ଦିଲୀପଙ୍କ ମା’ଙ୍କ କୋହ, ମୋ’ ପୁଅକୁ ଜାଣିଶୁଣି ମାରିଦେଲେ

ହାଇଟେକ୍‌ ହସ୍ପିଟାଲ ବିରୋଧରେ ଏପରି ସାଂଘାତିକ ଅଭିଯୋଗ ଆଣିଛନ୍ତି ମୃତ ଦିଲୀପଙ୍କ ମା’ ।

Dilipi’s mother & dilip

ଦିଲୀପଙ୍କ ମା’ ଓ ଦିଲୀପ ।

Niharika Rout
  • Published: Saturday, 06 January 2024
  • Updated: 06 January 2024, 09:56 AM IST

Sports

Latest News

‘ପୁଅ ଜୀବିତ ଥିବା ଶୁଣି ମେଡିକାଲ ଦୌଡ଼ି ପଳାଇ ଆସିଥିଲି । ଗୋଟାଏ ରାତି ଯାଏଁ ପୁଅ ଭଲ ଥିଲା, ମୋ ସହ କଥା ହୋଇଥିଲା। ୨ଟା ରାତିରେ ହଠାତ କହିଲେ ତମ ପୁଅ ଅବସ୍ଥା ସଙ୍କଟାପନ୍ନ । ୩ଟା ରାତିରେ ଆସି କହିଲେ ତମ ପୁଅ ଆଉ ନାହିଁ । ହସ୍ପିଟାଲ କର୍ତ୍ତୃପକ୍ଷ ଜାଣିଶୁଣି ମୋ’ ପୁଅକୁ ମାରିଦେଲେ।’ ହାଇଟେକ୍‌ ହସ୍ପିଟାଲ ବିରୋଧରେ ଏପରି ସାଂଘାତିକ ଅଭିଯୋଗ ଆଣିଛନ୍ତି ମୃତ ଦିଲୀପଙ୍କ ମା’ ।

ନିଜ ପୁଅ ଜୀବୀତ ଅଛି ଶୁଣି ତାକୁ ଦେଖିବାକୁ ଆସିଥିଲେ ଦିଲୀପଙ୍କ ମା’ । ମାତ୍ର ଏଠାରେ ରାତିଟା ସାରା କାକରରେ ପଡ଼ି ରହିବା ପରେ ତମ ପୁଅ ଆଉ ନାହିଁ ବୋଲି ଶୁଣି ତାଙ୍କ ପାଦ ତଳୁ ମାଟି ଖସି ପଡ଼ିଛି। ନିଜ କୋହକୁ ଚାପି ଧରି ସେ କହିଛନ୍ତି, ୬ ଦିନ ପୂର୍ବେ ଯେତେବଳେ ଆମକୁ ମୃତଦେହ ହସ୍ତାନ୍ତର କଲେ, ତାହାକୁ ଚିହ୍ନିବା ସମ୍ଭବପର ନ ଥିଲା। ତାହା ଫୁଲି ଯାଇଥିଲା। ତା’ ଛଡ଼ା ପରିବାର ଲୋକେ ମୋତେ ବି ମୃତଦେହ ନିକଟକୁ ଛାଡ଼ିଲେ ନାହିଁ।

ଆମେ ଶବ ସତ୍କାର କରିବାର ୪ ଦିନ ପରେ ଖବର ପାଇଲୁ ଆମ ପୁଅ ବଞ୍ଚିଛି। ତେଣୁ ମନରେ ଆଶା ଧରି ପୁଅକୁ ଦେଖାବାକୁ ମେଡିକାଲ ଦୌଡ଼ି ଆସିଥିଲି। ଗତକାଲି ମୁଁ ପୁଅ ନିକଟକୁ ଯାଇଥିବା ବେଳେ ତାକୁ ନାଁ ଧରି ଡାକିଥିଲି। ସେ ମୋତେ ଅନାଇଥିଲା। ଏହାପରେ ରାତିରେ କହିଲେ ତୁମ ପୁଅର ମୃତ୍ୟୁ ହୋଇଗଲା। ଧୀରେ ଧୀରେ ଭଲ ହୋଇ ଆସୁଥିବା ମୋ’ ପୁଅ କିପରି ହଠାତ ମରିଗଲା ବୋଲି ପ୍ରଶ୍ନ କରିଛନ୍ତି ଦିଲୀପଙ୍କ ମା’ । ଏଥିସହ ସେମାନେ ମୋ’ ପୁଅକୁ ଜାଣିଶୁଣି ମାରି ଦେଇଛନ୍ତି ବୋଲି ସେ ସାଂଘାତିକ ଅଭିଯୋଗ କରିଛନ୍ତି।

Also Read

ଏନେଇ ନିଜ ସଫେଇ ଦେଇ ହାଇଟେକ୍‌ ହସ୍ପିଟାଲ ସିଇଓ ଡା. ସ୍ମିତା ପାଢ଼ୀ କହିଛନ୍ତି, ନିଜକୁ ଦୀଲିପ କହୁଥିବା ବ୍ୟକ୍ତିଙ୍କର ଆଜି ଭୋର ସମୟରେ ମୃତ୍ୟୁ ହୋଇଛି । ଗତ ରାତିରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ପୁଣି ଥରେ ଭେଣ୍ଟିଲେଟରରେ ଭର୍ତ୍ତି କରାଯାଇଥିଲା। ମାତ୍ର ଆମର ସବୁ ପ୍ରକାର ଚେଷ୍ଟା ସତ୍ତ୍ୱେ ସେ ଶେଷରେ ଆଖି ବୁଜିଦେଇଛନ୍ତି।

ଆମେ ମୃତଦେହ ପୁଲିସକୁ ହସ୍ତାନ୍ତର କରିବୁ। ମୃତଦେହ କାହାକୁ ଦିଆଯିବ ସେ ନିଷ୍ପତ୍ତି ପୁଲିସ୍‌ ନେବ। ‘ମୃତକ ନିଜକୁ ଦିଲୀପ କହୁଥିବା ପୁଲିସକୁ ଅବଗତ କରାଇବୁ । ପୁଲିସ ଡିଏନଏ ଟେଷ୍ଟ ପାଇଁ କହିଲେ କରିବୁ। ଏଭଳି ଘଟଣା ରାଜ୍ୟରେ ପ୍ରଥମ ଥର ଘଟିଛି। ଏଥିନିମନ୍ତେ କୌଣଓ ଗାଇଡଲାଇନ୍‌ ନାହିଁ। ତେଣୁ ପୁଲିସ୍ ନିର୍ଦ୍ଦେଶ ଅନୁଯାୟୀ ପଦକ୍ଷେପ ନେବୁ ବୋଲି ସେ କହିଛନ୍ତି।

ଏନଆଇ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଅମୃତ ପାଟ୍ଟଯୋଶୀ କହିଛନ୍ତି, ଆମେ ଆମର ସବୁଠୁ ଭଲ ଚିକିତ୍ସା ଦେଇଥିଲୁ। ମାତ୍ର ତାହା ସଫଳ ହୋଇ ପାରିଲା ନାହିଁ। ଆମେ ଏବେ ମୃତଦେହକୁ ପୁଲିସ୍‌କୁ ହସ୍ତାନ୍ତର କରିବୁ । ତେବେ ମୃତଦେହ ପୁଲିସ୍‌କୁ ହସ୍ତାନ୍ତର ବେଳେ କେଉଁ ନାମ ଉଲ୍ଳେଖ କରାଯିବ ବୋଲି ପଚରା ଯାଇଥିଲା। ଏହାର ଉତ୍ତରରେ ଡା. ପାଟ୍ଟଯୋଶୀ କହିଛନ୍ତି, ଉକ୍ତ ମୃତଦେହରେ ଜ୍ୟୋତି ମଲ୍ଲିକ ଯିଏ ବି ନିଜ ନାମ ଦିଲୀପ ବୋଲି କହୁଛନ୍ତି ବୋଲି ଉଲ୍ଲେଖ କରାଯିବ ।

ସୂଚନାଯୋଗ୍ୟ,ଏସିରେ ଗ୍ୟାସ୍ ଭର୍ତ୍ତି ବେଳେ ବିସ୍ଫୋରଣ ଘଟି ଗତ ୨୯ ତାରିଖରେ ୪ ଜଣ ଗୁରୁତର ହୋଇଥିବା ବେଳେ ଏବେ ଯାଏ ୩ ଜଣଙ୍କର ମୃତ୍ୟୁ ହୋଇଛି । ବିସ୍ଫୋରଣରେ ଗୁରୁତର ହୋଇ ଭେଣ୍ଟିଲେଟରରେ ଥିବା ବ୍ୟକ୍ତିଜଣକ ଗତ ଗୁରୁବାର ରାତିରେ ନିଜ ପରିଚୟ ଜ୍ୟୋତି ମଲ୍ଲିକ ନୁହଁ ଦିଲୀପ ସାମନ୍ତରାୟ ବୋଲି ଦେଇଥିଲେ। ଏହାପରେ ଆରମ୍ଭ ହୋଇଥିଲା ହାଇଡ୍ରାମା। 

ମାତ୍ର ଗତ ରାତିରେ ଦିଲୀପଙ୍କ ମୃତ୍ୟୁ ପରେ ତାଙ୍କ ପରିବାରବର୍ଗଙ୍କୁ ଶକ୍ତ ଧକ୍କା ଲାଗିଛି। ଅପରପକ୍ଷେ, ନିଜ ପୁଅ କାହିଁ ବୋଲି ଜ୍ୟୋତିଙ୍କ ପରିବାର ଲୋକେ ପଚାରୁଥିବା ବେଳେ ଏବେ ଆମକୁ ଆମ ପୁଅ ଫେରାଅ ବୋଲି ଦାବି କରୁଛନ୍ତି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story