ଫସିଗଲେ କି ବବି: ଦୂରେଇଲାଣି ବିଜେଡି,ଭୋଗିପାରନ୍ତି କଳ୍ପତରୁଙ୍କ ଦଶା, କେଉଁଠି ଅଛନ୍ତି ବବିଙ୍କ ଡ୍ରାଇଭର ଓ ପିଏସଓ

ବବିଙ୍କ ବ୍ୟକ୍ତିଗତ କର୍ମଚାରୀ ତଥା ଏବେ ଖାସ୍ ଅନୁଗତ ପ୍ରକାଶ ମହାନ୍ତି ମାତ୍ର ଗୋଟିଏ ବର୍ଷ ମଧ୍ୟରେ ୫ଟି କମ୍ପାନୀର ମାଲିକ କିଭଳି ହେଲେ

Babi Das

ବବି ଦାସ (ଫାଇଲ ଫଟୋ)

Ordigital Desk
  • Published: Thursday, 16 May 2024
  • Updated: 16 May 2024, 08:37 PM IST

ବିଜେଡି ସଂଗଠନ ସମ୍ପାଦକ ତଥା ନମ୍ବର-ଥ୍ରୀ ପ୍ରଣବପ୍ରକାଶ ଦାସ ଓରଫ ବବିଙ୍କ ପତିଆରା ଆଉ ପୂର୍ବଭଳି ନାହିଁ କି? ବିଜେଡି ଏବେ ବବିଙ୍କୁ ଦୂରେଇବା ଆରମ୍ଭ କଲାଣି କି? ବବିଙ୍କ ରାଜନୀତିକ କ୍ୟାରିୟରକୁ ସମାପ୍ତ ପାଇଁ ବିଜେଡି କରିଛି କି ବଡ଼ ଷଡ଼ଯନ୍ତ୍ର? ନିର୍ବାଚନ ସରିବାପରେ ବବିଙ୍କୁ କଳ୍ପତରୁ ଦାସଙ୍କ ଅବସ୍ଥା ଭୋଗିବାକୁ ପଡ଼ିପାରେ କି? ବବିଙ୍କ ଏକ ସାକ୍ଷାତକାରକୁ ବିଜେଡି ପ୍ରାୟୋଜିତ ଟିଭି ଚ୍ୟାନେଲ ନିଜର ସୋସିଆଲ ମିଡିଆ ଆକାଉଣ୍ଟରୁ ହଟାଇ ଦେବା ପରେ ଏଭଳି ଏକାଧିକ ପ୍ରଶ୍ନ ଏବେ ବିଜେଡିର ରାଜନୀତିକ ମହଲରେ ବିଶେଷକରି ବବିଙ୍କ ସମର୍ଥକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ଅନୁସାରେ, ବବି ସମ୍ବଲପୁରୀ ସାର୍ଟ ପିନ୍ଧିବାଠୁ ଆରମ୍ଭ କରି ସେଠାର ବିଭିନ୍ନ ପର୍ବପର୍ବାଣୀରେ ନିଜକୁ ସାମିଲ କରି ସମ୍ବଲପୁରିଆ ଭଳି ଆଚରଣ କରିବା ସହ ନିଜର ଲୋକସମ୍ପର୍କ ବୃଦ୍ଧି ପାଇଁ ସୋସିଆଲ ମିଡିଆ ଇନଫ୍ଲୁଏନ୍ସରମାନଙ୍କ ସହାୟତା ବି ନେଉଛନ୍ତି । ଏହାସହିତ ରାଜ୍ୟର ଆଗଧାଡ଼ିର ଗଣମାଧ୍ୟମ ସଂସ୍ଥାଗୁଡ଼ିକରେ ବି ବବିଙ୍କ ଖବରକୁ  ଗୁରୁତ୍ୱ ମିଳୁଛି । ବବିଙ୍କ ଏକ ଅଧଘଣ୍ଟିଆ ସାକ୍ଷାତକାର କାର୍ଯ୍ୟକ୍ରମକୁ  ବିଜେଡି ପ୍ରାୟୋଜିତ ଏକ ଟିଭି ଚ୍ୟାନେଲ ପ୍ରସାରିତ କରିଥିଲା ।  ଗତ ଦୁଇଦିନ ତଳେ ଅର୍ଥାତ୍ ମେ’ ୧୪ତାରିଖ ରାତି ସାଢ଼େ ୧୦ଟାରୁ ୧୧ଟା ମଧ୍ୟରେ ବବିଙ୍କ ଏହି ସାକ୍ଷାତକାର ସମ୍ପୃକ୍ତ ଟିଭି ଚ୍ୟାନେଲରେ ପ୍ରସାରଣ ହେବା ସହ ଚ୍ୟାନେଲର ସୋସିଆଲ ମିଡିଆ ଆକାଉଣ୍ଟରେ ମଧ୍ୟ ତାହା ଅପଲୋଡ୍ ହୋଇଥିଲା । ମାତ୍ର ଅଚାନକ ବବିଙ୍କ ଏହି ସାକ୍ଷାତକାରକୁ ଚ୍ୟାନେଲ ନିଜର ଉଭୟ ୟୁଟ୍ୟୁବ୍ ଓ ଫେସବୁକରୁ ହଟାଇ ଦେଇଛି । ତେବେ ବିଜେଡିର ନିଜସ୍ୱ ଟିଭି ଚ୍ୟାନେଲ କିଭଳି ଦଳର ତୃତୀୟ ମୁଖ୍ୟଙ୍କ ସାକ୍ଷାତକାରକୁ ହଟାଇଲା ତଥା କାହା ନିର୍ଦ୍ଦେଶରେ  ଓ କାହିଁକି ଏହି ସାକ୍ଷାତକାରକୁ ଡିଲିଟ୍ କରାଗଲା ତାହା ଦଳୀୟ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।

ନିର୍ବାଚନ କମିଶନଙ୍କ କଡ଼ାତାଗିଦ୍ ଯୋଗୁ ଏବେ କେନ୍ଦ୍ରୀୟ ଏଜେନ୍ସୀଗୁଡ଼ିକ ନିର୍ବାଚନରେ କଳାଟଙ୍କା କାରବାର ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି । ଚର୍ଚ୍ଚା ହେଉଛି, କେନ୍ଦ୍ରୀୟ ଏନଫୋର୍ସମେଂଟ ଏଜେନ୍ସୀ ଗତ ୧୩ତାରିଖରେ ବବିଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ(ସରକାରୀ ପିଏସଓ) ଓ ଡ୍ରାଇଭରଙ୍କଠୁ ପ୍ରାୟ ୫କୋଟି ଟଙ୍କା ଜବତ କରିଛି । ତେବେ ଏହି ଟଙ୍କା କେଉଁଠୁ ଆସିଲା ତା’ର ସନ୍ତୋଷଜନକ ଉତ୍ତର ଦେବାରେ ଉଭୟ ସକ୍ଷମ ହୋଇନଥିବାରୁ ସେମାନଙ୍କୁ ଏବେବି ଅଟକ ରଖାଯାଇଥିବା ଜଣାପଡ଼ିଛି । ଅବଶ୍ୟ କେନ୍ଦ୍ରୀୟ ଏଜେନ୍ସୀ ଏପର୍ଯ୍ୟନ୍ତ ଉକ୍ତ ଟଙ୍କା ସମ୍ପର୍କରେ କିଛି ବି ପ୍ରତିକ୍ରିୟା ରଖିନି। ମାତ୍ର ବବିଙ୍କ ସହଯୋଗୀଙ୍କଠୁ ୫କୋଟି ଟଙ୍କା ଜବତ ହେବା ପଛରେ କେହିଜଣେ ‘ଗୃହଭେଦୀ ବିଭୀଷଣ’ ଭୂମିକାରେ ରହିଥିବା ବବିଙ୍କ ଟିମ୍ ସନ୍ଦେହ କରୁଛି । ଏହି ୫କୋଟି ଟଙ୍କା ସମେତ କେନ୍ଦ୍ରୀୟ ଏଜେନ୍ସୀ ଏବେ ବିଜେଡିର ପାଣ୍ଠି କାରବାର କରୁଥିବା କିଛି ବ୍ୟକ୍ତିଙ୍କୁ ସ୍କାନରରେ ରଖି ଅଧିକ ଖୋଳତାଡ଼ କରିବାରେ ଲାଗିଛି । ବବିଙ୍କ ଘନିଷ୍ଠ ଭାବେ ପରିଚିତ ଯାଜପୁର ଟାଉନର ଦୁଇଜଣ ଠିକାଦାର(ନିହାର ରଞ୍ଜନ ମାନ୍ଧତା ଓ ଅନ୍ୟଜଣେ ଇଲେକ୍ଟ୍ରି ଠିକାଦାର) ଓ ବବିଙ୍କ ସହ ଜଡ଼ିତ ଥିବା କିଛି ବ୍ୟକ୍ତିଙ୍କ ଆର୍ଥିକ କାରବାର ଉପରେ ଏଜେନ୍ସୀ ନଜର ପକାଇବା ସହ ଅଧିକ ତଦନ୍ତ ପାଇଁ ମାମଲାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)କୁ ହସ୍ତାନ୍ତର ନିମନ୍ତେ ଯୋଜନା ଚାଲିଥିବା ଆୟକର ବିଭାଗ ସୂତ୍ରରୁ ସୂଚନା ମିଳିଛି ।

Also Read

ବବିଙ୍କ ବ୍ୟକ୍ତିଗତ କର୍ମଚାରୀ ତଥା ଏବେ ଖାସ୍ ଅନୁଗତ ପ୍ରକାଶ ମହାନ୍ତି ମାତ୍ର ଗୋଟିଏ ବର୍ଷ ମଧ୍ୟରେ ୫ଟି କମ୍ପାନୀର ମାଲିକ କିଭଳି ହେଲେ ଓ କମ୍ପାନୀ ଖୋଲିବା ପାଇଁ ଆବଶ୍ୟକ ମୂଳ ପାଣ୍ଠି କେଉଁଠୁ ଆଣିଲେ ତଥା ଏସବୁ କମ୍ପାନୀରେ ବବିଙ୍କ ଭୂମିକା କ’ଣ ରହିଛି ତାହା ବି ଖୋଳତାଡ଼ ହେଉଥିବା ଜଣାପଡ଼ିଛି । ଆଉ ଏହାର ଆଭାସ ପାଇବା ପରେ ବବିଙ୍କ ସହ ଛାଇ ଭଳି ସମ୍ବଲପୁରରେ ନିର୍ବାଚନୀ କ୍ୟାମ୍ପେନ୍ କରୁଥିବା ପ୍ରକାଶ ଦୁଇଦିନ ହେଲା ଭୁବନେଶ୍ୱର ଆସି ଡେରା ପକାଇଥିବା ସୂଚନା ମିଳିଛି ।

ସୂତ୍ର ଅନୁସାରେ, ନିର୍ବାଚନ କମିଶନଙ୍କ କଡ଼ା ତାଗିଦ୍ ଯୋଗୁ ଓଡ଼ିଶାରେ ନିର୍ବାଚନରେ କଳାଟଙ୍କା ଉପରେ ତୀକ୍ଷ୍ଣ ନଜର ରଖିଥିବା କେନ୍ଦ୍ରୀୟ ସଂସ୍ଥାର ଏପରି ଘନଘନ ଯାଂଚ ବବିଙ୍କ ଶିବିରରେ କୋକୁଆ ଭୟ ଖେଳି ଯାଇଥିବା ସୂଚନା ମିଳିଛି । ଆୟକର ବିଭାଗ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଉଭୟ ଏଜେନ୍ସୀ ଏବେ ବବିଙ୍କ ଟିମ୍ ସଦସ୍ୟଙ୍କ ଆର୍ଥିକ ଦେଣନେଣର ଯାଂଚ କରୁଥିବାରୁ ବିଜେଡି ଜାଣିଶୁଣି ବବିଙ୍କୁ ଦୂରେଇ ଦେଇଥିବା ଜଣାପଡ଼ିଛି । ଆଉ ଖାସ୍ ଏହି କାରଣରୁ ବିଜେଡି ନିର୍ଦ୍ଦେଶରେ ବବିଙ୍କ ସାକ୍ଷାତକାରକୁ ସମ୍ପୃକ୍ତ ଚ୍ୟାନେଲ ନିଜର ସୋସିଆଲ ମିଡିଆ ଆକାଉଣ୍ଟରୁ ହଟାଇ ଦେଇଥିବା ଦଳୀୟ ମହଲରେ ଚର୍ଚ୍ଚା ହେଉଛି ।
୨୦୧୪ ସାଧାରଣ ନିର୍ବାଚନ ପରିଚାଳନାରେ ଦଳ ପାଇଁ ମୁଖ୍ୟ ଭୂମିକା ତୁଲାଇଥିବା ତତକାଳୀନ ବିଜେଡି ସାଂସଦ କଳ୍ପତରୁ ଦାସଙ୍କୁ ଯେଭଳି ଦଳ ନିର୍ବାଚନ ସରିବାପରେ ସମ୍ପୂର୍ଣ୍ଣ ଅଣଦେଖା କଲା ଏବେ ଠିକ୍ ସେହି ଫର୍ମୂଲାରେ ବବିଙ୍କୁ ଅଲୋଡ଼ା କରିବା ନିମନ୍ତେ ରଣନୀତି ପ୍ରସ୍ତୁତ ହୋଇଥିବା ଚର୍ଚ୍ଚା ହେଉଛି । ୨୦୧୪ ନିର୍ବାଚନ ସରିବା ପରେପରେ କଳ୍ପତରୁଙ୍କ ବିରୁଦ୍ଧରେ ଅଚାନକ ଜମି ଦୁର୍ନୀତି ଆସିଲା ଓ ସେ ଏତେ ବିବାଦୀୟ ହୋଇପଡ଼ିଲେ ଯେ, ବିଜେଡି ତାଙ୍କଠୁ ସବୁ ସମ୍ପର୍କ ତୁଟାଇ ଦେଲା । ଏବେ ବବି ଓ ତାଙ୍କ ସହଯୋଗୀମାନଙ୍କ ଆର୍ଥିକ କାରବାରକୁ ନେଇ କେନ୍ଦ୍ରୀୟ ଏଜେନ୍ସୀ ଯେଭଳି ଖୋଳତାଡ଼ ଆରମ୍ଭ କରିଛି ତାହା ବିଜେଡିକୁ ଅଡ଼ୁଆରେ ପକାଇଛି । ଆଉ ଦଳ ନିଜର ସୁରକ୍ଷା ପାଇଁ ୨୦୨୪ ସାଧାରଣ ନିର୍ବାଚନ ପରେପରେ ବବିଙ୍କୁ ବଳିବୋଦା କରିପାରେ ତଥା ସେ ‘କଳ୍ପତରୁ’ଙ୍କ ଦଶା ଭୋଗିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଅବଶ୍ୟ ବବିଙ୍କୁ ସମ୍ବଲପୁର ଲୋକସଭା ଆସନରୁ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୁଦ୍ଧରେ ମଇଦାନକୁ ଓହ୍ଲାଇ ବିଜେଡି ଆରମ୍ଭରୁ ହିଁ ତାଙ୍କର ରାଜନୀତିକ କ୍ୟାରିୟରରେ କଳାଦାଗ ଲଗାଇବାର ମାର୍ଗକୁ ପ୍ରଶସ୍ତ କରିସାରିଛି । ଏହି ଆସନରୁ ଜିତିବା ଉଭୟ ବବି ଓ ଧର୍ମେନ୍ଦ୍ରଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବାବେଳେ ସମ୍ବଲପୁରର ଭୂଗୋଳ,ଇତିହାସ ଓ ଗଣିତ ଏବେ ବବିଙ୍କ ଚିନ୍ତା ବଢ଼ାଇ ଦେଇଛି । ଦଳ ନିଜର ପୋଷ୍ଟରବଏ ନବୀନ ପଟ୍ଟନାୟକଙ୍କୁ ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ଗୋଟିଏ ଦିନ ପ୍ରଚାର ପାଇଁ ଓହ୍ଲାଇଥିଲେ ମଧ୍ୟ ଦେବଗଡ଼ ସଭାରେ ହଜାର ହଜାର ସିଟ୍ ଖାଲି ପଡ଼ିବା ବିଜେଡି ରଣନୀତିକାରଙ୍କ ନିଦ ହଜାଇ ଦେଇଛି । ଏଭଳି ସ୍ଥିତିରେ ବବି ସମ୍ବଲପୁରର ଭୋଟରଙ୍କ ମଧ୍ୟରେ ଗ୍ରହଣୀୟ ହେବା ପାଇଁ ସୋସିଆଲ ମିଡିଆ ଇନଫ୍ଲୁଏନ୍ସରମାନଙ୍କ ସହାୟତା ନେଇଛନ୍ତି । ବବିଙ୍କ ସପକ୍ଷରେ ପ୍ରଚାର ପାଇଁ ବିଜେଡିର ପ୍ରାୟ ୧୦୦ରୁ ଅଧିକ ଯୁବ,ଛାତ୍ର ଓ ମହିଳା ୱିଙ୍ଗ କର୍ମକର୍ତ୍ତାମାନେ ରାଜ୍ୟର ବିଭିନ୍ନ ଭାଗରୁ ଯାଇ ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ଡେରା ପକାଇଥିବା ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story