ବାପାଙ୍କ ସାମ୍ନାରେ ବୁଡ଼ି ଗଲେ ୩ ଭଉଣୀ

ବୁଧବାର ୩ ଭଉଣୀ ସେମାନଙ୍କ ବାପାଙ୍କ ସହ କୋଟ୍ଟୋପାଡାମ ପୋଖରୀକୁ କପଡ଼ା ସଫା କରିବା ଓ ଗାଧୋଇବା ପାଇଁ ଯାଇଥିଲେ।

Pond

ବୁଡ଼ି ପ୍ରାଣ ହରାଇଥିବା ୩ ଯୁବତୀ (ଫାଇଲ ଫଟୋ)

Hemant Lenka
  • Published: Thursday, 31 August 2023
  • Updated: 31 August 2023, 05:08 PM IST

Sports

Latest News

ସାମ୍ନାକୁ ଆସିଛି ଅତ୍ୟନ୍ତ ଦୁଃଖଦ ଘଟଣା। ଗୋଟିଏ ବିରାଟ ପୋଖରୀରେ ବୁଡ଼ି ଯାଇଛନ୍ତି ୩ ଭଉଣୀ। ସେମାନଙ୍କ ବାପା କୂଳରେ ଛିଡ଼ା ହୋଇ ସବୁ କିଛି ଦେଖୁଥିଲେ ହେଁ ୩ ଝିଅଙ୍କୁ ବଞ୍ଚାଇବାକୁ ସକ୍ଷମ ହୋଇ ନାହାନ୍ତି।

ଅସହାୟ ବାପାଙ୍କ ଆଗରେ ୩ ଝିଅ ପୋଖରୀରେ ବୁଡ଼ି ପ୍ରାଣ ହରାଇଛନ୍ତି। କେରଳର କୋଟ୍ଟୋପାଡାମ ଅନ୍ତର୍ଗତ ଭୀମାନ୍ଦରେ ପୂରା ଘଟଣା ଘଟିଛି। ମୃତକମାନେ ହେଲେ ରେମିଶା (୨୩), ନଶିଦା(୨୬) ଓ ରିଂଶି(୧୮)। ରେମିଶା ଓ ନଶିଦାଙ୍କ ବିବାହ ଶେଷ ହୋଇଥିଲା। ସେମାନେ ଓନାମ ପର୍ବ ପାଇଁ ବାପା ମା’ଙ୍କ ପାଖକୁ ଆସିଥିଲେ।

Also Read

ବୁଧବାର ୩ ଭଉଣୀ ସେମାନଙ୍କ ବାପାଙ୍କ ସହ କୋଟ୍ଟୋପାଡାମ ପୋଖରୀକୁ କପଡ଼ା ସଫା କରିବା ଓ ଗାଧୋଇବା ପାଇଁ ଯାଇଥିଲେ। ଏହି ସମୟରେ ସବୁ କିଛି ଓଲଟ ପାଲଟ ହୋଇ ଯାଇଥିଲା। ୩ ଯୁବତୀଙ୍କ ସେମାନଙ୍କ ଭାଇ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ଘରେ ରହିଛନ୍ତି। ମା’ ତାଙ୍କ ପୁଅକୁ ଗୋଟିଏ କିଡ୍‌ନୀ ଦେଇଛନ୍ତି। ଉଭୟଙ୍କ ଚିକିତ୍ସା ଚାଲିଥିବାରୁ ଘର କଥା ବାପା ହିଁ ବୁଝୁଥିଲେ।

ବୁଧବାର ପୋଖରୀରେ ସଫାସଫି ଚାଲିଥିବା ବେଳେ ହଠାତ୍‌ ୩ ଜଣଙ୍କ ମଧ୍ୟରୁ ଜଣଙ୍କ ଗୋଡ଼ ଖସି ଯାଇଥିଲା। ତାଙ୍କୁ ଉଦ୍ଧାର କରିବା ପାଇଁ ଆଉ ଦୁଇ ଭଉଣୀ ଚେଷ୍ଟା କରିଥିଲେ। ଏହି ସମୟରେ ୩ ଜଣ ଯାକ ପାଣିରେ ବୁଡ଼ି ଯାଇଥିଲେ। ଆଖି ସାମ୍ନାରେ ୩ ଝିଅ ବୁଡ଼ି ଯାଉଥିଲେ ମଧ୍ୟ ବାପା କିଛି ବୁଝି ପାରୁ ନଥିଲେ। ସେ ଏତେ ମାତ୍ରାରେ ସ୍ତବ୍ଧ ହୋଇ ଯାଇଥିଲେ ଯେ ତାଙ୍କ ମୁହଁରୁ ଶବ୍ଦ ମଧ୍ୟ ବାହାରି ନଥିଲା ବୋଲି ଜଣେ ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି।

୩ ଭଉଣୀ ବୁଡ଼ି ଯାଉଥିବା ବେଳେ ଚିତ୍କାର କରୁଥିଲେ। ଏହା ସେଠାରୁ କିଛି ଦୂରରେ କାମ କରୁଥିବା ଲୋକଙ୍କ କାନରେ ପଡ଼ିଥିଲା। ସେମାନେ ଦେଖିବାକୁ ପାଇଥିଲେ ଯେ ବାପା ଜଣଙ୍କ ତାଙ୍କର ୩ ଝିଅଙ୍କୁ ରକ୍ଷା କରିବାକୁ ଚେଷ୍ଟା କରୁଥିଲେ ହେଁ ତାଙ୍କ ମୁହଁରୁ କୌଣସି ପ୍ରକାରର ଶବ୍ଦ ହିଁ ବାହାରୁ ନଥିଲା।

ସେ କେବଳ ଥରିବାରେ ଲାଗିଥିଲା। ତୁରନ୍ତ ଏପରି ଦୃଶ୍ୟ ଦେଖି ସ୍ଥାନୀୟ ଲୋକ ଓ ଶ୍ରମିକମାନେ ଉଦ୍ଧାର କାର୍ଯ୍ୟ କରି ବୁଡ଼ି ଯାଇଥିବା ୩ ଯୁବତୀଙ୍କୁ ଠାବ କରିଥିଲେ। ସେମାନଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ୩ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ପୂରା ଅଞ୍ଚଳରେ ଶୋକର ଚ୍ଛାୟା ଖେଳା ଦେଇଛି।

ଘଟଣା ଘଟିଥିବା ପୋଖରୀଟି ଦେଢ଼ ଏକର ଅଞ୍ଚଳର। ଏହା ଗାଁ ଠାରୁ ନିଛାଟିଆ ସ୍ଥାନରେ ଥିବାରୁ ଉଦ୍ଧାର କାର୍ଯ୍ୟ ମଧ୍ୟ ବିଳମ୍ବ ହୋଇଥିଲା। ତେଣୁ ୩ ଯୁବତୀଙ୍କ ଜୀବନ ପାଣି ବୁଡ଼ି ଚାଲି ଯାଇଛି ବୋଲି ଗାଁ ଲୋକ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story