ନୂଆପଡା ଜିଲ୍ଲା ସିନାପାଲି ଯୋଗେନପଦର ବ୍ରିଜ ନିକଟରେ ଗତ ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଦୁଇଟି ମାଲ ବୋଝେଇ ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ଗୋଟିଏ ଟ୍ରକରେ ନିଆଁ ଲାଗିଯାଇଥିଲା।
ନିଆଁ ଲାଗିବା ସମୟରେ ଟ୍ରକରେ ଡ୍ରାଇଭର ଓ ଗାଡ଼ି ମାଲିକ ଥିଲେ। ହେଲେ ଗାଡ଼ି ମାଲିକ ଡେଇଁ ନିଜ ଜୀବନ ବଞ୍ଚାଇଥିବା ବେଳେ ଡ୍ରାଇଭର ଗାଡ଼ି ଭିତରରୁ ବାହାରି ପାରିନଥିଲେ। ଗାଡ଼ି ଭିତରେ ଡ୍ରାଇଭର ଜଣଙ୍କ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ମୃତ ଡ୍ରାଇଭରଙ୍କ ପରିଚୟ ମିଳିପାରି ନାହିଁ।
Also Read
ତେବେ ଟ୍ରକଟି ରାଜସ୍ଥାନର ବୋଲି ଜଣାପଡିଛି। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ପୁଲିସ ୨ଟ୍ରକକୁ ଜବତ କରି ଘଟଣାର ତଦନ୍ତ କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Accident
ମାମୁ ଘରକୁ ଆସିଥିବା ବେଳେ ପୋଖରୀରେ ବୁଡ଼ିଗଲେ ଦୁଇ ଭଉଣୀ
ଘରର ଅନ୍ୟ ସଦସ୍ୟଙ୍କ ଅଗୋଚରରେ ଚାନ୍ଦିନୀ ଓ ନନ୍ଦିନୀ ପାଖ ପୋଖରୀ ପାଖକୁ ଚାଲି ଯାଇଥିଲ ଏବଂ ବୁଡ଼ି ଯାଇଥିଲେ ବୋଲି କୁହାଯାଉଛି।

Accident
କାରକୁ ପିଟିଲା କାର: ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ଓ ଝିଅ ଆହତ
ଭୁବନେଶ୍ୱର ଆସୁଥିବା ବେଳେ ଘଟିଲା ଦୁର୍ଘଟଣା।

National
ବିମାନ ଦୁର୍ଘଟଣା: ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ମୃତଦେହ ଚିହ୍ନଟ
ବର୍ତ୍ତମାନ ସୁଦ୍ଧା ୩୨ ଜଣଙ୍କ ଡିଏନ୍ଏ ମ୍ୟାଚ୍ ହୋଇଥିବା ବେଳେ ୧୪ ଜଣଙ୍କ ମୃତଦେହ ହସ୍ତାନ୍ତର କରାଯାଇଛି।

National
ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୭ ମୃତ
ଗତ ମେ’ ୨ ତାରିଖରେ କେଦାରନାଥ ଧାମ ଖୋଲିବା ପରଠାରୁ ଅର୍ଥାତ୍ ଗତ ୬ ସପ୍ତାହ ମଧ୍ୟରେ ଏହା ହେଉଛି ୫ମ ହେଲିକପ୍ଟର ଦୁର୍ଘଟଣା।