ନିଜ ରିପୋର୍ଟ କାର୍ଡ ଦେଲେ ଓଡ଼ିଶା ହାଇକୋର୍ଟ: ଶୁଣାଣି ଓ ଫଇସଲା ହାର ବଢ଼ିଛି, ତଥାପି ୨୦ଲକ୍ଷରୁ ଅଧିକ ମାମଲା ବିଚାରାଧୀନ

ଜିଲ୍ଲାସ୍ତରରେ ନୂଆ କୋର୍ଟ ଖୋଲାଯିବା, ଟ୍ରାଏଲ କୋର୍ଟରେ କେସଗୁଡ଼ିକୁ ବ୍ୟବସ୍ଥିତ କରିବା, ଟ୍ରାଏଲ କୋର୍ଟରେ ବିଚାରପତିଙ୍କ ନିଯୁକ୍ତି, ଇ-କୋର୍ଟ ବ୍ୟବସ୍ଥା ଯୋଗୁ କୋର୍ଟଙ୍କ କାର୍ଯ୍ୟ ନଷ୍ଟ ଅବଧି ହ୍ରାସ ପାଇଛି ।

High Court PhotoOR

ଓଡ଼ିଶା ହାଇକୋର୍ଟ

Ordigital Desk
  • Published: Thursday, 13 July 2023
  • Updated: 13 July 2023, 09:55 PM IST

Sports

Latest News

ରାଜ୍ୟରେ ନ୍ୟାୟପାଳିକାର କାର୍ଯ୍ୟ ଓ ପ୍ରଦର୍ଶନର ରିପୋର୍ଟ କାର୍ଡ ପ୍ରକାଶ ପାଇଛି । ଉଭୟ ହାଇକୋର୍ଟ ଓ ଜିଲ୍ଲା କୋର୍ଟର ପ୍ରଦର୍ଶନର ପରିସଂଖ୍ୟାନ ରିପୋର୍ଟକୁ ଓଡ଼ିଶା ହାଇକୋର୍ଟ ନିଜର ୱେବସାଇଟ୍ ମାଧ୍ୟମରେ ସାର୍ବଜନୀନ କରିଛନ୍ତି । ନ୍ୟାୟପାଳିକା ନିଜ ପ୍ରଦର୍ଶନର ରିପୋର୍ଟକୁ ସର୍ବସାଧାରଣଙ୍କ ଅବଗତି ଉଦ୍ଦେଶ୍ୟରେ ପ୍ରକାଶିତ କରିବାକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଉଥିବାବେଳେ ୨୦୨୧ ଓ ୨୦୨୨ ମସିହା ତୁଳନାରେ ୨୦୨୩ ମସିହାରେ ଉଭୟ ହାଇକୋର୍ଟ ଓ ଜିଲ୍ଲାକୋର୍ଟରେ ଶୁଣାଣି ଓ ମାମଲା ଫଇସଲା ହାରରେ ଉଲ୍ଲେଖନୀୟ ବୃଦ୍ଧି ହୋଇଛି । ଅବଶ୍ୟ ଏସବୁ ସତ୍ତ୍ୱେ ଚଳିତବର୍ଷ ଜୁନ୍ ମାସ ଶେଷ ସୁଦ୍ଧା ଓଡ଼ିଶା ହାଇକୋର୍ଟରେ ୧.୪୬ଲକ୍ଷ ଓ ଜିଲ୍ଲା କୋର୍ଟଗୁଡ଼ିକରେ ୧୮.୫୬ଲକ୍ଷ ଏଭଳି ମୋଟ ୨୦,୦୨,୮୩୫ଟି ମାମଲା ବିଚାରାଧୀନ ରହିଛି ।

୨୦୨୩ ଜାନୁୟାରୀରୁ ଜୁନ୍ ମାସ ମଧ୍ୟରେ ଓଡ଼ିଶା ହାଇକୋର୍ଟରେ ମୋଟ୍ ୪୯୬୩୫ଟି ମାମଲା ରୁଜୁ ହୋଇଥିଲାବେଳେ ବିଚାରପତିମାନଙ୍କ ଦ୍ୱାରା ୧୩୬୮ଥର ଶୁଣାଣିରେ ୬୨,୮୬୯ଟି ମାମଲାର ଫଇସଲା ହୋଇଛି । ଏହି ଅବଧିରେ ହାଇକୋର୍ଟରେ ଫଇସଲା ହାର ୧୨୬.୬୬% ରହିଛି । ୨୦୨୨ ଜାନୁୟାରୀରୁ ଜୁନ୍ ମଧ୍ୟରେ ୫୩୧୫୫ଟି ମାମଲା ରୁଜୁ ଓ ୯୮୨ଥର ଶୁଣାଣିରେ ୫୯୮୫୦ଟି ମାମଲାର ଫଇସଲା ହୋଇଛି ।  ୨୦୨୧ ଜାନୁୟାରୀରୁ ଜୁନ୍ ମଧ୍ୟରେ ୪୨୨୭୮ଟି ମାମଲା ରୁଜୁ ଓ ୩୪୧ଥର ଶୁଣାଣିରେ ମୋଟ ୩୯୨୫୯ଟି ମାମଲାର ଫଇସଲା ହୋଇଛି । ୨୦୨୧ରେ ହାଇକୋର୍ଟରେ ମାମଲା ଫଇସଲା ହାର ୯୨.୮୫% ଥିବାବେଳେ ୨୦୨୨ରେ ଏହା ୧୧୨.୬୬%କୁ ବୃଦ୍ଧି ପାଇଥିଲା ।

୨୦୨୨ ଜୁନ୍ ୩୦ତାରିଖ ସୁଦ୍ଧା ହାଇକୋର୍ଟରେ ମୋଟ ୧, ୮୯, ୮୪୭ଟି ମାମଲା ବିଚାରାଧୀନ ଥିବାବେଳେ ୨୦୨୩ ଜୁନ୍ ଶେଷବେଳକୁ ଏହି ସଂଖ୍ୟା ହ୍ରାସ ପାଇଁ ୧,୪୬,୫୮୨କୁ ହ୍ରାସ ପାଇଛି । ବିଭିନ୍ନ କାରଣ ଯଥା- କୋର୍ଟରେ ବାର୍ ଓକିଲଙ୍କ ଅନୁପସ୍ଥିତି, ବିଚାରପତି ଓ ଓକିଲଙ୍କ ଅକାଳ ମୃତ୍ୟୁ, ବିଚାରପତିଙ୍କ ଛୁଟି ଆଦି କାରଣରୁ ମଧ୍ୟ ବିଗତବର୍ଷମାନଙ୍କରେ କୋର୍ଟ କାର୍ଯ୍ୟ ପ୍ରଭାବିତ ହୋଇଛି । ତେବେ ସୁପ୍ରିମକୋର୍ଟଙ୍କ ୨୦୨୨ ଡିସେମ୍ବର ୧୨ ଓ ୧୪ତାରିଖ ରାୟ ପରେ ଏସବୁ ପରିସ୍ଥିତିରେ ଆଖିଦୃଶିଆ ପରିବର୍ତ୍ତନ ହୋଇଛି । ୨୦୨୩ ଜାନୁୟାରୀରୁ କୋର୍ଟରେ ବାର୍ ସଦସ୍ୟ(ଓକିଲ)ମାନେ ଆଉ ଅନୁପସ୍ଥିତ ରହୁନାହାନ୍ତି । ଏହି କାରଣରୁ ୨୦୨୧ର ପ୍ରଥମ ୬ମାସରେ ହାଇକୋର୍ଟଙ୍କ ୧୩୯୫.୬୫ଘଣ୍ଟା କାର୍ଯ୍ୟଅବଧି ବାଧାପ୍ରାପ୍ତ ବା ନଷ୍ଟ ହୋଇଥିବାବେଳେ ୨୦୨୩ ପ୍ରଥମାର୍ଦ୍ଧରେ ଏହା ୯୧୩.୬ଘଣ୍ଟାକୁ ହ୍ରାସ ପାଇଛି । ଅବଶ୍ୟ ୨୦୨୨ ପ୍ରଥମାର୍ଦ୍ଧରେ କାର୍ଯ୍ୟ ନଷ୍ଟ ଅବଧି ପରିମାଣ ୧୫୫୯.୧୫ଘଣ୍ଟା ଥିଲା ।

୨୦୨୩ ଜାନୁୟାରୀରୁ ଜୁନ୍ ମାସ ମଧ୍ୟରେ ରାଜ୍ୟର ଜିଲ୍ଲା କୋର୍ଟଗୁଡ଼ିକରେ ମୋଟ୍ ୨,୩୨,୩୬୩ଟି ମାମଲା ରୁଜୁ ହୋଇଥିଲାବେଳେ ବିଚାରପତିମାନଙ୍କ ଦ୍ୱାରା ୭୧୩୬୮ଥର ଶୁଣାଣିରେ ୨,୦୨,୨୧୦ଟି ମାମଲାର ଫଇସଲା ହୋଇଛି । ଏହି ଅବଧିରେ ଜିଲ୍ଲା କୋର୍ଟରେ ଫଇସଲା ହାର ୮୭.୦୨% ରହିଛି । ୨୦୨୨ ଜାନୁୟାରୀରୁ ଜୁନ୍ ମଧ୍ୟରେ ୨,୩୫,୬୨୦ଟି ମାମଲା ରୁଜୁ ଓ ୬୦୬୩୨ଥର ଶୁଣାଣିରେ ୧,୫୫,୭୧୨ଟି ମାମଲାର ଫଇସଲା ହୋଇଛି । ସେହିପରି ୨୦୨୧ ଜାନୁୟାରୀରୁ ଜୁନ୍ ମଧ୍ୟରେ ୧,୮୯,୩୧୫ଟି ମାମଲା ରୁଜୁ ଓ ୩୬୪୦୩ଥର ଶୁଣାଣିରେ ମୋଟ ୯୦,୨୩୮ଟି ମାମଲାର ଫଇସଲା ହୋଇଛି । ୨୦୨୧ରେ ଜିଲ୍ଲା କୋର୍ଟଗୁଡ଼ିକରେ ମାମଲା ଫଇସଲା ହାର ୪୭.୬୭% ଥିବାବେଳେ ୨୦୨୨ରେ ଏହା ୬୬.୦୯%କୁ ବୃଦ୍ଧି ପାଇଥିଲା ।

Also Read

ଅବଶ୍ୟ ୨୦୨୨ ଜୁନ୍ ୩୦ତାରିଖ ସୁଦ୍ଧା ଜିଲ୍ଲା କୋର୍ଟରେ ମୋଟ ୧୮,୬୮,୮୯୭ଟି ମାମଲା ବିଚାରାଧୀନ ଥିବାବେଳେ ୨୦୨୩ ଜୁନ୍ ଶେଷବେଳକୁ ଏହି ସଂଖ୍ୟା ହ୍ରାସ ପାଇଁ ୧୮,୫୬,୨୫୩କୁ ହ୍ରାସ ପାଇଛି । ବିଭିନ୍ନ କାରଣ ଯଥା- କୋର୍ଟରେ ବାର୍ ଓକିଲଙ୍କ ଅନୁପସ୍ଥିତି, ଓକିଲଙ୍କ ମୃତ୍ୟୁ, ବିଚାରପତିମାନଙ୍କ ଛୁଟି ଆଦି କାରଣରୁ ମଧ୍ୟ ବିଗତବର୍ଷମାନଙ୍କରେ ଜିଲ୍ଲାସ୍ତରର କୋର୍ଟ କାର୍ଯ୍ୟ ପ୍ରଭାବିତ ହୋଇଛି । ତେବେ ସୁପ୍ରିମକୋର୍ଟଙ୍କ ୨୦୨୨ ଡିସେମ୍ବର ୧୨ ଓ ୧୪ତାରିଖ ରାୟ ପରେ ଏସବୁ ପରିସ୍ଥିତିରେ ଆଖିଦୃଶିଆ ପରିବର୍ତ୍ତନ ହୋଇଛି । ୨୦୨୩ ଜାନୁୟାରୀରୁ କୋର୍ଟରେ ବାର୍ ସଦସ୍ୟ(ଓକିଲ)ମାନେ ଆଉ ଅନୁପସ୍ଥିତ ରହୁନାହାନ୍ତି । ଏହି କାରଣରୁ ଜିଲ୍ଲା କୋର୍ଟଙ୍କ କାର୍ଯ୍ୟ ନଷ୍ଟ ଅବଧି ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି । ଜିଲ୍ଲା ନ୍ୟାୟପାଳିକାଙ୍କ କାର୍ଯ୍ୟ ନଷ୍ଟ ଅବଧି ୨୦୨୧ ମସିହାର ପ୍ରଥମ ୬ମାସରେ ୨,୪୧,୬୦୫ ଘଣ୍ଟା ଥିବାବେଳେ ୨୦୨୨ ମସିହାର ଏହି ଅବଧିରେ ତାହା ୧,୧୧,୨୨୩.୮ଘଣ୍ଟା ଥିଲା । କିନ୍ତୁ ୨୦୨୩ ପ୍ରଥମାର୍ଦ୍ଧ(ଜାନୁୟାରୀରୁ ଜୁନ୍ ଶେଷ)ରେ ଏହା ୩୮.୯୮ଘଣ୍ଟାକୁ ହ୍ରାସ ପାଇଛି ।

ଜିଲ୍ଲାସ୍ତରରେ ନୂଆ କୋର୍ଟ ଖୋଲାଯିବା, ଟ୍ରାଏଲ କୋର୍ଟରେ କେସଗୁଡ଼ିକୁ ବ୍ୟବସ୍ଥିତ କରିବା, ଟ୍ରାଏଲ କୋର୍ଟରେ ବିଚାରପତିଙ୍କ ନିଯୁକ୍ତି, ଇ-କୋର୍ଟ ବ୍ୟବସ୍ଥା ଯୋଗୁ କୋର୍ଟଙ୍କ କାର୍ଯ୍ୟ ନଷ୍ଟ ଅବଧି ହ୍ରାସ ପାଇଛି । କେବଳ ସେତିକି ନୁହେଁ ରାଜ୍ୟ ସରକାରଙ୍କ ଅବକାରୀ ଓ ଜଙ୍ଗଲ ବିଭାଗ ସମେତ ବିଭିନ୍ନ ବିଭାଗ ନିଜର ମାମଲା ପ୍ରତ୍ୟାହାର କରିନହେବା ଓ ଲୋକ ଅଦାଲତଗୁଡ଼ିକରେ ମାମଲାର ଫଇସଲା ଯୋଗୁ ଜିଲ୍ଲାସ୍ତରରେ ଫଇସଲା ହାର ବୃଦ୍ଧି ପାଇଛି ବୋଲି ରିପୋର୍ଟ କାର୍ଡରେ ଦର୍ଶାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story