ଆପଣ ଯେମିତି କର୍ମ କରିବେ, ସେମିତି ଫଳ ପାଇବେ

-ଓମ୍‌ପ୍ରକାଶ ସାହୁ ଆପଣ ଅଫିସର ହୋଇଥା’ନ୍ତୁ କି ଜମିଦାର । ଈଶ୍ୱରଙ୍କ ଦରବାରରେ ସମସ୍ତେ ସମାନ। ଆପଣ ଯେମିତି କର୍ମ କରିବେ ସେମିତି ଫଳ ପାଇବେ। ଆପଣଙ୍କ କର୍ମଫଳ ଆଉ କେହି ଭୋଗ କରିବେ ନାହିଁ । ଈଶ୍ୱର ଲାଞ୍ଚ ନିଅନ୍ତି ନାହିଁ, ଆପଣ ତାଙ୍କୁ ଲାଞ୍ଚ ଦେଲେ ବି ସେ ନେବେ ନାହିଁ। କାରଣ ସେ ବ୍ୟବସ୍ଥା ବି ସେ କରି ନାହାନ୍ତି । ଆପଣ ଯଦି ଅନ୍ୟକୁ ଶୋଷଣ କରିବେ ଆଉ ନିର୍ଯାତନା ଦେବେ […]

budha

budha

Jitendra Garnayak
  • Published: Sunday, 19 August 2018
  • Updated: 19 September 2018, 08:21 AM IST

Sports

Latest News

-ଓମ୍‌ପ୍ରକାଶ ସାହୁ

ଆପଣ ଅଫିସର ହୋଇଥା’ନ୍ତୁ କି ଜମିଦାର । ଈଶ୍ୱରଙ୍କ ଦରବାରରେ ସମସ୍ତେ ସମାନ। ଆପଣ ଯେମିତି କର୍ମ କରିବେ ସେମିତି ଫଳ ପାଇବେ। ଆପଣଙ୍କ କର୍ମଫଳ ଆଉ କେହି ଭୋଗ କରିବେ ନାହିଁ ।

ଈଶ୍ୱର ଲାଞ୍ଚ ନିଅନ୍ତି ନାହିଁ, ଆପଣ ତାଙ୍କୁ ଲାଞ୍ଚ ଦେଲେ ବି ସେ ନେବେ ନାହିଁ। କାରଣ ସେ ବ୍ୟବସ୍ଥା ବି ସେ କରି ନାହାନ୍ତି ।

ଆପଣ ଯଦି ଅନ୍ୟକୁ ଶୋଷଣ କରିବେ ଆଉ ନିର୍ଯାତନା ଦେବେ ତେବେ ତାଙ୍କର ଲୁହ ଆପଣଙ୍କ ଉପରେ ପଡ଼ିବା ନିଶ୍ଚିତ। ଈଶ୍ୱର ସମସ୍ତଙ୍କ ଦେହରେ ରହିଛନ୍ତି । ଯଦି ଆପଣ କାହା ହୃଦୟକୁ ବା ଶରୀରକୁ ବିନା ଦୋଷରେ ଆଘାତ ଦେଲେ ତେବେ ତାର ପ୍ରତିକ୍ରିୟା ତ ନିଶ୍ଚିତ ରହିଛି।

ଏବେ ଏକ ସୁନ୍ଦର ଗଳ୍ପ ପଢ଼ନ୍ତୁ ଯେଉଁଥିରୁ ବୁଝିପାରିବେ କର୍ମଫଳ କ’ଣ ଓ ଆପଣଙ୍କୁ ତାହା କେମିତି ପ୍ରଭାବିତ କରିବ।

ଜଣେ ଜମିଦାର ଥିଲେ। ସେ ଅଳସୁଆ ପ୍ରକୃତିର ଥିଲେ ଓ ପ୍ରଚଣ୍ଡ ବଦ୍‌ରାଗୀ ଆଉ ହିଂସ୍ର ମଧ୍ୟ ଥିଲେ। ତାଙ୍କର ସେବା କରିବାକୁ ସେ ଦଶ ଦଶ ଜଣ କର୍ମଚାରୀଙ୍କୁ ନିଯୁକ୍ତ କରିଥିଲେ। ସେ ଏତେ ଅଳସୁଆ ଥିଲେ ଯେ ଗାଧୋଇଯିବା ପୂର୍ବରୁ ତିନି ଜଣ କର୍ମଚାରୀ ତାଙ୍କୁ ତୈଳମର୍ଦ୍ଦନ କରୁଥିଲେ। ଶୋଇବା ବେଳେ ତିନି ତିନି ଜଣ କର୍ମଚାରୀ ତାଙ୍କୁ ବିଞ୍ଚି ଦେଉଥିଲେ। ସେ ଅଚଳାଚଳ ସମ୍ପତ୍ତିର ମାଲିକ ଥିବାରୁ ଅତି ଅୟସରେ ଜୀବନ କାଟୁଥିଲେ। କର୍ମଚାରୀମାନଙ୍କୁ ସେ ଅତି କଦର୍ଯ୍ୟ ବ୍ୟବହାର କରୁଥିଲେ। ଛୋଟ ଛୋଟ ଭୁଲ୍‌ରେ ମଧ୍ୟ ସେ କର୍ମଚାରୀଙ୍କୁ ଚାବୁକ୍‌ରେ ପିଟୁଥିଲେ। ଆବଶ୍ୟକ ପଡ଼ିଲେ ଖାଇବା ପିଇବା ମଧ୍ୟ ବନ୍ଦ କରି ଦେଉଥିଲେ।

ସକାଳୁ ଉଠିବା ମାତ୍ରେ ଯଦି ତାଙ୍କ ଆଗରେ କେହି କର୍ମଚାରୀଙ୍କୁ ନ ଦେଖିଲେ ତା’ ହେଲେ କଥା ସରିଲା। ସେ କାର୍ଯ୍ୟରେ ଅବହେଳା କରିଥିବା କର୍ମଚାରୀଙ୍କୁ ଅନ୍ୟ କର୍ମଚାରୀଙ୍କ ଦ୍ୱାରା ମାଡ଼ ମାରୁଥିଲେ ଓ ସେ ଦୃଶ୍ୟକୁ ଉପଭୋଗ କରୁଥିଲେ। କେବଳ ସେତିକି ନୁହଁ ସେ ନାରୀ, ମଦ ଓ ମାଂସ ପ୍ରତି ମଧ୍ୟ ଅତ୍ୟନ୍ତ ଆସକ୍ତ ଥିଲେ। ଗାଁର ଝିଅ ବୋହୂଙ୍କ ଇଜ୍ଜତ ତାଙ୍କ ପାଇଁ ଖେଳନା ଥିଲା।

ହଠାତ୍ ସେ ଅସୁସ୍ଥ ହୋଇପଡ଼ିଲେ। ତାଙ୍କର ପିଠିରେ ଏକ ଘା’ ଧୀରେ ଧୀରେ ବଢ଼ିବାକୁ ଲାଗିଲା। ସେ ବିଭିନ୍ନ ଗାଁରୁ ବୈଦ୍ୟ ଡକାଇ ଚିକିତ୍ସା କଲେ। କିନ୍ତୁ କିଛି ଫଳ ମିଳିଲା ନାହିଁ। ଧୀରେ ଧୀରେ ଘା’ ବଢ଼ିବାକୁ ଲାଗିଲା ଓ ଯନ୍ତ୍ରଣା ମଧ୍ୟ ବଢ଼ିବାରେ ଲାଗିଲା। କିଛି ଦିନ ମଧ୍ୟରେ ସେହି ଘା’ରେ ପୋକ ହୋଇଗଲେ। ଏହା ଦୁର୍ଗନ୍ଧ ହେଲା, ତାଙ୍କ ପାଖକୁ କେହି ଆସିଲେ ନାହିଁ। ସେ ଘୋଷଣା କଲେ ଯେ ଯିଏ ତାଙ୍କ ରୋଗ ଭଲ କରିଦେବ ତାଙ୍କୁ ସେ  ସ୍ୱର୍ଣ୍ଣମୁଦ୍ରା ପୁରସ୍କାର ଦେବେ। ହେଲେ ଘା’ର ଗନ୍ଧ ଏତେ ତୀବ୍ର ହେଉଥିଲା ଯେ ସଂକ୍ରମଣ ଭୟରେ ବୈଦ୍ୟମାନେ ବି ତାଙ୍କ ପାଖକୁ ଆସିଲେ ନାହିଁ।

ଯେଉଁ କର୍ମଚାରୀମାନେ ତାଙ୍କୁ ଦେଖାଶୁଣା କରୁଥିଲେ ସେମାନେ ବି ଠିକ୍‌ ଭାବେ ଖାଇବାକୁ ଦେଲେ ନାହିଁ।  ନିଜ ପତ୍ନୀ ମଧ୍ୟ ଘୃଣା ଚକ୍ଷୁରେ ଦେଖିଲେ। ଜମିଦାର ଧୀରେ ଧୀରେ ନିଜ ଜୀବନକୁ ଅତ୍ୟନ୍ତ ତୁଚ୍ଛ ମନେ କଲେ। ସେ ଏତେ ଯନ୍ତ୍ରଣା ଭୋଗୁଥିଲେ ଯେ ମରିଯିବାକୁ ଶ୍ରେୟ ମଣିଲେ। ଜମିଦାର ଚୌକି ଛାଡ଼ି ସେ ବାହାରକୁ ପଳାଇ ଆସିଲେ। ଜୀବନରେ ଥରୁଟିଏ ମଧ୍ୟ ଈଶ୍ୱରଙ୍କୁ ହାତଯୋଡ଼ି ନ ଥିବା ଜମିଦାର ମୃତ୍ୟୁ ପାଇଁ ଈଶ୍ୱରଙ୍କୁ ଗୁହାରୀ ହେଲେ।

ଈଶ୍ୱର ତାଙ୍କ ଡାକ ଶୁଣିଲା ଭଳି ଜଣେ ସନ୍ନ୍ୟାସୀ ତାଙ୍କ ପାଖକୁ ଆସିଲେ। ସେ ଜମିଦାରଙ୍କୁ ଦେଖି କ’ଣ ହୋଇଛି ବୋଲି ପଚାରିଲେ। ଜମିଦାର ସନ୍ନ୍ୟାସୀଙ୍କୁ ରୋଗ ଭଲ କରିଦେବାକୁ କହିଲେ ଓ ପୁରସ୍କାର ଦେବାକୁ ଲୋଭ ଦେଖାଇଲେ। ଜମିଦାରଙ୍କୁ ଦେଖି ସେ ବୁଝିଗଲେ ଯେ, ଏହା ହେଉଛି ତାଙ୍କ କୃତକର୍ମର ଫଳ ।

ସେ ଜମିଦାରଙ୍କୁ ତାଙ୍କ ଆଶ୍ରମକୁ ଯିବାକୁ କହିଲେ ଓ ତିନି ମାସ ମଧ୍ୟରେ ରୋଗରୁ ମୁକ୍ତି ମିଳିବ ବୋଲି ପ୍ରତିଶ୍ରୁତି ଦେଲେ। ଜମିଦାରଙ୍କ ପାଖରେ ଅନ୍ୟ ଉପାୟ ନ ଥିଲା। ସେ ସନ୍ନ୍ୟାସୀଙ୍କ ସାଙ୍ଗରେ ଆଶ୍ରମ ଚାଲିଲେ।

oooଏଥର କ’ଣ ହେଲା ପଢ଼ନ୍ତୁ...

ଆଶ୍ରମରେ ଚାଲି ଚାଲି ପହଞ୍ଚିବା ଭିତରେ ସନ୍ନ୍ୟାସୀ ଭାବି ନେଇଥିଲେ ଯେ ଜମିଦାରଙ୍କୁ ଔଷଧ ନୁହେଁ ଯମଦଣ୍ଡ ଦରକାର। ସେ କହିଲେ ଯେ, ‘ଜମିଦାର ମହାଶୟ! ଆପଣଙ୍କ ରୋଗ ବଡ଼ ଜଟିଳ। ଯେହେତୁ ଆପଣଙ୍କୁ କଥା ଦେଇଛି ଭଲ କରିଦେବାକୁ ଆପଣଙ୍କ ସୁସ୍ଥତା ପାଇଁ ଔଷଧ ସଂଗ୍ରହ କରିବାକୁ ଘଞ୍ଚ ଜଙ୍ଗଲ ଭିତରକୁ ଯିବି। ଆଜିଠାରୁ ଆପଣ ଆଶ୍ରମର ଗାଈଗୋରୁ, ବାଡ଼ିବଗିଚା ଓ ଅନ୍ୟାନ୍ୟ ସାମଗ୍ରୀର ରକ୍ଷଣାବେକ୍ଷଣ ଦାୟିତ୍ୱ ନିଅନ୍ତୁ ଓ ନିଜ ଖାଇବା ପିଇବା କଥା ନିଜେ ବୁଝନ୍ତୁ।’

ଅଳସୁଆ ଜମିଦାରଙ୍କ ପାଖରେ ଅନ୍ୟ କିଛି ଉପାୟ ନ ଥିଲା। ଯନ୍ତ୍ରଣାରେ ଦେହ ଫାଟି ପଡ଼ୁଥାଏ। ତଥାପି ସେ ନିଜ ଜମିଦାରୀ ଦମ୍ଭରେ କହିଲେ, ‘ମୁଁ ଜମିଦାର। ଏତେ ସବୁ ଛୋଟ ଛୋଟ କାମ କରିବି କେମିତି ?’

ସନ୍ନ୍ୟାସୀ କହିଲେ, ‘ଆପଣ ବଂଚିଲେ ତ ଜମିଦାର ହେବେ’ । ଆପଣଙ୍କୁ ଯେଉଁ ରୋଗ ହୋଇଛି ତା’ର ଚିକିତ୍ସା ସହଜ ନୁହେଁ। ଆପଣଙ୍କ ଶରୀରରେ ଔଷଧ ପ୍ରୟୋଗ କରିବାକୁ ମୋତେ ସର୍ବଶକ୍ତିମାନ ଈଶ୍ୱରଙ୍କ ପାଖରୁ ଅନୁମତି ମଧ୍ୟ ଆଣିବାକୁ ପଡ଼ିବ। ମୁଁ ଔଷଧ ସଂଗ୍ରହ ସହ ଜପତପ କରିବାକୁ ଜଙ୍ଗଲକୁ ନଅ ଦିନ ଯାଉଛି। ଆପଣ ସବୁ କାମ ସାରି ଦୈନନ୍ଦିନ ଆଶ୍ରମ ବାହାରେ ନିମ୍ବପତ୍ରର ଶେଯ ତିଆରି କରି ଶୋଇବେ। ଆପଣଙ୍କୁ କିନ୍ତୁ ଯେତେ କଷ୍ଟ ହେଉ ପଛେ ଆଶ୍ରମର ସବୁ କାମ କରିବା ସହ ନିଜର ଖାଦ୍ୟପେୟର ବ୍ୟବସ୍ଥା କରିବାକୁ ପଡ଼ିବ। ଏଠାରେ ଆପଣଙ୍କ କେହି ଜ୍ଞାତିକୁଟୁମ୍ବ ନାହାନ୍ତି ଯେ ସେବା କରିବେ। ଆପଣ ଯଦି କାର୍ଯ୍ୟରେ ଅବେହଳା କରିବେ ମୋତେ ଈଶ୍ୱରଙ୍କଠାରୁ ଅନୁମତି ମଧ୍ୟ ମିଳିବ ନାହିଁ । ତେଣୁ ଜାଗ୍ରତ ରହି ସବୁ କାମ ଠିକ୍ ଭାବେ କରିବେ, ଯନ୍ତ୍ରଣା ଯେତେ ବଢ଼ିଲେ ମଧ୍ୟ କିଛି ଚିନ୍ତା କରିବେ ନାହି।’

ବିଚରା ଜମିଦାର ପ୍ରାଣ ବଞ୍ଚାଇବାକୁ ହଁ ଭରିଲେ ଓ ସନ୍ନ୍ୟାସୀ ଜଙ୍ଗଲକୁ ଚାଲିଗଲେ।

ଏହା ମଧ୍ୟରେ ଜମିଦାର ଜୀବନ ବିକଳରେ ସବୁ କାମ କରିଚାଲିଲେ। କିନ୍ତୁ ଆଶ୍ରମର ଦୁଇଟି ଗାଈ ଜମିଦାରଙ୍କୁ ଚିହ୍ନି ନ ଥିବାରୁ ସବୁ ବେଳେ ସିଙ୍ଗରେ ଆକ୍ରମଣ କଲେ । ଜମିଦାରଙ୍କ ପିଠି ଯନ୍ତ୍ରଣାକୁ ବଳିଯାଉଥାଏ ଗାଈମାନଙ୍କ ଆକ୍ରମଣ। ପାଣି ନ ଥିବାରୁ ପାହାଡ଼ ପାଖ ଝରଣାକୁ ଯାଇ ପାଣି ଆଣିଲେ । ଜଙ୍ଗଲରୁ ଜାଳେଣି କାଠ ଆଣି ନିଜେ ରୋଷେଇ କଲେ, ଯେଉଁଥିରେ ତେଲ କି ମସଲା ନ ଥିଲା। ନ ତିଅଣ ଛଅ ଭଜା ଖାଉଥିବା ଜମିଦାର ପ୍ରାଣ ବିକଳରେ ଖାଉଥା’ନ୍ତି ଓ ସବୁ କାମ ମଧ୍ୟ କରୁଥା’ନ୍ତି।

55

ଘରେ ଥିବା ବେଳେ ହାତଗୋଡ଼ ହଲ୍‌ଚଲ୍‌ କରୁ ନ ଥିବା ଜମିଦାର ଖଟି ଖଟି ହାଲିଆ ହୋଇପଡ଼ିଲେ ଆଠ ଦିନରେ । ନଅ ଦିନରେ ସନ୍ନ୍ୟାସୀ ଆସି ପହଂଚିଲେ ଓ ସନ୍ନ୍ୟାସୀଙ୍କୁ କହିଲେ ଆପଣକୁ ଔଷଧ ଦେବାକୁ ଈଶ୍ୱରଙ୍କ ଅନୁମତି ମିଳି ନାହିଁ । ତେଣୁ ଆପଣଙ୍କୁ ଆହୁରି କଠିନ ପରିଶ୍ରମ କରିବାକୁ ପଡ଼ିବ ଓ ପାହାଡ଼ ପାଖ ଝରଣା ନିକଟରେ ଚାଷବାସର ବ୍ୟବସ୍ଥା କରିବାକୁ ପଡ଼ିବ। ମୁଁ ଆପଣଙ୍କ ପାଇଁ ଆଉ ନଅ ଦିନ ଜପତପ କରୁଛି । ବଞ୍ଚିବାକୁ ଆଶା ରଖିଥିବା ଜମିଦାର ପାଖରେ ଆଉ କିଛି ବାଟ ନ ଥିଲା। ଜୀବନଯାକ କୋଡ଼ି କୋଦାଳ ଧରି ନ ଥିବା ଜମିଦାର ଶାବଳ, କୋଦାଳ ଧରି ପାହାଡ଼ ପାଖକୁ ଚାଲିଲେ । ଜଙ୍ଗଲ ସଫା କରି ଜମି ପ୍ରସ୍ତୁତ କରି ଚାଲିଲେ।

ସନ୍ନ୍ୟାସୀ ଆସି ପହଂଚିଲେ ଓ ଜମିଦାରଙ୍କୁ କହିଲେ ଏଥର ମଧ୍ୟ ଅନୁମତି ମିଳିଲା ନାହିଁ।  ସନ୍ନ୍ୟାସୀ କହିଲେ ଆଛା, ‘ଆପଣ କେତେ ସମୟ ଶୋଉଛନ୍ତି? ’ଜମିଦାର କହିଲେ, ‘୧୨ ଘଣ୍ଟା ।’ ସନ୍ନ୍ୟାସୀ କହିଲେ, ‘କେବଳ ସେଇଥି ପାଇଁ ଆପଣଙ୍କୁ ଔଷଧ ଦେବାକୁ ମୋତେ ଈଶ୍ୱରଙ୍କ ଅନୁମତି ମିଳୁ ନାହିଁ । ଆପଣ ଏଣିକି ୬ ଘଣ୍ଟା ଶୋଇବେ ଓ ଆଉ ସମସ୍ତ ସମୟ ପରିଶ୍ରମ କରିବେ।’ ଏତିକି କହି ସନ୍ନ୍ୟାସୀ ପୁଣି ଜଙ୍ଗଲକୁ ପଳାଇଲେ। ଜମିଦାରଙ୍କ ପରିଶ୍ରମ ଦୁଇଗୁଣା ହୋଇଗଲା। ସେ ଅନୁଭବ କଲେ ଯେ ବିଚରା ଗାଁ ଲୋକଙ୍କୁ ସିଏ କେତେ ଖଟାଇଛନ୍ତି ଓ ଯନ୍ତ୍ରଣା ଦେଇଛନ୍ତି।

ଇତି ମଧ୍ୟରେ ଜମିଦାର ଅକ୍ଳାନ୍ତ ପରିଶ୍ରମ କରୁଥିବାରୁ ତାଙ୍କ ଦେହରେ ରକ୍ତ ସଞ୍ଚାଳନ ଠିକ୍ ହେଲା। ଖଟ ଶେଯ ଛାଡ଼ି ନିମ୍ବ ଶେଯରେ ଶୋଇ ନିଜ ଭୁଲ୍‌ର ଅନୁତାପ କରୁଥିବାରୁ ଘା’ରୁ ପୂଜପାଣି ବୋହି ଯନ୍ତ୍ରଣା ବି ଉପଶମ ହେଲା। ସନ୍ନ୍ୟାସୀ ଆସି ପହଂଚିଲେ ଆଉ ଏଥର ଜମିଦାରଙ୍କ ପିଠିରେ କିଛି ଚେରମୂଳି ଔଷଧ ଲଗାଇ ଦେଲେ। କହିଲେ, ଈଶ୍ୱର ଆପଣଙ୍କ ଡାକ ଶୁଣିଛନ୍ତି।

ସନ୍ନ୍ୟାସୀ କହିଲେ, ‘ମୁଁ କେବଳ ଆପଣଙ୍କ ପାଇଁ ନୁହେଁ, ଗାଁ ଲୋକଙ୍କ ମଙ୍ଗଳ ପାଇଁ ଜପତପ କରୁଥିଲି କାରଣ ଆପଣ ସେମାନଙ୍କୁ ବହୁତ ନିର୍ଯାତନା ଦେଇଛନ୍ତି। ପ୍ରତି କ୍ଷଣରେ ସେମାନେ ଆପଣଙ୍କୁ ଅଭିଶାପ ଦେଉଛନ୍ତି, ଯାହାର ପ୍ରତିଫଳନ ହେଉଛି ଆପଣଙ୍କ ଯନ୍ତ୍ରଣା। ସେମାନଙ୍କ ଅଭିଶାପ ଆଉ ଆପଣଙ୍କ ପାପକର୍ମ ଯୋଗୁଁ ଆପଣ ଏଭଳି ଦଣ୍ଡ ଭୋଗୁଛନ୍ତି। ।  ନ ହେଲେ ଖଟ ଶେଯରେ ଶୋଇବା ଲୋକ ନିମ୍ବ ଶେଯରେ ଶୋଉଥିଲେ କାହିଁକି ? ମୁଁ ଈଶ୍ୱରଙ୍କୁ ପ୍ରାର୍ଥନା କରୁଥିଲି ଆପଣଙ୍କ ଗାଁ ଲୋକେ ଆପଣଙ୍କ ଅନୁପସ୍ଥିତିରେ ଏତେ ଭଲରେ ରୁହନ୍ତୁ ଯେମିତି ସେମାନେ ଆପଣ ଦେଇଥିବା ନିର୍ଯାତନା କଥା ଭୁଲିଯିବେ। ଯାହା ଫଳରେ ସେମାନଙ୍କ ତୁଣ୍ଡରୁ ଆଉ ଅଭିଶାପ ବାହାରିବ ନାହିଁ ଆଉ ଆପଣଙ୍କ ଯନ୍ତ୍ରଣାର ଉପଶମ ହୋଇପାରିବ ।

‘ଆପଣ ଏତେ ପାପ କରିଛନ୍ତି ଯେ ଧରାପୃଷ୍ଠ ପାଇଁ ଏକ ବୋଝ ହୋଇଯାଇଛନ୍ତି । ନ ହେଲେ ଆପଣଙ୍କୁ ଖୋଜିବାକୁ କାହିଁ କିଏ କେହି କେବେ ତ ଆଶ୍ରମକୁ ଆସି ନାହାନ୍ତି । ଆପଣ ଯଦି ମରି ଯାଇଥା’ନ୍ତେ ତେବେ ଆପଣଙ୍କ ଗାଁରେ ଉତ୍ସବ ପାଳନ ହୋଇଥା’ନ୍ତା।’

‘ତେଣୁ ଆପଣ ଏବେ ନିଜ ଗାଁକୁ ଯାଇ ପାପ କର୍ମର ପ୍ରାୟଶ୍ଚିତ କରନ୍ତୁ । ଯେଉଁମାନଙ୍କ ପିଠିରେ ଆପଣ ଚାବୁକ୍ ମାରିଛନ୍ତି ସେହିମାନଙ୍କୁ କୋଳେଇ ନିଅନ୍ତୁ। ଗ୍ରାମବାସୀଙ୍କୁ ସ୍ନେହ, ଶ୍ରଦ୍ଧା କରନ୍ତୁ। ଦେଖିବେ ଲୋକେ ଆପଣଙ୍କର ଦାସ ହେବାକୁ ଶ୍ରେୟ ମଣିବେ।’

ଜମିଦାର କହିଲେ, ‘ଆପଣ ମୋ ଆଖି ଖୋଲିଦେଲେ। ଆପଣଙ୍କୁ ଶତ ଶତ ପ୍ରଣାମ। ଜମିଦାର କହିଲେ, ମୁଁ ଏବେ ବୁଝିପାରୁଛି ଯେ ଗାଁକୁ ଫେରିଲେ ଲୋକେ ହୁଏତ ମୋତେ ଗ୍ରହଣ କରି ନ ପାରନ୍ତି । ଆପଣଙ୍କ ସାଙ୍ଗରେ ନ ଗଲେ ହୁଏତ ମୋତେ ସେଠାରେ ଲୋକେ ଶୂଳିରେ ଚଢ଼ାଇଦେବେ । ଆପଣ ଦୟାକରି ମୋତେ ଘରେ ଛାଡ଼ିଦେଇ ଆସନ୍ତୁ ଆଉ ମୁଁ ଜମିଦାର ନ ହେଲେ ନାଇଁ ମୋ ବାପାଙ୍କର ସନ୍ତାନ ବୋଲି ଗାଁରେ ପରିଚୟ ଦେଇ ଛାଡ଼ି ଦେଇ ଆସନ୍ତୁ ।’ ସନ୍ନ୍ୟାସୀ ମୃଦୁହସ ହସିଲେ ଆଉ ଜମିଦାରଙ୍କୁ ଧରି ଗାଁକୁ ଚାଲିଲେ.......।

ଏହି ଗଳ୍ପର ଏକ ସାରମର୍ମ ହେଉଛି...

‘ଆପଣ ଈଶ୍ୱରଙ୍କ ଦରବାରର ଏକ ଅକିଞ୍ଚନ ପ୍ରାଣୀ। ଏତେ ଗର୍ବ ଅହଂକାର ଦେଖାଇବା ଭଲ ନୁହେଁ । ଈଶ୍ୱର ଆପଣଙ୍କ କର୍ମଫଳ ଆପଣଙ୍କ ଖାତାରୁ କାଟି ଆଉ କାହା ଖାତାରେ ଯୋଡ଼ିଦେବେ ନାହିଁ । ସେମିତି ଭୁଲ୍ ଯଦି ହୋଇପାରନ୍ତା ଈଶ୍ୱର ଆଉ ପଥର ଭିତରେ ଫରକ କ’ଣ ରହନ୍ତା ?’

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story