ପାଣ୍ଡିଆନଙ୍କ ଟାର୍ଗେଟରେ ପ୍ରଦୀପ,ଅପରାଜିତା ଓ ଧର୍ମେନ୍ଦ୍ର: କଂଗ୍ରେସ ଜଗିଛି ନିଜ ଭୋଟ୍ ,କାମ ଦେଉନି ବିଜେଡି ରଣନୀତି

ସମ୍ବଲପୁର, ବ୍ରହ୍ମପୁର ଓ ଭୁବନେଶ୍ୱର ଆସନକୁ ହାତେଇବା ପାଇଁ ବିଜେଡି ବ୍ୟାକଡୋରରେ ଯେଉଁ ସବୁ ରଣନୀତି କରୁଛି ତାହା ଫେଲ୍ ମାରିବାରେ ଲାଗିଛି

V.K Pandian

ବିଜେଡି ନେତା ଭି.କେ ପାଣ୍ଡିଆନ(ଫାଇଲ ଫଟୋ)

Ordigital Desk
  • Published: Wednesday, 08 May 2024
  • Updated: 08 May 2024, 10:49 PM IST

Sports

Latest News

ଚଳିତ ନିର୍ବାଚନରେ ରାଜ୍ୟରେ ବିଜେପିର ପରିବର୍ତ୍ତିତ ରଣନୀତି ବିଜେଡିର ନିଦ ହଜାଇ ଦେଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସ୍ୱଳ୍ପ ସକ୍ରିୟତା ମଧ୍ୟରେ ଦଳର ନିର୍ବାଚନୀ ମଙ୍ଗ ଧରିଥିବା ଦ୍ୱିତୀୟ ପ୍ରଭାବଶାଳୀ ନେତା ଭିକେ ପାଣ୍ଡିଆନଙ୍କ ପାଇଁ ଭୁବନେଶ୍ୱର, ସମ୍ବଲପୁର ଓ ବ୍ରହ୍ମପୁର ସଂସଦୀୟ ଆସନକୁ ବିଜେଡି କବଜାରେ ରଖିବା ମୁଖ୍ୟ ଚ୍ୟାଲେଞ୍ଜ ଓ ଆତ୍ମସମ୍ମାନର ପ୍ରଶ୍ନ ହୋଇଛି । ତେବେ ଏହି ୩ ଆସନକୁ ହାତେଇବା ପାଇଁ ବିଜେଡି ଏବେ କଂଗ୍ରେସ ଭୋଟ୍ ଉପରେ ନଜର ପକାଇଥିଲେ ମଧ୍ୟ ଦଳର ରଣନୀତି ଓ ଚକ୍ରବ୍ୟୁହ ବିଫଳ ହେବାରେ ଲାଗିଛି । କଂଗ୍ରେସ ନିଜର ଭୋଟକୁ ସୁରକ୍ଷିତ ରଖିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଥିବାରୁ ବିଜେଡି ନିଜର ପୁରୁଣା ଫର୍ମୂଲା ଆପଣାଇ ନିର୍ବାଚନୀ ସଫଳତା ପାଇବା ଆଶା କ୍ଷୀଣ ହେବାରେ ଲାଗିଛି।ନିଜର ଫର୍ମୂଲା ଫେଲ୍ ମାରୁଥିବା ଦେଖି ବିଜେଡିର ନମ୍ବର-ଟୁ ଭିକେ ପାଣ୍ଡିଆନ ନିୟମିତ ଭାବେ ଏହି ୩ଟି ଆସନରେ ବିଜେପିର ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ, ଅପରାଜିତା ଷଡ଼ଙ୍ଗୀ ଓ ପ୍ରଦୀପ ପାଣିଗ୍ରାହୀଙ୍କୁ ବ୍ୟକ୍ତିଗତ ଟୀକାଟିପ୍ପଣୀ କରିବାର କୌଣସି ସୁଯୋଗକୁ ହାତଛଡ଼ା କରୁନଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ବିଜେଡିର ପାଣ୍ଡିଆନଙ୍କ ପାଇଁ ସମ୍ବଲପୁର, ବ୍ରହ୍ମପୁର ଓ ଭୁବନେଶ୍ୱର ସଂସଦୀୟ ଆସନରେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ଏବଂ ବିଜେପି ପ୍ରାର୍ଥୀଙ୍କୁ ପରାଜିତ କରିବା ଏକପ୍ରକାରର ସମ୍ମାନର ପ୍ରଶ୍ନ ପାଲଟିଛି । ବିଜେଡିର ନିଜର ସବୁ ରଣକୌଶଳ ଲଗାଇ ପୂର୍ବରୁ ନିର୍ବାଚନ ଜିତୁଥିବାରୁ ଚଳିତ ନିର୍ବାଚନରେ ମଧ୍ୟ ଏହି ୩ଟି ଆସନକୁ ହାତେଇବା ନିମନ୍ତେ ଗୋଟିଏ ପରେ ଗୋଟିଏ ରଣନୀତି କରିବାରେ ଲାଗିଛି । ମାତ୍ର ବିଜେପିର ତୀକ୍ଷ୍ଣ ନଜର ଓ ପରିବର୍ତ୍ତିତ ରଣନୀତି ବିଜେଡି ପାଇଁ ଅଡ଼ୁଆ ବଢ଼ାଇବାରେ ଲାଗିଛି । ପୂର୍ବରୁ ରାଜ୍ୟ ବିଜେପିକୁ କଡ଼ା ଟାର୍ଗେଟ୍ କରି କେନ୍ଦ୍ର ବିଜେପି ପାଇଁ ଚୁପ୍ ରହୁଥିବା ବିଜେଡିର ଏହି ନମ୍ବର-ଟୁ ନେତା ପାଣ୍ଡିଆନ ଏବେ ବିଜେପିର କେନ୍ଦ୍ରୀୟ ନେତାଙ୍କ ବିରୁଦ୍ଧରେ ମୁହଁ ଖୋଲିବାକୁ ଆରମ୍ଭ କରିଛନ୍ତି । ୨୦୧୪ ଓ ୨୦୧୯ରେ ବିଜେପିର ଏହି ଶୀର୍ଷ ନେତାମାନେ ଓଡ଼ିଶା ଆସି ପ୍ରଚାର କରିଥିଲେ ମଧ୍ୟ ତାହା କାମ ଦେଇନି ଓ ଚଳିତଥର ମଧ୍ୟ ସେମାନଙ୍କୁ ସେଭଳି ନିରାଶ ହେବାକୁ ପଡ଼ିବ ବୋଲି ଖୋଲାଖୋଲି କହିସାରିଲେଣି।

ଏପଟେ ସମ୍ବଲପୁର, ବ୍ରହ୍ମପୁର ଓ ଭୁବନେଶ୍ୱର ଆସନକୁ ହାତେଇବା ପାଇଁ ବିଜେଡି ବ୍ୟାକଡୋରରେ ଯେଉଁ ସବୁ ରଣନୀତି କରୁଛି ତାହା ଫେଲ୍ ମାରିବାରେ ଲାଗିଛି । ଅନ୍ୟ ଦଳର ନେତାମାନଙ୍କୁ ଆଣି ବିଜେଡିରେ ମିଶାଇ ଜିତିବା ପାଇଁ ପ୍ରୟାସ ବିଶେଷ ଫଳପ୍ରଦ ହୋଇପାରୁନଥିବା ଜଣାପଡ଼ିଛି । ଏପରିକି ନିଜର ଭୋଟବ୍ୟାଙ୍କ (ମହିଳା ଏସଏଚଜି) ମଧ୍ୟ ବିଶେଷ ପ୍ରଭାବ ପକାଇ ପାରୁନି । ବିଜେପି ନିଜର କ୍ୟାଡ଼ରମାନଙ୍କୁ ଏସବୁ ସଂସଦୀୟ କ୍ଷେତ୍ରରେ ବେଶ୍ ସକ୍ରିୟ କରି ରଖିଛି । ଯେଉଁଥିପାଇଁ ବିଜେଡିର କୌଣସି ବି ରଣନୀତି କାମ ଦେଉନି।

Also Read

ସବୁଥିରେ ବିଫଳ ହେବାପରେ ବିଜେଡି ନିଜର ଶେଷ ଅସ୍ତ୍ର ଭାବେ ଏବେ କଂଗ୍ରେସ ଭୋଟ୍ ଉପରେ ନଜର ପକାଇଛି । କଂଗ୍ରେସର ବ୍ଲକସ୍ତରୀୟ ନେତାମାନଙ୍କୁ ପ୍ରଭାବିତ କରି ଭୋଟ୍ ହାତେଇବାକୁ ଉଦ୍ୟମ ଆରମ୍ଭ କରିଛି । ପୂର୍ବରୁ ବିଜେଡି ଏଭଳି କୌଶଳ ଆପଣାଇ ନିର୍ବାଚନୀ ସଫଳତା ହାସଲ କରିସାରିଛି । ତେଣୁ ଚଳିତଥର ସେଭଳି ପ୍ରୟାସ ଆରମ୍ଭ କରିଥିବାବେଳେ କଂଗ୍ରେସ କିନ୍ତୁ ଏହି ୩ ଆସନରେ ନିଜର ଭୋଟବ୍ୟାଙ୍କକୁ ସୁୁରକ୍ଷିତ ରଖିବା ପ୍ରାଣମୂର୍ଚ୍ଛା ଉଦ୍ୟମ ଆରମ୍ଭ କରିଛି । ଦଳ କୌଣସି ପରିସ୍ଥିତିରେ ବି ନିଜର ଭୋଟକୁ ଅନ୍ୟ କୌଣସି ଦଳକୁ ଟ୍ରାନ୍ସଫର ଯେଭଳି ନହେବ ତାହା ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦେଉଛି । ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସର ସବୁ ଭୋଟ ଉଭୟ ବିଜେଡି ଓ ବିଜେପିକୁ ସ୍ଥାନାନ୍ତର ହୋଇଥିବାରୁ ଦଳକୁ ଲଜ୍ୟାଜନକ ପରିସ୍ଥିତି ଦେଇ ଗତି କରିବାକୁ ପଡ଼ିଥିଲା।

୨୦୧୯ ସାଧାରଣ ନିର୍ବାଚନରେ ଭୁବନେଶ୍ୱର ସଂସଦୀୟ ଆସନକୁ ବିଜେପିର ଅପରାଜିତା ଷଡ଼ଙ୍ଗୀ ୨୩୮୩୯ଖଣ୍ଡ ଭୋଟରେ ବିଜେଡିଠୁ ଛଡ଼ାଇ ନେଇଥିଲେ। କଂଗ୍ରେସ ନିଜେ ପ୍ରାର୍ଥୀ ଦେଇନଥିଲା ଓ ସିପିଏମକୁ ସମର୍ଥନ କରିଥିଲା । ମାତ୍ର ସିପିଏମ୍ ପ୍ରାର୍ଥୀଙ୍କୁ ମାତ୍ର ୨୩୦୨୬ଖଣ୍ଡ ଭୋଟ୍ ମିଳିଥିଲା।  ତେବେ ଏହି ସଂସଦୀୟ କ୍ଷେତ୍ରର ୭ଟି ଯାକ ବିଧାନସଭା ଆସନରେ ଜଣେବି ବିଜେପି ବିଧାୟକ ପ୍ରାର୍ଥୀ ଜିତିନଥିଲେ । କଂଗ୍ରେସକୁ ଗୋଟିଏ ଓ ବିଜେଡିକୁ ୬ଟି ବିଧାନସଭା ଆସନ ଯାଇଥିଲା। ଅବଶ୍ୟ ଏହି ସଂସଦୀୟ କ୍ଷେତ୍ରରେ ସମସ୍ତ ୭ଟି ଯାକ ବିଧାନସଭା  ମଣ୍ଡଳୀରେ ବିଜେଡିକୁ ମୋଟ ୪.୮୨ଲକ୍ଷ(୪୮.୬୧%), ବିଜେପିକୁ ୨.୯୦ଲକ୍ଷ(୨୯.୨୯%) ଓ କଂଗ୍ରେସକୁ ୧.୪୧ଲକ୍ଷ ଭୋଟ(୧୪.୨୧%) ମିଳିଥିଲା ।
ସେହିପରି ସମ୍ବଲପୁର ସଂସଦୀୟ ଆସନକୁ ବିଜେପିର ନିତେଶ ଗଙ୍ଗଦେବ ୯୧୬୨ଖଣ୍ଡ ଭୋଟରେ ବିଜେଡିଠୁ ଛଡ଼ାଇ ନେଇଥିଲେ । କଂଗ୍ରେସ ଏଠାରେ ଶରତ ପଟ୍ଟନାୟକ(ବର୍ତ୍ତମାନର ପିସିସି ସଭାପତି)ଙ୍କୁ ପ୍ରାର୍ଥୀ କରିଥିଲା ଓ ତାଙ୍କୁ ୧.୩୬ଲକ୍ଷ ଭୋଟ୍ ମିଳିଥିଲା । ତେବେ ଏହି ସଂସଦୀୟ କ୍ଷେତ୍ରରେ ୭ଟି ଯାକ ବିଧାନସଭା ଆସନରେ ଜଣେବି କଂଗ୍ରେସ ପ୍ରାର୍ଥୀ ଜିତିନଥିଲେ । ବିଜେପିକୁ ଏଠାରେ ୩ଟି ଓ ବିଜେଡିକୁ ୪ଟି ବିଧାନସଭା ଆସନ ମିଳିଥିଲା । ଏହି ସଂସଦୀୟ କ୍ଷେତ୍ରର ସମସ୍ତ ୭ଟି ଯାକ ବିଧାନସଭା ମଣ୍ଡଳୀରେ ବିଜେଡିକୁ ମୋଟ ପ୍ରାୟ ୪.୭୮ଲକ୍ଷ, ବିଜେପିକୁ ୪.୨୪ଲକ୍ଷ(୩୮.୦୬%) ଓ କଂଗ୍ରେସକୁ ୧.୬୩ଲକ୍ଷ(୧୪.୬୯%) ଭୋଟ୍ ମିଳିଥିଲା।

ସେହିପରି ବ୍ରହ୍ମପୁର ସଂସଦୀୟ ଆସନରେ ବିଜେଡିର ଚନ୍ଦ୍ରଶେଖର ସାହୁ(କଂଗ୍ରେସରୁ ଆସିଥିଲେ) ୯୪୮୪୪ଖଣ୍ଡ ଭୋଟ ବ୍ୟବଧାନରେ ବିଜେପିର ଭୃଗୁ ବକ୍ସିପାତ୍ର(ଏବେ ବିଜେଡି ପ୍ରାର୍ଥୀ)ଙ୍କୁ ପରାଜିତ କରିଥିଲେ । କଂଗ୍ରେସର ଭି.ଚନ୍ଦ୍ରଶେଖର ନାଇଡୁଙ୍କୁ ଏଠାରେ ୧.୪୨ଲକ୍ଷ ଭୋଟ୍ ମିଳିଥିଲା । ତେବେ ଏହି ସଂସଦୀୟ କ୍ଷେତ୍ରରେ ୭ଟି ଯାକ ବିଧାନସଭା ଆସନ ମଧ୍ୟରୁ ବିଜେଡି ପ୍ରାର୍ଥୀଙ୍କୁ ୫ଟି , କଂଗ୍ରେସ ଓ ବିଜେପି ପ୍ରାର୍ଥୀ ଗୋଟିଏ ଲେଖାଏଁ ଆସନରେ ବିଜୟୀ ହୋଇଥିଲେ । ଏହି ସଂସଦୀୟ କ୍ଷେତ୍ରର ସମସ୍ତ ୭ଟି ବିଧାନସଭା ମଣ୍ଡଳୀରେ ବିଜେଡିକୁ ମୋଟ ପ୍ରାୟ ୪.୩୦ଲକ୍ଷ(୪୩.୮୦%) ଭୋଟ୍ , ବିଜେପିକୁ ୩.୩୧ଲକ୍ଷ(୩୩.୬୬%) ଓ କଂଗ୍ରେସକୁ ୧.୧୪ଲକ୍ଷ(୧୧.୬୭%) ଭୋଟ୍ ମିଳିଥିଲା ।

ସବୁଆଡ଼ୁ ନିରାଶ ହେବାପରେ ବିଜେଡି ଏବେ ଏହି ୩ଟି ସଂସଦୀୟ କ୍ଷେତ୍ରରେ ଥିବା କଂଗ୍ରେସ ଭୋଟକୁ ନିଜର କରିବାକୁ ସବୁପ୍ରକାର ପ୍ରୟାସ ଆରମ୍ଭ କରିଦେଇଥିବା ଜଣାପଡ଼ିଛି । ମାତ୍ର କଂଗ୍ରେସ ଏସବୁ ଆସନରେ ନିଜର ଭୋଟବ୍ୟାଙ୍କକୁ ସୁରକ୍ଷିତ ରଖିବା ଉପରେ ଗୁରୁତ୍ୱ ଦେଉଛି । ଭୁବନେଶ୍ୱରରେ ବିଜେଡିର ଏହି ଫୂର୍ମଲା ବିଶେଷ କାମ ଦେଉନଥିବାରୁ ବ୍ରହ୍ମପୁର ଓ ସମ୍ବଲପୁର କ୍ଷେତ୍ରରେ ଉକ୍ତ ଫର୍ମୂଲାକୁ ସଫଳ କରିବା ପାଇଁ ବିଜେଡି ନେତୃତ୍ୱ ଉଦ୍ୟମ କରୁଥିବା ଜଣାପଡ଼ିଛି।

ତେବେ ଏହି କଥା ଦାଣ୍ଡରେ ପଡ଼ି ହାଟରେ ଗଡ଼ିବା ପରେ ବିଜେପି ମଧ୍ୟ ବିଜେଡିର ଏହି ଘୋଡ଼ାବେପାର ରାଜନୀତିରୁ ଫାଇଦା ନେବା ପାଇଁ ସମପରିମାଣରେ ପ୍ରୟାସ ଆରମ୍ଭ କରୁଥିବା ଚର୍ଚ୍ଚା । ତେବେ ଏସବୁ ମଧ୍ୟରେ କଂଗ୍ରେସ ନିଜର ଭୋଟବ୍ୟାଙ୍କକୁ ସୁରକ୍ଷିତ ରଖିବା ଉପରେ ଗୁରୁତ୍ୱ ଦେଉଥିବାରୁ ବିଜେଡିର ଦ୍ୱିତୀୟ କ୍ଷମତାକେନ୍ଦ୍ର ଭିକେ ପାଣ୍ଡିଆନଙ୍କ ପତିଆରା ପ୍ରଦର୍ଶନ ଉପରେ ଶକ୍ତ ଧକ୍କା ଲାଗିଥିବା ସାଧାରଣରେ ଚର୍ଚ୍ଚା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story