ସେଲ୍‌ଫ ଫାଇନାନ୍ସିଂ କୋର୍ସ ଓ ଉଚ୍ଚଶିକ୍ଷା ବିଭାଗର ମନ୍ତ୍ରୀ, ସଚିବଙ୍କ ବିଦାହେବା ରହସ୍ୟ

ବିଭିନ୍ନ ସରକାରୀ କଲେଜ ଓ ବିଶ୍ୱବିଦ୍ୟାଳୟରେ ମନଇଚ୍ଛା ବେଲଗାମ ସେଲ୍ଫ ଫାଇନାନସିଙ୍ଗ କୋର୍ସ ଖୋଲିବା ଓ ତତଜନିତ ପ୍ରିୟାପ୍ରୀତି ତୋଷଣ ଓ ଦୁର୍ନୀତି କୁଆଡ଼େ ଏହାର ମୁଖ୍ୟ କାରଣ। କଥାଟି ଯଦି ସତ ହୋଇଥାଏ ତେବେ ରାଜ୍ୟ ପାଇଁ ଏହା ଏକ ମହାର୍ଗ ସୁଯୋଗ ଦୀର୍ଘଦିନ ଧରି ଚାଲି ଆସିଥିବା ଏକ ଐତିହାସିକ ତ୍ରୁଟିକୁ ସୁଧାରିବା ପାଇଁ। ବିଶେଷ କରି ଯେହେତୁ, ବିଳମ୍ବରେ ହେଲେ ସୁଦ୍ଧା ଶେଷରେ ଏହା ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ନଜରକୁ ଆସିଛି, ତେଣୁ ଛାତ୍ରଛାତ୍ରୀ ବୁଦ୍ଧିଜୀବୀଙ୍କ ମଧ୍ୟରେ ଏହା ଏପରି ଏକ ପ୍ରଭୂତ ଆଶା ସୃଷ୍ଟି କରିଛି।

Utkal University

Utkal University

Debendra Prusty
  • Published: Wednesday, 05 July 2023
  • Updated: 05 July 2023, 03:13 PM IST

News Highlights

  • କେଇ ଦିନ ତଳେ କାହିଁକି ଏକାଥରକେ ବିଦା ହୋଇଥିଲେ ଉଚ୍ଚଶିକ୍ଷା ବିଭାଗର ମନ୍ତ୍ରୀ, ପ୍ରମୁଖ ସଚିବ ଓ ସ୍ୱତନ୍ତ୍ର ସଚିବ?
  • ଏହା ପଛରେ ଥିଲା ସେଲ୍‌ଫ ଫାଇନାନ୍ସିଂ କୋର୍ସ ନେଇ ପରିଚାଳନାଗତ ତ୍ରୁଟି ଓ ଦୁର୍ନୀତି?
  • ମନ୍ତ୍ରୀ ଓ ସଚିବ ବିଦା ହେବା ପରେ ସରକାରୀ କଲେଜର ସେଲ୍‌ଫ ଫାଇନାନ୍ସିଂ କୋର୍ସ ପରିଚାଳନାରୁ ମୁକ୍ତ ହେବେ ବି ଘରୋଇ ଶିକ୍ଷା ବ୍ୟବସାୟୀ ଓ ନେତା?

Sports

Latest News

ଖବରଟି ଅତି ଚମକପ୍ରଦ ଥିଲା। କେଇ ଦିନ ତଳେ ମାତ୍ର ଦୁଇ ଦିନର ବ୍ୟବଧାନରେ ଉଚ୍ଚଶିକ୍ଷା ବିଭାଗର ମନ୍ତ୍ରୀ, ପ୍ରମୁଖ ସଚିବ ଓ ସ୍ଵତନ୍ତ୍ର ସଚିବ – ତିନି ଜଣ ଯାକ ବିଦା ହେଲେ। କାରଣ କୁଆଡ଼େ ମୁଖ୍ୟମନ୍ତ୍ରୀଙ୍କ ବିଭାଗୱାରୀ ସମୀକ୍ଷ।ରେ ଉଚ୍ଚଶିକ୍ଷା ବିଭାଗର ସବୁଠୁ ଖରାପ ପ୍ରଦର୍ଶନ ବାହାରିଲା। ଭଲ କାମ ନ କଲେ ମୁଣ୍ଡ ଗଡ଼ିବା ନଜିର ଆଗରୁ ନାହିଁ। ତେଣୁ ଶୁଣାଯାଉଥିବା ଭିତିରି କାରଣଟି ଅଧିକ ବିଶ୍ୱାସଯୋଗ୍ୟ ମନେ ହୁଏ। ବିଭିନ୍ନ ସରକାରୀ କଲେଜ ଓ ବିଶ୍ୱବିଦ୍ୟାଳୟରେ ମନଇଚ୍ଛା ବେଲଗାମ ସେଲ୍ଫ ଫାଇନାନସିଙ୍ଗ କୋର୍ସ ଖୋଲିବା ଓ ତତଜନିତ ପ୍ରିୟାପ୍ରୀତି ତୋଷଣ ଓ ଦୁର୍ନୀତି କୁଆଡ଼େ ଏହାର ମୁଖ୍ୟ କାରଣ। କଥାଟି ଯଦି ସତ ହୋଇଥାଏ ତେବେ ରାଜ୍ୟ ପାଇଁ ଏହା ଏକ ମହାର୍ଗ ସୁଯୋଗ ଦୀର୍ଘଦିନ ଧରି ଚାଲି ଆସିଥିବା ଏକ ଐତିହାସିକ ତ୍ରୁଟିକୁ ସୁଧାରିବା ପାଇଁ। ବିଶେଷ କରି ଯେହେତୁ, ବିଳମ୍ବରେ ହେଲେ ସୁଦ୍ଧା ଶେଷରେ ଏହା ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ନଜରକୁ ଆସିଛି, ତେଣୁ ଛାତ୍ରଛାତ୍ରୀ ବୁଦ୍ଧିଜୀବୀଙ୍କ ମଧ୍ୟରେ ଏହା ଏପରି ଏକ ପ୍ରଭୂତ ଆଶା ସୃଷ୍ଟି କରିଛି।

କଲେଜ ଓ ବିଶ୍ୱବିଦ୍ୟାଳୟମାନଙ୍କରେ ସେଲ୍ଫ ଫାଇନାନସିଙ୍ଗ କୋର୍ସ ଖୋଲିବାପାଇଁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଅନୁମତି ପ୍ରଦାନ କରିଥିଲେ ଏକ ବିଶେଷ ଉଦ୍ଦେଶ୍ୟ ନେଇ – ନିୟୋଜନ ବଜାର ଓ ଶିଳ୍ପ ଜଗତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଦେୟମୁକ୍ତ ଉଚ୍ଚଶିକ୍ଷା ପ୍ରଦାନ କରୁଥିବା ଅନୁଷ୍ଠାନମାନ, ବିଶେଷକରି ସରକାରୀ ଅନୁଷ୍ଠାନମାନ ପୂର୍ଣକାଳୀନ ବିଭାଗ ଖୋଲିବା ପରିବର୍ତ୍ତେ ସ୍ୱଳ୍ପ ଅବଧି ନିମନ୍ତେ ସେଲ୍ଫ ଫାଇନାନସିଙ୍ଗ ମୋଡରେ ସ୍ଵତନ୍ତ୍ର ପ୍ରକାରର ବିଭାଗମାନ ଖୋଲିପାରିବେ। ଏଇ ଯେମିତି କୃତ୍ରିମ ବୁଦ୍ଧିମତା ଓ ବ୍ୟାଙ୍କିଂ ପରି ବିଷୟମାନ। କାରଣ ପୂର୍ଣକାଳୀନ ବିଭାଗଟିଏ ଖୋଲିବା ନିମନ୍ତେ ବିଶେଷ ଅନୁମତି ଆଣିବା, ପୂର୍ଣକାଳୀନ ଅଧ୍ୟାପକ/ପ୍ରାଧ୍ୟାପକ ପ୍ରମୁଖ ନିଯୁକ୍ତି କରିବା ଆଦି ଦୀର୍ଘମିଆଦୀ ସମସ୍ୟାମାନର ସମ୍ମୁଖୀନ ହେବାକୁ ପଡ଼ିଥାଏ। ମାତ୍ର, ସେହି ୟୁଜିସି ଗାଇଡଲାଇନ ଅନୁଯାୟୀ ଯଦି ଉକ୍ତ ବିଭାଗଟିର ଆବଶ୍ୟକତା ଦୀର୍ଘମିଆଦୀ ଭାବେ ଅନୁଭୂତ ହୁଏ, କର୍ତ୍ତୃପକ୍ଷ ସେ ଜାଗାରେ ସ୍ଥାୟୀ ବିଭାଗ ଖୋଲିବାକୁ ପଦକ୍ଷେପ ନେଇପାରିବେ। ଯେପରି କଂପ୍ୟୁଟର ସାଇନ୍ସ ବା ଆଇ.ଟି.। ଏହାର ଅନ୍ତର୍ନିହିତ ଉଦ୍ଦେଶ୍ୟ ଥିଲା ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚ ଶିକ୍ଷାର ସୁଯୋଗ ଦେବା ସଙ୍ଗେ ସଙ୍ଗେ ସେମାନଙ୍କୁ ନିୟୋଜନ ଉପଯୋଗୀ ବା ରୋଜଗାରକ୍ଷମ କରିବା। ଏଥିରେ ସମ୍ପୃକ୍ତ କଲେଜ ବା ବିଶ୍ୱବିଦ୍ୟାଳୟର ଦାୟିତ୍ଵ ଥିଲା ସେମାନେ ନିଜେ ଏହାର ଅତିଥି ଅଧ୍ୟାପକ ଚୟନ କରି ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା କରି ତତ ସମ୍ବନ୍ଧିତ ଶିକ୍ଷା ପ୍ରଦାନ କରିବାର ବ୍ୟବସ୍ଥା କରିବେ।

ମାତ୍ର ୟୁଜିସିର ଏହି ଗାଇଡଲାଇନକୁ ନିଜର ବା ନିଜ ଲୋକଙ୍କର ସ୍ଵାର୍ଥ ସାଧନ ପାଇଁ ସାମାନ୍ୟ ବୁଲେଇ ଦେଇ ଆମ ରାଜ୍ୟର ବଡ଼ପଣ୍ଡାମାନେ ସରକାରୀ କଲେଜ ଓ ବିଶ୍ୱବିଦ୍ୟାଳୟ ମାନଙ୍କରେ ଏକ ପ୍ରକାର ମୁକ୍ତ ବଜାର ଅର୍ଥନୀତିର ସୁଯୋଗ ଖୋଲିଦେଲେ। ଅନୁଷ୍ଠାନର ମୁଖ୍ୟ ନୂଆ ବଜାର ଉପଯୋଗୀ ବିଷୟ ଖୋଲିବା ଲାଗି ସରକାରଙ୍କଠାରୁ ଅନୁମତି ନେଲେ, ମାତ୍ର ନିଜେ ସେ ବିଷୟଟି ପଢ଼ାଇବାର କୌଣସି ଦାୟିତ୍ଵ ନ ନେଇ ତାହାକୁ ସମ୍ପୂର୍ଣ ସମର୍ପଣ କରିଦେଲେ ହରେକୃଷ୍ଣ ଫାଉଣ୍ଡେସନ ବା ନାରାୟଣୀ ଟ୍ରଷ୍ଟ ପରି କୌଣସି ଅନାମଧେୟ ବେସରକାରୀ ସଂସ୍ଥାକୁ। ସମ୍ପୃକ୍ତ ସଂସ୍ଥା କଲେଜର ଘର, ଫର୍ନିଚର, ବିଜୁଳି ଆଦି ସବୁ ବ୍ୟବହାର କରିବ, ସେ ବାବଦକୁ ତାର ବାର୍ଷିକ ରୋଜଗାରର ଶତକଡ଼ା ପଚିଶ ଭାଗ ଅର୍ଥ କଲେଜରେ ଜମା ଦେବ। ସେ ଟଙ୍କା ପୁଣି କଲେଜ ଆକାଉଣ୍ଟକୁ ନ ଯାଇ ଅଲଗା ଏକ ଆକାଉଣ୍ଟରେ ଜମା ରହିବ ଓ କଲେଜ ଅଧ୍ୟକ୍ଷ ସମ୍ପୃକ୍ତ ସଂସ୍ଥାର ପରାମର୍ଶରେ ତାହାକୁ ଖର୍ଚ୍ଚ କରିବେ। ଅନେକ ଜାଗାରେ ଏହି ଅନାମଧ୍ୟେୟ ସଂସ୍ଥାମାନ ପାଞ୍ଚ ସାତୋଟି ବିଷୟ ଖୋଲି ଚଳାଉଥିବାର ଦେଖାଯାଏ। ଏହିପରି ଭାବେ ସମୟକ୍ରମେ ଗୋଟିଏ ଗୋଟିଏ ସରକାରୀ କଲେଜ ପରିସର ମଧ୍ୟରେ ଦୁଇ ତିନୋଟି ଲେଖାଏ ବେସରକାରୀ କଲେଜ ଖୋଲିବାର ବନ୍ଦୋବସ୍ତ ପଛ ଦ୍ଵାର ଦେଇ କରିଦିଆଗଲା।

ସ୍ଵଭାବତଃ ସରକାରୀ କଲେଜମାନ ଚିରକାଳ ଆର୍ଥିକ ଦୁର୍ଦଶାରେ କାଳାତିପାତ କରୁଥାନ୍ତି। ତେଣୁ ଏହି ବେସରକାରୀ ଫାଉଣ୍ଡେସନ ବା ଟ୍ରଷ୍ଟଗୁଡିକ ସମ୍ପୃକ୍ତ କଲେଜ ବା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କର ଆର୍ଥିକ ହସ୍ତମୁଦିମାହାଲ ହୋଇ ପ୍ରଭୁତ କ୍ଷମତାର ଅଧିକାରୀ ହୋଇଥାନ୍ତି। ଲକ୍ଷ୍ୟ କଲେ ଜଣାଯାଏ ଯେ ଏଥି ମଧ୍ୟରୁ ଅଧିକାଂଶ ସଂସ୍ଥା ସ୍ଥାନୀୟ ବାହୁବଳି ବା ରାଜନୈତିକ ବ୍ୟକ୍ତିତ୍ୱଙ୍କ ଦ୍ଵାରା ପରିଚାଳିତ। ତେଣୁ ସ୍ଵାଭାବିକ ଭାବେ ଆତଙ୍କରୁ ହେଉ ବା ବଦଳି ଭୟରେ ହେଉ, କଲେଜ ଅଧ୍ୟକ୍ଷ ଓ ଅଧ୍ୟାପକମାନେ ଏମାନଙ୍କ ବିରୁଦ୍ଧରେ ପାଟି ଫିଟେଇବାକୁ ସାହସ କରିନଥାନ୍ତି। ଉକ୍ତ ବାହୁବଳି ନେତାମାନଙ୍କର ପାଠ ବିଷୟରେ କୌଣସି ଜ୍ଞାନ ବା ଆଗ୍ରହ ନ ଥିବାରୁ ସେମାନେ ଏହି କୋର୍ସଗୁଡ଼ିକୁ କେବଳ ଅର୍ଥ ଆଦାୟର ଏକ ମାଧ୍ୟମ ବ୍ୟତୀତ ଆଉ କୌଣସି ଉଚ୍ଚତର ଅଭୀପ୍ସାର ଲକ୍ଷ୍ୟ ଭାବରେ ଦେଖିବାରେ ବିଫଳ ହୁଅନ୍ତି। ଏହି ବିଷ ବଳୟର ଶିକାର ହୁଅନ୍ତି ନିରୀହ ଛାତ୍ରଛାତ୍ରୀ ଓ ଅଭିଭାବକମାନେ। ରାଜ୍ୟର ଅମୁକ ପ୍ରମୁଖ ମହାବିଦ୍ୟାଳୟ ବା ବିଶ୍ୱବିଦ୍ୟାଳୟରେ ଏମବିଏ, ଏହିପରି ଖବରକାଗଜମାନଙ୍କରେ ବିଜ୍ଞାପନ ପଢ଼ି ସେମାନେ ଏଠାରେ ବହୁ ଅର୍ଥ ଦେଇ ନାମ ଲେଖାଇଥାନ୍ତି କେବଳ ପରିବର୍ତ୍ତି ପର୍ଯାୟରେ ହନ୍ତସନ୍ତ ହେବା ପାଇଁ। କଲେଜ ଅଧ୍ୟକ୍ଷ ଓ ଅଧ୍ୟାପକମାନଙ୍କୁ ପଚାରିଲେ ସେମାନେ ବେସରକାରୀ ସଂସ୍ଥାର ନାଁ ନେଇ ନିଜ ଦାୟିତ୍ଵ ଏଡ଼ାଇଯାନ୍ତି, ଆଉ ସେ ସଂସ୍ଥାର ବାହୁବଳି ମାଲିକଙ୍କୁ ପଚାରିବାର ସାହସ ବା ସ୍ଵାଧୀନତା ନିରୀହ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କର ନ ଥାଏ।

ରାଜ୍ୟର କେତେକ ପ୍ରମୁଖ ମହାବିଦ୍ୟାଳୟରେ ନିଜସ୍ଵ ସରକାରୀ ବିଭାଗ ଅପେକ୍ଷା ପୂର୍ବୋକ୍ତ ବେସରକାରୀ ବିଭାଗ ସଂଖ୍ୟା ଅଧିକ ଥିବାର ଜଣାଯାଏ। ଆପଣା ବସ୍ତ୍ର ପରକୁ ଦେଇ ଶିବ ହଟହଟା ହେଲାପରି ସରକାରୀ କଲେଜ ଅଧ୍ୟକ୍ଷ ଓ ଅଧ୍ୟାପକମାନଙ୍କ ଅବସ୍ଥା ନିଜ କଲେଜରେ ମଧ୍ୟ ବର୍ତ୍ତମାନ ଅତ୍ୟନ୍ତ ଦୟନୀୟ। ସତେ ଯେପରି ଭସ୍ମାସୁର ପଚାରୁଛି- ‘କୁହ, ଏବେ କାହା ମୁଣ୍ଡରେ ହାତ ଥୋଇବି?’

ଉଚ୍ଚଶିକ୍ଷା ବିଭାଗର ଜନୈକ ପୂର୍ବତନ ପ୍ରମୁଖ ସଚିବ ଏହି ଅବକ୍ଷୟମୁଖୀ ବ୍ୟବସ୍ଥାକୁ ନିୟନ୍ତ୍ରିତ ବା ହଟେଇବାକୁ ଚେଷ୍ଟା କରିଥିଲେ। ମାତ୍ର ରାଜ୍ୟର ଶିକ୍ଷା ସୌଦାଗର ଏହି ବାହୁବଳୀ ମାଲିକ ବା ରାଜନୈତିକ ବ୍ୟକ୍ତିତ୍ୱମାନଙ୍କ ଚକ୍ରବ୍ୟୁହକୁ ସେ ଭେଦ କରି ପାରିଲେ ନାହିଁ।

ତେଣୁ ଇତିହାସ ବର୍ତ୍ତମାନ ପୁଣି ଆଉ ଥରେ ସୁଯୋଗ ଦେଇଛି ସେହି ଐତିହାସିକ ତୃଟିକୁ ସୁଧାରି ରାଜ୍ୟର ଉଚ୍ଚଶିକ୍ଷା କ୍ଷେତ୍ରରେ ଗୁଣାତ୍ମକ ପରିବର୍ତ୍ତନ ଆଣିବା ପାଇଁ। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନଜରକୁ ଯଦି ଏହା ଆସି ସାରିଛି, ତେବେ ସେ ଏହାର ସବିଶେଷ ତର୍ଜମା କରନ୍ତୁ। ଓଡ଼ିଶା ବୈଷୟିକ ଶିକ୍ଷା ଆଇନ ଅନୁଯାୟୀ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷା ବିଭାଗ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ସହିତ ଅନୁବନ୍ଧିତ ହେବାର ନିୟମ ଥିବାବେଳେ ମହାବିଦ୍ୟାଳୟମାନଙ୍କରେ ଚାଲିଥିବା ଏସବୁ ବିଭାଗ କାହିଁକି ଉଚ୍ଚଶିକ୍ଷା ବିଭାଗର ବିଶ୍ୱବିଦ୍ୟାଳୟମାନଙ୍କ ସହିତ ଅନୁବନ୍ଧିତ ହୋଇ ରହିଛନ୍ତି ଓ କାହିଁକି ସେମାନଙ୍କର ବାର୍ଷିକ ଫି ରାଜ୍ୟ ଫି ରେଗୁଲେଟୋରି କମିଟି ଦ୍ଵାରା ପରିଚାଳିତ ହେଉନାହିଁ, ତାହାର ତଦନ୍ତ କରନ୍ତୁ। ପ୍ରଫେସନାଲ୍ କୋର୍ସ ପଢ଼ାଉଥିବା ଏହି ସବୁ ଅନୁଷ୍ଠାନର ଶିକ୍ଷକମାନଙ୍କ ଶିକ୍ଷାଗତ ଯୋଗ୍ୟତା, ସେମାନେ ଚାକିରି କ୍ଷେତ୍ରରେ କରୁଥିବା ପ୍ଲେସମେଣ୍ଟ, ଇଣ୍ଟର୍ନଶିପ ଆଦିର ସମୀକ୍ଷା କରାଯାଉ। ସର୍ବୋପରି, ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ନିର୍ଦ୍ଦେଶାବଳିର ସର୍ତ୍ତ ବା ଆଭିମୁଖ୍ୟ ଅନୁଯାୟୀ ଏସବୁ ଆବଶ୍ୟକୀୟ ସେଲ୍ଫ ଫାଇନାନସିଙ୍ଗ କୋର୍ସ ସମୂହ କୌଣସି ହରେକୃଷ୍ଣ ଫାଉଣ୍ଡେସନ ବା ନାରାୟଣୀ ଟ୍ରଷ୍ଟ ଦ୍ଵାରା ନୁହେଁ, ବରଂ ସମ୍ପୃକ୍ତ ମହାବିଦ୍ୟାଳୟ ବା ବିଶ୍ୱବିଦ୍ୟାଳୟଙ୍କ ନିଜସ୍ଵ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିଚାଳିତ ହେଉ।

ରାଜ୍ୟର ସରକାରୀ ଇଞ୍ଜିନିୟରିଙ୍ଗ କଲେଜମାନଙ୍କରେ ଚାଲୁଥିବା ସେଲ୍ଫ ଫାଇନାନସିଙ୍ଗ କୋର୍ସଗୁଡ଼ିକୁ ଏ ଦିଗରେ ଉଦାହରଣ ସ୍ୱରୂପ ନିଆଯାଇପାରେ। ସେମାନେ ଶିଳ୍ପ ଜଗତର ଆବଶ୍ୟକତା ଅନୁଯାୟୀ ନୂଆ ନୂଆ କୋର୍ସସବୁ ମହାବିଦ୍ୟାଳୟ ତରଫରୁ ଚାଲୁ କରନ୍ତି ଓ ତାହାର ସମସ୍ତ ଉତ୍ତରଦାୟିତ୍ଵ ନିଜେ ନେଇଥାନ୍ତି, ସରକାରୀ ଖୋଳପିନ୍ଧା କୌଣସି ବେସରକାରୀ ଅନୁଷ୍ଠାନ ନୁହେଁ। ଓଡ଼ିଶାକୁ ଯଦି ଶିକ୍ଷା ଓ ଅର୍ଥନୈତିକ କ୍ଷେତ୍ରରେ ଏକେ ଆଗୁଆ ରାଜ୍ୟ ଭାବରେ ଆମେ ଦେଖିବାକୁ ଚାହୁଁଥାଉ, ଉଚ୍ଚଶିକ୍ଷା କ୍ଷେତ୍ରରୁ ବାହୁବଳୀ ରାଜନୈତିକ ବ୍ୟକ୍ତିତ୍ୱମାନଙ୍କ କବଳରୁ ମୁକ୍ତ କରି ଶିକ୍ଷାକୁ ଉଚ୍ଚତର ସୋପାନକୁ ନେବାର ଅବକାଶ ସୃଷ୍ଟି କରାଯାଉ।

ଡଃ ରିନା ରାଉତରାୟ

ମୋ - ୯୪୩୮୨୭୨୧୫୨

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story