କେମିତି ଉଦ୍ଧାର କରିଥିଲେ ଏନଡିଆରଏଫ୍ ଟିମ୍?

ଜୁନ ୨ ତାରିଖରେ ବାଲେଶ୍ବର ବାହାନଗା ରେଳ ଦୁର୍ଘଟଣା ସଂପର୍କରେ ଖବର ପାଇ ମୁଣ୍ଡଳୀରେ ଥିବା ଏନଡିଆରଏଫ୍ ଟିମ ବାହାରିଥିଲେ ୬ଟି ଟିମ୍। ବାଲେଶ୍ବରରେ ଗୋଟିଏ ଟିମ ଆଗରୁ ପହଁଞ୍ଚିଯାଇଥିଲା। କଲିକତାରୁ ବି ଆସିଥିଲେ ଦୁଇଟି ଟିମ୍।

Manoj Swain
  • Published: Tuesday, 06 June 2023
  • Updated: 06 June 2023, 06:34 PM IST

Sports

Latest News

ଜୁନ ୨ ତାରିଖରେ ବାଲେଶ୍ବର ବାହାନଗା ରେଳ ଦୁର୍ଘଟଣା ସଂପର୍କରେ ଖବର ପାଇ ମୁଣ୍ଡଳୀରେ ଥିବା ଏନଡିଆରଏଫ୍ ଟିମ ବାହାରିଥିଲେ ୬ଟି ଟିମ୍। ବାଲେଶ୍ବରରେ ଗୋଟିଏ ଟିମ ଆଗରୁ ପହଁଞ୍ଚିଯାଇଥିଲେ। କଲିକତାରୁ ବି ଆସିଥିଲେ ଦୁଇଟି ଟିମ୍। ଏନଡିଆରଏଫର ମୋଟ ୯ଟି ଟିମର ପ୍ରାୟ ୩୦୦ ଯବାନ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ। ଗ୍ୟାସ କଟରରେ ଲୁହା ବଗିକୁ କାଟି ଅନେକ ଗୁରୁତର ଯାତ୍ରୀ ଓ ମୃତ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ସେଦିନର ଅଭିଜ୍ଞତା କେମିତି ଥିଲା କହିଛନ୍ତି ଏନଡିଆରଏଫ୍ ମୁଣ୍ଡଳୀରେ ଥିବା ତୃତୀୟ ବାଟାଲିଆନର ସେକେଣ୍ଡ-ଇନ-କମାଣ୍ଡ ଅରୁଣ ଦେବଗାମ୍। ଉଦ୍ଧାର କାମରେ ଲାଗିଥିବାବେଳେ ଅନ୍ୟମାନଙ୍କ ଭିତରୁ କନଷ୍ଟେବଳ ପ୍ରେମ କୁମାରଙ୍କୁ ଭେଟିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos