ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ

ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

Surya Patra

ଦିବଙ୍ଗତ ସୂର୍ଯ୍ୟ ନାରାୟଣ ପାତ୍ର

Jitendra Garnayak
  • Published: Saturday, 02 September 2023
  • Updated: 02 September 2023, 09:48 PM IST

Sports

Latest News

୭ ଥରର ବିଧାୟକ ତଥା ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଆଉ ନାହାନ୍ତି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସନ୍ଧ୍ୟାରେ ତାଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା। ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପତ୍ନୀ ରାଜଶ୍ରୀ ପାତ୍ର, ଦୁଇ ପୁଅ ଓ ଝିଅ ଉପସ୍ଥିତ ଥିଲେ।

ସୂର୍ଯ୍ୟନାରାୟଣ ପାତ୍ର ଦୀର୍ଘମାସ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥାଇ ଚିକିତ୍ସିତ ହେଉଥିଲେ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । 

୧୯୭୭ ମସିହାରେ ବ୍ରହ୍ମପୁର ମହାନଗର ନିଗମ କାଉନସିଲର ଭାବେ ନିର୍ବାଚିତ ହେବା ପରଠୁ ଆଉ ରାଜନୀତିରେ ପଛକୁ ଫେରି ନଥିଲେ ସୂର୍ଯ୍ୟନାରାୟଣ ପାତ୍ର। ସେ ଫିସଫେଡ୍, ଓମଫେଡ୍ ଓ ଓପେଲଫେଡ୍‌ର ଅଧ୍ୟକ୍ଷ ସହ ଦୀର୍ଘବର୍ଷ ଧରି ଓଡ଼ିଶା ଘରୋଇ ମୋଟର ପରିବହନ କର୍ମଚାରୀ ସଂଘର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ । ସେ ଗଞ୍ଜାମ ଆଥଲେଟିକ୍ ଆସୋସିଏସନର କାର୍ଯ୍ୟନିର୍ବାହୀ ସଦସ୍ୟ ଥିଲେ ।

ସ୍ୱର୍ଗତ ପାତ୍ର ପ୍ରଥମ ଥର ପାଇଁ ୧୯୯୦ ମସିହାରେ ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେ ଜନତା ଦଳ ଟିକେଟରେ ମୋହନା ବିଧାନସଭା ଆସନରୁ ୧୯୯୦ରୁ ୨୦୦୦ ମସିହା ପର୍ଯ୍ୟନ୍ତ ଦୁଇଥର ନିର୍ବାଚିତ ହୋଇଥିଲେ । ସେ ୧୯୯୦ ମସିହା ପରଠୁ କେବେ ନିର୍ବାଚନରେ ପରାଜିତ ହୋଇନଥିଲେ ।

୧୯୯୦ରେ ବିଧାୟକ ଭାବେ ବିଜୟୀ ହୋଇ ଆସିବା ପରେ ବିଜୁ ପଟ୍ଟନାୟକଙ୍କ ସରକାରରେ ଜଙ୍ଗଲ, ମତ୍ସ୍ୟ ଓ ପଶୁସମ୍ପଦ ରାଷ୍ଟ୍ରମନ୍ତ୍ରୀ ଭାବେ ପ୍ରାୟ ୬ ମାସ ପାଇଁ କାର୍ଯ୍ୟ କରିଥିଲେ । ତା’ପରେ ୨୦୦୦ ମସିହାରୁ ୨୦୧୯ ମେ’ ଯାଏ ନବୀନ ପଟ୍ଟନାୟକ ସରକାରରେ ଶକ୍ତି, ବିଜ୍ଞାନ ଓ କାରିଗରି କୌଶଳ, ପରିବେଶ, ପର୍ଯ୍ୟଟନ, ସୂଚନା ଓ ପ୍ରଯୁକ୍ତିବିଦ୍ୟା, ସଂସ୍କୃତି, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ଆଦି ବିଭାଗର ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ।

ସ୍ୱର୍ଗତ ସୂର୍ଯ୍ୟ ନାରାୟଣ ପାତ୍ର ୭ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ଗଜପତି ଜିଲ୍ଲାର ମୋହନା ବିଧାନସଭା ଆସନରୁ ୪ଥର ଓ ଦିଗପହଣ୍ଡି ଆସନରୁ ୩ ଥର ନିର୍ବାଚିତ ହୋଇଥିଲେ। ସ୍ୱର୍ଗତ ପାତ୍ର ଜନତା ଦଳ ଟିକେଟରେ ୧୯୯୦ ଓ ୧୯୯୫ରେ ମୋହନାରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ତା’ପରେ ୨୦୦୦ ଓ ୨୦୦୪ ନିର୍ବାଚନରେ ବିଜେଡି ଟିକେଟରେ ଏହି ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୯, ୨୦୧୪ ଓ ୨୦୧୯ ନିର୍ବାଚନରେ ସେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଆସନରୁ ବିଜୟୀ ହୋଇଥିଲେ।

ନିଜର ରୋକଠୋକ୍ କଥା ପାଇଁ ପରିଚିତ ସ୍ୱର୍ଗତ ପାତ୍ର ୨୦୧୯ରେ ଓଡ଼ିଶା ବିଧାନସଭାର ବାଚସ୍ପତି ଭାବେ ଦାୟିତ୍ୱ ନେବା ପରେ ଇ-ବିଧାନସଭା ଉପରେ ଗୁରୁତ୍ୱ ଦେଇଥିଲେ । ତାଙ୍କ ପ୍ରଚେଷ୍ଟା ଯୋଗୁ ବିଧାୟକମାନଙ୍କ ସରକାରୀ ବାସଭବନକୁ ଭାଙ୍ଗି ଅତ୍ୟାଧୁନିକ ସୁବିଧାଯୁକ୍ତ ବହୁତଳ ପ୍ରସାଦ କାର୍ଯ୍ୟ ଏବେ ଜାରି ରହିଛି । ୨୦୨୨ ଜୁନ୍ ମାସରେ ତାଙ୍କୁ ବାଚସ୍ପତି ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା । ସେବେଠୁ ତାଙ୍କୁ ସକ୍ରିୟ ରାଜନୀତିରେ ଦେଖିବାକୁ ମିଳୁନଥିଲା ।

୧୯୪୮ ମସିହା ଡିସେମ୍ବର ୨୪ ତାରିଖରେ ଜନ୍ମ ହୋଇଥିଲେ ସୂର୍ଯ୍ୟନାରାୟଣ ପାତ୍ର। ସେ ଆଇନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ତାଙ୍କୁ ୨୦୧୯ ଫେବୃୟାରୀ ମାସରେ ପଞ୍ଜାବର ଦେଶଭଗତ ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ମିଳିଥିଲା । 

ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକ ବ୍ୟକ୍ତ କରାଯାଇଛି। ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ଭୂମିନ୍ଦର ସିଂହ, ପ୍ରସନ୍ନ ଆଚାର୍ଯ୍ୟ, ପ୍ରଫୁଲ୍ଲ ମଲ୍ଲିକ୍‌, ବଦ୍ରି ପାତ୍ର, ପ୍ରମିଳା ମଲ୍ଲିକ, ଅତନୁ ସବ୍ୟସାଚୀ ନାୟକ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସମୀର ଦାଶ, ପିସିସି ସଭାପତି ଶରତ ପଟ୍ଟନାୟକ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରଘୁନାଥ ମହାନ୍ତି, ମହମ୍ମଦ ମୋକିମ, ଭୃଗୁ ବକ୍ସିପାତ୍ର, ସଞ୍ଜୟ ଦାସବର୍ମା ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story