ଅଯୋଧ୍ୟା ଗର୍ଭ ଗୃହରେ ପୂଜା ପାଇବେ ଅରୁଣଙ୍କ ହାତ ତିଆରି ରାମ ଲଲା

୫ ବର୍ଷୀୟ ରାମଲାଲାଙ୍କ ୩ ବିଗ୍ରହ ନିର୍ମିତ ହୋଇଥିବା ବେଳେ ସେଥି ମଧ୍ୟରୁ ଯୋଗୀରାଜଙ୍କ ମୂର୍ତ୍ତି ବଛା ଯାଇଛି। 

Arun with his creation

ସ୍ଥପତି ଅରୁଣ ଯୋଗୀରାଜ । (ଫାଇଲ ଫଟୋ)

Niharika Rout
  • Published: Tuesday, 02 January 2024
  • Updated: 02 January 2024, 11:51 AM IST

Sports

Latest News

ଚୂଡ଼ାନ୍ତ ହୋଇଛି ରାମଲାଲାଙ୍କ ଦିବ୍ୟ ବିଗ୍ରହ। କର୍ଣ୍ଣାଟକ ମହିଶୂରର ସ୍ଥପତି ଅରୁଣ ଯୋଗୀରାଜଙ୍କ ହାତ ତିଆରୀ ମୂର୍ତ୍ତି ଲାଗିବ ଶ୍ରୀରାମଙ୍କ ମନ୍ଦିର ଗର୍ଭ ଗୃହରେ। ଏନେଇ ବିଧିବଦ୍ଧ ଭାବେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ। ସୋଶାଲ ମିଡିଆ ସାଇଟ୍ Xରେ ଏନେଇ ସେ ସୂଚନା ଦେଇଛନ୍ତି।

୫ ବର୍ଷୀୟ ରାମଲାଲାଙ୍କ ୩ ବିଗ୍ରହ ନିର୍ମିତ ହୋଇଥିବା ବେଳେ ସେଥି ମଧ୍ୟରୁ ଯୋଗୀରାଜଙ୍କ ମୂର୍ତ୍ତି ବଛା ଯାଇଛି।  ଅରୁଣ ଯୋଗୀରାଜଙ୍କ ଦ୍ୱାରା ନିର୍ମିତ ବିଗ୍ରହ ଗର୍ଭଗୃହରେ ଲାଗିବ ଏବଂ ଅନ୍ୟ ଦୁଇଟିକୁ ମନ୍ଦିରର ଅନ୍ୟ ସ୍ଥାନରେ ସ୍ଥାପନ କରାଯିବ।

ଅଯୋଧ୍ୟା ଶ୍ରୀରାମ ମନ୍ଦିରରେ ରାମ ଲଲାଙ୍କ ବିଗ୍ରହ ନିର୍ମାଣ କରିଥିବା ଅରୁଣ ଯୋଗୀରାଜଙ୍କ କଳାର ଏହା ହେଉଛି ଆଉ ଏକ ବଡ଼ ଯାତ୍ରା।ଆଦିଶଙ୍କରାଚାର୍ଯ୍ୟ, ନେତାଜୀଙ୍କ ପରେ ଏବେ  ସ୍ୱଂୟ ଶ୍ରୀରାମଙ୍କ ପ୍ରତିମୂର୍ତ୍ତୀ ଅରୁଣ ଯୋଗୀରାଜଙ୍କ ନିଶୁଣି ମୁନରେ ଜୀବନ୍ତ ହୋଇ ଉଠିଛି।

Also Read

ରାମ ଲଲାଙ୍କ ବିଗ୍ରହ ନିର୍ମାଣ କରିଥିବା ବ୍ୟକ୍ତି ଏବେ ଦେଶର ସବୁଠୁ ଚର୍ଚ୍ଚିତ ବ୍ୟକ୍ତି, ସବୁଠୁ ଚର୍ଚ୍ଚିତ ସ୍ଥପତି। ଅରୁଣଙ୍କ ପରିବାରର ୫ ପିଢ଼ି ଧରି ନିର୍ଜୀବ ମୂର୍ତ୍ତିକୁ ଜୀବନ ଦେଇ ଆସୁଛନ୍ତି।

ଅରୁଣଙ୍କ ଜେଜେବାପା ମହିଶୂର ରାଜବଂଶ ପାଇଁ ପଥରରେ ମୂର୍ତ୍ତି ନିର୍ମାଣ କରୁଥିଲେ। ଅରୁଣ ମହିଶୂରର ପ୍ରସିଦ୍ଧ ୧୨ ଫୁଟର ହନୁମାନ, ପ୍ରସିଦ୍ଧ ନନ୍ଦି ନିର୍ମାଣ କରି ସାରା ଦକ୍ଷିଣ ଭାରତରେ ପ୍ରମୁଖ ସ୍ଥପତି ଭାବେ ପରିଚୟ ସୃଷ୍ଟି କରିଥିଲେ। ହେଲେ ଦିଲ୍ଲୀ ଅମର ଯବାନ ଜ୍ୟୋତି ପାଖରେ ଥିବା ନେତାଜୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରି ସେ ସାରା ଦେଶରେ ଏକ ପ୍ରମୁଖ ଚେହେରା ଭାବେ ଉଭା ହୋଇଥିଲେ। 

ପ୍ରଧାନମନ୍ତ୍ରୀଙ୍କ ସବୁଠୁ ପସନ୍ଦର ମୂର୍ତ୍ତି ନିର୍ମାଣ କରି ହଟ୍ ଫେଭରେଟ୍ ପାଲଟି ପାରିଥିଲେ ଅରୁଣ। ଅମର ଯବାନ ଜ୍ୟୋତି ପାଖରେ ୩୦ ଫୁଟର ନେତାଜୀଙ୍କ ମୂର୍ତ୍ତି ପରେ କେଦାରନାଥ ପୀଠରେ ୧୨ ଫୁଟର ଆଦି ଶଙ୍କରାଚାର୍ଯ୍ୟଙ୍କ ବିଗ୍ରହ ବି ଅରୁଣଙ୍କ ହାତର କମାଲ୍। ଏବେ ତାଙ୍କ ହାତରେ ତିଆରି ମୂର୍ତ୍ତି ଶ୍ରୀରାମ ମନ୍ଦିରରେ ଅବସ୍ଥାନ ଖବର ଶୁଣିବା ପରେ କର୍ଣ୍ଣାଟକ ରାଜ୍ୟ ସମେତ ତାଙ୍କ ଘରେ ଖୁସିର ଲହରୀ ଖେଳି ଯାଇଛି ।

 ପୁରାଣରେ ବର୍ଣ୍ଣିତ ରାମଲାଲାଙ୍କ ଶୈଶବାବସ୍ଥାର ରୂପକୁ ଆଧାର କରି ଏହି ମୂର୍ତ୍ତି ନିର୍ମାଣ କରାଯାଇଛି। ଆସନ୍ତା ୨୨ ତାରିଖରେ ଶ୍ରୀରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ଉତ୍ସବ ରହିଛି।

ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ୭ ଦିନ ଧରି ଚାଲିବ। ଏହା ଜାନୁଆରୀ ୧୬ରୁ ଆରମ୍ଭ ହେବ। ଜାନୁଆରୀ ୨୨ରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ। ଏହି କାର୍ଯ୍ୟକ୍ରମ ପାଇଁ ଦେଶର ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁଙ୍କୁ ନିମନ୍ତ୍ରଣ କରାଯାଇଛି। 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ୬୦୦୦ରୁ ଅଧିକ ଲୋକ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଯେଉଁମାନଙ୍କୁ ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ନିମନ୍ତ୍ରଣ କରାଯାଇଛି ଅବା ଯେଉଁମାନେ ସରକାରୀ କାର୍ଯ୍ୟରେ ନିଯୁକ୍ତ ହୋଇଛନ୍ତି, କେବଳ ସେହିମାନଙ୍କୁ ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାକୁ ପ୍ରବେଶ ପାଇଁ ଅନୁମତି ମିଳିବ।

ଉକ୍ତ ଦିନ ପ୍ରଭୁ ରାମଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଦେଖିବାକୁ ବିଭିନ୍ନ ପ୍ରାନ୍ତରୁ ଲୋକମାନେ ଅଯୋଧ୍ୟା ଆସିବାକୁ ଚାହୁଁଛନ୍ତି। କିନ୍ତୁ ରାମ ମନ୍ଦିର ଟ୍ରଷ୍ଟର ସମ୍ପାଦକ ଚମ୍ପତ ରାୟ ଉକ୍ତ ଦିନ ଅଯୋଧ୍ୟା ନ ଯିବାକୁ ଶ୍ରଦ୍ଧାଳୁମାନଙ୍କୁ କହିଛନ୍ତି। ଏଠାକୁ ଆସିବା ପରିବର୍ତ୍ତେ ଶ୍ରଦ୍ଧାଳୁମାନେ ସେମାନଙ୍କ ନିକଟସ୍ଥ ମନ୍ଦିରରେ ଆନନ୍ଦ ମହତ୍ସୋବ ପାଳନ କରନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି। ଏହା ପର ଦିନଠୁ ସେମାନେ ଅଯୋଧ୍ୟା ଆସି ପାରିବେ ବୋଲି ମନ୍ଦିର ଟ୍ରଷ୍ଟ ପକ୍ଷରୁ କୁହାଯାଇଛି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story