ଗୋପାଳ ପାଗଳ ନୁହେଁ, ସାମ୍ନାକୁ ଆସିଲା କୋର୍ଟଙ୍କ ରାୟ

ଗୋପାଳ ପାଗଳ ନୁହେଁ ବୋଲି ରାୟରେ ସ୍ପଷ୍ଟ କଲେ ଝାରସୁଗଡ଼ା ଅତିରିକ୍ତ ଜିଲ୍ଲା କୋର୍ଟ।

Naba Das and accused Gopal Das PhotoOR

ସ୍ୱର୍ଗତ ନବ ଦାସ ଓ ଅଭିଯୁକ୍ତ ଗୋପାଳ ଦାସ

Niranjan Mishra
  • Published: Monday, 06 March 2023
  • Updated: 06 March 2023, 07:06 PM IST

Sports

Latest News

ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ସାମ୍ନାକୁ ଆସିଲା ବଡ଼ ତଥ୍ୟ। ଗୋପାଳ ପାଗଳ ନୁହେଁ ବୋଲି ରାୟରେ ସ୍ପଷ୍ଟ କଲେ ଝାରସୁଗଡ଼ା ଅତିରିକ୍ତ ଜିଲ୍ଲା କୋର୍ଟ। ଗୋପାଳକୁ ୩ ସପ୍ତାହ ଧରି ନିଜ ହେପାଜତକ ନେବା ପାଇଁ କ୍ରାଇମବ୍ରାଞ୍ଚର ଆବେଦନ ଖାରଜ ଅବସରରେ କୋର୍ଟ ରାୟରେ ଏହା ସ୍ପଷ୍ଟ କରିଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ତଥା ଡିଏମ୍‌ଇଟିଙ୍କ ନିର୍ଦ୍ଦେଶ ଅନୁସାରେ ଗଠନ ହୋଇଥିବା ୪ ଜଣିଆ ମେଡିକାଲ ବୋର୍ଡ ଅଭିଯୁକ୍ତ ଗୋପାଳର ମନସ୍ତତ୍ତ୍ୱ ପରୀକ୍ଷଣ କରିଥିଲେ। ଗତ ମାସ ୫ ତାରିଖରେ ଏହି ପରୀକ୍ଷଣ ରିପୋର୍ଟ କୋର୍ଟରେ ଦାଖଲ ହୋଇଥିଲା।

ମେଡିକାଲ ବୋର୍ଡ ଟେଷ୍ଟ ରିପୋର୍ଟ ଆଧାରରେ ରାୟ ଦେଇଥିଲେ କୋର୍ଟ। ଟେଷ୍ଟ ରିପୋର୍ଟ ଅନୁସାରେ ଗୋପାଳ ପାଗଳ ନୁହେଁ ବୋଲି ସ୍ପଷ୍ଟ ଉଲ୍ଲେଖ କରାଯାଇଛି।

Also Read

ରିପୋର୍ଟ ଅନୁସାରେ, ପରିସ୍ଥିତି ଦେଖି ଗୋପାଳର ଆଚରଣ ଓ କଥାବାର୍ତ୍ତା ଠିକ ଥିଲା। ସେ ଆଖିରେ ଆଖି ମିଶାଇ କଥା ହେଉଥିଲା। ଆଚରଣରେ କିଛି ଅସ୍ୱାଭାବିକତା ପରିଲକ୍ଷିତ ହେଉନଥିଲା। ତା’ର ସ୍ମୃତିଶକ୍ତି ଠିକ ରହିଥିଲା। ବିଚାର କ୍ଷମତା ଓ ଚିନ୍ତନ ଶକ୍ତି ମଧ୍ୟ ଠିକ୍ ଥିଲା। ଧିଶକ୍ତି ସାଧାରଣ ଥିଲା। ମେଡିକାଲ ରିପୋର୍ଟ ଅନୁସାରେ ଅଭିଯୁକ୍ତର ଅସ୍ୱାଭାବିକତା ନଥିଲା। ସେ ପୂରା ଫିଟ୍ ଥିଲା। ଏହିସବୁ ଦୃଷ୍ଟିରୁ ମେଡିକାଲ୍ ବୋର୍ଡ କେଉଁଠି ବି ଅଭିଯୁକ୍ତର କୌଣସି ମାନସିକ ରୋଗରେ ପୀଡ଼ିତ ବୋଲି ଠାବ କରିପାରିଲେ ନାହିଁ ବୋଲି ଦର୍ଶାଇଛନ୍ତି।

ସୂଚନା ଥାଉକି, ଏହି ମାମଲାରେ ଅଭିଯୁକ୍ତ ଗୋପାଳ ଦାସଙ୍କ ମାନସିକ ସ୍ଥିତିର ପୁନଃଯାଞ୍ଚ ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ କରାଯାଇଥିବା ଆବେଦନକୁ ଗତ ୩ ତାରିଖରେ ଝାରସୁଗୁଡ଼ା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌ଙ୍କ କୋର୍ଟ ଖାରଜ କରି ଦେଇଥିଲେ। ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌ କୋର୍ଟଙ୍କ ରାୟ ବିରୋଧରେ କ୍ରାଇମବ୍ରାଞ୍ଚ ଝାରସୁଗୁଡ଼ା ଜିଲ୍ଲା ଓ ଦୌରାଜଜ୍‌ଙ୍କ କୋର୍ଟରେ ଆବେଦନ କରିଥିଲା। ଜିଲ୍ଲା ଓ ଦୌରାଜଜ୍‌ କୋର୍ଟ କ୍ରାଇମ୍‌ବ୍ରାଞ୍ଚ ଆବେଦନ ଖାରଜ ପରେ ଏହି ମାମଲା ପୁନଶ୍ଚ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌ଙ୍କ କୋର୍ଟରେ ହୋଇଥିଲା। 

ଗୋପାଳର ମାନସିକ ଅବସ୍ଥାର ପୁନଃ ଯାଞ୍ଚ କରିବାକୁ କ୍ରାଇମବ୍ରାଞ୍ଚ ତାଙ୍କୁ ବେଙ୍ଗାଲୁରୁ ସ୍ଥିତ ନ୍ୟାଶନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଣ୍ଟାଲ୍ ହେଲ୍‌ଥ ଆଣ୍ଡ ନ୍ୟୁରୋସାଇନ୍ସ (ନିମ୍‌ହାନ୍ସ)କୁ ନେବାକୁ ଚାହୁଁଥିଲା। ନିମ୍‌ହାନ୍ସରେ ତାଙ୍କୁ ୩ ସପ୍ତାହ ରଖିବାକୁ ପଡ଼ିବ ବୋଲି ଆବେଦନରେ କୁହାଯାଇଥିଲା। ତେବେ ଦୁଇଟି କୋର୍ଟରୁ ଝଟକା ଖାଇବା ପରେ କ୍ରାଇମ୍‌ବ୍ରାଞ୍ଚ ଆଉ ଉପରିସ୍ଥ କୋର୍ଟକୁ ଯାଇ ନ ଥିଲା। ତେଣେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌ କୋର୍ଟ ଗୋପାଳ ପାଗଳ ନୁହେଁ ବୋଲି ରାୟରେ ସ୍ପଷ୍ଟ କରିଛନ୍ତି। ଗତ ତାରିଖରେ ପ୍ରକାଶ ପାଇଥିବା ଏହି ରାୟ ସାମ୍ନାକୁ ଆସିବା ପରେ ଅଲୋଚନା ପୁଣି ଜୋର ଧରିଛି।

କୋର୍ଟଙ୍କ ରାୟ ସାମ୍ନାକୁ ଆସିବା ପରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ସରକାର ଓ କ୍ରାଇମବ୍ରାଞ୍ଚକୁ ଟାର୍ଗେଟ କରି ମତ ରଖିଛନ୍ତି। ସେ କହିଛନ୍ତି, ସରକାର ଡାହାଣୀ ହୋଇ ଲାଗୁଛନ୍ତି, ଗୁଣିଆ ହୋଇ ଝାଡୁଛନ୍ତି। ସରକାରଙ୍କ ଦ୍ୱାରା ଘଟଣା ପୂରା ଡାହାଣୀ ଗୁଣିଆ କାହାଣୀ ଲେଖାଯାଇଛି। ଏହି ହତ୍ୟାକାଣ୍ଡରେ ଷଡ଼ଯନ୍ତ୍ର ଥିବା ମୂଳରୁ ଦାବି ହୋଇଛି। କୋର୍ଟ ରାୟ ପରେ ସବୁକିଛି ପୂରାପୂରି ସ୍ପଷ୍ଟ ହୋଇଛି। ତେଣୁ ଏହାର ତଦନ୍ତ କ୍ରାଇମବ୍ରାଞ୍ଚ ପାରିବ ନାହିଁ। ମାମଲାକୁ ସିବିଆଇକୁ ଦିଆଯାଉ। କୋର୍ଟଙ୍କ ରାୟ ପରେ ଓଡ଼ିଶା ପୁଲିସ ଆଉ ତଦନ୍ତ କରିବାର ଯଥାର୍ଥତା ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story