ଆଫଗାନରେ ଗୋଟି ଚାଳନା କରୁଥିବା ତାଲିବାନର ୭ କୁଖ୍ୟାତ ନେତା

କାବୁଲ: ଆଫଗାନିସ୍ତାନକୁ ଦଖଲ କରିଥିବା ତାଲିବାନର ଶୀର୍ଷ ସ୍ତରୀୟ ନେତାଙ୍କୁ ନେଇ ଚର୍ଚ୍ଚା। ଆତଙ୍କରାଜ ସୃଷ୍ଟି କରୁଥିବା ତାଲିବାନର ନେତୃତ୍ୱ କିଏ ନେଉଛି, ସେକଥା ଦୀର୍ଘ ଦଶନ୍ଧି ଧରି ସମସ୍ତଙ୍କୁ ଅଛପା ଥିଲା। ୨୦୦୧ରେ ଯେତେବେଳେ ଆମେରିକାର ସୈନ୍ୟ ଆଫଗାନରେ ପ୍ରବେଶ କଲେ ସେତେବେଳେ ମାତ୍ର କିଛି ହାତ ଗଣତି ନେତାଙ୍କୁ ନେଇ ତାଲିବାନର ନେଟୱର୍କ ଚାଲୁଥିବା କୁହାଯାଉଥିଲା। ହେଲେ ଏବେ ଆଫଗାନ ଦଖଲ କରିବା ପରେ ତାଲିବାନ ବେଶ ଯୋଜନାବଦ୍ଧ ଭାବେ ଗୋଟି ଚାଳନା କରୁଛି। […]

Talibans

Talibans

Hemant Lenka
  • Published: Friday, 20 August 2021
  • Updated: 24 August 2021, 06:05 PM IST

Sports

Latest News

କାବୁଲ: ଆଫଗାନିସ୍ତାନକୁ ଦଖଲ କରିଥିବା ତାଲିବାନର ଶୀର୍ଷ ସ୍ତରୀୟ ନେତାଙ୍କୁ ନେଇ ଚର୍ଚ୍ଚା। ଆତଙ୍କରାଜ ସୃଷ୍ଟି କରୁଥିବା ତାଲିବାନର ନେତୃତ୍ୱ କିଏ ନେଉଛି, ସେକଥା ଦୀର୍ଘ ଦଶନ୍ଧି ଧରି ସମସ୍ତଙ୍କୁ ଅଛପା ଥିଲା। ୨୦୦୧ରେ ଯେତେବେଳେ ଆମେରିକାର ସୈନ୍ୟ ଆଫଗାନରେ ପ୍ରବେଶ କଲେ ସେତେବେଳେ ମାତ୍ର କିଛି ହାତ ଗଣତି ନେତାଙ୍କୁ ନେଇ ତାଲିବାନର ନେଟୱର୍କ ଚାଲୁଥିବା କୁହାଯାଉଥିଲା।

ହେଲେ ଏବେ ଆଫଗାନ ଦଖଲ କରିବା ପରେ ତାଲିବାନ ବେଶ ଯୋଜନାବଦ୍ଧ ଭାବେ ଗୋଟି ଚାଳନା କରୁଛି। ୧୯୯୬ରୁ ୨୦୦୧ ଯାଏ ତାଲିବାନ କ୍ଷମତାରେ ଥିବା ବେଳେ କେବଳ ରକ୍ତପାତ କରୁଥିଲା। ଏବେ ବି ବି ରକ୍ତପାତ କରୁଛି। କିନ୍ତୁ ଏହାର ଶୀର୍ଷସ୍ତରୀୟ ନେତା ସର୍ବକ୍ଷମା କଥା ଘୋଷଣା କରିବା ସହ ମହିଳାଙ୍କ ପ୍ରତି କୋହଳ ମନୋଭାବ ପୋଷଣ କରାଯିବ ବୋଲି କହୁଛନ୍ତି।

ତେବେ ଆଫଗାନ ଦଖଲ କରିଥିବା ତାଲିବାନର ପୂରା ବ୍ୟବସ୍ଥାକୁ ପରିଚାଳନା ଦାୟିତ୍ୱ ୭ ଜଣଙ୍କ ଉପରେ ରହିଛି। ତାଲିବାନ ସଂଗଠନର ଏହି ପ୍ରମୁଖ ୭ ସଦସ୍ୟ ହିଁ ସବୁ କିଛି କରୁଛନ୍ତି ଓ କରାଉଛନ୍ତି।

ତେବେ ଆସନ୍ତୁ ସେହି ୭ ଜଣଙ୍କ ବିଷୟରେ ଜାଣିବା

୧-‌ହୈବତୁଲ୍ଲା ଅଖୁଣ୍ଡଜାଦା(ସୁପ୍ରିମ କମାଣ୍ଡର୍‌): ୧୯୬୧ରେ ଜନ୍ମ ଗ୍ରହଣ କରିଥିବା ହୈବତୁଲ୍ଲା ତାଲିବାନର ୩ୟ ସୁପ୍ରିମ କମାଣ୍ଡର୍‌। ୨୦୧୬ରେ ଆମେରିକାର ଡ୍ରୋନ ଷ୍ଟ୍ରାଇକ୍‌ରେ ତାଲିବାନର ସୁପ୍ରିମ କମାଣ୍ଡର୍‌ ନିହତ ହେବା ପରେ ଅଖୁଣ୍ଡଜାଦା ସଂଗଠନର ଦାୟିତ୍ୱ ନେଇଥିଲେ।

ସେ ସାମରିକ କମାଣ୍ଡର ଅପେକ୍ଷା ଜଣେ ଧାର୍ମିକ ନେତାଭାବେ ବେଶ ଜଣାଶୁଣା। ତାଲିବାନର ସୁପ୍ରିମ କମାଣ୍ଡର ହେବା ପରେ ତାଙ୍କୁ ସର୍ବସାଧାରଣରେ ଆଦୌ ଦେଖିବାକୁ ମିଳିନାହିଁ। ତାଙ୍କ ବିଷୟରେ ବହୁତ କମ ତଥ୍ୟ ସାମ୍ନାକୁ ଆସିଛି। କେବଳ ତାଙ୍କର କିଛି ପୁରୁଣା ଫଟୋ ଇଣ୍ଟରନେଟରେ ରହିଛି। ଶେଷଥର ପାଇଁ ସେ ମେ’ ମାସରେ ଇଦ୍‌ ଉଲ ଫିତର ବେଳେ ନିଜର ବିବୃତି ଜାରି କରିଥିଲେ।

୨-ଅବଦୁଲ ଘନି ବରାଦର(ଡେପୁଟି ଲିଡର): ତାଲିବାନର ପ୍ରକୃତ ଚେହେରା ହିଁ ସଂଗଠନର ଡେପୁଟି ଲିଡର ଅବଦୁଲ ଘନି ବରାଦର। ତାଲିବାନ ଆଫଗାନ ଦଖଲ କରିଥିବାରୁ ସେ ହିଁ ଏଠାରେ ରାଷ୍ଟ୍ରପତି ହେବେ ବୋଲି କୁହାଯାଉଛି। ସେ ଅଲକାଏଦା ଆତଙ୍କୀ ଓସାମା ବିନ ଲାଡେନ ଓ ତାଲିବାନର ପ୍ରତିଷ୍ଠାତା ମୁଲ୍ଲା ମହମ୍ମଦ ଓମାରଙ୍କ ଘନିଷ୍ଠ ସହଯୋଗୀ। ସେ ତାଲିବାନର ସହ ପ୍ରତିଷ୍ଠାତା ମଧ୍ୟ।

୨୦୧୦ରେ ତାଙ୍କୁ ପାକିସ୍ତାନର କରାଚିରୁ ଗିରଫ କରାଯାଇଥିଲା। ଆମେରିକା ଗୁଇନ୍ଦା ସଂସ୍ଥା ଜରିଆରେ ସେ କାବୁ ହୋଇଥିଲେ। କିନ୍ତୁ ୨୦୧୮ରେ ଟ୍ରମ୍ପ ପ୍ରଶାସନ ସହ ତାଲିବାନ ଆରମ୍ଭ କରିଥିବା ଶାନ୍ତି ଆଲୋଚନା ବେଳେ ବରାଦର ପାକିସ୍ତାନ ଜେଲରୁ ଖଲାସ ହୋଇଥିଲେ। ବରାଦର ଦୋହାରେ ରହି ତାଲିବାନ ନେଟୱର୍କକୁ ପରିଚାଳନା କରୁଥିଲେ। ତାଲିବାନ କାବୁଲ ଦଖଲ ପରେ ସେ ଆଫଗାନିସ୍ତାନ ଆସିଛନ୍ତି।

୩-ସିରାଜୁଦ୍ଦିନ୍‌ ହକ୍କାନୀ(ଆତଙ୍କୀ ସଂଗଠନ ହକ୍କାନୀର ମୁଖ୍ୟ) : ହକ୍କାନୀ ନେଟୱର୍କକୁ ଆମେରିକା ଆତଙ୍କୀ ସଂଗଠନର ମାନ୍ୟତା ଦେଇଛି। ଏହାର ମୁଖ୍ୟ କମାଣ୍ଡର ହେଉଛନ୍ତି ସିରାଜୁଦ୍ଦିନ୍‌ ହକ୍କାନୀ। ୨୦୧୬ରେ ତାଲିବାନ ସହ ହକ୍କାନୀ ନେଟୱର୍କ ବିଲୀନ ହୋଇଥିଲା। ଏଥିପାଇଁ ସିରାଜୁଦ୍ଦିନ ତାଲିବାନର ଦ୍ୱିତୀୟ ଉପନେତା ହୋଇଥିଲେ। ସେ ସବୁବେଳେ ଆଫଗାନିସ୍ତାନ ଓ ପାକିସ୍ତାନ ମଧ୍ୟରେ ଯିବା ଆସିବା କରନ୍ତି। ଆର୍ଥିକ ଓ ସାମରିକ ସମ୍ପତ୍ତି ଉପରେ ବୁଝାମଣା କରନ୍ତି। ତାଙ୍କ ଭାଇ ମଧ୍ୟ ଜଣେ ପ୍ରମୁଖ ତାଲିବାନ୍ ନେତା। ୨୦୧୪ରେ ସିରାଜୁଦ୍ଦିନଙ୍କ ଭାଇକୁ ଆମେରିକା ବାହାରିନରେ ଗିରଫ କରିଥିଲା। ତେବେ ୪ ବର୍ଷ ତଳେ କଏଦୀ ଅଦଳବଦଳ ବେଳେ ତାକୁ ଛଡ଼ା ଯାଇଥିଲା।

୪-ମହମ୍ମଦ ୟାକୁବ(ତାଲିବାନ ପ୍ରତିଷ୍ଠାତାର ପୁଅ): ତାଲିବାନ ସଂଗଠନର ପ୍ରତିଷ୍ଠାତା ମୁଲ୍ଲା ଓମାର୍‌ର ପୁଅ ହେଉଛନ୍ତି ୟାକୁବ୍‌। ସେ ସିରାଜୁଦ୍ଦିନ ହକ୍କାନୀଙ୍କ ସହ ତାଲିବାନ୍‌ ସଂଗଠନର ସାମରିକ କାର୍ଯ୍ୟକଳାପର ତଦାରଖ କରୁଛନ୍ତି। ସେ ପାକିସ୍ତାନରେ ଶିକ୍ଷାଲାଭ କରିଥିଲେ ହେଁ ଏବେ ଆଫଗାନରେ ରହୁଛନ୍ତି।

୫-ଅବଦୁଲ ହକିମ ହକ୍କାନୀ: ତାଲିବାନର ଟପ୍‌ କମାଣ୍ଡର ଅଖୁଣ୍ଡଜାଦାଙ୍କ ଘନିଷ୍ଠ ସହଯୋଗୀ ହେଉଛନ୍ତି ଅବଦୁଲ ହକିମ ହକ୍କାନୀ। ଟ୍ରମ୍ପ ସରକାର ଯେତେବେଳେ ତାଲିବାନ ସହ ଶାନ୍ତି କଥାବାର୍ତ୍ତା ଆରମ୍ଭ କରିଥିଲେ ସେତେବେଳେ ଉକ୍ତ ବୁଝାମଣା ଟିମ୍‌ର ପ୍ରମୁଖ ସଦସ୍ୟ ଥିଲେ ଅବଦୁଲ। ସେ ଧାର୍ମିକ ସ୍କଲାର୍ସର ମୁଖ୍ୟ ମଧ୍ୟ ରହିଛନ୍ତି।

୬-ଶେର ମହମ୍ମଦ ଆବ୍ବାସ ସ୍ତାନିକ୍‌ଜାଇ(ମୁଖ୍ୟ କୂଟନୀତିଜ୍ଞ): ତାଲିବାନ୍‌ ଯେତେବେଳେ ଶେଷଥର ପାଇଁ ଆଫଗାନିସ୍ତାନ ଦଖଲ କରିଥିଲା ସେତେବେଳେ ଶେର୍‌ ମହମ୍ମଦ ଆବ୍ବାସ ସ୍ତାନିକାଜାଇ ବିଦେଶ ବିଭାଗର ଉପ ମନ୍ତ୍ରୀ ଥିଲେ। ସେ ସଂଗଠନର ଅନ୍ୟ ସଦସ୍ୟମାନଙ୍କ ତୁଳନାରେ ଭଲ ଇଂରାଜୀ କହିବା ସହ ବିଭିନ୍ନ ଦେଶ ସହ କୂଟନୀତିକ ସମ୍ପର୍କ ସ୍ଥାପନ କରନ୍ତି। ୧୯୯୬ରେ ସେ ୱାଶିଂଟନ ଗସ୍ତ କରି କ୍ଲିଣ୍ଟନ୍‌ ପ୍ରଶାସନ ସହ ତାଲିବାନ୍‌ ସରକାରକୁ ମାନ୍ୟତା ପ୍ରଦାନ ପାଇଁ ଆଲୋଚନା କରିଥିଲେ। କିନ୍ତୁ ଏହା ଫଳପ୍ରଦ ହୋଇ ପାରି ନଥିଲା। ସେ ତାଲିବାନର ଗୋଟିଏ ପ୍ରତିନିଧି ମଣ୍ଡଳକୁ ନେଇ ଚାଇନା ସରକାରଙ୍କ ସହ ଆଲୋଚନା କରିଥିଲେ।

୭-ଜବିଉଲ୍ଲା ମୁଜା‌ହେଦ: ତାଲିବାନ ସଂଗଠନର ମୁଖ୍ୟ ମୁଖପାତ୍ର ହେଉଛନ୍ତି ମୁଜାହେଦ। ତାଲିବାନ ଆଫଗାନ ଦଖଲ କରିବା ପରେ ସଂଗଠନ ପକ୍ଷରୁ କାବୁଲରେ ପ୍ରଥମ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ଏଥିରେ ସଂଗଠନ ଆଭିମୁଖ୍ୟ ସମ୍ପର୍କରେ ଜବିଉଲ୍ଲା ହିଁ ସମସ୍ତଙ୍କୁ ସୂଚନା ଦେଇଥିଲେ।

୨୦୦୧ରୁ ୨୦୨୧ ଯାଏ ତାଲିବାନ ସହ ଯୁଦ୍ଧ ବେଳେ ଜବିଉଲ୍ଲା ଫୋନ କିମ୍ବା ମେସେଜରେ ହିଁ କେବଳ ସାମ୍ବାଦିକମାନଙ୍କୁ ବିଭିନ୍ନ ପ୍ରସଙ୍ଗରେ ନିଜର ବୟାନ ଦେଉଥିଲେ। ଅଗଷ୍ଟ ୧୭ରେ ସେ ପ୍ରଥମଥର ପାଇଁ କ୍ୟାମେରା ସାମ୍ନାକୁ ଆସି ଗଣମାଧ୍ୟମକୁ ସବୁ ସୂଚନା ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story