କ୍ରାଇମ କଣ୍ଟ୍ରୋଲ ପାଇଁ କ’ଣ ଅଛି ନୂଆ ଡିଜିପି ସୁନୀଲ ବଂଶଲ୍‌ଙ୍କ ରଣନୀତି?

ସୁନୀଲ କୁମାର ବଂଶଲ ନୂଆ ଡିଜିପି ଭାବେ ନିଯୁକ୍ତି ପାଇଛନ୍ତି। ନୂଆ ବର୍ଷରେ ସେ ଦାୟିତ୍ୱ ନେବେ। ରାଜ୍ୟରେ ବଢ଼ୁଥିବା ମହିଳା ହିଂସା, ସାଇବର କ୍ରାଇମ୍‌, ନକ୍ସଲ ଦମନ ଓ ଅପରାଧ ନିୟନ୍ତ୍ରଣକୁ ନେଇ କଣ ରହିଛି ତାଙ୍କର ରଣନୀତି। ଏହାଛଡ଼ା ଆଗାମୀ ପଞ୍ଚାୟତ ନିର୍ବାଚନ ମୁକାବିଲା ତାଙ୍କ ପାଇଁ ହେବ ବଡ଼ ଚ୍ୟାଲେଞ୍ଜ। ଏହା ଉପରେ ରୋକ୍‌ଠୋକ୍‌ ଉତ୍ତର ରଖିଛନ୍ତି ଶ୍ରୀ ବଂଶଲ୍‌। ଏଥିସହ ୨୭ ବର୍ଷ ତଳେ ମୟୂରଭଞ୍ଜ ଏସ୍‌ପି ଭାବେ କାର୍ଯ୍ୟ କରିବା […]

DGP

DGP

Manoranjan Sial
  • Published: Thursday, 16 December 2021
  • Updated: 16 December 2021, 10:07 PM IST

Sports

Latest News

ସୁନୀଲ କୁମାର ବଂଶଲ ନୂଆ ଡିଜିପି ଭାବେ ନିଯୁକ୍ତି ପାଇଛନ୍ତି। ନୂଆ ବର୍ଷରେ ସେ ଦାୟିତ୍ୱ ନେବେ। ରାଜ୍ୟରେ ବଢ଼ୁଥିବା ମହିଳା ହିଂସା, ସାଇବର କ୍ରାଇମ୍‌, ନକ୍ସଲ ଦମନ ଓ ଅପରାଧ ନିୟନ୍ତ୍ରଣକୁ ନେଇ କଣ ରହିଛି ତାଙ୍କର ରଣନୀତି। ଏହାଛଡ଼ା ଆଗାମୀ ପଞ୍ଚାୟତ ନିର୍ବାଚନ ମୁକାବିଲା ତାଙ୍କ ପାଇଁ ହେବ ବଡ଼ ଚ୍ୟାଲେଞ୍ଜ। ଏହା ଉପରେ ରୋକ୍‌ଠୋକ୍‌ ଉତ୍ତର ରଖିଛନ୍ତି ଶ୍ରୀ ବଂଶଲ୍‌। ଏଥିସହ ୨୭ ବର୍ଷ ତଳେ ମୟୂରଭଞ୍ଜ ଏସ୍‌ପି ଭାବେ କାର୍ଯ୍ୟ କରିବା ବେଳେ ନିଜର ଅଭିଜ୍ଞତାକୁ ମନଖୋଲି ବଖାଣିଛନ୍ତି।

ପ୍ରଶ୍ନ: ନୂଆବର୍ଷରେ ଦାୟିତ୍ୱ ଗ୍ରହଣ କରିବେ। ନୂଆ ଚ୍ୟାଲେଞ୍ଜକୁ କେମିତି ଗ୍ରହଣ କରିବେ?

ଉତ୍ତର: ପୁଲିସ୍‌ ବିଭାଗରେ ସବୁବେଳେ କିଛି ନା କିଛି ଚ୍ୟାଲେଞ୍ଜ ଥାଏ। ସେ ସବୁକୁ ଗ୍ରହଣ କରିବାକୁ ପଡ଼ିବ। ଜଗନ୍ନାଥଙ୍କ କୃପାରୁ ଜାନୁଆରୀରେ ଦାୟିତ୍ୱ ନେବାକୁ ଯାଉଛି। ମୁଁ ଜାଣିବାକୁ ପାଉଛି ଆଗକୁ ପଞ୍ଚାୟତ ନିର୍ବାଚନ ହେବାର ଅଛି। ସମସ୍ତେ ମିଳିମିଶି ପଞ୍ଚାୟତ ନିର୍ବାଚନ ଶୃଙ୍ଖଳିତ ଭାବେ କରିବୁ।

ପ୍ରଶ୍ନ: ୨୭ ବର୍ଷ ପରେ ପୁଣି ଥରେ ଓଡ଼ିଶା ଫେରୁଛନ୍ତି। ଏହା ଭିତରେ ଓଡ଼ିଶାର ସାମ୍ପ୍ରଦାୟିକ ସ୍ଥିତି ବଦଳି ଯାଇଛି। ଏହାକୁ କେମିତି ମୁକାବିଲା କରିବେ? 

ଉତ୍ତର: ଓଡ଼ିଶାରେ ୨୭ ବର୍ଷ ଭିତରେ ବହୁ ଉନ୍ନତି ଘଟିଛି। ବହୁ ପରିବର୍ତ୍ତନ ମଧ୍ୟ ହୋଇଛି। ତେଣୁ ୨୭ ବର୍ଷ ଧରି ଓଡ଼ିଶା ବାହାରେ ରହିବାକୁ ବ୍ୟବଧାନ କୁହାଯାଇ ନପାରେ। କାରଣ ମୁଁ କେନ୍ଦ୍ରରେ ଥିଲେ ମଧ୍ୟ ଏଠାକାର ଖବର ପାଉଥିଲି। ନିକଟ ଅତୀତରେ ଯାହା ଯାହା ପରିବର୍ତ୍ତନ ହୋଇଛି, ସେ ସମ୍ପର୍କରେ କିଛି ତଥ୍ୟ ମୋ ପାଖରେ ରହିଛି। ପ୍ରତିବର୍ଷ କେନ୍ଦ୍ର ସରକାରଙ୍କ ତରଫରୁ ଡିଜି କନ୍‌ଫରେନ୍ସ କରାଯାଉଛି। ସେତେବେଳେ ପ୍ରତ୍ୟେକ ରାଜ୍ୟର ବରିଷ୍ଠ ପୁଲିସ୍‌ ଅଧିକାରୀମାନେ ଯୋଗଦେଇ ନିଜର ମତାମତ ରଖୁଛନ୍ତି। ଏହାଛଡ଼ା ୨୭ ବର୍ଷ ଭିତରେ ମୁଁ ବ୍ୟକ୍ତିଗତ ଭାବେ ବହୁ ରାଜ୍ୟର ପୁଲିସ ଅଧିକାରୀଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛି। ପୁଲିସ ବିଭାଗରେ ଥିବା ସମସ୍ୟା ଉପରେ ଫୋକସ୍‌ ଦେବି। ଲୋକଙ୍କୁ ନ୍ୟାୟ ଦେବା ପାଇଁ ଚେଷ୍ଟା କରିବି। ନିଜର ଦୀର୍ଘ ଦିନର କାର୍ଯ୍ୟ ଦକ୍ଷତାକୁ ପ୍ରୟୋଗ କରିବି।

ପ୍ରଶ୍ନ: ଓଡ଼ିଶାରେ ମହିଳାଙ୍କ ବିରୋଧୀ ହିଂସା ବଢ଼ିଥିବା ବେଳେ କରୋନ ପରେ ଲୁଟ୍‌ ଓ ଛିନ୍‌ତାୟୀ ବଢ଼ିଛି। ଏହାର ମୁକାବିଲା କେମିତି କରିବେ? 

ଉତ୍ତର: ନକ୍ସଲ ଦମନ କ୍ଷେତ୍ରରେ ଓଡ଼ିଶା ଭଲ ପ୍ରଦର୍ଶନ କରିଛି। ସେହି ରଣନୀତି ଅନୁସାରେ କାମ କରିବି। ଓଡ଼ିଶାରେ ବହୁ ଗରିବ ଓ ବିଭିନ୍ନ ଜନଜାତିର ଲୋକ ବାସ ଅଛନ୍ତି। ସେମାନଙ୍କ ସମସ୍ୟା ବହୁ କମ୍‌ ସମୟରେ ସମାଧାନ କରିବାକୁ ଚେଷ୍ଟା କରିବି। ମୁଁ ମୟୂରଭଞ୍ଜ ଏସ୍‌ପି ଥିବା ବେଳେ ସେତେବେଳେ ବିଜୁ ପଟ୍ଟନାୟକ ଗୋଟିଏ ନିର୍ଦ୍ଦେଶ ଦେଇଥିଲେ। ପୁଲିସ ବିଭାଗର ନିଯୁକ୍ତିରେ ମହିଳାଙ୍କ ପାଇଁ ୩୩% ସଂରକ୍ଷଣ ବ୍ୟବସ୍ଥା ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ମୁଁ ସେତେବେଳେ ପ୍ରଥମ ପର୍ଯ୍ୟାୟ ନିଯୁକ୍ତିରେ ୩୩% ମହିଳାଙ୍କୁ ନିଯୁକ୍ତି ଦେଇଥିଲି। ସେତେବେଳେ ଏହି କଥା ପୂରା ନୂଆ ଥିଲା। ପରବର୍ତ୍ତୀ ସମୟରେ ଅନ୍ୟ ରାଜ୍ୟ ସରକାର ସେହି ନିୟମକୁ ପ୍ରଣୟନ କରିଥିଲେ।

ପ୍ରଶ୍ନ: ଓଡ଼ିଶା ପୁଲିସ୍‌ କେମିତି ପ୍ୟୁପୁଲ୍‌ ଫ୍ରେଣ୍ଡଲି ପୁଲିସ ହେବ? 

ଉତ୍ତର: ଓଡ଼ିଶା ପୁଲିସ୍‌ ପ୍ରମୁଖ ଲକ୍ଷ୍ୟ ହେଉଛି ସୁରକ୍ଷା ଓ ସେବା। ତେଣୁ ସୁରକ୍ଷାର କାମକୁ ସେବା ଭାବେ କରିବା। ତାହାହେଲେ ପୁଲିସ୍‌ ପ୍ରତି ଲୋକଙ୍କ ମନରେ ଥିବା ଭୟ ଦୂର ହୋଇପାରିବ। ସେମାନେ ଯେତେବେଳେ ଚାହିଁବେ ଥାନାକୁ ଆସି ଅଭିଯୋଗ କରିପାରିବେ। ଆଉ ତା’ପରେ ସେମାନଙ୍କ ସମସ୍ୟା ଦୂର ସମାଧାନ ହୋଇପାରିବ।

ପ୍ରଶ୍ନ: ରାଜ୍ୟରେ ସାଇବର କ୍ରାଇମ୍‌ ଏବେ ବଡ଼ ସମସ୍ୟା ହୋଇ ଛିଡ଼ା ହୋଇଛି। ଏହାର ମୁକାବିଲା କେମିତି କରିବେ? 

ଉତ୍ତର: ବଢ଼ୁଥିବା ସାଇବର କ୍ରାଇମ୍‌ ଉପରେ ବହୁ ଆଲୋଚନା ହୋଇଛି। ନିକଟରେ ଲକ୍ଷ୍ନୌରେ ହୋଇଥିବା କନ୍‌ଫରେନ୍ସରେ ସାଇବର କ୍ରାଇମ୍‌କୁ କିପରି ରୋକାଯାଇପାରିବ, ତାହା ଉପରେ ଆଲୋଚନା ହୋଇଛି। ଏହାଛଡ଼ା ସାଇବର କ୍ରାଇମ୍‌କୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ୍‌ କାର୍ଯ୍ୟ ଦକ୍ଷତାକୁ କେମିତି ବଢ଼ା ଯାଇପାରିବ, ତାହା ଉପରେ ସେଠାରେ ବହୁ ଆଲୋଚନା ହୋଇଛି। ଏହାଛଡ଼ା ନୂଆ ଟେକ୍ନୋଲୋଜିକୁ ଆପଣାଇବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ସେହି ଦିଗରେ କାର୍ଯ୍ୟ କରିବାକୁ ପଡ଼ିବ। ତେବେ ଓଡ଼ିଶାରେ ସାଇବର କ୍ରାଇମ କଣ୍ଟ୍ରୋଲ ପାଇଁ ସ୍ୱତନ୍ତ୍ର ସେଲ୍‌ ଗଠନ କରାଯାଇଛି। ଠିକ୍‌ ସେହିପରି ଆନ୍ତରାଜ୍ୟ କ୍ରାଇମ, ନିଶା କାରବାର ଓ ମାନବ ଚାଲାଣ ଉପରେ ନଜର ରଖାଯିବ। ସେମାନଙ୍କୁ ଧରିବା ପାଇଁ ଉଦ୍ୟମ କରାଯିବ। ଏହି କ୍ଷେତ୍ରରେ ଓଡ଼ିଶା ପୁଲିସ ଯେଉଁ କାର୍ଯ୍ୟପନ୍ଥା ଗ୍ରହଣ କରୁଛନ୍ତି, ସେହି ବ୍ୟବସ୍ଥାକୁ ସଶକ୍ତ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story