ନୂଆ-ଓ ଯୋଜନା ପାଇଁ ୩୧୫କୋଟି ଟଙ୍କା, ଭଦ୍ରକ-କେନ୍ଦ୍ରାପଡ଼ାକୁ ସଂଯୋଗ କରିବ ରୋ-ପ୍ୟାକ୍ସ ଜେଟି

ସମନ୍ୱିତ ଯୁବବିକାଶ କାର୍ଯ୍ୟକ୍ରମ ଅନ୍ତର୍ଗତ ‘ନୂଆ-ଓ’ ଯୋଜନା ପାଇଁ ମୋଟ ୩୧୫କୋଟି ଟଙ୍କା ବ୍ୟୟବରାଦ ହୋଇଛି।

Nua-O

‘ନୂଆ-ଓ’ ଯୋଜନା

Ordigital Desk
  • Published: Thursday, 22 February 2024
  • Updated: 22 February 2024, 10:42 PM IST

Sports

Latest News

ସମନ୍ୱିତ ଯୁବବିକାଶ କାର୍ଯ୍ୟକ୍ରମ ଅନ୍ତର୍ଗତ ‘ନୂଆ-ଓ’ ଯୋଜନା ପାଇଁ ମୋଟ ୩୧୫କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଏହି ସଂଶୋଧିତ ବ୍ୟୟବରାଦକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି । ଏହାସହିତ ଭାରତ ସରକାରଙ୍କ ସାଗରମାଳା କାର୍ଯ୍ୟକ୍ରମ ଅଧୀନରେ ଭଦ୍ରକର କନିନାଳୀ ଓ କେନ୍ଦ୍ରାପଡ଼ା ଜିଲ୍ଲାର ତାଳଚୁଆକୁ ସଂଯୋଗ କରୁଥିବା ରୋ-ପ୍ୟାକ୍ସ ଜେଟି ଓ ଏହାର ଆନୁସଙ୍ଗିକ ଭିତ୍ତିଭୂମି ବିକାଶ ପାଇଁ ୧୪୬.୩୯କୋଟି ଟଙ୍କାର ବ୍ୟୟ ଅଟକଳକୁ ଆଜି କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ, ନୂଆ-ଓ ଯୋଜନାର ବ୍ୟୟବରାଦ ୩୧୫କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ଚଳିତମାସରେ ରାଜ୍ୟ ସରକାର ଏହି ଯୋଜନାର ଘୋଷଣା କରିଥିଲେ । ନୂଆ-ଓ ଅଧୀନରେ ରାଜ୍ୟର ସମସ୍ତ ଯୁବବର୍ଗଙ୍କ ନିମନ୍ତେ କ୍ରୀଡ଼ା ପ୍ରତିଯୋଗିତାର ଆୟୋଜନ, ନୂଆ-ଓ ଜିଲ୍ଲା ଉତ୍ସବ ପାଳନ ତଥା ଡିଜିଟାଲ ମଂଚକୁ ବ୍ୟବହାର କରି ବିଭିନ୍ନ ସୃଜନଶୀଳ ପ୍ରତିଯୋଗିତା ଆୟୋଜନ ଏବଂ ଯୁବଗୋଷ୍ଠୀଙ୍କୁ ସାମାଜିକ କାର୍ଯ୍ୟକ୍ରମରେ ସମ୍ପୃକ୍ତ କରାଇବା ପାଇଁ ଏହି ଯୋଜନା ପ୍ରୋତ୍ସାହିତ କରିବ । ଏହି ନୂଆ-ଓ ହେଉଛି ନବଓଡ଼ିଶା ନିର୍ମାଣ ନିମନ୍ତେ ଏକ ଅଭିନବ କାର୍ଯ୍ୟକ୍ରମ । ନୂଆ-ଓ ଅଧୀନରେ ପ୍ରସ୍ତାବିତ କାର୍ଯ୍ୟକ୍ରମଗୁଡ଼ିକୁ ବ୍ୟାପକ କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ତୃଣମୂଳସ୍ତରରେ କ୍ରୀଡ଼ାକୁ ବ୍ୟାପକ କରିବା ନିମନ୍ତେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଓ ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରିବାକୁ ନିଷ୍ପତ୍ତିି ନିଆଯାଇଛି । ଆହୁରି ମଧ୍ୟ ନୂଆ-ଓ ଜିଲ୍ଲା ଉତ୍ସବମାନଙ୍କରେ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ ବୃଦ୍‌ଧି କରିବା ଓ ଛାତ୍ରବୃତ୍ତି ପ୍ରଦାନ କାର୍ଯ୍ୟକ୍ରମକୁ ଆୟୋଜନ କରିବାର ଲକ୍ଷ୍ୟ ରହିଛି। ଏହି ଅଭିନବ କାର୍ଯ୍ୟକ୍ରମ ଆୟୋଜନ ଦ୍ୱାରା ରାଜ୍ୟରେ ଯୁବ କଲ୍ୟାଣ ତଥା ଯୁବ ବିକାଶର ଅନନ୍ୟ ଧାରା ସୃଷ୍ଟି ହେବାର ବାଟ ଖୋଲିଛି ବୋଲି ସରକାର କହିଛନ୍ତି।

ସେହିପରି ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରବାହିତ ଧାମରା ନଦୀର ବାମପାଶ୍ୱର୍ରେ କାନିନାଳୀ(ଭଦ୍ରକ ଜିଲ୍ଲାରେ) ଓ ଡାହାଣ ପାଶ୍ୱର୍ରେ ତାଳଚୁଆ(କେନ୍ଦ୍ରାପଡ଼ା ଜିଲ୍ଲା)ରେ ଥିବା ଘାଟରେ କୌଣସି ଜେଟି ନଥିବାରୁ ଯାତ୍ରୀମାନେ ଲଂଚ କିମ୍ବା ବୋଟରେ ସୁରକ୍ଷିତ ଭାବେ ଚଢ଼ିବା ଓ ଓହ୍ଲାଇବା ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରସ୍ତାବିତ ପ୍ରକଳ୍ପ ‘ଭଦକ୍ର ଜିଲ୍ଲାର କାନିନାଳୀ ଓ କେନ୍ଦ୍ରାପଡ଼ାର ତାଳଚୁଆକୁ ସଂଯୋଗ କରୁଥିବା ରୋ-ପ୍ୟାକ୍ସ ଜେଟି ଓ ଏହାର ଆନୁସଙ୍ଗିକ ଭିତ୍ତିଭୂମିର ବିକାଶ ’ ଦ୍ୱାରା ୧୧ଟି ପଂଚାୟତର ପ୍ରାୟ ୧ଲକ୍ଷ ଲୋକ ଜଳପଥ ଯୋଗେ ଉପକୃତ ହେବେ । ଏହି ପ୍ରକଳ୍ପର ମୂଲ୍ୟ ୧୪୬.୩୯କୋଟି ଟଙ୍କା ରହିଛି । ଏହି ଜଳପଥ ଯୋଗାଯୋଗ ପ୍ରକଳ୍ପ ଦ୍ୱାରା ରାସ୍ତା ମାଧ୍ୟମରେ ଲାଗୁଥିବା ୬ଘଣ୍ଟାର ସମୟ ଅବଧିକୁ ୪୫ମିନିଟରେ ଅତିକ୍ରମ କରାଯାଇ ପାରିବ । ଏହାସହିତ ଉକ୍ତ ଅଂଚଳରେ ବ୍ୟବସାୟ ଓ ପର୍ଯ୍ୟଟନରେ ଉନ୍ନତି ଆସିବ ତଥା ଅସୁରକ୍ଷିତ ଯାତ୍ରାକୁ ରୋକାଯାଇପାରିବ।

Also Read

ସେହିପରି ସେମିକଣ୍ଡକ୍ଟର/ଇଲେକ୍ଟ୍ରୋନିକ୍ ଚିପ୍ ଉତ୍ପାଦନ ଓ ଓଡ଼ିଶା ରାଜ୍ୟରେ ଏହି ଉତ୍ପାଦଗୁଡ଼ିକର ଫାବ୍ଲେସ୍ ଡିଜାଇନ୍ ସଂସ୍ଥା ପ୍ରତିଷ୍ଠା ନିମନ୍ତେ ନିବେଶକଙ୍କୁ ଆକୃଷ୍ଟ କରିବା ପାଇଁ ଓଡ଼ିଶା ସେମିକଣ୍ଡକ୍ଟର ମାନୁଫାକଚରିଂ ଆଣ୍ଡ ଫେବ୍ଲେସ୍ ପଲିସି-୨୦୨୩ର ସଂଶୋଧନକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି । ଏହି ସଂଶୋଧିତ ବ୍ୟବସ୍ଥା ଅନୁସାରେ ୫୦୦କୋଟି ଟଙ୍କାରୁ ଅଧିକ ପୁଞ୍ଜି ନିବେଶ କରୁଥିବା ମେଗା ପ୍ରକଳ୍ପଗୁଡ଼ିକ ଏବେ ସୁଧ ରିହାତି ବାବଦରେ ୭ବର୍ଷ ପାଇଁ ବାର୍ଷିକ ୨୫କୋଟି ଟଙ୍କାର ସର୍ବୋଚ୍ଚ ସୀମାର ସୁବିଧା ନେଇପାରିବେ । କାରଣ ସୁଧଛାଡ଼ ପାଇଁ ପୂର୍ବ ନିର୍ଦ୍ଧାରିତ ୫% ସର୍ବୋଚ୍ଚ ସୀମାକୁ ଉଚ୍ଛେଦ କରାଯାଇଛି । ଏହାବ୍ୟତୀତ ମେଗା ପ୍ରକଳ୍ପଗୁଡ଼ିକ ୧୦ବର୍ଷ ପାଇଁ ବାର୍ଷିକ ୨କୋଟି ଟଙ୍କା ପର୍ଯ୍ୟନ୍ତ ଗବେଷଣା ଓ ବିକାଶ ଖର୍ଚ୍ଚ ପାଇପାରିବେ।

ସେହିପରି ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ଖୋର୍ଦ୍ଧା ଜିଲ୍ଲାର ଜଟଣୀ ତହସିଲ ଅନ୍ତର୍ଗତ ପଦନପୁର ମୌଜାରେ ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟୋଗ ମନ୍ତ୍ରଣାଳୟକୁ ଜାତୀୟ ଦକ୍ଷତା ପ୍ରଶିକ୍ଷଣ ସଂସ୍ଥାନ(ନ୍ୟାସନାଲ ସ୍କିଲ ଟ୍ରେନିଂ ଇନଷ୍ଟିଚ୍ୟୁଟ) ପ୍ରତିଷ୍ଠା ନିମନ୍ତେ ମାଗଣାରେ ୭.୮୧୮ ଏକର ସରକାରୀ ଜମି ପ୍ରଦାନ ନିମନ୍ତେ କ୍ୟାବିନେଟ୍ ନିଷ୍ପତ୍ତି ନେଇଛନ୍ତି । ବିନା ପ୍ରିମିୟମ, ବିନା ଇନ୍ସିଡେଣ୍ଟାଲ ଚାର୍ଜ ଓ ବିନା କ୍ୟାପିଟାଲାଇଜଡ୍ ଭାଲ୍ୟୁ ଅଫ ଲ୍ୟାଣ୍ଡ ରେଭନ୍ୟୁରେ ଏହି ଜମି ପ୍ରଦାନ କରାଯିବ । ଏହାସହିତ ଉପରୋକ୍ତ ସମସ୍ତ ଦେୟ ଉପରେ ଜମି ଦଖଲ ନେବା ଦିନଠାରୁ ଲାଗୁ ହେଉଥିବା ସୁଧକୁ ଛାଡ଼ କରିବା ନିମନ୍ତେ ମଧ୍ୟ ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ନେଇଛନ୍ତି

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story