ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ ଗୁରୁତର

ଦାମ ରାଉତଙ୍କର ବ୍ରେନ ଡେଡ୍ ହୋଇ ଯାଇଥିବା ତାଙ୍କ ପୁଅ ସୂଚନା ଦେଇଛନ୍ତି।

Damador Rout

ଦାମୋଦର ରାଉତ (ଫାଇଲ ଫଟୋ)

Tapaswini Nayak
  • Published: Thursday, 21 March 2024
  • Updated: 21 March 2024, 05:29 PM IST

Sports

Latest News

ବରିଷ୍ଠ ବିଜେଡି ନେତା ଡାକ୍ତର ଦାମୋଦର ରାଉତଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଛି। ତାଙ୍କର ବ୍ରେନ ଡେଡ୍ ହୋଇଯାଇଥିବା ନେଇ ତାଙ୍କ ପୁଅ ସମ୍ବିତ ରାଉତରାୟ ସୂଚନା ଦେଇଛନ୍ତି। ସଂକଟାପନ୍ନ ଅବସ୍ଥାରେ ଡାକ୍ତର ରାଉତଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପୁଅ ସମ୍ବିତ ରାଉତରାୟଙ୍କ ସୂଚନା ଅନୁଯାୟୀ, ଗତ ୧୮ ତାରିଖ ବିଳମ୍ବିତ ରାତିରେ ଦାମ ରାଉତ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। ମେଡିକାଲ ନେବା ବାଟରେ ତାଙ୍କର ହୃଦଘାତ ହୋଇଥିଲା। କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହେବାପରେ ଦାମ ରାଉତଙ୍କୁ  CPR ଦିଆଯାଇ ନଥିବା ସମ୍ବିତ ରାଉତରାୟ ଅଭିଯୋଗ କରିଛନ୍ତି। ସିପିଆର ନ ଦେବାରୁ ତାଙ୍କ ଅବସ୍ଥା ସଂକଟାପନ୍ନ ହୋଇଥିଲା। ଏହାପରେ ତୁରନ୍ତ ତାଙ୍କୁ ସେଠାରୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ରାଉତଙ୍କର ଚିକିତ୍ସା ଚାଲିଛି।

Also Read

 ତେବେ ସମ୍ବିତଙ୍କ ଅଭିଯୋଗ ଉପରେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ କହିଛନ୍ତି ଯେ, CPR ଦେଲା ଭଳି ଅବସ୍ଥା ନଥିଲା।  କାଜୁଆଲିଟିରେ ପହଞ୍ଚିବା ପରେ ତୁରନ୍ତ ଚିକିତ୍ସା ଆରମ୍ଭ କରାଯାଇଥିଲା। ତାଙ୍କର ଅକ୍ସିଜେନ୍‌ ସାଚୁରେସନ କମିଯାଇଥିଲା। କିଡ୍‌ନୀ ଠିକ୍‌ ନଥିଲା। ଡାକ୍ତର ତୁରନ୍ତ ଦେଖିଥିଲେ, ଇସିଜି ହୋଇଥିଲା, ଅକ୍ସିଜେନ୍‌ ଦିଆଯାଇଥିଲା। ଯେହେତୁ ଆମର ଏଠି କିଡ୍‌ନୀ ଡାକ୍ତର ନାହାନ୍ତି, ରେଫର କରିବାକୁ ପଡ଼ିଲା।ପ୍ରାଥମିକ ଚିକିତ୍ସା ସାରି ୩୦ ମିନିଟ ଭିତରେ ତାଙ୍କୁ ରେଫର କରାଯାଇଥିଲା। ତାଙ୍କୁ ସିପିଆର୍‌ ଦେଲା ଭଳି ଅବସ୍ଥା ନଥିଲା, ତେଣୁ ଦିଆଯାଇନଥିଲା ବୋଲି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ କହିଛନ୍ତି।

ଓଡ଼ିଶା ରାଜନୀତିରେ ଦାମୋଦର ରାଉତ ଜଣେ ଟାଣୁଆ ନେତା ଭାବେ ଜଣାଶୁଣା। ଏହାସହ 'ବିଜେଡିର ତୁଣ୍ଡ' ଭାବେ ପରିଚିତ ଥିଲେ ଡାକ୍ତର ରାଉତ। ପ୍ରଥମେ ଜନତା ଦଳ ଓ ପରବର୍ତ୍ତୀ ସମୟରେ ବିଜେଡିରୁ ବିଧାୟକ ଭାବେ ନିର୍ବାଚିତ ହେବା ସହ ନବୀନଙ୍କ ସରକାରରେ ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ ଦାମ ରାଉତ। ପରବର୍ତ୍ତୀ ସମୟରେ ବିବାଦୀୟ ମନ୍ତବ୍ୟ ଦେଇ ଶାସକ ଦଳକୁ ବିପଦରେ ପକାଇଥିଲେ ଡାକ୍ତର ରାଉତ। ଯେଉଁଥିପାଇଁ ତାଙ୍କୁ ମନ୍ତ୍ରୀ ପଦ ହରାଇବାକୁ ପଡ଼ିଥିଲା। ତା’ପରେ ମଧ୍ୟ ତାଙ୍କ ତୁଣ୍ଡ ବନ୍ଦ ହୋଇନଥିଲା। ସେ ପୂର୍ବ ଅପେକ୍ଷା ଅଧିକ କହିଲେ।

ସେଥିପାଇଁ ତାଙ୍କୁ ଦଳରୁ ବିଦା ହେବାକୁ ପଡ଼ିଥିଲା। କିଛି ଦିନର ନିରବତା ପରେ ଡାକ୍ତର ରାଉତ ବିଜେପିରେ ମିଶିଥିଲେ। ଏପରିକି ବିଜେପି ତାଙ୍କୁ ଜଗତସିଂହପୁର ଜିଲ୍ଲାର ବାଲିକୁଦା-ଏରସମାରେ ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ କରିଥିଲା। ମାତ୍ର ସେଠାରେ ତାଙ୍କୁ ପରାଜିତ ହେବାକୁ ପଡ଼ିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ବିଜେପିକୁ ବାଏ ବାଏ କରିଥିଲେ ଦାମ। ଗତ କିଛି ମାସ ପୂର୍ବରୁ ଦାମଙ୍କ ଉପରୁ ବହିଷ୍କାର ପ୍ରତ୍ୟାହାର କରି ପୁଣିଥରେ ବିଜେଡିକୁ ଫେରାଇ ଆଣିଥିଲେ ନବୀନ ପଟ୍ଟନାୟକ। 

୧୯୪୨ ମସିହା ଜୁଲାଇ ୨ ତାରିଖରେ  ଜଗତସିଂହପୁରରେ ଜନ୍ମ ଲାଭ କରିଥିବା ଦାମ ରାଉତ ଓଡ଼ିଶା ବିଧାନସଭାକୁ ବିଧାୟକ ଭାବେ ୭ଥର  ନିର୍ବାଚିତ ହୋଇଛନ୍ତି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story