ଝିଅ ବଞ୍ଚି ଥାଉ ଥାଉ ଶୁଦ୍ଧି ହୋଇଗଲେ ପରିବାର ଲୋକେ

ଚାନ୍ଦିନୀଙ୍କ ସିନ୍ଥିରେ ସିନ୍ଦୂର ଦେଉଥିବା ଯୁବକ ଜଣକ ଅନ୍ୟ ଧର୍ମର ବୋଲି ପରିବାର ଲୋକେ ଜାଣିବାକୁ ପାଇଥିଲେ। ଏହା ପରିବାର ଲୋକଙ୍କ ଧୈର୍ଯ୍ୟର ବନ୍ଧ ଭାଙ୍ଗି ଯାଇଥିଲା। ଝିଅ ଧର୍ମ ଦ୍ରୋହୀ ଓ ଜାତି ଦ୍ରୋହୀ କାମ କରିଥିବା ଅଭିଯୋଗ ଆଣି ପରିବାର ଲୋକ ଚରମ ନିଷ୍ପତ୍ତି ନେଲେ।

Mohana PhotoOR

ଫଟୋ ରଖି ପ୍ରାର୍ଥନା କରୁଛନ୍ତି

Manoranjan Sial
  • Published: Tuesday, 12 September 2023
  • Updated: 12 September 2023, 07:35 PM IST

Sports

Latest News

ଝିଅ ବଞ୍ଚି ଥାଉ ଥାଉ ଶୁଦ୍ଧି ହୋଇଗଲେ ପରିବାର ଲୋକେ। ଏପରିକି ଝିଅର ଆତ୍ମାର ସଦ୍‌ଗତି ପାଇଁ ଫଟୋରେ ଫୁଲମାଳ ପକାଇ ପ୍ରାର୍ଥନା କରିଛନ୍ତି। କଥାଟି ଟିକେ ଅଡୁଆ ଲାଗୁଥିଲେ ମଧ୍ୟ ସତ୍ୟ। ଏପରି ଘଟଣା ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ ଘଟିଛି। ତେବେ ଏଠି ପ୍ରଶ୍ନ ଉଠୁଛି ଝିଅ ବଞ୍ଚି ଥାଉଁ ଥାଉଁ କାହିଁକି ପରିବାର ଲୋକେ ଶୁଦ୍ଧିକ୍ରିୟା ହୋଇଗଲେ?

ପୂରା ଘଟଣା ଏମିତି। ଚାନ୍ଦିପୁଟ ଗାଁର ସହଦେବ ସାହୁ ଘର ପାଖରେ ଗୋଟିଏ ହୋଟେଲ୍‌ କରିଛନ୍ତି। ସେଥିରୁ ଯାହା ରୋଜଗାର କରୁଥିଲେ, ସେଥିରେ ଚଳୁଥିଲା ପୂରା ପରିବାର। ସହଦେବଙ୍କ ପରିବାର କହିଲେ ୩ ଝିଅ ଓ ଗୋଟେ ପୁଅ। ବଡ଼ ଝିଅ ବାହା ହୋଇଥିବା ବେଳେ ମଝିଆ ଝିଅ ଚାନ୍ଦିନୀ ସାହୁ + ୨ ପାସ୍‌ କରି ଗତ ଦୁଇ ବର୍ଷ ହେଲା ଘରେ ରହିଥିଲେ। ଏହାରି ଭିତରେ ଚାନ୍ଦିନୀ ଜଣେ ପୁଅକୁ ଭଲ ପାଉଥିଲେ। ହେଲେ ପରିବାର ଲୋକେ ଏନେଇ ଟେର୍‌ ପାଇନଥିଲେ।

Also Read

ସେପଟେ ଘରେ ଥିବା ବଢ଼ିଲା ଝିଅକୁ ନେଇ ଚିନ୍ତାରେ ପଡ଼ିଥିଲେ ସହଦେବ। ତେଣୁ ଚାନ୍ଦିନୀ ପାଇଁ ପୁଅ ଖୋଜିଥିଲେ। ବହୁ ଖୋଜାଖୋଜି ପରେ ଚାନ୍ଦିନୀ ପାଇଁ ପୁଅ ଠିକ୍‌ କରିଥିଲେ। ଦେଖାଚୁଆଁ ପରେ ଆସନ୍ତା ୨୨ ତାରିଖରେ ନିର୍ବନ୍ଧ ହେବାର ଥିଲା। ହେଲେ ତା’ ପୂର୍ବରୁ ଅର୍ଥାତ ଗତ ୨ ତାରିଖ ବିଳମ୍ବିତ ରାତିରେ ଘର ଛାଡ଼ି କୁଆଡେ ପଳାଇ ଯାଇଥିଲେ ଚାନ୍ଦିନୀ। ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ। ମାତ୍ର ଝିଅର କୌଣସି ସନ୍ଧାନ ପାଇନଥିଲେ। ତେବେ ଗତ ୪ ତାରିଖରେ ଚାନ୍ଦିନୀଙ୍କ ଏକ ଫଟୋ ଭାଇରାଲ୍‌ ହୋଇଥିଲା। ଫଟୋରେ ତାଙ୍କ ସିନ୍ଥିରେ ଜଣେ ଯୁବକ ସିନ୍ଦୂର ଦେଉଥିବା ଦେଖିବାକୁ ମିଳିଥିଲା। ଫଟୋକୁ ଧରି ପରିବାର ଲୋକେ ମୋହନା ଥାନାରେ ଲିଖିତଅଭିଯୋଗ କରିଥିଲେ। 

ଚାନ୍ଦିନୀଙ୍କ ସିନ୍ଥିରେ ସିନ୍ଦୂର ଦେଉଥିବା ଯୁବକ ଜଣକ ଅନ୍ୟ ଧର୍ମର ବୋଲି ପରିବାର ଲୋକେ ଜାଣିବାକୁ ପାଇଥିଲେ। ଏହା ପରିବାର ଲୋକଙ୍କ ଧୈର୍ଯ୍ୟର ବନ୍ଧ ଭାଙ୍ଗି ଯାଇଥିଲା। ଝିଅ ଧର୍ମ ଦ୍ରୋହୀ ଓ ଜାତି ଦ୍ରୋହୀ କାମ କରିଥିବା ଅଭିଯୋଗ ଆଣି ପରିବାର ଲୋକ ଚରମ ନିଷ୍ପତ୍ତି ନେଲେ। ଝିଅ ଯିବାକୁ ଆଜି ୧୧ ଦିନ ପୂରୁଛି। ତେଣୁ ପରିବାର ଲୋକେ ଝିଅ ଚାନ୍ଦିନୀ ପାଇଁ ଶୁଦ୍ଧିକ୍ରିୟା ହୋଇଛନ୍ତି। ସେଥିପାଇଁ ଘରେ ଲାଗିଛି ଗହଳି ଚଳହଳି। ବନ୍ଧୁ ବାନ୍ଧବ ଆସିଛନ୍ତି। ରୀତିନୀତି ଅନୁସାରେ ଝିଅର ଆତ୍ମାର ସଦ୍‌ଗତି ପାଇଁ ସମସ୍ତେ ଫଟୋ ରଖି ପ୍ରାର୍ଥନା କରିଛନ୍ତି।

Mohanaଘରୁ ଫେରାର ହୋଇଥିବା ଝିଅ ବାହା ହେଉଛି

ଖାଲି ସେତିକି ନୁହେଁ, ମୃତ୍ୟୁ ପରେ ପରିବାର ଲୋକେ ଯେମିତି କାନ୍ଦନ୍ତି, ଠିକ୍‌ ସେମିତି କାନ୍ଦୁଥିବା ଦେଖିବାକୁ ମିଳିଛି। ବ୍ରହ୍ମଣ ଡାକି ଶ୍ରାଦ୍ଧ ମଧ୍ୟ ଦେଇଛନ୍ତି। ଗାଁ ଲୋକଙ୍କୁ ଏକାଦର ଭୋଜି ଦେଇଛନ୍ତି। ଝିଅ ଅନ୍ୟ ଧର୍ମରେ ବାହା ହୋଇଥିବାରୁ ପରିବାର ଲୋକେ ଏପରି ନିଷ୍ପତ୍ତି ନେଇଥିବା ଗାଁ ଲୋକେ କହିଛନ୍ତି। ସେପଟେ ଏ ନେଇ ପୁଅ ଘର ଲୋକଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ରିପୋର୍ଟ- ମୋହନାରୁ ମିହିର ଜତି

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story