୩ରେ ଆସିବେ ପ୍ରଧାନମନ୍ତ୍ରୀ: ବହୁ ପ୍ରକଳ୍ପର କରିବେ ଲୋକାର୍ପଣ

ରାଜ୍ୟ ସରକାରଙ୍କ ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ୩ତାରିଖ ପୂର୍ବାହ୍ନରେ ନୂଆଦିଲ୍ଲରୁ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ଝାରସୁଗୁଡ଼ା ବିମାନ ବନ୍ଦରରେ ଅବତରଣ କରିବେ ।

PM Narendra Modi

ବଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Ordigital Desk
  • Published: Thursday, 01 February 2024
  • Updated: 01 February 2024, 10:45 PM IST

Sports

Latest News

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୩ତାରିଖରେ ଦିନିକିଆ ସମ୍ବଲପୁର ଗସ୍ତରେ ଆସିବେ । ଏହି ଗସ୍ତକାଳରେ ପ୍ରଧାନମନ୍ତ୍ରୀ ଆଇଆଇଏମ୍ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସର ଲୋକାର୍ପଣ ସହ ଜାତୀୟ ରାଜପଥ, ରେଳବାଇ ଓ ପାୱାର ପ୍ରକଳ୍ପ ଆଦିର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଆଜି ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ   ବୈଠକ ଆଜି ଅନୁଷ୍ଠିତ ହୋଇଛି ।

ରାଜ୍ୟ ସରକାରଙ୍କ ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ୩ତାରିଖ ପୂର୍ବାହ୍ନରେ ନୂଆଦିଲ୍ଲରୁ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ଝାରସୁଗୁଡ଼ା ବିମାନ ବନ୍ଦରରେ ଅବତରଣ କରିବେ । ସେଠାରୁ ସ୍ୱତନ୍ତ୍ର ହେଲିକପ୍ଟରରେ ସମ୍ବଲପୁରସ୍ଥିତ ଅସ୍ଥାୟୀ ହେଲିପ୍ୟାଡ଼ରେ ପହଂଚି ବସନ୍ତପୁରଠାରେ ନିର୍ମିତ ଆଇଆଇଏମ୍ କ୍ୟାମ୍ପସକୁ ଯିବେ । ସେଠାରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ପରେ ସେ ସ୍ଥାନୀୟ ରେମେଡ୍ ପଡ଼ିଆଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଝାରସୁଗୁଡ଼ା ବିମାନ ବନ୍ଦର ସମେତ ସମ୍ବଲପୁଠାରେ ଅସ୍ଥାୟୀ ହେଲିପ୍ୟାଡ୍ ନିର୍ମାଣ ଓ ତାଙ୍କ ଗସ୍ତ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥାକୁ ମାନକ ନିୟମ ଅନୁସାରେ କଡ଼ାକଡ଼ି ପାଳନ କରିବାକୁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଯୋଗ ଦେବାକୁ ଥିବା କୌଣସି କାର୍ଯ୍ୟକ୍ରମ ସ୍ଥଳ, ବିମାନ ବନ୍ଦର ଓ ହେଲିପ୍ୟାଡଠାରେ ଡ୍ରୋନ୍ କ୍ୟାମେରା ବ୍ୟବହାର କରାଯିବ ନାହିଁ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସ୍ଥଳୀରେ ବିଦ୍ୟୁତ ସରବରାହ ପାଇଁ ଜେନେରେଟର ରଖିବା ଓ ଏହାର ଟେଷ୍ଟିଂ ସହ ଡାକବାଜି ଯନ୍ତ୍ରର  ଆଗୁଆ ଟେଷ୍ଟିଙ୍ଗ ଓ ଆଉ ଅତିରିକ୍ତ ଦୁଇଟି ଜେନେରେଟର ରଖିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ମୁତୟନ ହେଉଥିବା ସିଧାସଳଖ ନିକଟ ସଂସ୍ପର୍ଶରେ ଯେଉଁ ଅଧିକାରୀ, କର୍ମଚାରୀ ଓ ବ୍ୟକ୍ତିବିଶେଷ ଦାୟିତ୍ୱରେ ରହିବେ ସେମାନଙ୍କର କୋଭିଡ୍ ପରୀକ୍ଷା କରାଇବାକୁ ମଧ୍ୟ ଶ୍ରୀ ଜେନା ନିର୍ଦ୍ଦେଶ ଦେଇଛନ୍ତି ।

Also Read

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ଏହି ଗସ୍ତବେଳେ ୨୦୪୫କୋଟି ଟଙ୍କାରେ ନିର୍ମିତ ୩ଟି ଟ୍ରାନ୍ସଫରମେଟିଭ ହାଇୱେ ପ୍ରକଳ୍ପର ଲୋକାର୍ପଣ କରିବେ । ୧୪୩ ନମ୍ବର ଜାତୀୟ ରାଜପଥରେ ୬୭୯କୋଟି ଟଙ୍କା ବ୍ୟୟରେ ନିର୍ମିତ ୨୪କିମି ବିଶିଷ୍ଟ ବୀରମିତ୍ରପୁରରୁ ବ୍ରାହ୍ମଣୀ ବାଇପାସ୍  , ବ୍ରାହ୍ମଣୀ ବାଇପାସରୁ ରାଜମୁଣ୍ଡା ପର୍ଯ୍ୟନ୍ତ ୪୭କିମି ରାସ୍ତା ଓ ରିମୁଳିଠାରୁ କୋଇଡ଼ା ଜାତୀୟ ରାଜପଥର ୪ଲେନ୍ ରାସ୍ତାକୁ ପ୍ରଧାନମନ୍ତ୍ରୀ ଦେଶ ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ । ଏନେଇ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ସୂଚନା ଦିଆଯାଇଛି ।

ସେହିପରି ପ୍ରଧାନମନ୍ତ୍ରୀ ମୋଦି ଏନଟିପିସି ଦର୍ଲିପାଲି ସୁପର ତାପଜ ବିଦ୍ୟୁତ କେନ୍ଦ୍ରର ଲୋକାର୍ପଣ, ଏନଏସପିସିଏଲ୍ ରାଉରକେଲାର ସମ୍ପ୍ରସାରଣ ଓ ଏନଟିପିସି ତାଳଚେର ବିଦ୍ୟୁତ ପ୍ରକଳ୍ପର ଶିଳାନ୍ୟାସ ଆଦି ମୋଟ ୨୮୯୭୮କୋଟି ଟଙ୍କାର ପ୍ରକଳ୍ପକୁ ଶିଳାନ୍ୟାସ ଓ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି ।

ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ନବନିର୍ମିତ ସୋନପୁର ରେଳଷ୍ଟେସନର ଲୋକାର୍ପଣ ସହ ବଲାଙ୍ଗିର-ସୋନପୁର ରେଳମାର୍ଗରେ ଟ୍ରେନ ଚଳାଚଳ ଓ ଖୋର୍ଦ୍ଧା ରୋଡ୍‌-ବଲାଙ୍ଗୀର ନୂଆ ମାର୍ଗରେ ରେଳ ଚଳାଚଳକୁ ଲୋକାର୍ପଣ କରିବେ । ଏହି ଲୋକାର୍ପଣ ସହ ସୋନପୁରରୁ ରେଳସଂଯୋଗ ବାସ୍ତବ ରୂପ ନେବ ବୋଲି ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story