ରାଜ୍ୟର ୨୭୫୪୬ଟି ବକେୟା ଟିକସ ମାମଲା ରଦ୍ଦ, କ୍ୟାବିନେଟ୍ ଦେଲେ ମଞ୍ଜୁରୀ

ମୋଟ ୩୨.୭୩କୋଟି ଟଙ୍କା ବକେୟା ଟିକସର ୨୭୫୪୬ଟି ମାମଲାକୁ ସବୁଦିନ ପାଇଁ ବନ୍ଦ କରିବାକୁ ରାଜ୍ୟ ଅର୍ଥ ବିଭାଗର ପ୍ରସ୍ତାବକୁ ଆଜି ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି ।

Press Conference

କ୍ୟାବିନେଟ୍ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଉଛନ୍ତି ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଓ ମୁଖ୍ୟ ଶାସନ ସଚିବ

Ordigital Desk
  • Published: Friday, 11 August 2023
  • Updated: 11 August 2023, 10:33 PM IST

Sports

Latest News

ରାଜ୍ୟ ସରକାର ୨୭୫୪୬ଟି ବକେୟା ଟିକସ ମାମଲାକୁ ସବୁଦିନ ପାଇଁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ଟିକସ ମାମଲାଗୁଡ଼ିକର ଫଇସଲା କରିବାରେ ଯେତିକି ମାନବସମ୍ବଳ ବିନିଯୋଗ ହେବ ତାହା ଆଦାୟ ବକେୟା ପରିମାଣ ତୁଳନାରେ ଢେର ବେଶୀ ବ୍ୟୟବହୁଳ ହେବ । ତେଣୁ ମୋଟ ୩୨.୭୩କୋଟି ଟଙ୍କା ବକେୟା ଟିକସର ଏହି ୨୭୫୪୬ଟି ମାମଲାକୁ ସବୁଦିନ ପାଇଁ ବନ୍ଦ କରିବାକୁ ରାଜ୍ୟ ଅର୍ଥ ବିଭାଗର ପ୍ରସ୍ତାବକୁ ଆଜି ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି ।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ୧୨ଟି ବିଭାଗର ମୋଟ ୧୯ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏଥିରେ ଓଡ଼ିଶା ବିକ୍ରିକର ଅଧିନିୟମ, ଓଡ଼ିଶା ଅତିରିକ୍ତ ବିକ୍ରିକରଣ ଅଧିନିୟମ, କେନ୍ଦ୍ରୀୟ ବିକ୍ରିକର ଅଧିନିୟମ, ଓଡ଼ିଶା ଭ୍ୟାଟ୍ ଆଇନ, ଓଡ଼ିଶା ପ୍ରମୋଦ କର ଆଇନ ସମେତ ପେଟ୍ରୋଲ,ଡିଜେଲ, ବିମାନ ଇନ୍ଧନ, ପ୍ରାକୃତିକ ଗ୍ୟାସ, ଅଶୋଧିତ ତୈଳ ଓ ମଦ ମାମଲାରେ ୫ହଜାରରୁ ୨୫ହଜାର ଟଙ୍କା ମଧ୍ୟରେ ବକେୟା ଥିବା ସମସ୍ତ ଟିକସ ମାମଲାକୁ ରଦ୍ଦ କରିବାକୁ ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ନେଇଛନ୍ତି ।

Also Read

ସରକାରଙ୍କ ପକ୍ଷରୁ ପ୍ରେସ୍ ରିଲିଜ୍ ମାଧ୍ୟମରେ କୁହାଯାଇଛି ଯେ, ରାଜ୍ୟରେ ଏବେ ମୋଟ ୮୧୫୬.୭୨କୋଟି ଟଙ୍କାର ବକେୟା ଟିକସ ସଂକ୍ରାନ୍ତ ୫୯୨୪୩ଟି ମାମଲା ବିଚାରାଧୀନ ରହିଛି । ସେଥିରୁ ୫୦୦୧ଟଙ୍କାରୁ ୨୫ହଜାର ଟଙ୍କା ମଧ୍ୟରେ ୨୭୫୪୬ଟି ଟିକସ ମାମଲା ରହିଛି ଯାହାର ମୋଟ ବକେୟା ପରିମାଣ ହେଉଛି ୩୨କୋଟି ୭୩ଲକ୍ଷ ୯୭ହଜାର ୮୭୬ଟଙ୍କା । ଯଦି ଏହି ଟିକସକୁ ଛାଡ଼ ପାଇଁ ବିଚାର କରାଯାଏ ତା’ହେଲେ ମୋଟ ବକେୟା ରାଜସ୍ୱର ୦.୪% ବକେୟ ରାଜସ୍ୱ ଛାଡ଼ ସହିତ ବକେୟା ମାମଲା ସଂଖ୍ୟା ମଧ୍ୟ ୪୬% ହ୍ରାସ ପାଇବ । ଆଇନର ବ୍ୟବସ୍ଥା ଅନୁସାରେ ଏହି ବକେୟା ୩୨.୭୩କୋଟି ଟଙ୍କାର ଟିକସ ଆଦାୟ ପ୍ରକ୍ରିୟା ବା ମାମଲାର ଫଇସଲା ପାଇଁ ଯେତିକି ମାନବ ସମ୍ବଳ ଓ ସମୟ ଆବଶ୍ୟକ ହେବ ସେହି ଅନୁପାତରେ ଅସୁଲ ହେବାକୁ ଥିବା ବକେୟା ପରିମାଣ ନଗଣ୍ୟ । ଯଦି ଏହି ମାନବ ସମ୍ବଳକୁ ଜିଏସଟି ରାଜସ୍ୱ ଆଦାୟରେ ବିନିଯୋଗ କରାଯିବ ତା’ହେଲେ ରାଜ୍ୟ ସରକାରଙ୍କୁ ବିପୁଳ ପରିମାଣର ଅନାଦେୟ ବକେୟା କର ଆଦାୟର ସୁଯୋଗ ମିଳିବ । ଏହାମଧ୍ୟ ସରକାର ଓ ଟିକସଦାତାଙ୍କ ମଧ୍ୟରେ ପାରସ୍ପରିକ ବିଶ୍ୱାସକୁ ଅଧିକ ସୁଦୃଢ଼ କରିବ ତଥା କରଦାତାଙ୍କୁ ସୁବିଧା ପ୍ରଦାନ କରିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

ତେବେ ଏହ ୨୭୫୪୬ଟିି ବକେୟା ଟିକସ ମାମଲାରେ ଯଦି ଓଡ଼ିଶା ପ୍ରଫେସନାଲ ଟ୍ୟାକ୍ସ, ଟ୍ରେଣ୍ଡ ଆଣ୍ଡ କଲିଙ୍ଗ ଆଣ୍ଡ ଏମ୍ପ୍ଲଏମେଂଟ ଆକ୍ଟ-୨୦୦୦ ଅଧୀନରେ କୌଣସି ବକେୟା ଟିକସ ଥିବ ତାହା ଛାଡ଼ କରାଯିବ ନାହିଁ ବୋଲି ସରକାରଙ୍କ ପକ୍ଷରୁ ଜାରି ସୂଚନାରେ ଉଳ୍ଲେଖ ରହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story