କଟକ ବଡ଼ ମେଡିକାଲରେ ଚିକିତ୍ସା ଅବହେଳାରୁ ଯୁବତୀ ମୃତ, ପୁଲିସର ଦାଦାଗିରି!

ବିଚ୍‌ ରାସ୍ତାରେ ପୁଲିସ୍‌ର କିଛି କର୍ମଚାରୀ ଓ ହସ୍ପିଟାଲର ସିକ୍ୟୁରିଟି ପ୍ରାଣ ହରାଇଥିବା ଯୁବତୀଙ୍କ ସମ୍ପର୍କୀୟମାନଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଏସସିବି ଓ ମେଡିକାଲ ଫାଣ୍ଡିରେ ବେଶ କିଛି ସମୟ ହଙ୍ଗାମା ଦେଖିବାକୁ ମିଳିଥିଲା।

CTC

ପୁଲିସ୍‌ ବାବୁଙ୍କ ସହ ମୃତ ଯୁବତୀଙ୍କ ପରିବାରର ଦୁଇ ମହିଳା

Hemant Lenka
  • Published: Sunday, 24 December 2023
  • Updated: 24 December 2023, 05:34 PM IST

Sports

Latest News

ଓଡ଼ିଶାର ସବୁଠାରୁ ବଡ଼ ହସ୍ପିଟାଲ କଟକର ଏସ୍‌ସିବିରେ ଚିକିତ୍ସା ଅବହେଳାରୁ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ପରିବାର ଲୋକ ଦୁଃଖରେ ଭାଙ୍ଗି ପଡ଼ିଥିବା ବେଳେ ସେମାନଙ୍କ ଉପରେ ପୁଲିସ୍‌ ହୁକୁମାତି ଦେଖାଇ ମାଡ଼ ମାରିଛି।

Also Read

ଅଭିଯୋଗ ଅନୁଯାୟୀ ପୁରୀ ଚନ୍ଦନପୁର ଅଞ୍ଚଳର ୨୨ ବର୍ଷୀୟ ବର୍ଷା ମାଝୀଙ୍କୁ ତାଙ୍କ ପରିବାର ଲୋକେ ଶନିବାର ରାତିରେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ନେଇଥିଲେ। ସେଠାରୁ ତାଙ୍କୁ ଏସସିବିକୁ ନେବା ପାଇଁ କୁହାଯାଇଥିଲା। ପରିବାର ଲୋକ ତୁରନ୍ତ ବର୍ଷାଙ୍କୁ କଟକ ଏସ୍‌ସିବି ଆଣିଥିଲେ। ପ୍ରଥମେ ତାଙ୍କୁ କାଜୁଆଲଟିରେ ରଖା ଯାଇଥିଲା। କିନ୍ତୁ ତାଙ୍କ ଅବସ୍ଥା ବିଗିଡ଼ିବାରୁ ଡାକ୍ତର ତାଙ୍କର ଇସିଜି କରିବାକୁ କହିଥିଲେ। ଇସିଜି ପାଇଁ ପରିବାର ଲୋକ ଅପେକ୍ଷା କରିଥିବା ବେଳେ ବର୍ଷାଙ୍କର ମୃତ୍ୟୁ ହୋଇଯାଇଥିଲା।

ଠିକ ସମୟରେ ଡାକ୍ତର ଚିକିତ୍ସା ନକରିବାରୁ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି। ଏ ନେଇ ସେମାନେ ଡାକ୍ତରଙ୍କୁ ପଚାରିବାରୁ ସେ ରାଗି ଯାଇଥିଲେ। ଏହାକୁ ନେଇ ଡାକ୍ତରଙ୍କ ସହ ପରିବାର ଲୋକଙ୍କ ଯୁକ୍ତିତର୍କ ହୋଇଥିଲା। ଏହାପରେ ଡ୍ୟୁଟିରେ ଥିବା ପୁଲିସ କର୍ମଚାରୀ ମଧ୍ୟ ପରିବାର ଲୋକଙ୍କୁ ନାଲି ଆଖି ଦେଖାଇଥିଲେ।

କିଛି ସମୟର ଉତ୍ତେଜନା ପରେ ପରିବାର ଲୋକ ବର୍ଷାଙ୍କ ମୃତଦେହ ଧରି ବାହାରକୁ ଆସିଥିଲେ। ଏତିକି ବେଳେ ୩ ଜଣ ପୁଲିସ୍‌ କର୍ମଚାରୀ ଓ ହସ୍ପିଟାଲର ସିକ୍ୟୁରିଟି ବର୍ଷାଙ୍କ ପରିବାର ଲୋକଙ୍କୁ ମାଡ଼ ମାରିଥିଲେ। ଘରର ଦୁଇ ଜଣ ପୁରୁଷ ଲୋକଙ୍କୁ ପ୍ରବଳ ମାଡ଼ ମାରି ପୁଲିସ୍‌ ମେଡିକାଲ ଫାଣ୍ଡି ଯାଏ ମଧ୍ୟ ଆଣିଥିଲା। ଏନେଇ ମୃତକଙ୍କ ମାଇଁ ସୁକାନ୍ତି ପ୍ରଧାନ ଅଭିଯୋଗ କରିଛନ୍ତି।

ସେ କହିଛନ୍ତି, “ମୋ ଭାଣେଜୀର ହାର୍ଟ ସମସ୍ୟା ଥିଲା। ସେ ୩ ମାସ ତଳେ ଉତ୍କଳ ହସ୍ପିଟାଲରେ ଅପରେସନ ହୋଇଥିଲେ। ପୁଣି ତାଙ୍କୁ ନିମୋନିଆ ହେବାରୁ ସେ ହସ୍ପିଟାଲକୁ ଆସିଥିଲେ। ସୁସ୍ଥ ହେବା ପରେ ତାଙ୍କୁ ଡିସଚାର୍ଜ ମଧ୍ୟ କରାଯାଇଥିଲା। କିନ୍ତୁ କିଛି ଦିନ ହେବ ସେ ଖାଉ ନଥିଲେ ଓ କେବଳ ବାନ୍ତି କରୁଥିଲେ। ତେଣୁ ବର୍ଷାଙ୍କ ବୋଉ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ଆଣିଥିଲେ। କିନ୍ତୁ ସେଠାକାର ଡାକ୍ତର ଭଲ ଚିକିତ୍ସା ପାଇଁ ବଡ଼ ମେଡିକାଲ ନେଇଯିବାକୁ କହିଥିଲେ। ରାତି ୩ଟାରେ ଝିଅକୁ କଟକ ଅଣାଯାଇଥିଲା। ଏଠାରେ ଆଡମିଟ ହେବା ପରେ ମଧ୍ୟ ଡାକ୍ତର ତାଙ୍କୁ ଠିକ ଭାବେ ଦେଖି ନଥିଲେ।

ସେ ପ୍ରବଳ ବାନ୍ତି କରିଥିଲେ। ଶେଷରେ ତାଙ୍କୁ ଇସିଜି ପାଇଁ ନିଆ ଯିବା ବେଳେ ମୃତ୍ୟୁ ଘଟିଥିଲା। ଝିଅ ଚାଲିଯିବାରୁ ଆମେ କେମିତି ଡିସଚାର୍ଜ ହେବ, ସେଥିପାଇଁ ପଚାରି ଥିଲୁ। ଚିକିତ୍ସା ଅବହେଳା କଥା ମଧ୍ୟ ଆମେ ଉଠାଇ ନଥିଲୁ। ହେଲେ ଆମକୁ ଖରାପ ବ୍ୟବହାର କରାଗଲା। ସାମାନ୍ୟ ପାଟିତୁଣ୍ଡ ପାଇଁ ସେଠାରେ ଥିବା ପୁଲିସ୍‌ ଆମକୁ ନାଲିଆଖି ଦେଖାଇଥିଲେ। ଏହି ସମୟରେ ଆମର ଜଣେ ଜ୍ୱାଇଁ ପୁଲିସ୍‌ ଅଧିକାରୀଙ୍କୁ କହିଥିଲେ ଯେ ଆପଣ ଆସି କଥାକୁ ଅଧିକ ବଢ଼ାଇ ଦେଲେ। ସେହି କଥାକୁ ଧରି ପୁଲିସ୍‌ ବାବୁ ଜଣଙ୍କ ଆମ ପିଛା କରିବା ସହ ଅନେକ ପ୍ରକାରର କଥା କହିବା ଆରମ୍ଭ କରିଥିଲେ।

ତଥାପି ଆମେ ମୃତଦେହକୁ ଆଣି ଗାଡ଼ିରେ ରଖିବା ସହ ଘରକୁ ଯିବା ପାଇଁ ବାହାରିଥିଲୁ। ଆମ ବାଟକୁ ୩ ଜଣ ପୁଲିସ୍‌ ବାବୁ ଅଟକାଇଥିଲେ। ମୋ ଭଣଜା କହିଥିଲେ ଯେ ଯାହା ହେଉଛି ଆମକୁ ଯିବାକୁ ଦିଅନ୍ତୁ। ସେମାନେ କିଛି ବି ଶୁଣିଲେ ନାହିଁ। ପୁଲିସ୍‌ ଓ ସବୁ ସିକ୍ୟୁରିଟି ମିଳିତ ଭାବେ ମୋ ସ୍ୱାମୀ ଓ ଭଣଜାକୁ ରାସ୍ତାରେ ପଟିଛନ୍ତି। ଆମେ ସ୍ତ୍ରୀ ଲୋକ ଅଟକାଇବାରୁ ସେମାନେ ଆମକୁ ମଧ୍ୟ ଧକ୍କା ମାରିଥିଲେ।

କିନ୍ତୁ ଓଲଟା ଆମେ ହାତ ଉଠାଇଛୁ ବୋଲି ସେମାନେ କହିଥିଲେ। ବିନା ୟୁନିଫର୍ମରେ ଥିବା ଏସଆଇ ସାର୍‌ ମୋ ସ୍ୱାମୀଙ୍କୁ ଶକ୍ତ ଚାପୁଡ଼ା ମାରିଥିଲେ। ରାସ୍ତାରେ ପିଟିପିଟି ଆମକୁ ଫାଣ୍ଡିକୁ ଆଣିଛନ୍ତି। ମୋ ଭଣଜା ଭିଡିଓ କରୁଥିବାରୁ ସେମାନଙ୍କ ରାଗ ହୋଇଥିଲା। ତେଣୁ ସେମାନେ ଆମକୁ ମାରିଛନ୍ତି। ପୁଲିସ୍‌ ଏଠି ଗୁଣ୍ଡାଗର୍ଦ୍ଦି କରିଛି।”

ତେବେ ମେଡିକାଲ ଫାଣ୍ଡି କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ପୁଲିସକୁ ମଧ୍ୟ ମୃତକଙ୍କ ସମ୍ପର୍କୀୟମାନେ ମାଡ଼ ମାରିଥିଲେ। ମେଡିକାଲ ଫାଣ୍ଡିରେ ଏନେଇ ଵୁଝାସୁଝା ପରେ ସେଠାରୁ ମୃତକଙ୍କ ପରିବାର ଲୋକ ଚାଲି ଯାଇଥିଲେ। ଫାଣ୍ଡିରେ ଏନେଇ କୌଣସି ପ୍ରକାରର ଅଭିଯୋଗ ହୋଇନାହିଁ।

ରିପୋର୍ଟ: କଟକରୁ ଦେବାଶିଷ ମହାନ୍ତି

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story