ବାପାଙ୍କ ଜୀବନ ବଞ୍ଚାଇ ପାରିଲେନି; ହେଲେ ପାଲଟିଗଲେ କ୍ୟାନସର ରୋଗୀଙ୍କ ପୁଅ ଓ ଭାଇ

ଅମୀର ମୁମ୍ୱାଇରେ ରହିଗଲେ। ଆଉ ନିଜକୁ ସମାଜ ସେବାରେ ନିୟୋଜିତ କରିଥିଲେ। ନିଜେ ସମ୍ମୁଖୀନ ହୋଇଥିବା ସମସ୍ୟା ଯେପରି ଆଉ କିଏ ନଭୋଗୁ, ସେଥିପାଇଁ ଲାଗି ପଡ଼ିଲେ ଅମୀର। ଆଉ ସାଜିଲେ କର୍କଟ ରୋଗୀଙ୍କ ତ୍ରାଣକର୍ତ୍ତା।

Amir PhotoOR

ଜଣେ କ୍ୟାନସର ପୀଡ଼ିତଙ୍କ ସହିତ ଅମୀର(ଫାଇଲ ଫଟୋ)

Manoranjan Sial
  • Published: Tuesday, 06 February 2024
  • Updated: 06 February 2024, 04:53 PM IST

Sports

Latest News

କ୍ୟାନସରରେ ପୀଡ଼ିତ ବାପାଙ୍କ ଜୀବନ ବଞ୍ଚାଇ ପାରିଲେ ନାହିଁ। ହେଲେ ସେ ପାଲଟିଗଲେ କାହାର ପୁଅ ତ ଆଉ କାହାର ଭାଇ। ଆଉ ଚିକିତ୍ସା ପାଇଁ ମୁମ୍ୱାଇ ଟାଟା ମେମୋରିଆଲ୍‌ ହସ୍ପିଟାଲ୍‌ ଯାଉଥିବା କ୍ୟାନ୍ସର ରୋଗୀଙ୍କ ତ୍ରାଣକର୍ତ୍ତା ସାଜିଲେ। ସିଏ ଜଣେ ଓଡ଼ିଶାର ହୁଅନ୍ତୁ ବା ଅନ୍ୟ କୌଣସି ରାଜ୍ୟରେ ସବୁବେଳେ ସମସ୍ତଙ୍କୁ ସହାୟତାର ହାତ ବଢ଼ାଉଛନ୍ତି ଅମୀର ବେହେରା।

ବାଲେଶ୍ଵର ଜିଲ୍ଲା ଔପଦା ବ୍ଲକ୍‌ ଗୁହାଳିଆ ଗାଁର ଅମୀର ବେହେରା। ବିଏ ପାସ୍‌ କରିଛନ୍ତି। ହେଲେ ସେ ଚାକିରି ପଛରେ ନଗୋଡ଼ାଇ ନୀଳଗିରି ଟାଉନରେ ଥିବା ନିଜ ଭିଣୋଇଙ୍କ ଟେସ୍‌ନାରୀ ଦୋକାନରେ ସେଲ୍‌ସମ୍ୟାନ୍‌ ଭାବେ କାମ କରୁଥିଲେ। ସେଥିରୁ ଯାହା ରୋଜଗାର ହେଉଥିଲା, ସେଥିରେ ଚଳୁଥିଲା ପୂରା ପରିବାର। ସୁଖେ ଓ ଦୁଃଖେ ଚାଲିଥିଲା ସଂସାର। ହେଲେ ହଠାତ୍‌ ବାପା ଦାମୋଦର ବେହେରା ଅସୁସ୍ଥ ହୋଇପଡ଼ିଲେ। ମେଡ଼ିକାଲ୍‌ ନେବାରୁ ବ୍ଲଡ୍‌ କ୍ୟାନସର ହୋଇଥିବା ଜାଣିବାକୁ ପାଇଥିଲେ। ଓଡ଼ିଶାରେ ବହୁ ମେଡ଼ିକାଲ୍‌ରେ ବାପାଙ୍କ ଚିକିତ୍ସା କରିଥିଲେ ଅମୀର। ହେଲେ ବାପାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ଉନ୍ନତି ଘଟିଲା ନାହିଁ।

Also Read

ଶେଷରେ ବାପାଙ୍କୁ ମୁମ୍ବାଇ ସ୍ଥିତ ଟାଟା ମେମୋରିଆଲ୍‌ କ୍ୟାନସର ହସ୍ପିଟାଲ ନେଇଥିଲେ ଅମୀର। ଅଜଣା ଜାଗା, ଅଚିହ୍ନା ଭାଷା। ସେଥିପାଇଁ ପ୍ରଥମେ ଡ଼ରି ଯାଇଥିଲେ। ପରେ ମନରେ ସାହାସ ଜୁଟାଇ ବାପାଙ୍କୁ ମେଡ଼ିକାଲ୍‌ରେ ଚିକିତ୍ସା କରାଇ ଥିଲେ। ଏଥିପାଇଁ ତାଙ୍କୁ ବହୁ ସଂଘର୍ଷ କରିବାକୁ ପଡ଼ିଥିଲା। ସିଏ ଯାହା ହେଉନା କାହିଁକି ଚିକିତ୍ସା ପରେ ବାପା ସାମାନ୍ୟ ସୁସ୍ଥ ହୋଇଥିଲେ। ଏହା ପରେ ବାପାଙ୍କୁ ପରିବାର ଲୋକଙ୍କ ସହିତ ଗାଁକୁ ପଠାଇ ଦେଇଥିଲେ ଅମୀର। କିନ୍ତୁ ସେ ଆସିଲେ ନାହିଁ।

ଅମୀର ମୁମ୍ୱାଇରେ ରହିଗଲେ। ଆଉ ନିଜକୁ ସମାଜ ସେବାରେ ନିୟୋଜିତ କରିଥିଲେ। ନିଜେ ସମ୍ମୁଖୀନ ହୋଇଥିବା ସମସ୍ୟା ଯେପରି ଆଉ କିଏ ନଭୋଗୁ, ସେଥିପାଇଁ ଲାଗି ପଡ଼ିଲେ ଅମୀର। ଆଉ ସାଜିଲେ କର୍କଟ ରୋଗୀଙ୍କ ତ୍ରାଣକର୍ତ୍ତା। ସେଠାରେ ଥିବା ଏକ ଏନ୍‌ଜିଓରେ କାମ କଲେ। ସେଥିରୁ ଯାହା ରୋଜଗାର କରୁଥିଲେ, ନିଜେ ଚଳିବା ସହିତ ଅସହାୟ ଲୋକଙ୍କ ସେବା କରିବାରେ ଲାଗି ପଡ଼ିଲେ। ଓଡ଼ିଶା ହେଉ କିମ୍ୱା ଓଡ଼ିଶା ବାହାରରୁ ଆସୁଥିବା କ୍ୟାନସର ରୋଗୀଙ୍କୁ ବଢ଼ାଉଛନ୍ତି ସହାୟତାର ହାତ। ଆଉ ଯଦି ଯିଏ ଓଡ଼ିଶାର ରୋଗୀ ହୋଇଥିବ, ତା’ହାଲେ ରୋଗୀର ରହିବା ଖାଇବା ନିଜ ଭଡା ଘରେ କରାଉଛନ୍ତି। ତାଙ୍କର ଦେଖାରଖା ମଧ୍ୟ କରୁଛନ୍ତି।

Amirକ୍ୟାନସର ରୋଗୀଙ୍କ ସହିତ ଅମୀର

ମହାମାରୀ କୋଭିଡ୍‌ ବେଳେ ଚିକିତ୍ସା ପାଇଁ ମୁମ୍ୱାଇ ଯାଇପାରିଲେନି ବାପା ଦାମୋଦର ବେହେରା। ସେଥିପାଇଁ ଆଖି ବୁଜିଲେ। ଅନ୍ୟମାନଙ୍କ ତ୍ରାଣକର୍ତ୍ତା ସାଜିଥିବା ଅମୀର ବାପାଙ୍କ ମୃତ୍ୟୁ ଖବର ପାଇ ଭାଙ୍ଗି ପଡ଼ିଥିଲେ। ଗାଁକୁ ଫେରିଲେ। ବାପାଙ୍କ ଶେଷକୃତ୍ୟ ସମ୍ପନ୍ନ କାଲା ବେଳେ କାନ୍ଦି ପକାଇଥିଲେ। ଆଉ ଯେମିତି କେହି ମୃତ୍ୟୁ ମୁଖରେ ନପଡ଼ିବେ, ସେଥିପାଇଁ ନିଜକୁ ଉତ୍ସର୍ଗୀକୃତ କରିଥିଲେ। ତା’ପରେ ପୁଣି ଥରେ ଫେରିଗଲେ ମୁମ୍ୱାଇ।

ଅମୀରଙ୍କ ସହଯୋଗ ଯୋଗୁ ଆଜି ପୂର୍ଣ୍ଣିମା ଗିରି ନୂଆ ଜୀବନ ପାଇଛନ୍ତି। ପୂର୍ଣ୍ଣିମା ହେଉଛନ୍ତି ଔପଦା ବ୍ଲକ ଡମ୍ବୁରୁପାଳ ଗାଁର। ସେ ସ୍ତନ କର୍କଟରେ ଆକ୍ରାନ୍ତ ହୋଇଥିଲେ। ଏ ସମ୍ପର୍କରେ ସେ ଜାଣିବା ପରେ ଭାଙ୍ଗି ପଡ଼ିଥିଲେ। ପରେ ଅମୀରଙ୍କ ସମ୍ପର୍କରେ ଖବର ପାଇ ତାଙ୍କ ସହ ଯୋଗାଯୋଗ କରିଥିଲେ। ଯୋଗାଯୋଗ ହେବା ପରେ ସେ ମୁମ୍ବାଇ ଟାଟା ମେମୋରିଆଲ ହସ୍ପିଟାଲରେ ପହଞ୍ଚି ଥିଲେ। ଅମୀରଙ୍କ ଘରେ ରହି ଚିକିତ୍ସା ହେଲେ ପୂର୍ଣ୍ଣିମା। ତାଙ୍କର ସମସ୍ତ ଖର୍ଚ୍ଚ ସମୀର ବହନ କରିଥିଲେ। ଏବେ ଚିକିତ୍ସା ଚାଲୁଥିବା ବେଳେ ପୁଣି କେମୋ ନେବା ପାଇଁ ଯିବେ ବୋଲି କହିଛନ୍ତି ପୂର୍ଣ୍ଣିମା।

କେବଳ ପୂର୍ଣ୍ଣିମା ନୁହେଁ, ଗଙ୍ଗାଧର ଦାସ ମଧ୍ୟ ନୂଆ ଜୀବନ ପାଇଛନ୍ତି। ସେ ହେଉଛନ୍ତି ନୀଳଗିରିର ଶିଳ୍ପକାର। କ୍ୟାନସରରେ ଆକ୍ରାନ୍ତ ହେବା ପରେ ଅମୀରଙ୍କ ସହଯୋଗ ଲୋଡ଼ିଥିଲେ ଗଙ୍ଗାଧର। ପରେ ତାଙ୍କର ସହଯୋଗରେ ଟାଟା ମେମୋରିଆଲ୍‌ କ୍ୟାନ୍ସର ହସ୍ପିଟାଲ୍‌ରେ ଚିକିତ୍ସା ହେଲେ। ଏବେ ସେ ପୂରା ସୁସ୍ଥ ହୋଇଛନ୍ତି।

ରିପୋର୍ଟ- ନୀଳଗିରିରୁ ବିଶ୍ୱମ୍ଭର ଦାସ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story