ଦୁଇଟି ଫଟୋ... କହୁଛି ଅନେକ କଥା; ବଦଳୁଛି ପରିଚୟ

ପ୍ରତାପଙ୍କ କହିବା ଅନୁସାରେ ପୂଜା ବେଳେ ତାଙ୍କ ଦେହରା କୁଆଡ଼େ ଏକ ସ୍ପିରିଟ୍‌ ଆସେ। ଏହାପରେ କ’ଣ ହୁଏ ସେ ଜାଣିପାରନ୍ତି ନାହିଁ। ତା’ପରେ ସେ କବାଟ ଖୋଲି ଘରୁ ବାହାରକୁ ଚାଲି ଆସନ୍ତି। କାଳିସିଙ୍କ ପରି ମୁଣ୍ଡ ହଲାଇ ହାତରେ ବେତ ଧରି ଲୋକଙ୍କ ସାମ୍ନାକୁ ଆସିଥାଆନ୍ତି।

Puri PhotoOR

ଦୁଇଟି ରୂପରେ ପ୍ରତାପ

Manoranjan Sial
  • Published: Thursday, 01 June 2023
  • Updated: 01 June 2023, 06:12 PM IST

Sports

Latest News

ଦୁଇଟି ଫଟୋ। ଗୋଟିଏ ଫଟୋ ପୁରୁଷ ବେଶରେ। ଆଉ ଗୋଟିଏ ସଧବା ନାରୀ ବେଶ୍‌ରେ। ପୁରୁଷ ବେଶରେ ଥିଲା ବେଳେ ପ୍ରତାପ ବୋଲି ପରିଚିତ ହୁଅନ୍ତି। ଆଉ ଯେତେବେଳେ ନାରୀ ବେଶ ଧରନ୍ତି ସେତେବେଳେ ମାଆ ମଙ୍ଗଳା ହୋଇ ପୂଜା ପାଆନ୍ତି। ଭକ୍ତଙ୍କ ମନସ୍କାମନା ପୂରଣ କରନ୍ତି। ବିଶ୍ୱାସ ଓ ଅନ୍ଧବିଶ୍ୱାସର ଏ ଖେଳ ଭିତରେ ଏମିତି ଏକ ଖବର ଆସିଛି ପୁରୀ ଜିଲ୍ଲାରୁ।

ଗୋପ ବ୍ଲକ୍‌ ଜମରା ଗାଁ ପ୍ରତାପ ଭୋଇ। ପିଲା ବେଳୁ ପୂଜାପୂଜି କରୁଥିଲେ। ଲୋକଙ୍କ କହିବା ଅନୁସାରେ ନବମ ଶ୍ରେଣୀରେ ପଢ଼ୁଥିବା ବେଳେ ପ୍ରତାପ, ଯୋଗମାୟା ଓ ମାଆ ମଙ୍ଗଳାଙ୍କ କୃପା ଲାଭ କରିଥିଲେ। ଏହା ପରେ ପାଠ ପଢ଼ାରେ ଡୋରୀ ବାନ୍ଧି ମାଆଙ୍କୁ ଆରାଧନା କରିବାରେ ଲାଗି ପଡ଼ିଲେ। ବିଶେଷ କରି ମଙ୍ଗଳବାର ପ୍ରତାପ ଜଣେ ସଧବା ନାରୀ ବେଶ ଧାରଣ କରନ୍ତି। ସଧବାଙ୍କ ପରି ପାଠ ଶାଢ଼ି ପିନ୍ଧନ୍ତି। ସିନ୍ଥି ଓ କପାଳରେ ସିନ୍ଦୂର ଲଗାନ୍ତି। ବେକରେ ମଙ୍ଗଳ ସୂତ୍ର, କାନରେ କାନ ଝୁମ୍‌କା, ନାକରେ ନାକଫୁଲ ଓ ଦୁଇ ହାତରେ ଶଙ୍ଖା ପିନ୍ଧି ଥାଆନ୍ତି। ଅଧଘଣ୍ଟାଏ ଧରି ନିଜ ଘର ସମ୍ମୁଖରେ ଥିବା ମନ୍ଦିରରେ କବାଟ କିଳି ପୂଜା କରିଥାଆନ୍ତି।

Also Read

Puriଭକ୍ତଙ୍କ ଗହଣରେ ନାଚୁଛନ୍ତି ପ୍ରତାପ

ପ୍ରତାପଙ୍କ କହିବା ଅନୁସାରେ ପୂଜା ବେଳେ ତାଙ୍କ ଦେହରା କୁଆଡ଼େ ଏକ ସ୍ପିରିଟ୍‌ ଆସେ। ଏହାପରେ କ’ଣ ହୁଏ ସେ ଜାଣିପାରନ୍ତି ନାହିଁ। ତା’ପରେ ସେ କବାଟ ଖୋଲି ଘରୁ ବାହାରକୁ ଚାଲି ଆସନ୍ତି। କାଳିସିଙ୍କ ପରି ମୁଣ୍ଡ ହଲାଇ ହାତରେ ବେତ ଧରି ଲୋକଙ୍କ ସାମ୍ନାକୁ ଆସିଥାଆନ୍ତି। ମାଆ ଆସିଗଲେ ବୋଲି କହି ଭକ୍ତମାନେ ଶଙ୍ଖ ଓ ଘଣ୍ଟ ବଜାଇ ଆଳତୀ କରନ୍ତି। ଲୋକଙ୍କ ସମ୍ମୁଖରେ ସେ କେତେବେଳେ ଜଳୁଥିବା ସଳିତାକୁ ପାଟିରେ ପୂରାଇ ଦିଅନ୍ତି ତ ଆଉ କେତେବେଳେ ନିଆଁରେ ଚାଲୁଥିବା ଦେଖିବାକୁ ମିଳେ। ମାଆଙ୍କ ଏ ରୂପ ଦେଖି ଜଣେ ପରେ ଜଣେ ଭକ୍ତ ନିଜ ମନର ବ୍ୟଥା ବଖାଣି ଥାଆନ୍ତି। ଆଉ ମାଆ କୁଆଡ଼େ ସମସ୍ତଙ୍କ ଦୁଃଖ ହରଣ କରନ୍ତି ଓ ଆଶୀର୍ବାଦ ଦିଅନ୍ତି ବୋଲି ପ୍ରତାକ କହିଛନ୍ତି।

ଦୀର୍ଘ ୫ ବର୍ଷ ହେଲା ପ୍ରତାପଙ୍କ ଦେହରେ ମାଆ ଯୋଗମାୟା ଓ ମାଆ ମଙ୍ଗଳା ସବାର ହେଉଛନ୍ତି। ଆଉ ଭକ୍ତଙ୍କ ରୋଗ ହରଣ କରୁଛନ୍ତି। ତାଙ୍କ ପାଖକୁ କୁଆଡ଼େ ପୁରୀ ଓ ପଡ଼ୋଶୀ ଜିଲ୍ଲାରୁ ବହୁ ରୋଗଗ୍ରସ୍ତ ଭକ୍ତ ଆସୁଛନ୍ତି। ଆଶୀର୍ବାଦ ନେଇ ଯାଉଛନ୍ତି। ଜଣେ ଭକ୍ତ କହିଛନ୍ତି, ମାଆଙ୍କ କୃପା ଲାଭ ପାଇଁ ବର୍ଷେ ହେଲା ପ୍ରତି ମଙ୍ଗଳାବାରରେ ପୂଜାର୍ଚ୍ଚନା ପାଇଁ ଏଠାକୁ ଆସୁଛନ୍ତି। ଦୀର୍ଘ ୧୬ ବର୍ଷ ଧରି ତାଙ୍କ ଝିଅର ସନ୍ତାନ ସନ୍ତତି ହେଉନଥିଲା। ମାଆଙ୍କ ଆଶ୍ରିତ ହେବା ପରେ ତାଙ୍କ ଝିଅ ସନ୍ତାନ ଲାଭ କରିଛି ବୋଲି ମହିଳା ଜଣକ କରିଛନ୍ତି।

ଅନ୍ୟ ଦିନରେ ଜଣେ ପୁରୁଷ ବେଶରେ ଘରେ ରହିଥାଆନ୍ତି ପ୍ରତାପ। ଘର ଓ ପଡ଼ୋଶୀଙ୍କ ସହିତ ମିଳାମିଶା କରିଥାଆନ୍ତି।

ପ୍ରତାପଙ୍କ ଏ ଦୁଇଟି ରୂପକୁ କଣ କୁହାଯିବ? ବିଶ୍ୱାସ, ଅନ୍ଧବିଶ୍ୱାସ ନା ବିଜ୍ଞାନ। ଏହାକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ କେତେକ ଲୋକ ଏହାକୁ ବିଶ୍ୱାସ କରୁଥିବା ବେଳେ ଆଉ କିଛି ଅନ୍ଧବିଶ୍ୱାସ ବୋଲି କହୁଛନ୍ତି। ସିଏ ଯାହା ହେଉନା କାହିଁକି ଓଡ଼ିଶା ରିପୋର୍ଟର ଏପରି ଅନ୍ଧବିଶ୍ୱାସକୁ ପ୍ରଶ୍ରୟ ଦିଏନାହିଁ। କେବଳ ଲୋକଙ୍କୁ ସଚେତନ କରିବା ପାଇଁ ଏ ଖବର ପ୍ରସାରଣ କରୁଛି।

ରିପୋର୍ଟ-କୋଣାର୍କରୁ ସଞ୍ଜୟ ପତି

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story