ସରକାରୀ ଘର ଛାଡ଼ିଲେ ରାହୁଲ

ଲୋକସଭା ସଦସ୍ୟ ପଦ ରଦ୍ଦ ହେବା ପରେ ଏପ୍ରିଲ ୨୨ ତାରିଖ ସୁଦ୍ଧା ସରକାରୀ ବାସଭବନ ଛାଡ଼ିବାକୁ ଲୋକସଭା ସଚିବାଳୟ ପକ୍ଷରୁ ରାହୁଲ ଗାନ୍ଧିଙ୍କୁ ନୋଟିସ ଜାରି କରାଯାଇଥିଲା।

Rahul Gandhi

କଂଗ୍ରେସ ନେତା ରାହୁଲ ଗାନ୍ଧି (ଫାଇଲ ଫଟୋ)

Jitendra Garnayak
  • Published: Saturday, 22 April 2023
  • Updated: 22 April 2023, 06:30 PM IST

Sports

Latest News

‘ମୋଦି ସରନେମ’ ଅପରାଧିକ ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଲୋକସଭା ସଦସ୍ୟ ପଦ ହରାଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧି ଶନିବାର ଦିଲ୍ଲୀର ୧୨ ତୋଗଲକ ରୋଡ୍‌ ସ୍ଥିତ ତାଙ୍କ ସରକାରୀ ବାସଭବନ ଖାଲି କରି ଦେଇଛନ୍ତି। ସେ ଘରର ଚାବି ଲୋକସଭା ସଚିବାଳୟକୁ ହସ୍ତାନ୍ତର କରିଛନ୍ତି।

ଲୋକସଭା ସଦସ୍ୟ ପଦ ରଦ୍ଦ ହେବା ପରେ ଏପ୍ରିଲ ୨୨ ତାରିଖ ସୁଦ୍ଧା ସରକାରୀ ବାସଭବନ ଛାଡ଼ିବାକୁ ଲୋକସଭା ସଚିବାଳୟ ପକ୍ଷରୁ ରାହୁଲ ଗାନ୍ଧିଙ୍କୁ ନୋଟିସ ଜାରି କରାଯାଇଥିଲା। ନିୟମ ଅନୁଯାୟୀ କୌଣସି କାରଣରୁ କୌଣସି ସାଂସଦଙ୍କ ସଦସ୍ୟତା ରଦ୍ଦ ହୋଇଗଲେ ସେ ଆଉ ସରକାରୀ ଘରେ ରହିପାରିବେ ନାହିଁ। ତା’ସହିତ ଘର ଛାଡ଼ିବା ପାଇଁ ତାଙ୍କୁ ମାସେ ସମୟ ଦେବାର ବ୍ୟବସ୍ଥା ରହିଛି।

ଘର ଛାଡ଼ିବାକୁ ନୋଟିସ୍ ପାଇବା ପରେ ଏପ୍ରିଲ ୧୪ରୁ ଏହି ପ୍ରକ୍ରିୟା ଆରମ୍ଭ କରି ଦେଇଥିଲେ ରାହୁଲ। ସେହିଦିନ ସେ ତାଙ୍କ ଅଫିସ୍‌କୁ ସେଠାରୁ ତାଙ୍କ ମା’ଙ୍କ ଘରକୁ ଉଠାଇ ନେଇଥିଲେ। ତା’ ସହିତ କିଛି ଜିନିଷପତ୍ର ମଧ୍ୟ ନେଇଯାଇଥିଲେ। ଗତକାଲି ଅପରାହ୍ଣରେ ଗୋଟିଏ ଟ୍ରକରେ ତାଙ୍କର ଅନ୍ୟ ସମସ୍ତ ଜିନିଷ ସ୍ଥାନାନ୍ତର କରାଯାଇଥିଲା। ଆଉ ଆଜି ସେ ଘର ଛାଡ଼ି ଦେଇଛନ୍ତି। ଘର ପୂରା ଖାଲି କରିବା ପୂର୍ବରୁ ଆଜି ସେ ଦୁଇ ଥର ତାଙ୍କ ଭଉଣୀ ପ୍ରିୟଙ୍କା ସହିତ ଏଠାକୁ ଆସିଥିଲେ ବୋଲି ଜଣାପଡ଼ିଛି। ଏବେ କିଛି ଦିନ ରାହୁଲ ତାଙ୍କ ମା’ଙ୍କ ଘରେ ରହିବେ। ତାଙ୍କର ସମସ୍ତ ଜିନିଷପତ୍ର ମଧ୍ୟ ତାଙ୍କ ମା’ଙ୍କ ଘରେ ରଖାଯାଇଛି। 

Also Read

ଆଜି ସରକାରୀ ଘର ଛାଡ଼ିବା ପରେ ରାହୁଲ କହିଛନ୍ତି, ଦେଶବାସୀଙ୍କ ଯୋଗୁ ୧୯ ବର୍ଷ ହେଲା ମୁଁ ଏହି ଘରେ ଥିଲି। ମୁଁ ସେମାନଙ୍କୁ ସେଥିପାଇଁ ଧନ୍ୟବାଦ ଦେବି। ମୋତେ ସତ କହିବାର ମୂଲ୍ୟ ଦେବାକୁ ପଡ଼ିଛି। ତେବେ ସତ କହିବା ପାଇଁ ମୁଁ ଯେକୌଣସି ମୂଲ୍ୟ ଦେବାକୁ ରାଜି ଅଛି।   

‘ମୋଦି ସରନେମ୍’ ମାମଲାରେ ମାର୍ଚ୍ଚ ୨୩ ତାରିଖରେ ସୁରତର ଏକ କୋର୍ଟ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୨ ବର୍ଷ ଜେଲ ଦଣ୍ଡାଦେଶ ଦେଇଥିଲେ। କୋର୍ଟଙ୍କ ରାୟ ଆସିବାର ୨୪ ଘଣ୍ଟା ଭିତରେ ରାହୁଲଙ୍କ ଲୋକସଭା ସଦସ୍ୟତା ପଦ ରଦ୍ଦ ହୋଇଯାଇଥିଲା। ପରେ ରାହୁଲ ତଳ କୋର୍ଟଙ୍କ ଏହି ରାୟକୁ ସୁରତର ସେସନ୍ସ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। କିନ୍ତୁ ସେସନ୍ସ କୋର୍ଟରୁ ମଧ୍ୟ ତାଙ୍କୁ ଝଟକା ମିଳିଥିଲା। ତଳ କୋର୍ଟ ତାଙ୍କୁ ଶୁଣାଇଥିବା ୨ ବର୍ଷର ଦଣ୍ଡାଦେଶ ଉପରେ ରୋକ ଲଗାଇବାକୁ ମନା କରି ଦେଇଥିଲେ ସେସନ୍ସ କୋର୍ଟ। ସେସନ୍ସ କୋର୍ଟଙ୍କ ରାୟ ବିରୋଧରେ ରାହୁଲ ଗାନ୍ଧି ଆସନ୍ତା ସପ୍ତାହରେ ଗୁଜରାଟ ହାଇକୋର୍ଟରେ ଆବେଦନ କରିବେ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story