ନବୀନ ଆସନ୍ତାକାଲିଠୁ ,ପାଣ୍ଡିଆନ ଗୁରୁବାରରୁ କରିବେ ଶଙ୍ଖନାଦ: କାହା ନିର୍ଦ୍ଦେଶରେ ପାଣ୍ଡିଆନଙ୍କୁ ପ୍ରଚାରବେଳେ ମିଳିବ ‘ଜେଡ୍ ’ ସୁରକ୍ଷା

ହିଞ୍ଜିଳିରୁ ବିଜେଡି ପ୍ରାର୍ଥୀ ହୋଇଥିବା ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ମାତ୍ର ୨ଘଣ୍ଟିଆ ହିଞ୍ଜିଳି ଗସ୍ତରେ ଯାଇ ଦୁଇଟି ସାଧାରଣ ସଭାକୁ ସମ୍ବୋଧନ ଓ ନିଜ ସପକ୍ଷରେ ପ୍ରଚାର କରିବେ

Naveen Patnaik

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Ordigital Desk
  • Published: Tuesday, 23 April 2024
  • Updated: 23 April 2024, 10:56 PM IST

Sports

Latest News

ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲିଠୁ ନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲାଇବେ । ନବୀନ ନିଜେ ପ୍ରାର୍ଥୀ ହୋଇଥିବା ହିଞ୍ଜିଳି ବିଧାନସଭା ମଣ୍ଡଳୀରୁ ଆସନ୍ତାକାଲି ଅର୍ଥାତ୍ ୨୪ତାରିଖରୁ ପ୍ରଚାରର ଶଙ୍ଖନାଦ କରିବେ । ସେହିପରି ବିଜେଡିର ଦ୍ୱିତୀୟ କ୍ଷମତାକେନ୍ଦ୍ର ତଥା ରାଜନୀତିକ ଉତ୍ତରାଧିକାରୀ ଭିକେ ପାଣ୍ଡିଆନ ୨୫ତାରିଖରୁ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇବେ । ତେବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ସରକାରୀ ୱେବସାଇଟରୁ ‘ଫାଇଭ-ଟି’ ସମ୍ପୂର୍ଣ୍ଣ ଡିଲିଟ୍ ଓ ଗାଏବ ହୋଇଥିଲେ ମଧ୍ୟ ନିର୍ବାଚନ ପ୍ରଚାରବେଳେ ପାଣ୍ଡିଆନଙ୍କୁ ‘ଫାଇଭ-ଟି’ ଅଧ୍ୟକ୍ଷ ଦର୍ଶାଇ ‘ଜେଡ୍‌’ ସୁରକ୍ଷା ଯୋଗାଇ ଦେବାକୁ ଜିଲ୍ଲାପାଳ ଓ ଏସପିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ‘ଫାଇଭ-ଟି ଅଧ୍ୟକ୍ଷ ପଦବୀ ସାମ୍ବିଧାନିକ ସ୍ୱୀକୃତି ଅବା କ୍ୟାବିନେଟ୍ ଅନୁମୋଦିତ ହୋଇନଥିବାବେଳେ ନିର୍ବାଚନ ଆଚରଣ ବିଧି ବଳବତ୍ତର ରହିଛି । ଏଭଳି ସ୍ଥିତିରେ ବିଜେଡି ନେତା ଶ୍ରୀ ପାଣ୍ଡିଆନଙ୍କୁ କିଭଳି ‘ଜେଡ୍‌’ ସୁରକ୍ଷା ମିଳୁଛି ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।

ସୂଚନା ଅନୁସାରେ, ହିଞ୍ଜିଳିରୁ ବିଜେଡି ପ୍ରାର୍ଥୀ ହୋଇଥିବା ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ମାତ୍ର ୨ଘଣ୍ଟିଆ ହିଞ୍ଜିଳି ଗସ୍ତରେ ଯାଇ ଦୁଇଟି ସାଧାରଣ ସଭାକୁ ସମ୍ବୋଧନ ଓ ନିଜ ସପକ୍ଷରେ ପ୍ରଚାର କରିବେ । ନବୀନ ହେଲିକପ୍ଟର ଯୋଗେ ଭୁବନେଶ୍ୱରରୁ ହିଞ୍ଜିଳିକାଟୁ ଯିବେ ଓ ସେଠାରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡ଼ରେ ସକାଳ ସାଢ଼େ ୧୦ଟାରେ ପହଂଚିବେ । ସେଠାରେ ଗୋଟିଏ ସାଧାରଣ ସଭାକୁ ସମ୍ବୋଧିତ କରିବା ପରେ ସାଢ଼େ ୧୧ଟାରେ ଶେରଗଡ଼ ବସଷ୍ଟାଣ୍ଡଠାରେ ଅନ୍ୟ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ୧୨ଟା ୧୫ରେ ଭୁବନେଶ୍ୱର ଅଭିମୁଖେ ଗସ୍ତ କରିବେ । ଦିନ ୧ଟାରେ ନବୀନ ନିବାସରେ ପହଂଚିବେ । ନବୀନଙ୍କ ସହ ଫାଇଭ-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଗସ୍ତ କରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି କାର୍ଯ୍ୟସୂଚୀରୁ ଜଣାପଡ଼ିଛି ।

ସେହିପରି ବିଜେଡିର ଦ୍ୱିତୀୟ ମୁଖ୍ୟ ଭିକେ ପାଣ୍ଡିଆନ ୨୫ତାରିଖରେ ଗୁରୁବାରଠୁ ନିର୍ବାଚନୀ ପ୍ରଚାର ମଇଦାନକୁ ଓହ୍ଲାଇବେ । ସେ କୋରାପୁଟ ଓ ରାୟଗଡ଼ା ଜିଲ୍ଲାରୁ ପ୍ରଚାର କାର୍ଯ୍ୟ ଆରମ୍ଭ କରିବେ । ପାଣ୍ଡିଆନ ଏକ ସ୍ୱତନ୍ତ୍ର ଏୟାରକ୍ରାଫ୍ଟରେ ସକାଳ ୯ଟା ୨୦ମିନିଟରେ ଜୟପୁର ଏୟାରପୋର୍ଟରେ ପହଂଚିବେ । ସେଠାରେ ୨୪ତାରିଖ ସନ୍ଧ୍ୟାରୁ ଅପେକ୍ଷା କରିଥିବା ହେଲିକପ୍ଟରରେ ସେମିଳିଗୁଡ଼ାର ବଙ୍ଗମୁଣ୍ଡା ଛକଠାରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡ଼ରେ ଅବତରଣ କରିବେ । ବିଜେଡିର ପଟାଙ୍ଗୀ ବିଧାନସଭା ପ୍ରାର୍ଥୀ ଓ କୋରାପୁଟ ଲୋକସଭା ପ୍ରାର୍ଥୀଙ୍କ ସପକ୍ଷରେ ସେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ । ସେଠାରୁ ଦିନ ୧୧ଟାରେ ଲକ୍ଷ୍ମୀପୁର ବିଧାନସଭା ପ୍ରାର୍ଥୀଙ୍କ ସପକ୍ଷରେ ଦଶମନ୍ତପୁର ନିକଟସ୍ଥତ ଗୌଡ଼ାବାରୀ କଣ୍ଟାଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ । ପରେ ବିଷମକଟକ ମିନି ଷ୍ଟାଡ଼ିୟମରେ ଅପରାହ୍ନ ସାଢ଼େ ୩ଟା ଓ ଗୁଣୁପୁରରେ ୪ଟା ୪୦ମିନିଟରେ ସାଧାରଣ ସଭାକୁ ସମ୍ବୋଧିତ କରି ୬ଟା ୪୫ମିନିଟରେ ଭୁବନେଶ୍ୱରରେ ପହଂଚିବେ ବୋଲି ଜଣାପଡ଼ିଛି ।

Also Read

ପାଣ୍ଡିଆନଙ୍କ ଏହି କାର୍ଯ୍ୟକ୍ରମ ବେସରକାରୀ । ଫାଇଭ-ଟି ଅଧ୍ୟକ୍ଷ ପାଣ୍ଡିଆନଙ୍କୁ ‘ଜେଡ୍ ସୁରକ୍ଷା’ ଦିଆଯାଉଥିବାରୁ ନିର୍ବାଚନ ଆଚରଣ ବିଧିକୁ ଦୃଷ୍ଟିରେ ରଖି ଆବଶ୍ୟକ ସୁରକ୍ଷା ଓ ଅନ୍ୟାନ୍ୟ ବ୍ୟବସ୍ଥା କରିବାକୁ ତାଙ୍କ ବ୍ୟକ୍ତିଗତ ସଚିବ ନିରଞ୍ଜନ ରାଉତରାୟ କେରାପୁଟ ଓ ରାୟଗଡ଼ା ଜିଲ୍ଲାପାଳ ଓ ଏସପିଙ୍କୁ ଅବଗତ କରାଇଛନ୍ତି । ପାଣ୍ଡିଆନଙ୍କ ପାଇଁ ଗୋଟିଏ ଏୟାରକ୍ରାଫ୍ଟ ଓ ଗୋଟିଏ ହେଲିକପ୍ଟରକୁ ପ୍ରସ୍ତୁତ ରଖିବାକୁ ମଧ୍ୟ ଏହି ଚିଠିରେ ନିର୍ଦ୍ଦେଶ ଦିଆଯାଇଛି।

ସେହିପରି ପାଣ୍ଡିଆନ ୨୭ତାରିଖରେ କଳାହାଣ୍ଡି ସଂସଦୀୟ କ୍ଷେତ୍ର ଗସ୍ତରେ ଯିବେ । ସକାଳ ୯ଟା ୨୦ମିନିଟରେ ନୂଆପଡ଼ାଠାରେ ପୁରୁଣା ଏସପି ପଡ଼ିଆ ନିକଟରେ ସାଧାରଣ ସଭାକୁ ସମ୍ବୋଧିତ କରିବା ସହ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ । ୧୦ଟା ୪୫ମିନିଟରେ ଧର୍ମଗଡ଼ ନିର୍ବାଚନମଣ୍ଡଳୀ ପ୍ରାର୍ଥୀଙ୍କ ସପକ୍ଷରେ କୋକସରାର ଗୋତାମୁଣ୍ଡା ପଡ଼ିଆଠାରେ ସାଧାରଣ ସଭା, ଦିନ ୧୨ଟାରେ ଜୁନାଗଡ଼ ବିଧାୟକ ପ୍ରାର୍ଥୀଙ୍କ ପାଇଁ ଗୋଲାମୁଣ୍ଡା ବ୍ଲକର ଦଶପୁର ପଡ଼ିଆରେ ସଭା, ସାଢ଼େ ୩ଟାରେ ଲାଞ୍ଜିଗଡ଼ ବିଧାୟକ ପ୍ରାର୍ଥୀଙ୍କ ପାଇଁ ଜଇପାଟଣା ବଜାର ପଡ଼ିଆ, ସାଢ଼େ ୪ଟାରେ ନର୍ଲାର ତୁଳାପଡ଼ା ହାଇସ୍କୁଲ ପଡ଼ିଆରେ ଆୟୋଜିତ ସାଧାରଣ ସଭାରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରି ୫ଟା ୪୫ମିନିଟରେ କଳାହାଣ୍ଡି ଛାଡ଼ିବେ ବୋଲି ଜଣାପଡ଼ିଛି । ଏହି ଦଳୀୟ ପ୍ରଚାର ପାଇଁ ପାଣ୍ଡିଆନଙ୍କୁ ‘ଜେଡ୍ ସୁରକ୍ଷା’ ମିଳିବ ବୋଲି ଚିଠିରେ ଉଲ୍ଲେଖ ରହିଛି ।

ଉଲ୍ଲେଖଯୋଗ୍ୟ, ପାଣ୍ଡିଆନଙ୍କ ସୁରକ୍ଷାରେ ଜେଡ୍ ପ୍ଲସଠୁ ଅଧିକ ସୁରକ୍ଷାକର୍ମୀ ନିୟୋଜିତ ଥିବା ନେଇ ବିଜେପି ପକ୍ଷରୁ ଗତ ୩ସପ୍ତାହ ପୂର୍ବରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରାଯାଇଥିଲା । ବିଜେପିର ଅଭିଯୋଗ ଉପରେ ନିର୍ବାଚନ କମିଶନ ଏନେଇ କୌଣସି ପଦକ୍ଷେପ ନେଇଥିବା ଭଳି ପ୍ରତୀତ ହେଉନାହିିଁ । ବିଜେପି ବି ଅଭିଯୋଗ କରି ଏବେ ଚୁପ୍ ବସିଯାଇଛି । କାରଣ ରାଜ୍ୟ ସରକାରଙ୍କ ପକ୍ଷରୁ ପାଣ୍ଡିଆନଙ୍କ ଯେଉଁ କାର୍ଯ୍ୟକ୍ରମ ପ୍ରସ୍ତୁତ ହେଉଛି, ସେଥିରେ ତାଙ୍କୁ ଫାଇଭ-ଟି ଅଧ୍ୟକ୍ଷ(ଅଣସାମ୍ବିଧାନିକ ପଦ) ଭାବେ ସୁରକ୍ଷା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ନିର୍ବାଚନ ଆଦର୍ଶ ଆଚରଣ ବିଧି ବଳବତ୍ତର ଥିବାବେଳେ ବିଜେଡି ନେତା ପାଣ୍ଡିଆନଙ୍କୁ କିଭଳି ଫାଇଭ-ଟି ଅଧ୍ୟକ୍ଷର ସୁବିଧାସୁଯୋଗ ଓ ନିରାପତ୍ତା ସରକାର ଦେଉଛନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପାଣ୍ଡିଆନଙ୍କୁ ଜେଡ୍ ସୁରକ୍ଷା ପ୍ରଦାନ ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅନୁମତି ଦେଇଛନ୍ତି ନା ରାଜ୍ୟ ସରକାର ନିଜଆଡ଼ୁ ତାଙ୍କୁ ଏହି ସୁରକ୍ଷା ଦେଇଛନ୍ତି ତାହା ଜଣାପଡ଼ିନି ।

ସୂଚନାଯୋଗ୍ୟ, ବ୍ଲୁ ବୁକ୍ ଅନୁସାରେ ଜେଡ୍ ସୁରକ୍ଷାରେ ଜଣେ ଭିଭିଆଇପିଙ୍କୁ ସର୍ବନିମ୍ନ ୪-୫ଜଣ କମାଣ୍ଡୋଙ୍କ ସମେତ ମୋଟ ୨୨ଜଣ ପୁଲିସ ଓ ଅର୍ଦ୍ଧସାମରିକ ଯବାନ ସୁରକ୍ଷା ଯୋଗାଇ ଦେଇଥାନ୍ତି । ତାଙ୍କୁ ସର୍ବନିମ୍ନ ୫ଟି ଗାଡ଼ି ଓ ସେଥିରେ ଗୋଟିଏ ବୁଲେଟ୍ ପ୍ରୁଫ୍ ଗାଡ଼ି ରହିବା ବାଧ୍ୟତାମୂଳକ ହୋଇଥାଏ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story