ଆଉ ଏକ ଇତିହାସ ରଚିବାକୁ ଯାଉଛି ଇସ୍ରୋ। ପ୍ରଥମ ଥର ପାଇଁ ଭାରତ ନିଜ ରକେଟରେ ନିଜ ବୀରଙ୍କୁ ମହାକାଶ ପଠାଇବ। ବାୟୁସେନାର ଚାରି ଜଣ ଅଧିକାରୀ ପ୍ରଥମ କରି ମହାକାଶ ଯାତ୍ରା କରିବେ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେମାନଙ୍କ ନାମ ଘୋଷଣା କରିଛନ୍ତି। ଏହି ଚାରି ଅଧିକାରୀ ଗଗନଯାନ ମାଧ୍ୟମରେ ମହାକାଶ ଯାତ୍ରା କରିବେ।
ସେମାନେ ହେଉଛନ୍ତି- ଗ୍ରୁପ୍ କ୍ୟାପଟେନ୍ ପ୍ରଶାନ୍ତ ବାଳକୃଷ୍ଣ, ଗ୍ରୁପ୍ କ୍ୟାପଟେନ୍ ଅଜିତ କୃଷ୍ଣ, ଗ୍ରୁପ୍ କ୍ୟାପଟେନ୍ ଅଙ୍ଗଦ ପ୍ରତାପ, ୱିଙ୍ଗ୍ କମାଣ୍ଡର ଶୁଭାଂଶୁ ଶୁକ୍ଲା। ଏହି ଚାରିଜଣ ମହାକାଶଚାରୀ ଋଷରେ ବ୍ୟାପକ ପ୍ରଶିକ୍ଷଣ ନେଇଛନ୍ତି। ବର୍ତ୍ତମାନ ଇସ୍ରୋ ସେମାନଙ୍କୁ ତାଲିମ ଦେଉଛି। ଗଗନଯାନ ମାଧ୍ୟମରେ ପ୍ରଥମେ ଏକ ରୋବଟ୍ ବ୍ୟୋମମିତ୍ର ମହାକାଶକୁ ପଠାଯିବ। ଏହା ସଫଳ ହେବା ପରେ 2025 ଏହି ଚାରି ଜଣ ବାୟୁସେନା ଅଧିକାରୀ ମହାକାଶକୁ ଯାତ୍ରା କରିବେ।
Also Read
ଯଦି ସମସ୍ତ ପ୍ରକ୍ରିୟା ସଫଳ ହୁଏ, ତେବେ ଆମେରିକା, ଋଷ ଓ ଚୀନ ପରେ ଭାରତ ନିଜ ରକେଟରେ ନିଜ ବୀରଙ୍କୁ ମହାକାଶ ପଠାଇବାରେ ବିଶ୍ୱର ଚତୁର୍ଥ ରାଷ୍ଟ୍ର ହେବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Science & Environment
ପ୍ରଥମ ଭାରତୀୟ ଭାବେ ଅନ୍ତର୍ଜାତୀୟ ସ୍ପେଶ ସେଣ୍ଟରରେ ପହଞ୍ଚିଲେ ଶୁଭାଂଶୁ
ଡକିଂ ପୂର୍ବରୁ ଶୁଭାଂଶୁ ଓ ଅନ୍ୟ ୩ ବୈଜ୍ଞାନିକଙ୍କୁ ଧରି ମହାକାଶକୁ ଯାଇଥିବା ସ୍ପେଶଏକ୍ସର ଡ୍ରାଗନ ସ୍ପେଶକ୍ରାଫ୍ଟ ପ୍ରଥମେ କିଛି ସମୟ ଅନ୍ତର୍ଜାତୀୟ ସ୍ପେଶ ସେଣ୍ଟର ଉପରେ ଉଡ଼ାଣ ଭରିଥିଲା।

Guest Column
ଅସୁସ୍ଥ ପୃଥିବୀ, ଆମ ଦାୟିତ୍ୱ
ପ୍ଲାଷ୍ଟିକ ପ୍ରଦୂଷଣ ଅବସାନ କରିବା କେବଳ ସରକାର ବା ବୃହତ ସଂସ୍ଥାମାନଙ୍କ ଦାୟିତ୍ୱ ନୁହେଁ। ଏହା ମୋ, ଆପଣ, ଆମ ସମସ୍ତଙ୍କ ଦାୟିତ୍ୱ।

Science & Environment
ଡ୍ରୋନ୍କୁ ମାତ୍ ଦେବ ଭାର୍ଗବାସ୍ତ୍ର
ଗଞ୍ଜାମ ଜିଲ୍ଲା ଗୋପାଳପୁରର ସିୱାର୍ଡ ଫାୟାରିଂ ରେଞ୍ଜରେ ଏହି ପରୀକ୍ଷଣ ହୋଇଥିଲା। ଏଥିରେ ‘ଭାର୍ଗବାସ୍ତ୍ର କାଉଣ୍ଟର-ସ୍ୱାର୍ମ ଡ୍ରୋନ୍ ସିଷ୍ଟମ’ ଏକ ସମୟରେ ଏକାଧିକ ଡ୍ରୋନ୍କୁ ଚିହ୍ନଟ କରିବା ସହିତ ସେଗୁଡ଼ିକୁ ଲକ୍ କରି ନଷ୍ଟ କରିବାରେ ସଫଳ ହୋଇଥିଲା।

Guest Column
ଜଳ ସଂରକ୍ଷଣ ଜୀବନ ସଂରକ୍ଷଣ!
ଭୌଗୋଳିକ ଦୃଷ୍ଟିକୋଣରୁ ଭାରତ ଦକ୍ଷିଣ ଏସିଆର ସପ୍ତମ ବୃହତ୍ତମ ଦେଶ ଓ ଦ୍ୱିତୀୟ ସର୍ବାଧିକ ବୃଷ୍ଟିପାତ ହେଉଥିବା ରାଷ୍ଟ୍ର। ଏହା ସତ୍ତ୍ୱେ ଏହା ଅଷ୍ଟମ ଦେଶ ଯାହାକି ମାରାତ୍ମକ ଜଳ ସଙ୍କଟର ସମ୍ମୁଖୀନ ହୋଇଛି। ବିଶେଷଜ୍ଞମାନଙ୍କ ଚେତାବନୀ ଅନୁଯାୟୀ ଯଦି ଏବେଠାରୁ ଭାରତର ଜଳ ସଙ୍କଟ ଦୂରୀକରଣ ପାଇଁ ଅଭିଯାନ ଆରମ୍ଭ ନ କରାଯାଏ ତା’ହେଲେ ଆଗାମୀ ବର୍ଷରେ ଭାରତକୁ ଜଳ ଆମଦାନୀ କରିବାକୁ ପଡ଼ିପାରେ।

Science & Environment
ମଧ୍ୟରାତ୍ରୀ ହେବାକୁ ଆଉ କେତେ ବାକି?
ମଧ୍ୟରାତ୍ରୀ ହେବାକୁ ଆଉ ମାତ୍ର ୮୯ ସେକେଣ୍ଡ ବାକି। ଏହି ବାକ୍ୟ ଲେଖିବା ଓ ଏହାର ଅର୍ଥ ବୁଝେଇବା ଭିତରେ ୮୯ ସେକେଣ୍ଡ ସରିଯିବ। ତା’ ମାନେ କ’ଣ ଏବେ ମଧ୍ୟରାତ୍ରୀ ହେବ? ଏବେ ଏଇ ଲେଖକର ଘଣ୍ଟାରେ ସନ୍ଧ୍ୟା ୫.୦୦ଟା। ନା, ସେପରି ହେବ ନାହିଁ।