ଆଜି ଆରମ୍ଭ ହେବ ନୂଆ ଅଧ୍ୟାୟ; ଉତକ୍ଷେପଣ ହେବ ଚନ୍ଦ୍ରୟାନ-ଥ୍ରୀ

ଆଜି ଶ୍ରୀହରିକୋଟା ସତୀଶଧାୱନ ସ୍ପେସ୍ ସେଣ୍ଟରରୁ ଉତ୍‌କ୍ଷେପଣ ହେବ ଚନ୍ଦ୍ରୟାନ-ଥ୍ରୀ। ଆଜି ଅପରାହ୍ନ ୨ଟା ୩୫ ମିନିଟରେ ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିବ ଚନ୍ଦ୍ରୟାନ-୩।

Chandrayaan-3

ଚନ୍ଦାୟନ ୩ ।

Niharika Rout
  • Published: Friday, 14 July 2023
  • Updated: 14 July 2023, 07:59 AM IST

Sports

Latest News

ମହାକାଶ ବିଜ୍ଞାନ କ୍ଷେତ୍ରରେ ଆଜି ଯୋଡ଼ିହେବ ଏକ ନୂଆ ଅଧ୍ୟାୟ। ଆଉ ଏକ ଇତିହାସ ରଚିବ ଭାରତ। ଆଜି ଶ୍ରୀହରିକୋଟା ସତୀଶଧାୱନ ସ୍ପେସ୍ ସେଣ୍ଟରରୁ ଉତ୍‌କ୍ଷେପଣ ହେବ ଚନ୍ଦ୍ରୟାନ-ଥ୍ରୀ। ଆଜି ଅପରାହ୍ନ ୨ଟା ୩୫ ମିନିଟରେ ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିବ ଚନ୍ଦ୍ରୟାନ-୩।

ଲଞ୍ଚପ୍ୟାଡରୁ ଉତକ୍ଷେପଣ ହେବ ବିଶାଳକାୟ LVM3-M4। ୪୩.୫ ମିଟର ଉଚ୍ଚ ଓ ୬୪୨ ଟନ୍ ଓଜନ ବିଶିଷ୍ଟ ଭାରତର ସର୍ବବୃହତ୍ ଲଞ୍ଚ ଭେହିକିଲ୍ ମାର୍କ-ଥ୍ରୀର ଏହା ହେବ ଚତୁର୍ଥ ମିଶନ୍। ଭୂପୃଷ୍ଠ ଛାଡ଼ିବାର ପ୍ରାୟ ୧୬ ମିନିଟ୍ ପରେ ପ୍ରାୟ ୧୮୦ କିଲୋମିଟର ଉଚ୍ଚତାରେ ନିର୍ଦ୍ଧାରିତ ପ୍ରାରମ୍ଭିକ କକ୍ଷପଥରେ ଅବସ୍ଥାପିତ ହେବ ଚନ୍ଦ୍ରୟାନ-୩।

ଏଥିରେ ରହିବ ମୋଟ ୩ହଜାର ୯ଶହ କିଲୋଗ୍ରାମ ଓଜନର ପ୍ରପଲସନ୍ ମଡ୍ୟୁଲ, ଲ୍ୟାଣ୍ଡର୍ ଓ ରୋଭର୍। ସେଠାରୁ ଏହା ଯୋଜନା ମୁତାବକ ଚନ୍ଦ୍ର ଅଭିମୁଖେ ଅଗ୍ରସର ହେବ ଏବଂ ସମ୍ଭବତଃ ଅଗଷ୍ଟ ୨୩ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ।

Also Read

ଚଳିତଥର ଯେପରି ଚନ୍ଦ୍ରୟାନ-୩ର ସଫ୍ଟ ଲ୍ୟାଣ୍ଡିଂ ବା ସୁରକ୍ଷିତ ଅବତରଣରେ କୌଣସି ସମସ୍ୟା ନ ଉପୁଜେ, ସେଥିଲାଗି ପୂର୍ବାପେକ୍ଷା ବଡ଼ ଆକାରର ଅବତରଣ ସ୍ଥଳକୁ ଟାର୍ଗେଟ୍ କରାଯାଉଥିବା ବେଳେ, ଯାନରେ ଅଧିକ ଇନ୍ଧନ ରଖାଯାଇଛି। ସବୁ ପ୍ରକାର ସମ୍ଭାବ୍ୟ ବୈଷୟିକ ତ୍ରୁଟି ପାଇଁ ଅଟୋମେଟେଡ୍ ବ୍ୟାକଅପ୍ ପ୍ଲାନ୍ ରଖାଯାଇଛି । ଫଳରେ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡରର ଅବତରଣ ଓ ରୋଭରର ବିଚରଣ ସମ୍ଭବ ହୋଇପାରିବ ବୋଲି ଆଶା ରଖିଛି ଇସ୍ରୋ।

ଭାରତର ତୃତୀୟ ମୁନ୍ ମିଶନରେ ଓଡ଼ିଶାର ବି ରହିଛି ବଡ଼ ଯୋଗଦାନ। ଚନ୍ଦ୍ରୟାନ-୩ର ବହୁ ଗୁରୁତ୍ୱପୂର୍ଣ୍ଣ ତଥା ଜଟିଳ ଯନ୍ତ୍ରାଂଶ ତିଆରି ହୋଇଛି ଭୁବନେଶ୍ୱରସ୍ଥିତ ସେଣ୍ଟ୍ରାଲ୍ ଟୁଲରୁମ୍ ଆଣ୍ଡ୍ ଟ୍ରେନିଂ ସେଣ୍ଟର ବା ସିଟିଟିସିରେ । ଲଞ୍ଚ ଭେହିକିଲ୍ ଓ ସ୍ପେଶକ୍ରାଫ୍ଟ ପାଇଁ ଭାଲ୍ଭ, ଇଣ୍ଟେରିଆଲ୍ ନାଭିଗେସନ୍ ସିଷ୍ଟମ, ଜାଇରୋସ୍କୋପ୍, ଲେଜର୍ ଜାଇରୋ, ଟେଂପରେଚର୍ ସେନ୍ସର ଆଦି ୧୨ କୋଟି ଟଙ୍କାର ଯନ୍ତ୍ରାଂଶ ଏଠାରେ ନିର୍ମାଣ ହୋଇଛି । ଚନ୍ଦ୍ରୟାନ-୧ ଓ ୨ ପାଇଁ ମଧ୍ୟ ସିଟିଟିସି ପକ୍ଷରୁ କଂପୋନେଣ୍ଟ ତିଆରି କରାଯାଇଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story