ନିର୍ବାଚନ ପୂର୍ବରୁ ଆସିବ ୨୦୨୪-୨୫ ପୂର୍ଣ୍ଣାଙ୍ଗ ରାଜ୍ୟ ବଜେଟ୍, ଡିସେମ୍ବର ୧୫ ସୁଦ୍ଧା ବିଭାଗ ଦେବେ ପ୍ରସ୍ତାବ

ଆସନ୍ତା ଆର୍ଥିକ ବର୍ଷ ୨୦୨୪-୨୫ ନିମନ୍ତେ ବଜେଟ୍ ପ୍ରସ୍ତୁତ କରିବା ପାଇଁ ଅର୍ଥ ବିଭାଗର ପ୍ରମୁଖ ସଚିବ ବିଶାଳ କୁମାର ଦେବ ଗତକାଲି ସବୁ ବିଭାଗର ସଚିବ ଓ ବିଭାଗୀୟ ମୁଖ୍ୟଙ୍କୁ ଚିଠି ଲେଖିଛନ୍ତି ।

Odisha Assembly

ଓଡ଼ିଶା ବିଧାନ ସୌଧ

Ordigital Desk
  • Published: Saturday, 11 November 2023
  • Updated: 11 November 2023, 09:57 PM IST

Sports

Latest News

ସାଧାରଣ ନିର୍ବାଚନ ପୂର୍ବରୁ ଆସନ୍ତାବର୍ଷ ଫେବୃୟାରୀ ଦ୍ୱିତୀୟ ସପ୍ତାହରେ ରାଜ୍ୟ ସରକାର ୨୦୨୪-୨୫ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିବେ। ବାର୍ଷିକ ବଜେଟର କଳେବର ଚଳିତ ଆର୍ଥିକ ବର୍ଷ ତୁଳନାରେ ପ୍ରାୟ ୧୨ ପ୍ରତିଶତ ଅଧିକ ହେବ । ଚଳିତ ଆର୍ଥିକ ବର୍ଷରେ ଯେଉଁ ଶୈଳୀରେ ବଜେଟ୍ ପ୍ରସ୍ତୁତ ହୋଇଛି ଅନୁରୂପ ଭାବେ ବିଭାଗଗୁଡ଼ିକ ଚିଠା ପ୍ରସ୍ତାବ ଦେବେ । ଡିସେମ୍ବର ୧୫ତାରିଖ ସୁଦ୍ଧା ବଜେଟ୍ ଚିଠା ପ୍ରସ୍ତାବ ପଠାଇବାକୁ ଅର୍ଥ ବିଭାଗ ନିର୍ଦ୍ଦେଶ ଦେଇଛି ।

ଆସନ୍ତା ଆର୍ଥିକ ବର୍ଷ ୨୦୨୪-୨୫ ନିମନ୍ତେ ବଜେଟ୍ ପ୍ରସ୍ତୁତ କରିବା ପାଇଁ ଅର୍ଥ ବିଭାଗର ପ୍ରମୁଖ ସଚିବ ବିଶାଳ କୁମାର ଦେବ ଗତକାଲି ସବୁ ବିଭାଗର ସଚିବ ଓ ବିଭାଗୀୟ ମୁଖ୍ୟଙ୍କୁ ଚିଠି ଲେଖିଛନ୍ତି । ୨୦୨୪-୨୫ ଆର୍ଥିକ ବର୍ଷର ବାର୍ଷିକ ବଜେଟ୍ ଆସନ୍ତାବର୍ଷ ଫେବୃୟାରୀ ମାସରେ ବିଧାନସଭାରେ ଉପସ୍ଥାପିତ ହେବ । ତେଣୁ ୨୦୨୩-୨୪ ଆର୍ଥିକ ବର୍ଷର ସଂଶୋଧିତ ଏଷ୍ଟିମେଟ୍ ଓ ୨୦୨୪-୨୫ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ପ୍ରସ୍ତୁତି ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ରାଜ୍ୟର ଆର୍ଥିକ ସ୍ଥିତି ସମ୍ପର୍କରେ ସୂଚନା ଦେଇ ଶ୍ରୀ ଦେବ କହିଛନ୍ତି ଯେ, ୟୁରୋପ ଓ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରେ ଦୀର୍ଘଦିନ ଧରି ଉତ୍ତେଜନା ଓ ଦୁର୍ବଳ ବାହ୍ୟ ଚାହିଦା ଆଦି କାରଣରୁ ଅଭିବୃଦ୍ଧି ହାର ପ୍ରଭାବିତ ହୋଇଛି । ରିଜର୍ଭ ବ୍ୟାଙ୍କର ଆକଳନ ଅନୁସାରେ ଜାତୀୟସ୍ତରରେ ଅଭିବୃଦ୍ଧି ହାର ପ୍ରାୟ ୬.୫% ରହିବାର ଆକଳନ ହୋଇଛି । କିନ୍ତୁ ମାନବ, ପ୍ରାକୃତିକ ଓ ଆର୍ଥିକ ସମ୍ବଳର ବିକାଶ ସହ ଉତ୍ପାଦନକ୍ଷମ ଅର୍ଥବ୍ୟବସ୍ଥା ଯୋଗୁ ରାଜ୍ୟର ଅଭିବୃଦ୍ଧି ହାର ୨୦୨୩-୨୪ରେ ୮ରୁ ୮.୫% ରହିବ ବୋଲି ଆକଳନ କରାଯାଇଛି । ଏହି ହାର ୨୦୨୪-୨୫ରେ ମଧ୍ୟ ବଜାୟ ରହିବ।

ବଜେଟ୍ ପ୍ରସ୍ତୁତବେଳେ ବିଭାଗଗୁଡ଼ିକ ଦାରିଦ୍ର‌୍ୟ ଦୂରୀକରଣ, ଅସମାନତା ଦୂର, ମହିଳା ସଶକ୍ତିକରଣ, ସାମଗ୍ରିକ ଓ ସ୍ଥାୟୀ ଆର୍ଥିକ ବିକାଶ, ସମସ୍ତଙ୍କୁ କାମ ସମେତ ସ୍ୱାସ୍ଥ୍ୟସେବା, ଶିକ୍ଷା, ଦକ୍ଷତା ବିକାଶ, ପାନୀୟ ଜଳ, ଜଳସେଚନ, ଗ୍ରାମ୍ୟ ସଂଯୋଗୀକରଣ, ପରିଚ୍ଛନ୍ନତା, କ୍ରୀଡ଼ା ଭିତ୍ତିଭୂମି, ସହରୀ ଭିତ୍ତିଭୂମି ବିକାଶ ଆଦି ମାଧ୍ୟମରେ ନିରନ୍ତର ସ୍ଥାୟୀ ବିକାଶ ଲକ୍ଷ୍ୟ-୨୦୩୦ ହାସଲ କରିବା ଦିଗରେ ସରକାରଙ୍କ ପ୍ରାଥମିକତାକୁ ଦୃଷ୍ଟିରେ ରଖିବେ । ମହିଳାମାନଙ୍କ ସଶକ୍ତ ଓ ଆର୍ଥିକ ସମାବେଶ, କୃଷି ଭିତ୍ତିଭୂମି କ୍ଷେତ୍ରର ସୁଦୃଢ଼ କରିବା ମଧ୍ୟ ସରକାରଙ୍କ ପ୍ରାଥମିକତା କ୍ଷେତ୍ର ବୋଲି ଶ୍ରୀ ଦେବ ସୂଚନା ଦେଇଛନ୍ତି ।

Also Read

ବିଭାଗଗୁଡ଼ିକୁ ଆଗାମୀ ୩ବର୍ଷ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ କୁହାଯାଇଛି । ଏହାସହିତ ଚଳିତବର୍ଷ ଯେଉଁ ନୀତି ଆଧାରରେ ବଜେଟ୍ ପ୍ରସ୍ତୁତ ହୋଇଛି ତଦନୁରୂପ ଚିଠା ପ୍ରସ୍ତାବ ପଠାଇଲେ(ପ୍ରଶାସନିକ ଓ କାର୍ଯ୍ୟକ୍ରମ ବ୍ୟୟ) ବିଭାଗଗୁଡ଼ିକ ପାଖରେ ଏହାର ତର୍ଜମା ପାଇଁ ପର୍ଯ୍ୟାପ୍ତ ସମୟ ରହିବ। ସେହିପରି ଭାରତ ସରକାର ରିଏଲଟାଇମ୍ ଫଣ୍ଡ ଟ୍ରାନ୍ସଫର ନିମନ୍ତେ ଏସଏନଏ-ସ୍ପର୍ଶ ମେକାନିଜିମକୁ ପରୀକ୍ଷାମୂଳକ ଭାବେ ଓଡ଼ିଶାରେ କାର୍ଯ୍ୟକ୍ଷମ କରୁଥିବାରୁ ବଜେଟରେ ରାଜ୍ୟର ଅଂଶଧନ ଓ କେନ୍ଦ୍ରୀୟ ଭାଗିଦାରୀ ନେଇ ପୃଥକ୍ ତଥ୍ୟ ଦେବାର ଆବଶ୍ୟକତା ନାହିଁ ।

ସେହିପରି ପ୍ରତ୍ୟେକ ବିଭାଗ ନିର୍ଦ୍ଧାରିତ ଫର୍ମାଟରେ କାର୍ଯ୍ୟରତ କର୍ମଚାରୀଙ୍କ ସଂଖ୍ୟା, ଆବଶ୍ୟକ ଦରମା ପରିମାଣ, ଗ୍ରାଣ୍ଟ-ଇନ-ଏଡ୍ ଦରମାର ଆକଳନ, ବିଭାଗ ପାଖରେ ଥିବା ଗାଡ଼ି ଓ ଏବାବଦରେ ଖର୍ଚ୍ଚ ସମ୍ପର୍କରେ ତଥ୍ୟ ଦେବାକୁ କୁହାଯାଇଛି ।

ସାଧାରଣ ନିର୍ବାଚନ ଥିବାରୁ ବଜେଟ୍ ପ୍ରସ୍ତୁତ କରିବା ନିମନ୍ତେ ହାତରେ ବେଶୀ ସମୟ ନାହିଁ । ତେଣୁ ନିର୍ଦ୍ଧାରିତ ଅବଧି ମଧ୍ୟରେ ବଜେଟ୍ ଚିଠା ପ୍ରସ୍ତାବ ପଠାଇବାକୁ ଅର୍ଥ ବିଭାଗ ପରାମର୍ଶ ଦେଇଛି । ୨୦୨୪-୨୫ ବଜେଟ ଚିଠା ପ୍ରସ୍ତାବ ଡିସେମ୍ବର ୧୫ତାରିଖ ସୁଦ୍ଧା ସମସ୍ତ ପ୍ରଶାସନିକ ବିଭାଗ ଦାଖଲ କରିବେ । ଡିସେମ୍ବର ୧୬ରୁ ୩୧ତାରିଖ ପର୍ଯ୍ୟନ୍ତ ପ୍ରି-ବଜେଟ୍ ବିଚାରବିମର୍ଶ ବୈଠକ, ଫେବୃୟାରୀ ୩ରେ ସଂଶୋଧିତ ଏଷ୍ଟିମେଟ୍ , ଫେବୃୟାରୀ ୪ରୁ ୬ତାରିଖ ମଧ୍ୟରେ ଚିଠା ବଜେଟକୁ ମନ୍ତ୍ରିପରିଷଦର ଅନୁମୋଦନ ଓ ଫେବୃୟାରୀ ଦ୍ୱିତୀୟ ସପ୍ତାହରେ ବିଧାନସଭାରେ ବଜେଟ୍ ଉପସ୍ଥାପନ ହେବା ପାଇଁ ଅର୍ଥ ବିଭାଗ କାର୍ଯ୍ୟସୂଚୀ ନିର୍ଦ୍ଧାରଣ କରିଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ, ୨୦୨୩-୨୪ ଆର୍ଥିକ ବର୍ଷରେ ରାଜ୍ୟର ବାର୍ଷିକ ବଜେଟ୍ ୨.୩୦ଲକ୍ଷ କୋଟି ଟଙ୍କା ଥିବାବେଳେ ଅତିରିକ୍ତ ବଜେଟ୍ ୨୮୨୦୦କୋଟି ଟଙ୍କା ରହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story