ବିଳମ୍ବିତ ରାତି ଯାଏ ବିଜେପିର ମାନସ ମନ୍ଥନ, ଖୁବ୍ ଶୀଘ୍ର ପ୍ରକାଶ କରିବ ପ୍ରାର୍ଥୀ ତାଲିକା

ଗତକାଲି ବିଳମ୍ବିତ ରାତି ଯାଏ ବିଜେପିର ସେଣ୍ଟ୍ରାଲ୍ ଇଲେକସନ୍ କମିଟି (CEC) ବୈଠକ ବସିଛି।

PM Modi & JP Nadda

ପ୍ରଧାନମନ୍ତ୍ରୀ ମୋଦି ଓ ଜେପି ନଡ୍ଡା

Debibandita Barick
  • Published: Friday, 01 March 2024
  • Updated: 01 March 2024, 08:30 AM IST

Sports

Latest News

ପାଖେଇ ଆସୁଛି ଲୋକସଭା ନିର୍ବାଚନ। ପୁଣି ଥରେ ସତ୍ତାରେ ରହିବାକୁ ବିଜେପି ଚଳାଇଛି କସରତ। ଖୁବ୍ ଶୀଘ୍ର ବିଜେପିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଆସିବାକୁ ନେଇ ଚର୍ଚ୍ଚା ହେଉଛି। ଗତକାଲି ଦଳର ନିର୍ବାଚନ କମିଟି ବିଳମ୍ବିତ ରାତି ଯାଏ ବୈଠକ କରିଛି।

ସୂଚନା ଅନୁସାରେ, ୧୦୦ରୁ ୧୨୦ ଲୋକସଭା ଆସନରେ ପ୍ରାର୍ଥୀଙ୍କ ନାଁ ଉପରେ ବୈଠକରେ ଚର୍ଚ୍ଚା ହୋଇଛି। ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅମିତ ଶାହ ଓ ରାଜନାଥ ସିଂହଙ୍କ ଭଳି ହେଭିୱେଟଙ୍କ ନାଁ ରହିଛି। ଦଳ ଖୁବଶୀଘ୍ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ।

Also Read

ଗତକାଲି ରାତିରେ ବିଜେପିର ସେଣ୍ଟ୍ରାଲ୍ ଇଲେକସନ୍ କମିଟି (CEC) ବୈଠକ ବସିଥିଲା। ପ୍ରାୟ ରାତି ୧୧ଟା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୈଠକରେ ପହଞ୍ଚିଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ବୈଠକ ଚାଲିଥିଲା। ଆଲୋଚନାରେ ମୋଦି, ଶାହ ଓ ନଡ୍ଡାଙ୍କ ସମେତ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଉତ୍ତର ପ୍ରଦେଶ ବିଜେପି ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡା ସାମିଲ ହୋଇଥିଲେ।

ଏହା ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଆବାସରେ ବିଜେପି ନେତାମାନଙ୍କର ଏକ ବୈଠକ ହୋଇଥିଲା। ଏଥିରେ ମଧ୍ୟ କେଉଁ ଆସନରେ କାହାକୁ ପ୍ରାର୍ଥୀ କରାଯିବ ସେ ନେଇ ମାନସ ମନ୍ଥନ ହୋଇଥିଲା। ବିଜେପି ମାର୍ଚ୍ଚ ୧୦ ତାରିଖ ପୂର୍ବରୁ ୩୦୦ ସିଟରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବାକୁ ଲକ୍ଷ୍ୟ ରଖିଥିବା କୁହାଯାଉଛି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story