ସମ୍ଭାବ୍ୟ ବାତ୍ୟା: ଜିଲ୍ଲାପାଳ ଓ ଅନ୍ୟ ବିଭାଗକୁ ସତର୍କ କରାଇଲେ ଏସଆରସି

ବଙ୍ଗୋପସାଗରର ଦକ୍ଷିଣ-ପୂର୍ବରେ ଏକ ସାମୁଦ୍ରିକ ଘୂର୍ଣ୍ଣିବଳୟ଼ ଆସନ୍ତାକାଲି ସୁଦ୍ଧା ସୃଷ୍ଟି ହେବାର ସମ୍ଭାବନା ରହିଛି ।

Weather

Representational image

Ordigital Desk
  • Published: Friday, 05 May 2023
  • Updated: 05 May 2023, 09:30 PM IST

ବଙ୍ଗୋପସାଗରରେ ସାମୁଦ୍ରିକ ଝଡ଼ ସୃଷ୍ଟି ହେବାକୁ ନେଇ ଭାରତୀୟ ପାଣିପାଗ ବିଭାଗ(ଆଇଏମଡି)ର ପୂର୍ବାନୁମାନ ପରେ ରାଜ୍ୟ ସରକାର ଆଜି ସମସ୍ତ ଜିଲ୍ଲାପାଳ ଓ ଅନ୍ୟ ବିଭାଗଗୁଡ଼ିକୁ ସତର୍କ ସୂଚନା ଜାରି କରିଛନ୍ତି ।

ରାଜ୍ୟ ସ୍ୱତନ୍ତ୍ର ରିଳିଫ କମିଶନର ଏନେଇ ଶୁକ୍ରବାର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି କହିଛନ୍ତି ଯେ, ଆଇଏମଡି ଦ୍ୱାରା ଜାରି ମଧ୍ୟାହ୍ନ ପାଣିପାଗ ବୁଲେଟିନ ଅନୁସାରେ ବଙ୍ଗୋପସାଗରର ଦକ୍ଷିଣ-ପୂର୍ବରେ ଏକ ସାମୁଦ୍ରିକ ଘୂର୍ଣ୍ଣିବଳୟ଼ ଆସନ୍ତାକାଲି ସୁଦ୍ଧା ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଏକ ଲଘୁଚାପ ବଳୟ ରବିବାର ସୃଷ୍ଟି ହେବ, ଯାହାକି  ସୋମବାର ସୁଦ୍ଧା ଅଧିକ ଘନୀଭୂତ ହୋଇ ସାମୁଦ୍ରିକ ଝଡ଼ରେ ରୂପାନ୍ତରିତ ହେବ । ଏହା କ୍ରମଶଃ ଉତ୍ତର ଦିଗରେ ମଧ୍ୟ ବଙ୍ଗୋପାସଗରକୁ ଗତି କରିବ । ତେବେ ଲଘୁଚାପ ବଳୟ ସୃଷ୍ଟି ହେବା ପରେ ପରି ଏହାର ଗତି ଓ ଦିଗ ସମ୍ପର୍କରେ ଅଧିକ ତଥ୍ୟ ଜଣାପଡ଼ିବ । ଆଇଏମଡି ପକ୍ଷରୁ ଏହା ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ।

ଆଇଏମଡି ପକ୍ଷରୁ କେତେକ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ନୂଆପଡ଼ା, ବଲାଙ୍ଗିର, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାର କିଛି ସ୍ଥାନରେ ବର୍ଷା ଓ ଘଡ଼ଘଡ଼ି ହେବାର ପୂର୍ବାନୁମାନ କରାଯାଇଛି ।

Also Read

ଏହି ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡ଼ିକର ଜିଲ୍ଲାପାଳମାନଙ୍କୁ ସମସ୍ତ ପ୍ରକାରର ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନିକସ୍ତରରେ ପ୍ରସ୍ତୁତ ରହିବାକୁ ଏସଆରସି ପରାମର୍ଶ ଦେଇଛନ୍ତି । ପାଣିପାଗ ଉପରେ ନଜର ରଖିବା ସହ ଘଡ଼ଘଡ଼ି ଆଦି ମାରିବା ସମୟରେ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ସାଧାରଣ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ସହରାଂଚଳରେ ଟ୍ରାଫିକ ପରାମର୍ଶ ମାନିବାକୁ ଏସଆରସି କହିଛନ୍ତି ।

ତଳିଆ ଅଂଚଳ ଉପରେ କ୍ରମାଗତ ସତର୍କ ନଜର ରଖିବାକୁ ଜିଲ୍ଲା ପ୍ରଶାସନିକ ଅଧିକାରୀମାନଙ୍କୁ କୁହାଯାଇଛି । ଆବଶ୍ୟକ ପଡ଼ିଲେ ସହରାଂଚଳର ତଳିଆ ଅଂଚଳରୁ ଜଳ ନିଷ୍କାସନ ବ୍ୟବସ୍ଥା କରିବାକୁ କହିବା ସହ ବର୍ଷା ପରିମାଣ ସମ୍ପର୍କରେ ଏସଆରସିଙ୍କ କାର୍ଯ୍ୟାଳୟକୁ ଅବଗତ କରାଇବା ନିମନ୍ତେ କୁହାଯାଇଛି । ଏହାବ୍ୟତୀତ ଝଡ଼ପବନ, ବ୍ରଜପାତ, ଘୂର୍ଣ୍ଣିଝଡ଼ ଆଦି ଯୋଗୁ ହେବାକୁ ଥିବା କ୍ଷୟକ୍ଷତି ସମ୍ପର୍କରେ ମଧ୍ୟ ସରକାରଙ୍କୁ ଅବଗତ କରାଇବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି । ଏହାସହିତ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗକୁ ମଧ୍ୟ ସତର୍କ ରହିବାକୁ ଏସଆରସି ପରାମର୍ଶ ଦେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story