ଗାଁ ସଭାପତିଙ୍କୁ ବିଷ ଇଂଜେକ୍ସନ ଦେଇ ହତ୍ୟା। ହତ୍ୟା କରିବା ପରେ ଘଟଣାସ୍ଥଳରେ ଚିଠି ଛାଡିଲେ ହତ୍ୟାକାରୀ। ତେବେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ସଦର ଥାନା ଅନ୍ତର୍ଗତ ନତଡା ପଞ୍ଚାୟତ ଆମ୍ବପାଳ ଗାଁରେ। ଗାଁ ସଭାପତି ବାଳକୃଷ୍ଣ ନାୟକଙ୍କ ମୃତଦେହ ତାଙ୍କର କୁକୁଡା ଫାର୍ମରେ ପଡିଥିବାର ଦେଖିବାକୁ ମିଳିଥିଲା। କେହି ଜଣେ ଦୁର୍ବୃତ୍ତ ଶୋଇଥିବାବେଳେ ତାଙ୍କୁ ବିଷ ଇଞ୍ଜେକ୍ସନ ଦେଇ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।