ଅସିତଙ୍କ ଏଣ୍ଟ୍ରି ପରେ ଟୁକୁନି-କଳିକେଶ ଚିନ୍ତାରେ: ଟିଟିଲାଗଡ଼ରୁ ଲଢ଼ିବ କିଏ

ବିଜେଡି ଆଭ୍ୟନ୍ତରୀଣ ସର୍ଭେ ମଧ୍ୟ ଟୁକୁନିଙ୍କୁ ପ୍ରାର୍ଥୀ କଲେ ଦଳ ପରାଜିତ ହେବ ବୋଲି ସଙ୍କେତ ଦେଇଛି । ଟୁକୁନିଙ୍କ ଉପରେ ଅସନ୍ତୋଷ ଯୋଗୁ ଟିଟିଲାଗଡ଼ରେ କଂଗ୍ରେସ ପ୍ରାର୍ଥୀଙ୍କ ଦବଦବ ବଢ଼ିବାରେ ଲାଗିଛି ।

BJD

ବାମରୁ ଟୁକୁନି ସାହୁ ଓ କଳିକେଶ ସିଂହଦେଓ(ଫାଇଲ ଫଟୋ)

Ordigital Desk
  • Published: Friday, 17 November 2023
  • Updated: 17 November 2023, 09:46 PM IST

Sports

Latest News

ପଶ୍ଚିମଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ୍ କୁମାର ତ୍ରିପାଠୀ ଆଜି ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା ପଦରୁ ଅବ୍ୟାହତି ନେଇଛନ୍ତି । ଅସିତ୍ ଏହି ଦାୟିତ୍ୱମୁକ୍ତ ହେବାପରେ ରାଜ୍ୟ ଜଳସମ୍ପଦ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟକ ଟୁକୁନି ସାହୁ ଓ ରାଜ୍ୟ ଗୃହନିର୍ମାଣ ବୋର୍ଡ ଅଧ୍ୟକ୍ଷ କଳିକେଶ ସିଂହଦେଓଙ୍କ ପାଇଁ ରାଜନୀତିକ ସମସ୍ୟା ବୃଦ୍ଧି ପାଇଛି । ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଅସିତଙ୍କୁ ନିର୍ବାଚନୀ ମଇଦାନକୁ ଓହ୍ଲାଇବାକୁ ଶାସକ ବିଜେଡି ଏଭଳି ରଣନୀତି କରିଥିବା ଜଣାପଡ଼ିଛି । ଅସିତଙ୍କ ଏଣ୍ଟ୍ରି ଯୋଗୁ ଏବେ ଉଭୟ ଟୁକୁନି ଓ କଳିକେଶଙ୍କ ଚିନ୍ତା ବଢ଼ିଯାଇଛି ।

ସୂଚନା ଅନୁସାରେ, ଅସିତଙ୍କୁ ଆଗାମୀ ନିର୍ବାଚନରେ ବିଜେଡି ପ୍ରାର୍ଥୀ କରିବାକୁ ଦଳ ଯୋଜନା ପ୍ରସ୍ତୁତ କରିଛି । ଏହି ଯୋଜନାର ଅଂଶବିଶେଷ ଭାବେ ତାଙ୍କଠୁ ପ୍ରମୁଖ ଉପଦେଷ୍ଟା ପଦ କାଢ଼ି ନିଆଯାଇଛି । ତେବେ ପଶ୍ଚିମଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଭାବେ ସେ ପୂର୍ବଭଳି କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟାର ସୁବିଧାସୁଯୋଗ ପାଇବେ । ନିର୍ବାଚନକୁ ଦୃଷ୍ଟିରେ ରଖି ଅସିତ୍ ଆସନ୍ତା ମାସରୁ ନିଜର ରାଜନୀତିକ ଗତିବିଧିକୁ ବ୍ୟାପକ କରାଇବେ । ବିଜେଡି ସୂତ୍ର ଅନୁସାରେ, ଅସିତଙ୍କୁ ଟିଟିଲାଗଡ଼ ବିଧାନସଭା ଆସନରୁ ଦଳ ପ୍ରାର୍ଥୀ କରିବାର ସମ୍ଭାବନା ରହିଛି । ଟିଟିଲାଗଡ଼ ବିଜେଡି ବିଧାୟିକା ତଥା ମନ୍ତ୍ରୀ ଟୁକୁନି ସାହୁ ବିଭିନ୍ନ କାରଣ ପାଇଁ ସେଠାରେ ବିବାଦୀୟ ଓ ଲୋକପ୍ରିୟତା ହରାଇ ବସିଛନ୍ତି ।

ବିଜେଡି ଆଭ୍ୟନ୍ତରୀଣ ସର୍ଭେ ମଧ୍ୟ ଟୁକୁନିଙ୍କୁ ପ୍ରାର୍ଥୀ କଲେ ଦଳ ପରାଜିତ ହେବ ବୋଲି ସଙ୍କେତ ଦେଇଛି । ଟୁକୁନିଙ୍କ ଉପରେ ଅସନ୍ତୋଷ ଯୋଗୁ ଟିଟିଲାଗଡ଼ରେ କଂଗ୍ରେସ ପ୍ରାର୍ଥୀଙ୍କ ଦବଦବ ବଢ଼ିବାରେ ଲାଗିଛି । ଏହି କାରଣରୁ ନିଜ ମାଟିରୁ ପ୍ରତିନିଧିତ୍ୱ କରିବାର ସୁଯୋଗ ଅସିତଙ୍କୁ ଦେବାକୁ ବିଜେଡି ଯୋଜନା କରିଛି । ଅସିତ୍ ମଧ୍ୟ ବାରମ୍ବାର ଟିଟିଲାଗଡ଼ ଓ ବଲାଙ୍ଗିର ଗସ୍ତ କରି ନିଜର ଉପସ୍ଥିତି ଦର୍ଶାଉଛନ୍ତି । ଆସନ୍ତାମାସଠୁ ସେ ଟିଟିଲାଗଡ଼ ବିଧାନସଭା ସିଟ୍ ଉପରେ ଅଧିକ ଫୋକସ କରିବେ ବୋଲି ଜଣାପଡ଼ିଛି ।

Also Read

ଅନ୍ୟପକ୍ଷରେ ମନ୍ତ୍ରୀ ଟୁକୁନି ସାହୁଙ୍କୁ ବିଜେଡି ନିଜର ସାଂସଦ ପ୍ରାର୍ଥୀ ଭାବେ ବଲାଙ୍ଗିର ଆସନରୁ ଛିଡ଼ା କରାଇବାର ସମ୍ଭାବନା ରହିଛି । ୨ଥରର ବିଧାୟିକା ଟୁକୁନିଙ୍କୁ ବିଜେଡି ମାତ୍ରାଧିକ ଗୁରୁତ୍ୱ ଦେଇ ଜିଲ୍ଲା ସଂଗଠନର ଦାୟିତ୍ୱ ଦେଇଥିଲେ ମଧ୍ୟ ଦଳକୁ ବିଶେଷ ଫାଇଦା ମିଳିପାରିନି । ଓଲଟା ପଂଚାୟତ ଓ ପୌର ନିର୍ବାଚନରେ ବିଜେଡିର ପ୍ରଦର୍ଶନ ଟିଟିଲାଗଡ଼ ବିଧାନସଭା କ୍ଷେତ୍ରରେ ଉତ୍ସାହପ୍ରଦ ରହିନଥିଲା । ଆଗାମୀ ନିର୍ବାଚନରେ ପଶ୍ଚିମଓଡ଼ିଶାର କିଛି ସିଟରେ ବିଜେପି ପ୍ରାର୍ଥୀଙ୍କ ଦବଦବା ଅଧିକ ରହିବ । ତେଣୁ ଗ୍ରହଣୀୟତା ହରାଉଥିବା ଟୁକୁନିଙ୍କୁ ବଲାଙ୍ଗିର ସଂସଦୀୟ ଆସନରୁ ପ୍ରାର୍ଥୀ କରି ବିଜେଡି ଗୋଟିଏ ଗୁଳିରେ ଦୁଇଟି ରାଜନୀତିକ ଶିକାର କରିବାକୁ ଯୋଜନା ରଖିଛି ।

ସେହିପରି ବଲାଙ୍ଗିର ସଂସଦୀୟ ଆସନରୁ ପ୍ରାର୍ଥୀ ହେବାକୁ ଅନାଇ ରହିଥିବା କଳିକେଶ ସିଂହଦେଓଙ୍କୁ ଦଳ ଆଗାମୀ ନିର୍ବାଚନରେ ବଲାଙ୍ଗିର ବିଧାନସଭାରୁ ପ୍ରାର୍ଥୀ କରିବ ବୋଲି ଜଣାପଡ଼ିଛି । ସିଂଦେଓ ପରିବାରର ଜଣେ ସଦସ୍ୟ ଭାବେ କଳିକେଶଙ୍କୁ ହିଁ ଦଳ ଟିକେଟ୍ ଦେବ । ନରସିଂହ ମିଶ୍ର ଆଉ ଲଢ଼ିବାର ନଥିବାରୁ ବିଜେଡି ନିଜର ଏହି ଆସନକୁ ପୁଣିଥରେ ଦଖଲକୁ ନେବା ପାଇଁ କଳିକେଶଙ୍କୁ ବିଧାୟକ ପ୍ରାର୍ଥୀ କରିବାର ରଣନୀତି କରିଥିବା ଜଣାପଡ଼ିଛି ।

ଅବସରପ୍ରାପ୍ତ ମୁଖ୍ୟ ସଚିବ ଓ ନିର୍ମଳ ଭାବମୂର୍ତ୍ତି ପାଇଁ ଅସିତଙ୍କୁ ନିଜ ମାଟିରେ ଗ୍ରହଣୀୟତା ମିଳିବାର ସମ୍ଭାବନା ଅଧିକ ଥିବାରୁ ଟିଟିଲାଗଡ଼ରେ ବିଜେଡି ଟୁକୁନିଙ୍କ ପରିବର୍ତ୍ତେ ତାଙ୍କୁ ପ୍ରାର୍ଥୀ କରିବ ବୋଲି ଯୋଜନା ରଖିଛି । ଖାସ୍ ସେହି କାରଣରୁ ତାଙ୍କୁ ସରକାରୀ ପଦପଦବୀ(ମୁଖ୍ୟମନ୍ତ୍ରୀ ପ୍ରମୁଖ ଉପଦେଷ୍ଟା)ରୁ ଅବ୍ୟାହତି ଦେଇ ରାଜନୀତିକ ପଦବୀ(ପଶ୍ଚିମଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ)ରେ କାର୍ଯ୍ୟ କରିବାକୁ କୁହାଯାଇଥିବା ସୂଚନା ମିଳିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story