ବଳାତ୍କାର ପୀଡ଼ିତାଙ୍କ ମା’ଙ୍କୁ ବାନ୍ଧିଲା ପୁଲିସ୍‌, ରାସ୍ତାକୁ ଓହ୍ଲାଇଲେ ଲୋକେ

ଗତ ମାର୍ଚ୍ଚ ମାସରେ ଜଣେ ୧୯ ବର୍ଷୀୟା ଯୁବତୀ ବଳାତ୍କାରର ଶିକାର ହୋଇଥିବା ନେଇ ରତନପୁର ଥାନାରେ ଅଭିଯୋଗ  ହୋଇଥିଲା। ପୁଲିସ୍‌ ଅଭିଯୁକ୍ତଙ୍କୁ ଗିରଫ କରି ଜେଲ୍‌ ପଠାଇ ଦେଇଥିଲା।

Rape

Representational Image

Niharika Rout
  • Published: Monday, 22 May 2023
  • Updated: 22 May 2023, 10:53 AM IST

Sports

Latest News

ବଳାତ୍କାର ପୀଡ଼ିତାଙ୍କ ମା’ଙ୍କୁ ମିଳିଲା ଦଣ୍ଡ। ବନ୍ଧା ହୋଇ ଜେଲ୍‌ ଗଲେ। ଅଭିଯୁକ୍ତଙ୍କ ପରିବାର ଚାପରେ ପଡି ପୀଡ଼ିତାଙ୍କ ପରିବାର କେସ୍‌ ନ ଉଠାଇବାରୁ ପୀଡ଼ିତାଙ୍କ ମା’ଙ୍କ ନାମରେ ରୁଜୁ ହୋଇଛି ମାମଲା। ଜଣେ ୧୦ ବର୍ଷୀୟ ନାବାଳକଙ୍କୁ ଯୌନ ଉତ୍ପୀଡ଼ନ କରିବା ଅଭିଯୋଗରେ ଏବେ ସେ ବନ୍ଧା ହୋଇ ଜେଲ୍‌ ଚାରି କାନ୍ଥରେ ଶଢ଼ୁଛନ୍ତି। ଏପରି ଏକ ଘଟଣାକୁ ନେଇ ଛତିଶଗଡ଼ର ବିଲାଶପୁର ଜିଲ୍ଲାର ରତନପୁର ସହରରେ ଅଶାନ୍ତି ସୃଷ୍ଟି ହୋଇଥିବା ବେଳେ ନ୍ୟାୟ ଦାବିରେ ଉତ୍ତ୍ୟକ୍ତ ଲୋକେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି।

ମାତ୍ର ଅଭିଯୁକ୍ତଙ୍କ ଦାଦା ଜଣେ କର୍ପୋରେଟର ଥିବାରୁ ସେ କେସ୍‌ ଉଠାଇ ନେବାକୁ ପୀଡ଼ିତାଙ୍କ ପରିବାର ଉପରେ ଚାପ ପକାଇ ଆସୁଥିଲେ। ଏପରିକି ମିଥ୍ୟା କେସ୍‌ରେ ଉଭୟଙ୍କୁ ଫସାଇ ଦେବାକୁ ଧମକ ଦେଉଥିଲେ। ମାତ୍ର ଉଭୟ ପୀଡ଼ିତା ଓ ତାଙ୍କ ମା’ ଏଥିରେ ରାଜି ହେଉ ନ ଥିଲେ।

Also Read

ଶେଷରେ ଗତ ୧୯ ତାରିଖରେ ଅଭିଯୁକ୍ତଙ୍କ ପରିବାର ପକ୍ଷରୁ ପୀଡ଼ିତାଙ୍କ ନାଁରେ ରତନପୁର ଥାନାରେ ମାମଲା ରୁଜୁ ହୋଇଛି। ପୀଡ଼ିତାଙ୍କ ମା’ ଜଣେ ୧୦ ବର୍ଷୀୟ ନାବାଳକଙ୍କୁ ଯୌନ ଶୋଷଣ କରୁଥିବା ଅଭିଯୋଗରେ ଦର୍ଶାଯାଇଥିଲା। ଏହାପରେ ପୁଲିସ୍‌ ଉକ୍ତ ଦିନ ପୀଡ଼ିତାଙ୍କ ମା’ଙ୍କୁ ଗିରଫ କରି ଜେଲ୍‌ ପଠାଇ ଦେଇଛି।

ଏହାକୁ ତୀବ୍ର ବିରୋଧ କରି ସ୍ଥାନୀୟ ଲୋକେ ଥାନାରେ ପହଞ୍ଚି ହୋହଲ୍ଲା କରିଥିଲେ। ଏପରିକି ପୁଲିସ୍‌ ବିରୋଧରେ ନାରାବାଜି କରିବା ସହ ଅଭିଯୁକ୍ତପ ପରିବାର ଚାପରେ ପଡ଼ି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ କଡ଼ା ସମାଲୋଚନା କରିଥିଲେ। ଏପରିକି ଆନ୍ଦୋଳନକାରୀ ପୁଲିସ୍‌କୁ ଚୁଡ଼ି ପିନ୍ଧିବାକୁ ଦେବାକୁ ପଛାଇ ନ ଥିଲେ। ଏହା ନେଇ ରବିବାର ରତନପୁରରେ ବନ୍ଦ ପାଳନ କରାଯାଇଥିଲା।

ଅପ୍ରୀତିକର ପରିସ୍ଥିତି ପାଇଁ ସହରର ବିଭିନ୍ନ ସ୍ଥାନରେ ପୁଲିସ୍‌ ମୁତୟନ କରାଯାଇଥିବା ବେଳେ କୌଣସି ପ୍ରକାର ବିଶୃଙ୍ଖଳା ହୋଇ ନ ଥିବା ଜଣାଯାଇଛି। ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବା ବେଳେ ଏହାର ତଦନ୍ତ ପାଇଁ ୩ ଜଣିଆ କମିଟି ଗଠନ କରାଯାଇଥିବା ବିଳାଶପୁର ଏସ୍‌ପି ସନ୍ତୋଷ ସିଂ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story