ଖୁଡି-ପୁତୁରାଙ୍କ ଲଢ଼େଇ; କିଏ ମାରିବେ ବାଜି?

ଦେଖିବାକୁ ଗଲେ ଦିଲ୍ଲୀପ ଏବେ କଂଗ୍ରେସ ଆଦିବାସୀ ସେଲ୍‌ର ଜିଲ୍ଲା ସଭାପତି ରହିଛନ୍ତି। ତା’ଛଡ଼ା ସେ ତେନ୍ତୁଳିଖୁଣ୍ଟି ବ୍ଲକ୍‌ ପାତ୍ରପୁଟ ପଞ୍ଚାୟତର ସମିତି ସଭ୍ୟ ରହିଛନ୍ତି। ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଧାୟକ ଦାଦା ସଦାଶିବ ଓ ପୁତୁରା ଦିଲ୍ଲୀପଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ତିକ୍ତତା।

BJD PhotoOR

ବାମରୁ ଖୁଡ଼ି କୌଶଲ୍ୟା ଓ ପୁତୁରା ଦିଲ୍ଲୀପ

Manoranjan Sial
  • Published: Thursday, 04 April 2024
  • Updated: 04 April 2024, 07:44 PM IST

Sports

Latest News

ପଞ୍ଚାୟତ ନିର୍ବାଚନରେ ପୁତୁରାଙ୍କୁ ପାନେ ଦେଇଥିଲେ ଦାଦା। ସବୁ ଅଙ୍କ ଗୋଳମାଳିଆ କରିଦେଇଥିଲେ। ଏବେ ପାଳି ପୁତୁରାଙ୍କର। ସାଧାରଣ ନିର୍ବାଚନରେ ଛିଡ଼ା ହୋଇଛନ୍ତି ଖୁଡ଼ିଙ୍କ ବିରୋଧରେ। ଅର୍ଥାତ ଗୋଟିଏ ପରିବାର ଭିତରେ ହେବ ଜୋରଦାର ଲଢ଼େଇ। ତାହା ପୁଣି ଖୁଡି ଓ ପୁତୁରାଙ୍କ ଭିତରେ। ଏହି ଲଢ଼େଇରେ କିଏ ବାଜି ମାରିବେ, ତାହା ସମୟ କହିବ। ହେଲେ ଏହି ପାରିବାରିକ ମହାଡ୍ରାମାରେ ବିଜେପି ଫାଇଦା ଉଠାଇବନି ତ??? ନବରଙ୍ଗପୁରରୁ ଆସିଛି ଏପରି ଖବର।

ନବରଙ୍ଗପୁର ଲୋକସଭା ନିର୍ବାଚନମଣ୍ଡଳୀର ୯ ଥରର ସାଂସଦ ହୋଇଛନ୍ତି ସ୍ୱର୍ଗତ ଖଗପତି ପ୍ରଧାନୀ। ତାଙ୍କ ସାନଭାଇ ତଥା ନବରଙ୍ଗପୁର ଜିଲ୍ଲାର ପ୍ରଥମ ଜିଲ୍ଲାପରିଷଦ ଅଧ୍ୟକ୍ଷ ହେଉଛନ୍ତି ସ୍ୱର୍ଗତ ଗୋପୀନାଥ ପ୍ରଧାନୀ। ତାଙ୍କ ପୁଅ ହେଉଛନ୍ତି ବର୍ତ୍ତମାନର ନବରଙ୍ଗପ ବିଜେଡି ବିଧାୟକ ସଦାଶିବ ପ୍ରଧାନୀ। ତାଙ୍କ ପତ୍ନୀ କୌଶଲ୍ୟା ପ୍ରଧାନୀ ଏଥର ବିଜେଡି ପ୍ରାର୍ଥୀ ହୋଇଛନ୍ତି। ଆଉ ତାଙ୍କ ବିରୋଧରେ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ଦିଲ୍ଲୀପ ପ୍ରଧାନୀ। ଦିଲ୍ଲୀପ ହେଉଛନ୍ତି ସ୍ୱର୍ଗତ ଖଗପତିଙ୍କ ପୁଅ ତଥା ଜିଲ୍ଲାପରିଷଦ ସଭ୍ୟ ତ୍ରିନାଥ ପ୍ରଧାନୀଙ୍କ ପୁଅ। ଏଥର ନିର୍ବାଚନରେ ନବରଙ୍ଗପୁର ଆସନରୁ ଖୁଡ଼ି କୌଶଲ୍ୟା ଓ ପୁତୁରା ଦିଲ୍ଲୀପଙ୍କ ଭିତରେ ଜୋରଦାର ଲଢ଼େଇ ହେବ। ଏହି ପାରିବାରିକ ଯୁଦ୍ଧରେ ବିଜେପି ଫାଇଦା ଉଠାଇ ପାରିବତ?

Also Read

ଦେଖିବାକୁ ଗଲେ ଦିଲ୍ଲୀପ ଏବେ କଂଗ୍ରେସ ଆଦିବାସୀ ସେଲ୍‌ର ଜିଲ୍ଲା ସଭାପତି ରହିଛନ୍ତି। ତା’ଛଡ଼ା ସେ ତେନ୍ତୁଳିଖୁଣ୍ଟି ବ୍ଲକ୍‌ ପାତ୍ରପୁଟ ପଞ୍ଚାୟତର ସମିତି ସଭ୍ୟ ରହିଛନ୍ତି। ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଧାୟକ ଦାଦା ସଦାଶିବ ଓ ପୁତୁରା ଦିଲ୍ଲୀପଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ତିକ୍ତତା। ଆଉ ଦାଦାଙ୍କ ସମର୍ଥିତ ପ୍ରାର୍ଥୀଙ୍କୁ ମାତ ଦେଇ ପଞ୍ଚାୟତକୁ ଦଖଲ କରିଥିଲେ ଦିଲ୍ଲୀପ। ପଞ୍ଚାୟତ ଦଖଲ ପରେ ତେନ୍ତୁଳିଖୁଣ୍ଟି ବ୍ଲକ୍‌ ଅଧ୍ୟକ୍ଷ ହେବା ପାଇଁ ଆଶାୟୀ ରଖିଥିଲେ। ହେଲେ ପ୍ରତିବନ୍ଧକ ସାଜିଥିଲେ ନବରଙ୍ଗପୁର ବିଧାୟକ ତଥା ଦାଦା ସଦାଶିବ। ସେ ସବୁ ଅଙ୍କ ବିଗାଡ଼ି ଦେଇଥିଲେ। ବିଜେଡିର ସ୍ଵାର୍ଥ ପାଇଁ ପୁତୁରାଙ୍କ ଆଶାକୁ ଧୂଳିସାତ କରିଦେଇଥିଲେ। ସେହି ଦିନରୁ ଦାଦା ଓ ପୁତୁରାଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଶୀତଳ ଯୁଦ୍ଧ।

ସେପଟେ ଦେଖିବାକୁ ଗଲେ ୨୦୧୯ ସାଧାରଣ ନିର୍ବାଚନରେ ବିଜେପିରୁ ନବରଙ୍ଗପୁର ବିଧାୟକ ପ୍ରାର୍ଥୀ ହୋଇଥିଲେ ଗୌରୀ ଶଙ୍କର ମାଝୀ। ଯାହାଙ୍କଠାରୁ ଗତ ନିର୍ବାଚନରେ ୬୦୬୪ ଭୋଟରେ ଜିତିଥିଲେ ସଦାଶିବ ପ୍ରଧାନୀ। ୨୦୨୪ ନିର୍ବାଚନରେ ଗୌରୀଶଙ୍କର ମାଝୀ ଦ୍ଵିତୀୟ ଥର ପାଇଁ ବିଜେପି ପ୍ରାର୍ଥୀ ହୋଇଛନ୍ତି। ତେଣୁ ଏଥର କଡ଼ା ଟକ୍କର ହେବା ଜାଣି ପତ୍ନୀଙ୍କୁ ଛିଡ଼ା କରିଛନ୍ତି ସଦାଶିବ। ଅନ୍ୟପକ୍ଷରେ ପଞ୍ଚାୟତ ନିର୍ବାଚନରେ ପ୍ରତିଶୋଧ ନେବା ପାଇଁ ମଇଦାନକୁ ଏମ୍ଫ ମାରିଛନ୍ତି ପୁତୁରା ଦିଲ୍ଲୀପ। ସେ ଚଳିତ ନିର୍ବାଚନରେ କଂଗ୍ରେସରୁ ଖୁଡ଼ିଙ୍କ ବିରୋଧରେ ଲଢ଼ିବାକୁ ଯାଉଛନ୍ତି।

ରିପୋର୍ଟ-ନବରଙ୍ଗପୁରରୁ ନବଘନ ବିଷୋୟୀ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story