍ୟର ୯ ଆଦିବାସୀବହୁଳ ଜିଲ୍ଲାର ୧୧୭ଟି ବ୍ଲକ ଅନ୍ତର୍ଗତ ୨୦୨୨ ପଂଚାୟତର ୧୮୬୮୭ଟି ଗାଁର ୧୪.୦୫ଲକ୍ଷ ଆଦିବାସୀ ପରିବାରର କଳା,ସଂସ୍କୃତି, ପରମ୍ପରା, କ୍ରୀଡ଼ା ଓ ଅନ୍ୟାନ୍ୟ ବିକାଶ ପାଇଁ ବିଜେଡି ସରକାର ସ୍ୱତନ୍ତ୍ର ଭାବେ ଏସଡିସି ଗଠନ କରିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story