ଭୋଟବ୍ୟାଙ୍କ ସୁଦୃଢ଼ କରିଚାଲିଛି ବିଜେଡି, ବିରୋଧୀ ହତବାକ୍‌!

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଥିବା ଆଶ୍ରମ ବିଦ୍ୟାଳୟମାନଙ୍କରେ ନିକୃଷ୍ଟ ମାନର ଖାଦ୍ୟ ପରିବେଷଣ, ଶିକ୍ଷକ ପଦ ପୂରଣ ହେଉ ନଥିବା, ଛାତ୍ର ଛାତ୍ରୀଙ୍କୁ ବ୍ୟକ୍ତିଗତ କାମରେ ବ୍ୟବହାର ଏପରିକି ଦୁଷ୍କର୍ମ କରାଯାଉଥିବା ଘଟଣା ଘଟୁଥିଲେ ହେଁ ବିରୋଧୀମାନଙ୍କୁ ସରକାରୀ କଳ ଓ ଦଳ ବିଭିନ୍ନ ବାଟରେ କରଗତ କରିସାରିଥିବାରୁ ତାହା ପ୍ରସଙ୍ଗ ହୋଇ ପାରୁନି ଓ ସରକାରଙ୍କୁ ଅକଳରେ ପକାଇ ପାରୁନି। ଏହାର ସୁଯୋଗ ନେଇ ବିଭିନ୍ନ ଯୋଜନାର ଭେଳିକି ଦେଖାଇ ବିଜୁ ଜନତା ଦଳ ନିଜର ସୁଦୃଢ଼ ମହିଳା ଭୋଟ ବ୍ୟାଙ୍କରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ଭୋଟବ୍ୟାଙ୍କ ମିଶାଇ ଏକ ସଶକ୍ତ ଭୋଟ ବ୍ୟାଙ୍କ ଗଠନ କଲେ କେହି ଚକିତ ହେବେନି।

Naveen Patnaik

Naveen Patnaik

Debendra Prusty
  • Published: Friday, 28 July 2023
  • Updated: 28 July 2023, 04:16 PM IST

News Highlights

  • ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଭୋଟ୍‌ ବ୍ୟାଙ୍କ ସୁଦୃଢ଼ କରିଚାଲିଛି ଶାସକ ବିଜୁ ଜନତା ଦଳ।
  • ନିର୍ବାଚନ ଉପରେ କୌଣସି ଗୁରୁତ୍ୱ ଦେଉନଥିଲା ଭଳି ଶାସକ ଦଳର ରଣକୌଶଳ ବିରୋଧରେ ନୀରବ ରହିଛନ୍ତି ବିରୋଧୀ

ଆଗକୁ ଅଛି ସାଧାରଣ ନିର୍ବାଚନ। ରାଜ୍ୟର ସମସ୍ତ ପ୍ରମୁଖ ଦଳ ଏବେ ନିର୍ବାଚନମୁହାଁ ହୋଇଥିଲେ ବି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜୁ ଜନତା ଦଳ ଅପେକ୍ଷା ନିର୍ବାଚନ ଯୁଦ୍ଧ ପାଇଁ କେହି ଅଧିକ ପ୍ରସ୍ତୁତି କରିଥିଲା ଭଳି ଦୃଶ୍ୟମାନ ହେଉ ନାହାନ୍ତି। ସବୁବେଳେ ଆଗୁଆ ନିର୍ବାଚନ ପ୍ରସ୍ତୁତି କରିବାରେ ଓସ୍ତାଦ ରହି ଆସିଥିବା ତଥା ଯେ କୌଣସି ପ୍ରକାର ନିର୍ବାଚନ ପାଇଁ ସଦାସର୍ବଦା ପ୍ରସ୍ତୁତ ବିଜେଡି ସରକାର ନିର୍ବାଚନକୁ ଦୃଷ୍ଟିରେ ରଖି ଗତ ସପ୍ତାହରେ 'ଆମ ଓଡ଼ିଶା, ନବୀନ ଓଡ଼ିଶା' ନାମରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୋଟ ଅମଳକାରୀ ଘୋଷଣା କରିଛନ୍ତି।

ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଗ୍ରାମାଞ୍ଚଳର ଭିତ୍ତିଭୂମି ବିକାଶ ତଥା କ୍ଷୁଦ୍ର ତଥା ଅସମ୍ପୂର୍ଣ୍ଣ ରହିଯାଇଥିବା ପ୍ରକଳ୍ପଗୁଡ଼ିକୁ ସମ୍ପୂର୍ଣ୍ଣ କରିବା ପାଇଁ ୪୦୦୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି ଓ ତାହାର ରୂପାୟନ ପାଇଁ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ଯୋଜନାକୁ ଅନୁମୋଦନ କରାଯାଇଛି। 'ନବୀନ' ଶବ୍ଦର ଅର୍ଥ ନୂଆ ବା ନୂତନ। ସେହି ଅର୍ଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାମକୁ ବ୍ୟବହାର କରାଯାଇଛି ଏହି ଯୋଜନାରେ। ତାହା ସହ ମଧ୍ୟ ଯୋଜନା ଭିତରେ ଖଞ୍ଜା ଯାଇଛି ଗୋଟିଏ ଧାର୍ମିକ ଦିଗ; ଯାହାକି ଜଗନ୍ନାଥ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ସହିତ ଓଡ଼ିଶାକୁ ଏକ ଆଧୁନିକ ରାଜ୍ୟରେ ପରିଣତ କରିବାର ଘୋଷଣା ରହିଛି। ଏହା ରାଜ୍ୟ ସରକାରଙ୍କ ବହୁ ଚର୍ଚ୍ଚିତ ଅନ୍ତର୍ଭୂକ୍ତିକରଣ ପରିକଳ୍ପନା ଆଧାରିତ ଏବଂ ଜାତି ଏବଂ ସମ୍ପ୍ରଦାୟ ନିର୍ବିଶେଷରେ ସବୁ ବର୍ଗ ପାଇଁ ଉଦ୍ଦିଷ୍ଟ ଐତିହାସିକ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହା ଫଳରେ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ ହେବା ସହିତ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ ସମର୍ଥ ପ୍ରତ୍ୟେକ ଗ୍ରାମ ପଞ୍ଚାୟତକୁ ଗ୍ରାମାଞ୍ଚଳରେ ଥିବା ପୀଠ ଓ ପୂଜାସ୍ଥଳୀ, ଐତିହାସିକ ଦୃଷ୍ଟିରୁ ମହତ୍ୱପୂର୍ଣ୍ଣ ସ୍ଥାନ ତଥା ତୀର୍ଥଯାତ୍ରୀ ତଥା ପର୍ଯ୍ୟଟକମାନଙ୍କୁ ସୁବିଧା ଯୋଗାଇବା ପାଇଁ ବ୍ୟବସ୍ଥା କରାଯାଇ ପାରିବ ବୋଲି କୁହା ଯାଇଛି।

ଦୀର୍ଘ ୨୩ ବର୍ଷ ଧରି ପଞ୍ଚାୟତିରାଜ ବ୍ୟବସ୍ଥାକୁ କ୍ଷମତାରହିତ କରିଆସିଥିବା ଓଡ଼ିଶା ସରକାର ନିର୍ବାଚନ ବର୍ଷରେ ଗ୍ରାମାଞ୍ଚଳ ଓ ଗ୍ରାମ ପଞ୍ଚାୟତ ଉପରେ ଗୁରୁତ୍ୱ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ଆମର ପଞ୍ଚାୟତିରାଜ ଅନୁଷ୍ଠାନମାନଙ୍କ ଅପେକ୍ଷା ଅନ୍ୟ କେହି ଅଧିକ ସଫଳ ଭାବେ କାର୍ଯ୍ୟକାରୀ କରିପାରିବା ସମ୍ଭବ ନୁହେଁ। ଏଣୁ ଏହି ନୂତନ ଯୋଜନା ମାଧ୍ୟମରେ ତାଙ୍କ ସରକାର ଯୁବପିଢ଼ି ପାଇଁ ଇଣ୍ଟରନେଟ୍ ସଂଯୋଗ, ଖେଳ ପଡ଼ିଆ ଏବଂ ବିଜ୍ଞାନ-ଉଦ୍ୟାନ ଆଦିର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ଗ୍ରାମୀଣ ଉଦ୍ୟୋଗୀଙ୍କ ପାଇଁ କୌଶଳ ତାଲିମ ସୁବିଧା, ଦକ୍ଷତା କେନ୍ଦ୍ର ଓ ଶିଳ୍ପପୁଞ୍ଜ ନିର୍ମାଣ ପାଇଁ, ବିଶେଷକରି ମହିଳାମାନଙ୍କ ପାଇଁ ଆବଶ୍ୟକ ବୋଲି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଆମକୁ ଶିକ୍ଷା ଭିତ୍ତିଭୂମିରେ ଥିବା ବ୍ୟବଧାନକୁ ଦୂର କରିବା, ବ୍ୟାଙ୍କିଙ୍ଗ୍ ସୁବିଧା ଯୋଗାଇବା, ଡିଜିଟାଲ୍ ଭିତ୍ତିଭୂମି ନିର୍ମାଣ ଏବଂ ଅନ୍ୟାନ୍ୟ ଆଧୁନିକୀକରଣ କାର୍ଯ୍ୟ ଗ୍ରହଣ କରିବା ଆବଶ୍ୟକ। ଏହି ଯୋଜନା ମାଧ୍ୟମରେ ଗ୍ରାମ ପଞ୍ଚାୟତଗୁଡ଼ିକ ଏହି ଭଳି କାର୍ଯ୍ୟଗୁଡ଼ିକ କଲେ ସହାୟତା ପାଇ ପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ଓ ଏହି ନୂତନ ପଦକ୍ଷେପକୁ ରାଜ୍ୟର ୨୦୨୩-୨୪ ବଜେଟରୁ ସମ୍ପୂର୍ଣ୍ଣ ଅର୍ଥ ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି। ଏହି ଯୋଜନାରେ ରାଜ୍ୟର ପ୍ରତ୍ୟେକ ଗ୍ରାମ ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ହିସାବରେ ସମୁଦାୟ ୪,୦୦୦ କୋଟି ଟଙ୍କା ପ୍ରଦାନ କରାଯିବା ଘୋଷଣା କରାଯାଇଛି। ତାହା ସହିତ ସମସ୍ତ ସରକାରୀ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନ-ଅଭିଯୋଗର ଶୁଣାଣୀ ଓ ସମାଧାନ କରିବାକୁ ପ୍ରାଥମିକତା ଦେବାକୁ କୁହାଯାଇଛି। ଜନ ସାଧାରଣଙ୍କଠାରୁ ମିଳିଥିବା ଅଭିଯୋଗଗୁଡ଼ିକର ଶୀଘ୍ର ସମାଧାନ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି। ଦୀର୍ଘ ୨୩ ବର୍ଷ ଧରି ବାରମ୍ବାର ନିର୍ଦ୍ଦେଶ ଦିଆଯାଇ ଥିଲେ ବି ସଚିବମାନେ ଜିଲ୍ଲା ଗସ୍ତରେ ଯିବା ଓ ସେଠାରେ ରାତ୍ରୀରହଣି କରିବା ନିର୍ଦ୍ଦେଶନାମା ଭିତରେ ଅଟକି ରହିଥିଲା ବେଳେ ଓ ଖୋଦ ମୁଖ୍ୟମନ୍ତ୍ରୀ ନିଜର ଅଭିଯୋଗ ପ୍ରକୋଷ୍ଠକୁ ଯାଇ ଲୋକଙ୍କ ଅଭିଯୋଗ ନିରାକରଣ କରିବାକୁ ଲଗାତାର ଅବହେଳା କରିଥିଲେ ହେଁ ଏବେ ନିର୍ବାଚନ ସମୟ ଆସିଯାଇଥିବାରୁ ପୁନର୍ବାର ଆଶ୍ୱାସନା ଦିଆଯିବାକୁ ବୁଦ୍ଧିଜୀବୀମାନେ ନାପସନ୍ଦ କରିଛନ୍ତି। ସ୍ୱାଭାବିକ ଭାବେ, ବିରୋଧୀ ଦଳର ନେତାମାନେ ନିର୍ବାଚନମନସ୍କ ନିଷ୍ପତ୍ତିକୁ ମଧ୍ୟ କଠୋର ସମାଲୋଚନା କରିଛନ୍ତି।

ମୁଖ୍ୟମନ୍ତ୍ରୀ ଯେଉଁସବୁ ସ୍ଥାନକୁ ଯାଇପାରୁ ନାହାନ୍ତି ସେଠାକୁ ନିଜ କାର୍ଯ୍ୟାଳୟରୁ ଅଧିକାରୀମାନଙ୍କୁ ପଠାଇ ଅଭିଯୋଗପତ୍ର ଗ୍ରହଣ କରୁଛନ୍ତି ଓ ତାଙ୍କର ନିର୍ଦ୍ଦେଶରେ ଅଧିକାରୀମାନେ ତତକ୍ଷଣାତ ସମସ୍ୟାର ସମାଧାନ ଏବଂ ଦରକାର ପଡ଼ିଲେ ଆର୍ଥିକ ସହଯୋଗ ଘୋଷଣା ମଧ୍ୟ କରୁଛନ୍ତି। ଯଥାଶୀଘ୍ର ସମ୍ଭବ ସେହି ଘୋଷଣା ଅନୁସାରେ ଅର୍ଥ ପଠାଇ ଦେଉଛନ୍ତି ଓ ଲୋକଙ୍କ ସମସ୍ୟାର ଆଶୁ ସମାଧାନ ସମ୍ଭବ ହେଉଛି। ଏପରିକି, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନ୍ ତାଙ୍କର ଅନୁଗୋଳ ଜିଲ୍ଲା ଗସ୍ତ ସମୟରେ ଲୋକମାନଙ୍କର କିଛି ମୁଖ୍ୟ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସ ମାଧ୍ୟମରେ ସିଧାସଳଖ ହସ୍ତକ୍ଷେପ ଲୋଡ଼ିଥିଲେ। ଅନୁଗୋଳ ଜିଲ୍ଲାରେ ମଣିଷ-ହାତୀ ମଧ୍ୟରେ ଲଢ଼େଇ ଚାଲି ଆସିଛି ଏବଂ ଏହାର ସମାଧାନ ପାଇଁ ଲୋକଙ୍କ ମତାମତ ଓ ପ୍ରସ୍ତାବ ଆଧାରରେ ମୁଖ୍ୟମନ୍ତ୍ରୀ ୪.୬୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏବେ ଯଦି ଏହି ଯୋଜନା କରିବାକୁ ସରକାର ସମର୍ଥ ହୋଇପାରିଲେ ବିଗତ ବର୍ଷମାନଙ୍କରେ ଏତେ ହାରିଗୁହାରୀ, ଆନ୍ଦୋଳନ କରିବା ସତ୍ତ୍ୱେ ସରକାର କାହିଁକି ନୀରବ ରହିଥିଲେ ବୋଲି ଲୋକମାନେ ମଧ୍ୟ ଆଲୋଚନା କରୁଛନ୍ତି। ନିର୍ବାଚନ ଆସିଲେ, ସରକାରୀ କଳ ଲୋକାଭିମୁଖୀ ହେଉଥିବାର ଅନେକ ଉଦାହରଣ ରହିଥିଲେ ବି ନିର୍ବାଚନ ସରିଗଲା ପରେ ସେସବୁ ମଧ୍ୟରୁ ଅଧାଖଣ୍ଡିଆ ହୋଇ ପଡ଼ିରହୁଥିବାର କିଛି କମ୍ ଉଦାହରଣ ମଧ୍ୟ ନାହିଁ।

ଭାରତର ଅନ୍ୟତମ ପ୍ରବୀଣ ସ୍ୱାଧୀନତା ସଂଗ୍ରାମୀ, ପ୍ରଜା ଆନ୍ଦୋଳନର ସମର୍ଥ ସାରଥୀ ତଥା ଜନନେତା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ପବିତ୍ର ମୋହନ ପ୍ରଧାନଙ୍କ ଅବଦାନକୁ ସମ୍ମାନ ଜଣାଇବା ପାଇଁ 'ପବିତ୍ରନଗର'ରେ ଏକ ସ୍ମାରକୀ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ସେଠାରେ ସ୍ଥାପିତ ହୋଇଥିବା ମେଡିକାଲ କଲେଜକୁ ପବିତ୍ର ମୋହନ ପ୍ରଧାନଙ୍କ ନାମରେ ନାମିତ କରାଯିବା ଏବଂ ଅକ୍ଟୋବର ସୁଦ୍ଧା ଏହାର ଡାକ୍ତରଖାନାକୁ କାର୍ଯ୍ୟକାରୀ କରିବାକୁ ଘୋଷଣା କରାଯାଇଛି। ତାଳଚେରର କଣିହାଁ ନିକଟସ୍ଥ ବ୍ରାହ୍ମଣୀ ନଦୀରେ ନିର୍ମିତ ଏକ ସେତୁକୁ ମଧ୍ୟ ଏହି ମହାନ ବ୍ୟକ୍ତିତ୍ୱଙ୍କ ନାମରେ ନାମିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ହଠାତ ଏପରି ସବୁ ଘୋଷଣା କରିବାର ତାତ୍ପର୍ଯ୍ୟ ସ୍ପଷ୍ଟ ଯେ, ଆଗକୁ ନିର୍ବାଚନ ଆସୁଛି ଓ ଲୋକଙ୍କ ଭାବପ୍ରବଣତାରୁ ଭରପୂର ଫାଇଦା ନେବାକୁ ପଡ଼ିବ। କିନ୍ତୁ ତାଳଚେରର ଏହି ବରପୁତ୍ରଙ୍କ ସ୍ମୃତିରକ୍ଷା ପାଇଁ ଦୀର୍ଘ ୨୩ ବର୍ଷ ଲାଗିଯିବା ଓ ତାଙ୍କୁ ଏତେ ବିଳମ୍ବରେ ମନେପକାଇବା ପ୍ରକ୍ରିୟାକୁ କେବଳ ବିଜୁ ଜନତା ଦଳର ଭୋଟ ସଂଗ୍ରହ ପାଇଁ ପ୍ରୟାସ ବ୍ୟତୀତ ଆଉ କଣ ଅବା କୁହାଯାଇ ପାରିବ? ଏସବୁ ଉଦାହରଣ ହେଉଛି ସମୁଦ୍ର ଭିତରୁ ମାତ୍ରେ ଶଙ୍ଖେ। ତେବେ, ଏସବୁ ନିଶ୍ଚୟ ଏକ ସଂକେତ ଯେ ଉଭୟ ଶାସକ ଦଳ ଏବଂ ଏହାର ସରକାର ନିର୍ବାଚନ ପାଇଁ ଗମ୍ଭୀର ଭାବେ ପ୍ରସ୍ତୁତି ଆରମ୍ଭ କରିସାରିଲେଣି।

ଓଡ଼ିଶାରେ ବାସକରନ୍ତି ରାଜ୍ୟ ଜନସଂଖ୍ୟାର ୨୨.୮୫ ପ୍ରତିଶତ ଅନୁସୂଚିତ ଜନଜାତି ଏବଂ ୧୭.୧୩ ପ୍ରତିଶତ ଅନୁସୂଚିତ ଜାତିର ଲୋକ। ଓଡ଼ିଶା ହେଉଛି ଦେଶର ଅନ୍ୟତମ ଆଦିବାସୀ ଓ ଅନୁସୂଚିତ ଜାତି-ପ୍ରଧାନ ରାଜ୍ୟ। ଏଣୁ ଉଭୟ ଆର୍ଥିକ ଓ ସାମାଜିକ ଦୃଷ୍ଟିରୁ ପଛୁଆ ରହିଥିବା ଅନୁସୂଚିତ ଜାତି ଓ ଆଦିବାସୀମାନଙ୍କର ବିକାଶ ଉପରେ ସମାନ ଗୁରୁତ୍ୱ ଦିଆଯିବା ପାଇଁ କେନ୍ଦ୍ର ସରକାର ଅନେକ ଯୋଜନା କରିଆସିଛନ୍ତି। ଏସବୁର ସୁଫଳ କେତେ ଯେ ଆଦିବାସୀଙ୍କ ପାଖରେ ପହଞ୍ଚି ପାରିଛି, ତାହାର ବିବରଣୀ ଦାନ ମାଝୀ ଓ ନଗଡ଼ା ଇତ୍ୟାଦି ଦୁଃଖଦ ଉଦାହରଣରୁ ସ୍ପଷ୍ଟ। ସେମାନଙ୍କୁ ଏକ ଭୋଟ୍ ବ୍ୟାଙ୍କ ଭାବେ ଦେଖୁଥିବାରୁ ସେମାନଙ୍କର ବିକାଶ ପାଇଁ ଏବେ ଅତ୍ୟଧିକ ଆଗ୍ରହୀ ହୋଇ ଉଠିଛନ୍ତି ଓଡ଼ିଶା ସରକାର। ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତିର ଗରୀବ ତଥା ଅଭାବୀ ଛାତ୍ରଛାତ୍ରୀମାନେ ଚଳିତ ଶିକ୍ଷା ବର୍ଷଠାରୁ ଯେ କୌଣସି ସରକାରୀ ମହାବିଦ୍ୟାଳୟରୁ ଡିଗ୍ରୀ ପାଠ୍ୟକ୍ରମରେ ନାମ ଲେଖାଇ ପଢ଼ିଲେ ସେମାନଙ୍କୁ ଏକକାଳୀନ ଭାବେ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ଘୋଷଣା କରାଯାଇଛି।

ସାମାଜିକ-ଅର୍ଥନୈତିକ ଉନ୍ନତିର ଚାବିକାଠି ହେଉଛି ଶିକ୍ଷା। ଏହାକୁ ହୃଦୟଙ୍ଗମ କରି ରାଜ୍ୟ ସରକାର ଆଦିବାସୀ ଛାତ୍ରଛାତ୍ରୀମାନଙ୍କୁ ଆବାସିକ ସୁବିଧା ଯୋଗାଇବା ଉପରେ ଗୁରୁତ୍ୱାରୋପ କରିଛନ୍ତି। 'ଅନୁସୂଚିତ ଜାତି ଓ ଜନଜାତି ବିକାଶ ବିଭାଗ' ଅଧୀନରେ ଥିବା ୧,୭୩୫ ବିଦ୍ୟାଳୟରେ ପଢ଼ୁଥିବା ୪.୨ ଲକ୍ଷ ପରିବାରର ଛଅ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ପାଇଁ ଛାତ୍ରାବାସ ସୁବିଧା ଏବେ ଉପଲବ୍ଧ ହେଉଛି।

ବିଗତ ଦୁଇ ଦଶନ୍ଧି ମଧ୍ୟରେ ଏହି ବିଭାଗ ଅଧୀନରେ ଥିବା ଉଚ୍ଚ ବିଦ୍ୟାଳୟଗୁଡ଼ିକର ସଂଖ୍ୟା ପ୍ରାୟ ଦ୍ୱିଗୁଣିତ ହୋଇଛି। ଏହା ୨୧୫ରୁ ବଢ଼ି ୪୨୨ରେ ପହଞ୍ଚିଲାଣି। ସେହିପରି ୬୨ଟି ନୂତନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖୋଲାଯାଇଛି। ଓଡ଼ିଶାରେ ଅନୁସୂଚିତ ଜାତି ବର୍ଗର ସାକ୍ଷରତା ହାର ୬୯ ଏବଂ ଜନଜାତି ବର୍ଗର ୫୨.୨୪ ପ୍ରତିଶତ ଥିଲାବେଳେ ସମଗ୍ର ରାଜ୍ୟରେ ସାକ୍ଷରତା ହାର ୭୩ ପ୍ରତିଶତରୁ ବି କମ୍। ଶିକ୍ଷା ହେଉଛି ଏପରି ଏକ କ୍ଷେତ୍ର ଯାହାକୁ ସରକାର ସର୍ବାଗ୍ରେ ପ୍ରାଥମିକତା ଦେଇଛନ୍ତି। ଏହା ହିଁ ଆଗାମୀ ୨୦୨୪ ନିର୍ବାଚନ ପାଇଁ ଶାସକ ଦଳର ଭୋଟ ଅଭିଯାନର ଅନ୍ୟତମ ମୁଖ୍ୟ ଆକର୍ଷଣ ରହିବ। ଅଧାପଢ଼ାରୁ ପିଲାମାନେ ବିଦ୍ୟାଳୟକୁ ଆଉ ଯାଉ ନଥିବା ଲକ୍ଷ୍ୟକରି ଏହାକୁ ହ୍ରାସ କରିବା, ନାମଲେଖା ଓ ଉପସ୍ଥାନରେ ଉନ୍ନତି ଆଣିବା ପାଇଁ ମୋ ସରକାର ଏହି ଦୁଇ ବର୍ଗର ଛାତ୍ରଛାତ୍ରୀମାନଙ୍କୁ ୮ରୁ ୯ ଶ୍ରେଣୀ ପର୍ଯ୍ୟନ୍ତ ଏବଂ ୯ରୁ ୧୦ ଶ୍ରେଣୀ ପର୍ଯ୍ୟନ୍ତ ପ୍ରି-ମ୍ୟାଟ୍ରିକ୍ ଛାତ୍ରବୃତ୍ତି ପ୍ରଦାନ କରୁଛନ୍ତି। ଏହି ଛାତ୍ରବୃତ୍ତି ମାସିକ ୫୫୦-୧୨୦୦ ଟଙ୍କା ମିଳୁଛି ଯାହା ମଧ୍ୟରେ ଟ୍ୟୁସନ ଫି, କଲେଜ ଆଡମିଶନ ଫି, ଲାଇବ୍ରେରୀ ଫି, କ୍ରୀଡ଼ା ଫି ଏବଂ ମାସିକ ପକେଟ ଖର୍ଚ୍ଚ ପାଇଁ ଭତ୍ତା ଅନ୍ତର୍ଭୁକ୍ତ। ଏହି ଯୋଜନାରେ ଉପକୃତ ହେଉଥିବା ଏହି ସବୁ ପିଲା ଓ ସେମାନଙ୍କ ପରିବାର ସରକାରୀ ଦଳର ଭୋଟ ବ୍ୟାଙ୍କ ପାଲଟିଗଲେ, ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ଅଛିକି?

ଏହି ଦୁଇ ବର୍ଗର ଛାତ୍ରମାନଙ୍କୁ ମାଟ୍ରିକ୍ ପରବର୍ତ୍ତୀ ଛାତ୍ରବୃତ୍ତି ପ୍ରଦାନ କରୁଛି ଯାହା ମାଧ୍ୟମରେ ଯୋଗ୍ୟ ଛାତ୍ରଛାତ୍ରୀ ବାର୍ଷିକ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୪ ବର୍ଷର ପାଠ୍ୟକ୍ରମ ପାଇଁ ଆବଶ୍ୟକ ପାଠପଢ଼ା ଖର୍ଚ୍ଚ ବାବଦକୁ ସର୍ବାଧିକ ୪ ଲକ୍ଷ ଟଙ୍କା ବିନା ସୁଧରେ ଋଣ ପାଇ ପାରିବେ। ପାଠପଢ଼ା ସରିବା ପରେ ସେମାନଙ୍କୁ ଋଣରାଶିର ୯୦ ପ୍ରତିଶତ ଛାଡ଼ ମିଳିବ। କେବଳ ସେତିକି ନୁହେଁ, 'ଅନ୍ୱେଷା' ନାମରେ ଏକ କାର୍ଯ୍ୟକ୍ରମ ରାଜ୍ୟରେ ଆରମ୍ଭ କରାଯାଇଛି। ଏଥିରେ ରାଜ୍ୟର ୧୭ଟି ଜିଲ୍ଲାର ବିଭିନ୍ନ ସହର ଏବଂ ନଗରୀମାନଙ୍କରେ ଥିବା ନାମଜାଦା ଇଂରାଜୀ ମଧ୍ୟମ ବିଦ୍ୟାଳୟରେ ଏହି ଦୁଇ ବର୍ଗର ଛାତ୍ରମାନଙ୍କୁ ଉନ୍ନତ ଶିକ୍ଷା ପ୍ରଦାନ କରିବା ପାଇଁ ସୁଯୋଗ ମିଳୁଛି। ଆଦିବାସୀ ସଂସ୍କୃତି ଏବଂ ପରମ୍ପରା, ଐତିହ୍ୟ ଏବଂ ପରିଚୟକୁ ପ୍ରୋତ୍ସାହନ, ସୁରକ୍ଷା ତଥା ସଂରକ୍ଷଣ ପାଇଁ ସରକାର ସେମାନଙ୍କୁ ନେଇ ସ୍ୱତନ୍ତ୍ର ବିକାଶ ପରିଷଦ ଗଠନ କରିଛନ୍ତି। ଏହି କାର୍ଯ୍ୟକ୍ରମ ୨୩ଟି ଜିଲ୍ଲାର ୧୭୨ଟି ବ୍ଲକରେ କାର୍ଯ୍ୟକାରୀ କରାଯାଉଛି, ଯେଉଁଠି ୮୪ ଲକ୍ଷରୁ ଅଧିକ ଆଦିବାସୀ ବାସ କରନ୍ତି। ବଣ ଜଙ୍ଗଲରେ ରହି ଆସୁଥିବା ସମସ୍ତ ଯୋଗ୍ୟ ଆଦିବାସୀଙ୍କୁ ଜଙ୍ଗଲରେ ରହି ନିଜର ବଞ୍ଚିବାର ଅଧିକାର ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ‘ମୋ ଜଙ୍ଗଲ ଜମି ଯୋଜନା’ ନାମରେ ଏକ ନୂତନ ଯୋଜନା ଆରମ୍ଭ କରିଛନ୍ତି।

ତେଣୁ ସରକାର ବିଭିନ୍ନ ବର୍ଗର ଭୋଟରଙ୍କ ଯତ୍ନ ନେଉଥିଲା ଭଳି ଯେପରି ଯୋଜନାମାନ ଗୋଟିକ ପରେ ଆଉ ଗୋଟିଏ ଖଞ୍ଜି ଚାଲିଛନ୍ତି, ଆଗାମୀ ନିର୍ବାଚନରେ ସେମାନେ ଅନୁସୂଚିତ ଜାତି ଓ ଜନଜାତିର ଭୋଟଦାତାଙ୍କର ଅକୁଣ୍ଠ ସମର୍ଥନ ପାଇ ପୂର୍ବାପେକ୍ଷା ଭଲ ପ୍ରଦର୍ଶନ କରିବା ସମ୍ଭବ। ଏହାକୁ ପ୍ରତିହତ କରିବାକୁ ହେଲେ ରାଜ୍ୟ ସରକାରଙ୍କ 'ଅନ୍ଵେଷା', ବୃତ୍ତି, ବିନା ସୁଧରେ ଋଣ, ଋଣ ଛାଡ଼, ଛାତ୍ରାବାସରେ ରହିବା ଖର୍ଚ୍ଚ ଇତ୍ୟାଦି ଯେ କେବଳ ଓଡ଼ିଶାରେ କାର୍ଯ୍ୟକାରୀ ହେଉନି, ବରଂ କେନ୍ଦ୍ର ସହାୟତାରେ ପ୍ରାୟ ସବୁ ରାଜ୍ୟରେ କାର୍ଯ୍ୟକାରୀ ହେଉଛି, ତାହାକୁ ପ୍ରମାଣ ସହିତ ପ୍ରତିପକ୍ଷ ରାଜନୈତିକ କର୍ମୀମାନେ ଲୋକଙ୍କୁ ବୁଝାଇ ଦେବାକୁ ପଡ଼ିବ। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଥିବା ଆଶ୍ରମ ବିଦ୍ୟାଳୟମାନଙ୍କରେ ନିକୃଷ୍ଟ ମାନର ଖାଦ୍ୟ ପରିବେଷଣ, ଶିକ୍ଷକ ପଦ ପୂରଣ ହେଉ ନଥିବା, ଛାତ୍ର ଛାତ୍ରୀଙ୍କୁ ବ୍ୟକ୍ତିଗତ କାମରେ ବ୍ୟବହାର ଏପରିକି ଦୁଷ୍କର୍ମ କରାଯାଉଥିବା ଘଟଣା ଘଟୁଥିଲେ ହେଁ ବିରୋଧୀମାନଙ୍କୁ ସରକାରୀ କଳ ଓ ଦଳ ବିଭିନ୍ନ ବାଟରେ କରଗତ କରିସାରିଥିବାରୁ ତାହା ପ୍ରସଙ୍ଗ ହୋଇ ପାରୁନି ଓ ସରକାରଙ୍କୁ ଅକଳରେ ପକାଇ ପାରୁନି। ଏହାର ସୁଯୋଗ ନେଇ ବିଭିନ୍ନ ଯୋଜନାର ଭେଳିକି ଦେଖାଇ ବିଜୁ ଜନତା ଦଳ ନିଜର ସୁଦୃଢ଼ ମହିଳା ଭୋଟ ବ୍ୟାଙ୍କରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ଭୋଟବ୍ୟାଙ୍କ ମିଶାଇ ଏକ ସଶକ୍ତ ଭୋଟ ବ୍ୟାଙ୍କ ଗଠନ କଲେ କେହି ଚକିତ ହେବେନି।

ଜାନକୀଶ ବଡ଼ପଣ୍ଡା

ଫୋ- ୯୪୩୮୨୯୯୦୩୭

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story