ରୋଚକ ହେବ ଜୟଦେବ ବିଧାନସଭା ଲଢେଇ

ଜୟଦେବ ବିଧାନସଭା ଆସନ ଉପରେ ଏବେ ସମସ୍ତଙ୍କ ନଜର ରହିଛି। ଚଳିତ ନିର୍ବାଚନରେ ଏହି ଆସନରେ ଲଢ଼େଇ ରୋଚକ ହେବାକୁ ଯାଉଛି।

Manoj Swain
  • Published: Monday, 22 April 2024
  • Updated: 22 April 2024, 02:58 PM IST

Sports

Latest News

ଜୟଦେବ ବିଧାନସଭା ଆସନ ଉପରେ ଏବେ ସମସ୍ତଙ୍କ ନଜର ରହିଛି। ଚଳିତ ନିର୍ବାଚନରେ ଏହି ଆସନରେ ଲଢ଼େଇ ରୋଚକ ହେବାକୁ ଯାଉଛି। ଜଣେ ମାଲକାନଗିରିର ପୂର୍ବତନ ବିଧାୟକ । ଆଉ ଜଣେ କୋରାପୁଟର ପୂର୍ବତନ ବିଧାୟକ । ଉଭୟେ ଦକ୍ଷିଣ ଓଡ଼ିଶାର ନେତା । ନିଜ ଏରିଆରେ ଦୃଢ ସଂଗଠକ। କିନ୍ତୁ ଦୁଇ ଜାତୀୟ ଦଳ ଏରିଆ ଛଡାଇ ପଠାଇଦେଲା ଉପକୂଳକୁ । ଅର୍ଥାତ ଭୁବନେଶ୍ୱର ନିକଟବର୍ତ୍ତୀ ଜୟଦେବରୁ ଲଢୁଛନ୍ତି ଏହି ଦୁଇ ନେତା। ବିଜେପି ମାଲକାନଗିରିର ପୂର୍ବତନ ବିଧାୟକ ଅରବିନ୍ଦ ଢାଲିଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆଙ୍କୁ ପ୍ରାର୍ଥୀ କରିଛି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos